ମାୟେଲୋଡିସପ୍ଲାସ୍ଟିକ ସିଣ୍ଡ୍ରୋମ

ମାୟେଲୋଡିସପ୍ଲାସ୍ଟିକ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Myelodysplastic syndromes ବା MDS) ଏକ ପ୍ରକାର କର୍କଟ ରୋଗ ଦଳ ଯେଉଁଥିରେ ଅସ୍ଥି ମଜ୍ଜାରେ (bone marrow) ଥିବା ରକ୍ତ କୋଷଗୁଡ଼ିକ (blood cell) ବିକଶିତ ବା ସୁସ୍ଥ ହୁଅନ୍ତି ନାହିଁ । ପ୍ରାରମ୍ଭରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ପରବର୍ତ୍ତୀ ସମୟରେ ଥକ୍କାଣ (feeling tired), ଅଣନିଶ୍ୱାସୀ (shortness of breath), ସ‌ହଜ ରକ୍ତସ୍ରାବ (bleeding) ଓ ବାରମ୍ବାର ସଂକ୍ରମଣ (infections) ହୁଏ । କେତେକ ରୋଗ ଆକ୍ୟୁଟ ମାୟେଲଏଡ ଲିଉକେମିଆ (acute myeloid leukemia) ରୋଗକୁ ପରିବର୍ତ୍ତିତ ହୋଇଯାଏ ।[୨]

ମାୟେଲୋଡିସପ୍ଲାସ୍ଟିକ ସିଣ୍ଡ୍ରୋମ
ଇଂରାଜୀ ପ୍ରତିଶବ୍ଦ - ପ୍ରିଲିଉକେମିଆ/preleukemia, ମାୟେଲୋଡିସପ୍ଲାସିଆ/myelodysplasia[୧]
ମାୟେଲୋଡିସପ୍ଲାସ୍ଟିକ ସିଣ୍ଡ୍ରୋମ ରୋଗୀର ରକ୍ତ ସ୍ମିଅର (Blood smear) ଚିତ୍ର । ସ୍ୱଳ୍ପ ନିଉଟ୍ରୋଫିଲ ଗ୍ରାନ୍ୟୁଲ ଓ ସୁଡୋ-ପେଲଗେର-ହୁଏଟ ନ୍ୟୁକ୍ଲିଅସ (pseudo-Pelger-Huet nucleus) ଦେଖାଯାଉଛି । ପଏକିଲୋସାଇଟୋସିସ ବା ଅସାଧାରଣ ଆକାରର ଲୋହିତ ରକ୍ତ କଣିକା (abnormally shaped red blood cells) ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିHaematology, oncology
ଆଇସିଡ଼ି-୧୦D46.
ଆଇସିଡ଼ି-୯-ସିଏମ୍238.7
ଆଇସିଡ଼ି-ଓ9980/0-ଛାଞ୍ଚ:ICDO
ରୋଗ ଡାଟାବେସ8604
ଇ-ମେଡ଼ିସିନmed/2695 ped/1527
MeSHD009190
Orphanet52688

କେମୋଥେରାପି (chemotherapy), ରାଡିଏସନ ଥେରାପି (radiation therapy); କେତେକ ରାସାୟନିକ ଦ୍ରବ୍ୟ ସଂସ୍ପର୍ଶ ଯେପରିକି ଧୁମ୍ରପାନ, ପୋକମାରୀ (pesticides) ଓ ବେଞ୍ଜିନ (benzene); ଓଜନିଆ ଧାତୁ ଯେପରିକି ପାରଦସୀସା ଇତ୍ୟାଦି ସଂସ୍ପର୍ଶରେ ଆସିଲେ ଏହି ରୋଗ ସଙ୍କଟ ସୃଷ୍ଟି କରେ । ରକ୍ତ କୋଷ ତିଆରିରେ ସମସ୍ୟା ହେବା ଯୋଗୁ ଆନିମିଆ, ଥ୍ରୋମ୍ବୋସାଇଟୋପିନିଆ (low platelets) ଓ ଶ୍ୱେତ ରକ୍ତ କଣିକା ସଂଖ୍ୟା କମିଯାଏ । ଅଧିକ ବ୍ଲାସ୍ଟ ସେଲ ବା ଅପରିପକ୍ୱ ରକ୍ତ କୋଷ ଦେଖାଯାଏ । ରକ୍ତ କୋଷ ଓ ଅସ୍ଥି ମଜ୍ଜାର ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଅନୁସାରେ ରୋଗକୁ ଶ୍ରେଣୀ ଭୁକ୍ତ କରାଯାଏ । [୨]

ସାହାଯ୍ୟକାରୀ ଯତ୍ନ (supportive care), ଔଷଧ ଓ ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ (stem cell transplantation) ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ । ସାହାଯ୍ୟକାରୀ ଯତ୍ନ ମଧ୍ୟରେ ରକ୍ତ ଅନ୍ତର୍ଭରଣ (blood transfusions), ଲୋହିତ ରକ୍ତ କଣିକା ସଂଖ୍ୟା ବୃଦ୍ଧି ସ‌ହାୟକ ଔଷଧ ଓ ଆଣ୍ଟିବାୟୋଟିକ (antibiotic) ଦିଆଯାଏ । ଲେନାଲିଡୋମାଇଡ (lenalidomide), ଆଣ୍ଟିଥାଇମୋସାଇଟ ଗ୍ଲୋବ୍ୟୁଲିନ (antithymocyte globulin) ଓ ଆଜାସାଇଟିଡିନ (azacitidine) ଇତ୍ୟାଦି ଔଷଧ ଦେଇ ଚିକିତ୍ସା କରାଯାଏ । କେମୋଥେରାପି ଗ୍ରହଣ କରିବା ପରେ ସ୍ଟେମ ସେଲ ପ୍ରତିରୋପଣ ସାହାଯ୍ୟରେ କେତେକ ରୋଗୀ ଆରୋଗ୍ୟ ହେଉଛନ୍ତି । [୨]

ପ୍ରତିବର୍ଷ ୧୦୦,୦୦୦ ଲୋକରେ ୪ ଜଣ ଲୋକ ପ୍ରଥମ ଥର ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ରୋଗ ୭୦ ବର୍ଷ ବୟସ ବେଳକୁ ଆକ୍ରମଣ କରେ ।[୩] କିଭଳି କୋଷ ଆକ୍ରାନ୍ତ ହୋଇଛନ୍ତି, ଅସ୍ଥିମଜ୍ଜାରେ ବ୍ଲାସ୍ଟ ସେଲ ପରିମାଣ ଓ ଆକ୍ରାନ୍ତ କୋଷରେ କ୍ରମୋଜୋମର ପରିବର୍ତ୍ତନ ଉପରେ ଫଳାଫଳ ନିର୍ଭର କରେ । [୨] ରୋଗ ନିର୍ଣ୍ଣୟ ପରେ ପରମାୟୁ ପ୍ରାୟ ୨.୫ ବର୍ଷ ବାକି ରହେ । [୩] ୧୯୦୦ ଶତାବ୍ଦୀର ପ୍ରାରମ୍ଭରେ ଏହି ରୋଗ ଚିହ୍ନଟ ହୋଇଥିଲା । ପ୍ରଚଳିତ ରୋଗ ନାମ ସନ ୧୯୭୬ରେ ପ୍ରଥମେ ବ୍ୟବ‌ହୃତ ହୋଇଥିଲା । [୪]

ଆଧାର ସମ୍ପାଦନା

  1. "Myelodysplasia". SEER. Retrieved 27 October 2016.
  2. ୨.୦ ୨.୧ ୨.୨ ୨.୩ "Myelodysplastic Syndromes Treatment (PDQ®)–Patient Version". NCI. 12 August 2015. Archived from the original on 5 October 2016. Retrieved 27 October 2016.
  3. ୩.୦ ୩.୧ Germing, U; Kobbe, G; Haas, R; Gattermann, N (15 November 2013). "Myelodysplastic syndromes: diagnosis, prognosis, and treatment". Deutsches Arzteblatt international. 110 (46): 783–90. PMID 24300826.
  4. Hong, Waun Ki; Holland, James F. (2010). Holland-Frei Cancer Medicine 8 (in ଇଂରାଜୀ) (8 ed.). PMPH-USA. p. 1544. ISBN 9781607950141.