ମାୟାଧର ମାନସିଂହ

ଭାରତୀୟ ଓଡ଼ିଆ-ଭାଷୀ କବି ଓ ଲେଖକ

ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟରକାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍‌ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।

ପ୍ରେମିକ କବି

ମାୟାଧର ମାନସିଂହ
ମାୟାଧର ମାନସିଂହ
ଜନ୍ମ ଓ ଜନ୍ମସ୍ଥାନ(1905-11-13)୧୩ ନଭେମ୍ବର ୧୯୦୫
ନନ୍ଦଳା, ଜିଲ୍ଲା ପୁରୀ, ଓଡ଼ିଶା
ମୃତ୍ୟୁ୧୧ ଅକ୍ଟୋବର ୧୯୭୩(1973-10-11) (ବୟସ ୬୭)
କଟକ, ଓଡ଼ିଶା, ଭାରତ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାପି. ଏଚ. ଡି (ଇଂରାଜୀ)
ସାହିତ୍ୟ କୃତି'କୋଣାର୍କ'
'ଏଇ ସହକାର ତଳେ'
ପୁରସ୍କାରପଦ୍ମଶ୍ରୀ
ଜୀବନସାଥୀହେମଲତା ମାନସିଂହ[୧]
ସନ୍ତାନଲଳିତ, ଲଲାଟେନ୍ଦୁ, ଲାବଣ୍ୟେନ୍ଦୁ ଓ ନିବେଦିତା

ପ୍ରାରମ୍ଭିକ ଜୀବନ ସମ୍ପାଦନା

ପରିବାର ସମ୍ପାଦନା

ମାୟାଧର ମାନସିଂହ ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ ନନ୍ଦଳା ଗ୍ରାମରେ ୧୯୦୫ ମସିହା ନଭେମ୍ବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ଲେଖିକା ଓ କବି ହେମଲତା ମାନସିଂହଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଚାରିଜଣ ସନ୍ତାନ ଲଳିତ, ଲଲାଟେନ୍ଦୁ, ଲାବଣ୍ୟେନ୍ଦୁ ଓ ନିବେଦିତା ଅଛନ୍ତି । ଖ୍ୟାତନାମା ଓଡ଼ିଶୀ ନୃତ୍ୟଗୁରୁ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।

ଶିକ୍ଷା ସମ୍ପାଦନା

ସେ ରେଭେନ୍ସା ମହାବିଦ୍ୟାଳୟ ବି.ଏ. ପାଠ୍ୟକ୍ରମ ସାରିବାପରେ ପାଟଣା ବିଶ୍ୱବିଦ୍ୟାଳୟରୁ ଏମ.ଏ. ପାସ କରିଥିଲେ ।[୨] ଇଂଲଣ୍ଡର ଡରହାମ ବିଶ୍ୱବିଦ୍ୟାଳୟରେ ସେକ୍ସପିୟରକାଳିଦାସଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି. ଉପାଧି ଲାଭ କରିଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ଡକ୍ଟରେଟ ଉପାଧିଧାରୀ ।[୩]

ରଚନାବଳୀ ସମ୍ପାଦନା

ମାୟାଧର ମାନସିଂହ ଜଣେ ଓଡ଼ିଆ କବି ଭାବେ ସୁପରିଚିତ । ତେବେ ସେ ଅନେକ ପ୍ରବନ୍ଧ ଓ ଅନ୍ୟାନ୍ୟ ଗଦ୍ୟ ସାହିତ୍ୟ ରଚନା କରିଛନ୍ତି । ତାଙ୍କର ଜଣାଶୁଣା ପ୍ରବନ୍ଧ ପୁସ୍ତକ ମଧ୍ୟରେ "ଜୀବନ ପଥ", "ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ", "ଓଡ଼ିଆ ସମାଜ ଓ ସାହିତ୍ୟ" ପ୍ରଭୃତି ଅନ୍ୟତମ । ତାଙ୍କ ରଚନାରେ ସାଧାରଣ ଜନଜୀବନର ସମସ୍ୟା, ସମାଜ, ସସ୍କୃତି ଇତ୍ୟାଦି ବର୍ଣ୍ଣିତ ।[୪]

କବିତା ସଙ୍କଳନ[୫] ସମ୍ପାଦନା

ଏଇ ସହକାର ତଳେ,
ସେଦିନ ପ୍ରିୟାର କରକଙ୍କଣ ଭିଡ଼ିଥିଲା ମୋର ଗଳେ
ଚାନ୍ଦିନୀ ରାତି ଉଠିଥିଲା ମାତି

ମଳୟ ପରଶ ପାଇ
ବନପକ୍ଷୀ ଦୂରେ କରୁଣ ମଧୁରେ
ଯାଉଥିଲା ଅବା ଗାଇ
ଜ୍ୟୋତ୍ସ୍ନା ଓ ଛାୟା ରଚିଥିଲା ମାୟା
ଚିତ୍ର ଏ ତରୁତଳେ
ସହଚରୀ ମୋର ପ୍ରଣୟ ବିଭୋର

ଭିଡ଼ିଥିଲା ମୋର ଗଳେ
ଏଇ ସହକାର ତଳେ

  • ଧୁପ
  • ସାଧବ ଝିଅ
  • ହେମଶସ୍ୟ
  • ପଲ୍ଲୀସନ୍ଧ୍ୟା
  • ମହାନଦୀରେ ଜ୍ୟୋତ୍ସ୍ନା ବିହାର
  • ଦହନ ସୁଖ
  • ରୂପଦେବତା
  • କୋଣାର୍କ


  • ଦୂରେ ରହ

ପ୍ରବନ୍ଧ ସମ୍ପାଦନା

ଅନୁବାଦ ସମ୍ପାଦନା

ସେ "ସେକ୍ସପିଅର"ଙ୍କ ଲିଖିତ "'Othello"ର ଓଡ଼ିଆରେ ରୂପାନ୍ତର କରିଥିଲେ ।[୭]

ଅନ୍ୟାନ୍ୟ ସମ୍ପାଦନା

  • ପଶ୍ଚିମ ପଥିକ (ଭ୍ରମଣ କାହାଣୀ)
  • କବି ଓ କବିତା (ସମାଲୋଚନା ପ୍ରବନ୍ଧ ସଂକଳନ)
  • କମଳାୟନ (କାବ୍ୟ)
  • ସାହିତ୍ୟ ଓ ସମାଜ
  • ମାଟିର ମହାକବି ସାରଳା ଦାସ
  • ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ
  • ଜୀବନପଥ
  • ଜୀବନୀ ଓ ପ୍ରବନ୍ଧ
  • ଶିକ୍ଷାର କିଏ, କଣ, କାହିଁକି
  • ଶିକ୍ଷାବିତ୍‌ର ଗାଥା (ଆତ୍ମଜୀବନୀ)
  • ସରସ୍ୱତୀ ଫକୀର ମୋହନ
  • ରାଜ କବି(ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ ଆଧାରିତ ନାଟକ)

ଆଧାର ସମ୍ପାଦନା

  1. "MANASINGHA : LIFE AND PERSONALITY" (PDF). Orissa Review (Sept-Oct 2017): 100. Retrieved 28 January 2019.
  2. "A poet and a patriot". The Hindu. Retrieved 30 September 2014.
  3. Mansingh, Lalit. "Welcome to Muse India". museindia.com. Archived from the original on 1 August 2013. Retrieved 29 June 2013. He returned from England with a doctorate in English Literature – the first doctorate earned in the State of Orissa
  4. * ଓଡ଼ିଆ ସାହିତ୍ୟର ଇତିହାସ, ଡକ୍ଟର ବାଉରୀବନ୍ଧୁ କର, (୧୯୮୯)
  5. Patanaik, Bibekananda. "Odia Premika Kabi(Lover Poet) : Mayadhar Mansingh". eOdisha. Archived from the original on 22 October 2014. Retrieved 30 September 2014.
  6. Mansingha,Mayadhar (1962) History of Odia literature Sahitya Akademi, New Delhi
  7. Changing the Terms, Translating in the Postcolonial Era Archived 2011-08-27 at the Wayback Machine.. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 77