ମେରୀ ଓଲସ୍ଟୋନ‌କ୍ରାଫ୍ଟ

ଜଣେ ଇଂରାଜୀ ଭାଷାର ଲେଖକ, ଦାର୍ଶନିକ ଓ ମହିଳା ଅଧିକାରର ପ୍ରବକ୍ତା ଥିଲେ ।

ମେରୀ ଓଲସ୍ଟୋନ‌କ୍ରାଫ୍ଟ (ଇଂରାଜୀ ଭାଷାରେ Mary Wollstonecraft (/ˈwʊlstənkræft/, also UK: /-krɑːft/; ୨୭ ଏପ୍ରିଲ ୧୭୫୯ – ୧୦ ସେପ୍ଟେମ୍ବର ୧୭୯୭) ଜଣେ ଇଂରାଜୀ ଭାଷାର ଲେଖକ, ଦାର୍ଶନିକ ଓ ମହିଳା ଅଧିକାରର (women's rights) ପ୍ରବକ୍ତା ଥିଲେ । ବିଂଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ମେରୀ ଓଲସ୍ଟୋନ‌କ୍ରାଫ୍ଟଙ୍କ ଜୀବନରେ ଅନେକ ବ୍ୟକ୍ତିଗତ ଅଣପରମ୍ପରାଗତ ସମ୍ପର୍କ ଆସିଥିବା ଯୋଗୁ ସେ ତାଙ୍କର ଲେଖା ଅପେକ୍ଷା ଲୋକଙ୍କ ଧ୍ୟାନ ଅଧିକ ପାଉଥିଲେ । ଆଜି ତାଙ୍କୁ ନାରୀବାଦୀ ଦାର୍ଶନିକ ଭାବରେ ସମ୍ବର୍ଦ୍ଧନା ମିଳୁଛି ଓ ଅନ୍ୟାନ୍ୟ ନାରୀବାଦୀମାନେ ନିଜ ଉପରେ ତାଙ୍କର ଜୀବନ ଓ କାମର ପ୍ରଭାବ ପଡ଼ୁଥିବାର ସ୍ୱୀକାର କରୁଛନ୍ତି ।

ମେରୀ ଓଲସ୍ଟୋନ‌କ୍ରାଫ୍ଟ
Left-looking half-length portrait of a woman in a white dress
Mary Wollstonecraft by John Opie, c. 1797
ଜନ୍ମ ଓ ଜନ୍ମସ୍ଥାନ(1759-04-27)୨୭ ଅପ୍ରେଲ ୧୭୫୯
Spitalfields, London, England
ମୃତ୍ୟୁ୧୦ ସେପ୍ଟେମ୍ବର ୧୭୯୭(1797-09-10) (ବୟସ ୩୮)
Somers Town, London, England
ସାହିତ୍ୟ କୃତିA Vindication of the Rights of Woman
ସଙ୍ଗୀ
ସନ୍ତାନFrances "Fanny" Imlay
Mary Shelley

ତାଙ୍କ ପେଷା ଜୀବନରେ ସେ ଉପନ୍ୟାସ, ଭ୍ରମଣ କାହାଣି, ଫରାସୀ ବିପ୍ଳବର (French Revolution) ଇତିହାସ, ଅନେକ ପ୍ରବନ୍ଧ, ଆଚରଣ ପୁସ୍ତକ (conduct book) ଓ ଗୋଟିଏ ଶିଶୁଙ୍କ ପୁସ୍ତକ ଲେଖିଥିଲେ । ଏ ଭିଣ୍ଡିକେସନ ଅଫ ଦି ରାଇଟସ ଅଫ ଓମେନ (A Vindication of the Rights of Woman (୧୭୯୨)) ପୁସ୍ତକ ନିମନ୍ତେ ମେରୀ ଓଲସ୍ଟୋନ‌କ୍ରାଫ୍ଟ‌ ସର୍ବାଧିକ ପ୍ରସିଦ୍ଧ ଥିଲେ ଯେଉଁଥିରେ ସେ ଲେଖଥିଲେ, 'ମହିଳାମାନେ ପ୍ରାକୃତିକ ଭାବରେ ପୁରୁଷଙ୍କ ଅପେକ୍ଷା ଊଣା ନୁହେଁ କିନ୍ତୁ ଶିକ୍ଷା ଅଭାବରୁ ସେମାନେ ଊଣା ଜଣାଯାଉଛନ୍ତି' । ଉଭୟ ପରୁଷ ଓ ମହିଳାଙ୍କୁ ସମ ବୁଦ୍ଧି ସମ୍ପନ୍ନ ଭାବରେ ଗ୍ରହଣ କରିବାକୁ ସେ ପ୍ରସ୍ତାବ ଦେଇଥିଲେ ଏକ ସାମାଜିକ ନ୍ୟାୟର (social order) କଳ୍ପନା କରିଥିଲେ ।

ମେରୀ ଓଲସ୍ଟୋନ‌କ୍ରାଫ୍ଟ‌ଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ମେମେରସ ଅଫ ଦି ଅଥର ଅଫ ଏ ଭିଣ୍ଡିକେସନ ଅଫ ଦି ରାଇଟସ ଅଫ ଓମେନ (୧୭୯୮) (Memoir) ନାମକ ଏକ ପୁସ୍ତକ ପ୍ରକାଶ କରିଥିଲେ ଯେଉଁଥିରେ ତାଙ୍କର ଅଣପରମ୍ପରାଗତ ଜୀବନ ବିଷୟରେ ଲେଖିଥିଲେ ଓ ସେଥିଯୋଗୁ ପ୍ରାୟ ଏକ ଶତାବ୍ଦୀ ଧରି ତାଙ୍କ ଖ୍ୟାତି କ୍ଷତିଗ୍ରସ୍ତ ହୋଇଥିଲା । ସେ ଯାହାହେଉ, ବିଂଶ ଶତାବ୍ଦୀର ଆରମ୍ଭରେ ମହିଳ ଆନ୍ଦୋଳନ ଆରମ୍ଭ ହେଲା ଓ ମହିଳାଙ୍କର ସମାନତା ଉପରେ ସମାଲୋଚକମାନଙ୍କର ଧ୍ୟାନ ଅଧିକ କେନ୍ଦ୍ରିଭୂତ ହୋଇଥିଲା ।

ମେରୀ ଓଲସ୍ଟୋନ‌କ୍ରାଫ୍ଟ‌ ପ୍ରଥମେ ହେନରୀ ଫୁସେଲି ଓ ତା'ପରେ ଗିଲବର୍ଟ ଇମଲେଙ୍କ ସ‌ହିତ ପ୍ରେମ କରିଥିଲେ ଓ ଗିଲବର୍ଟଙ୍କ ଔରଷରୁ ଏକ ଝିଅ ଜନ୍ମ ହୋଇଥିଲା, କିନ୍ତୁ ଏଇ ଦୁଇଟି ଯାକ ପ୍ରେମ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା । ଶେଷରେ ସେ ଦାର୍ଶନିକ ଉଇଲିଅମ ଗଡୱିନଙ୍କୁ ବିବାହ କରିଥିଲେ ଯିଏ ଆନାର୍କିସ୍ଟ ବା ଅରାଜକବାଦୀ ଆନ୍ଦୋଳନର ପୂର୍ବପୁରୁଷ ଥିଲେ । ମାତ୍ର ୩୮ ବର୍ଷ ବୟସରେ ମେରୀ ଓଲସ୍ଟୋନ‌କ୍ରାଫ୍ଟ‌ ମୃତ୍ୟୁ ବରଣ କରି ଅନେକ ଅସମାପ୍ତ ପାଣ୍ଡୁଲିପି ଛାଡ଼ିଯାଇଥିଲେ । ୩୦ ଅଗଷ୍ଟ ୧୭୯୭ରେ ମେରୀ ଓଲସ୍ଟୋନ‌କ୍ରାଫ୍ଟ‌ ତାଙ୍କ ଦ୍ୱିତୀୟ ଝିଅ ମେରୀ ସେଲିଙ୍କୁ (Mary Shelley) ଜନ୍ମ ଦେବାର ମାତ୍ର ଏଗାର ଦିନ ପରେ ସେ ମୃତ୍ୟୁ ବରଣ କରିଥିଲେ ଓ ସେଇ ଝିଅ ଏକ ବିଖ୍ୟାତ ଲେଖିକା ହୋଇଥିଲେ ଯିଏ ଫ୍ରାଙ୍କେନସ୍ଟେନ (Frankenstein) କାହାଣୀ ଲେଖିଥିଲେ । ଆରମ୍ଭରୁ ପ୍ରସବ ଠିକ ଥିବା ଜଣାପଡ଼ୁଥିଲେ ମଧ୍ୟ ପରେ ପ୍ଲାସେଣ୍ଟା ବା ଫୁଲ ଫାଟିଯାଇଥିଲା ଓ ସଂକ୍ରମିତ ହୋଇଗଲା । ଅଷ୍ଟାଦଶ ଶତାବ୍ଦୀରେ ନ‌ବଜାତ ଜ୍ୱର (childbed fever) ଏକ ସାଧାରଣ ରୋଗ ଥିଲା । [୧] କିଛି ଦିନର କଷ୍ଟ ଭୋଗ ପରେ ସେ ସେପ୍ଟିସେମିଆ ରୋଗରେ ମୃତ୍ୟୁ ବରଣ କରିଥିଲେ ।[୨] ଦୁଃଖରେ ଅଭିଭୁତ ହୋଇ ତାଙ୍କ ସ୍ୱାମୀ ଗଡ‌ୱିନ ତାଙ୍କ ପ୍ରିୟ ସାଥି ପାଖକୁ ଲେଖିଥିଲେ, "ମୋ ପତ୍ନୀ ଭଳି ମହିଳ ସୃଷ୍ଟିରେ ନାହାନ୍ତି । ଆମେ ଦୁହେଁ ପରସ୍ପରକୁ ସୁଖ ଦେବାକୁ ସୃଷ୍ଟି ହୋଇଥିଲୁ । ଏହା ପରେ ଏ ଜୀବନରେ ମୁଁ ଆଉ ସୁଖ ପାଇବିନି ।" [୩] ତାଙ୍କୁ ସେଣ୍ଟ ପାଙ୍କ୍ରାସ ଓଲ୍ଡ ଚର୍ଚ୍ଚଠାରେ କବର ଦିଆଯାଇଥିଲା ଓ ତା ଉପରେ ଲେଖାଥିଲା 'ମେରୀ ଓଲସ୍ଟୋନ‌କ୍ରାଫ୍ଟ‌, ଏ ଭିଣ୍ଡିକେସନ ଅଫ ଦି ରାଇସ ଅଫ ଓମେନର ଲେଖକ' ।

ଆଧାର ସମ୍ପାଦନା

  1. Gordon, 356
  2. Todd, 450–56; Tomalin, 275–83; Wardle, 302–06; Sunstein, 342–47.
  3. Quoted in C. Kegan Paul, William Godwin: His Friends and Contemporaries, London: Henry S. King and Co. (1876). Retrieved 11 March 2007.