ମାଲେସିଆ ଏୟାରଲାଇନ୍ସ ବିମାନ ଏମଏଚ୩୭୦

ଭାରତ ମହାସାଗରରେ ମିଶିଛି ମାଲେସିଆ ବିମାନ ଏମଏଚ ୩୭୦ । ଏ ନେଇ ସମଗ୍ର ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଘୋଷଣା କରିଛନ୍ତି ମାଲେସିଆ ପ୍ରଧାନମନ୍ରୀ ନଜିବ ରଜାକ । ବିମାନର ଧ୍ୱଂସାବଶେଷ ଅଷ୍ଟ୍ରେଲିଆ ପର୍ଥ ଉପକୂଳର ଦକ୍ଷିଣ ଭାରତ ମହାସାଗରରେ ଠାବ ହେବା ପରେ ଦୁର୍ଘଟଣା ହୋଇଥିବା ନେଇ ମାଲେସିଆ ସରକାର ଆନୁଷ୍ଠାନିକ ଘୋଷଣା କରାଯାଇଛି । ବିମାନର ଧ୍ୱଂସାବଶେଷ ଅଷ୍ଟ୍ରେଲିଆ ପର୍ଥ ଉପକୂଳର ଦକ୍ଷିଣ ଭାରତ ମହାସାଗରରେ ଠାବ ହେବା ପରେ ଦୁର୍ଘଟଣା ହୋଇଥିବା ନେଇ ମାଲେସିଆ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ଏଥିସହ ଦୀର୍ଘ ୨ ସପ୍ତାହର ସମସ୍ତ ଅପେକ୍ଷା,ଆଶା ଓ ଆଶଙ୍କାର ଅନ୍ତ ଘଟିଛି ।

ମାଲେସିଆ ବିମାନ ଏମଏଚ୩୭୦
ନିଖୋଜ ବିମାନ, ମାଲେସିଆ ଏୟାରଲାଇନ୍ସ ବିମାନ ଏମଏଚ୩୭୦, ୨୦୧୧ର ଛବି
Incident summary
ତାରିଖ୮ ମାର୍ଚ୍ଚ ୨୦୧୪
ସାରକଥାନିଖୋଜ
ସ୍ଥାନଦକ୍ଷିଣ ଭାରତ ମହାସାଗର (ଅନୁମାନ)
ଯାତ୍ରୀ୨୨୭
କର୍ମଚାରୀ୧୨
Aircraft typeବୋଇଙ୍ଗ ୭୭୭-୨୦୦ଇଆର
ସଞ୍ଚାଳକମାଲେସିଆ ଏଆରଲାଇନ
ପଞ୍ଜିକରଣ ସଂଖ୍ୟା9M-MRO
ଆରମ୍ଭ ସ୍ଥାନକୁଆଲା ଲୁମ୍ପୁର ଆନ୍ତର୍ଜାତୀୟ ବିମାନ ବନ୍ଦର
ଗନ୍ତବ୍ୟ ସ୍ଥାନବେଇଜିଙ୍ଗ କ୍ୟାପିଟାଲ ଆନ୍ତର୍ଜାତୀୟ ବିମାନ ବନ୍ଦର

ବିମାନରେ ଥିବା ସମସ୍ତ ୨୩୯ ଜଣ ଯାତ୍ରୀ ଓ କର୍ମଚାରୀ ମଧ୍ୟ ପ୍ରାଣ ହରାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ରଜାକ ଘୋଷଣା କରିଥିଲେ । ଏହି ଦୁଃଖଦ ଖବର ମିଳିବାପରେ ଯାତ୍ରୀ ଓ ପରିବାରବର୍ଗଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା ।

ଘଟଣାକ୍ରମରେ ସମ୍ପାଦନା

ମାର୍ଚ୍ଚ ମାସ ୮ତାରିଖ ଶୁକ୍ରବାର ଦିନ ରାତି ୧୨ଟା ୨୧ ମିନିଟରେ ମାଲେସିଆର ବିମାନ ଏମଏଚ ୩୭୦ କୁଆଲାଲାମ୍ପୁରରୁ ବେଜିଂ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । ବେଜିଂ ବିମାନବନ୍ଦରରେ ଏହା ସକାଳ ୬ଟାରେ ପହଂଚିବାର ଥିଲା । ଏହି ବିମାନରେ ପାଇଲଟ ଓ କର୍ମଚାରୀଙ୍କୁ ମିଶାଇ ୨୩୯ଜଣ ଯାତ୍ରୀ ଥିଲେ । ଯାତ୍ରୀଙ୍କ ମଧ୍ୟରୁ ୧୫୩ ଜଣ ଥିଲେ ଚୀନର ନାଗରିକ । ବାକି ମାଲେସିଆ, ଆମେରିକା, ରଷିଆ, କାନାଡା, ନ୍ୟୁଜିଲାଣ୍ଡ, ଭାରତ, ନେଦରଲାଣ୍ଡ, ଇଟାଲୀ ଓ ୟୁକ୍ରେନର ବହୁ ନାଗରିକ ଯାତ୍ରା କରୁଥିଲେ । ପ୍ରାୟ ୧ ଘଣ୍ଟାକାଳ ଉଡାଣ କରିବା ପରେ ବିମାନଟିର କୁଆଲାଲାମ୍ପୁର ବିମାନବନ୍ଦର ସହ ରେଡିଓ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ପରେ ବିମାନବନ୍ଦରର କର୍ମକର୍ତାମାନେ ବିମାନ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ହୋଇ ପାରିନଥିଲା । ଆଖପାଖ ବିମାନବନ୍ଦରର ରାଡାର ମଧ୍ୟ ବିମାନର ଗତିବିଧିକୁ ନେଇ କୈାଣସି ସୂଚନା ପାଇନଥିଲେ । ବିମାନଟି ରହସ୍ୟଜନକ ଭାବରେ ନିଖୋଜ ହୋଇଯାଇଥିଲା ।

ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଅପରେସନ-
ନିଖୋଜ ମାଲେସିଆ ବିମାନ ଏମଏଚ ୩୭୦କୁ ଠାବ କରିବା ପାଇଁ ଆରମ୍ଭ ହେଲା ବିଶ୍ୱର ସବୁଠାରୁ ବଡ଼ ସଚ୍ର୍ଚ ଅପରେସନ । ୨୬ଟି ଦେଶର ଅନୁସନ୍ଧାନକାରୀ ଦଳ ନିଖୋଜ ବିମାନର ସନ୍ଧାନରେ ଲାଗି ପଡ଼ିଥିଲେ । ତାଙ୍କ ସହ ସାମିଲ ହୋଇଥିଲେ ଅତ୍ୟାଧୁନିକ ଓ ଉଚ୍ଚ କ୍ଷମତାଯୁକ୍ତ ଜାହାଜ, ଅନୁସନ୍ଧାନୀ ବିମାନ ଓ ଉପଗ୍ରହ । ହେଲେ ବିମାନ ନିଖୋଜର ଦୁଇ ସପ୍ତାହ ପଯ୍ର୍ୟନ୍ତ କୈାଣସି ଟେର ପାଇନଥିଲେ ଅନୁସନ୍ଧାନକାରୀ ଦଳ ଆମେରିକା, ଜାପାନ, ଚୀନ, ରଷିଆ, ଅଷ୍ଟ୍ରେଲିଆ ଓ ଭାରତ ସମେତ ୨୬ଟି ଦେଶର ୩୨ଟି ବିମାନ ଓ ୪୦ଟି ଜାହାଜ ବିମାନକୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସେହିପରି ସମୁଦ୍ର ଭିତରେ ରହିଥିବା ଜିନିଷକୁ ଠାବ କରିବା ପାଇଁ ବ୍ୟବହୃତ ସୋନାର କ୍ଷମତାସଂପନ୍ନ ବିମାନକୁ ଆମେରିକା ସନ୍ଧାନ କାର୍ଯ୍ୟରେ ଲଗାଇଥିଲା । ଏହି ଦେଶର ଅତିଶକ୍ତିଶାଳୀ ଉପଗ୍ରହମାନେ ମଧ୍ୟ ପ୍ରତିମୂହୁର୍ତରେ ବିମାନ ଠାବ ପାଇଁ ଚେଷ୍ଟା ଚଳାଇଥିଲେ ।

ବିମାନରେ ଥିଲେ ୫ ଭାରତୀୟ ଯାତ୍ରୀ ସମ୍ପାଦନା

ମାଲେସିଆ ବିମାନରେ ଥିବା ୨୩୯ଜଣ ମଧ୍ୟରୁ ୫ଜଣ ଭାରତୀୟ ଯାତ୍ରୀ ଥିଲେ । ଏହି ୫ଜଣ ଭାରତୀୟ ଯାତ୍ରୀଙ୍କ ନାମ ହେଲା ଚନ୍ଦ୍ରିକା ଶର୍ମା, ଚେତନା କୋଲେକାର, ସ୍ୱାନନ୍ଦ କୋଲେକାର, ସୁରେଶ କୋଲେକାର ଓ ପ୍ରହ୍ଲାଦ ଶ୍ରେଷ୍ଠା ।

ଶେଷ ବାର୍ତା ଅଲ ରାଇଟ ଗୁଡ ନାଇଟ ସମ୍ପାଦନା

ବିମାନ ଉଡାଣ ଆରମ୍ଭ କରିବାର ପ୍ରାୟ ୧ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡାଣ କରିଥିଲା । ତେବେ ବିମାନ ନିଖୋଜ ହେବାର ପୂର୍ବରୁ କକପିଟରୁ “ଅଲ ରାଇଟ ଗୁଡ ନାଇଟ” ମେସେଜ ଆସିଥିଲା ବୋଲି ମାଲେସିଆ ସେନାମୁଖ୍ୟ ସୂଚନା ଦେଇଥିଲେ ।

ଦୁର୍ଘଟଣା ନା ଅପହରଣ ସମ୍ପାଦନା

ମାଲେସିଆ ବିମାନ ନିଖୋଜକୁ ନେଇ ମାଲେସିଆ ସରକାର ଦୁର୍ଘଟଣା ହୋଇଛି ବୋଲି ସ୍ପଷ୍ଟୀକରଣ ଦେଇ ଥିଲେ ବି ଏବେ ବି ସଂପୂର୍ଣ୍ଣ ଘଟଣା ଉପରୁ ପରଦା ଉଠିନି । ବିଭିନ୍ନ ଦେଶର ଉପଗ୍ରହଦ୍ୱାରା ଉତୋଳନ ହୋଇଥିବା ଚିତ୍ରକୁ ଆଧାର କରି ମାଲେସିଆ ସରକାର ନିଖୋଜ ବିମାନ ଦୁର୍ଘଟଣା ହୋଇଛି ବୋଲି ଘୋଷଣା କରିଥିଲେ ବି ଏ ପଯ୍ର୍ୟନ୍ତ ବିମାନର ଭଗ୍ନାବଶେଷ ଉଦ୍ଧାର କରାଯାଇ ପାରିନାହିଁ । ସେହିପରି ପୂର୍ବରୁ ଅନ୍ୟ କେତେକ ରିପୋର୍ଟରେ ବିମାନ ଅପହରଣ ହୋଇଥିବାର ମଧ୍ୟ ପ୍ରକାଶ କରାଯାଇଛି । ଚୀନର ଏକ ଗଣମାଧ୍ୟମ କେତେକ ବିମାନଯାତ୍ରୀଙ୍କ ମୋବାଇଲ ଫୋନ ରିଙ୍ଗ ହେଉଥିବାର ପ୍ରକାଶ କରିଥିଲେ । ତେବେ ଏହା ଗୁଜବ ବୋଲି ମାଲେସିଆ ସରକାର ପୂର୍ବରୁ କହିଥିଲେ । ସେହିପରି ଚୋରା ପାସପୋର୍ଟ ନେଇ ଯାତ୍ରା କରିଥିବା ଦୁଇ ଇରାନୀ ନାଗରିକଙ୍କ ଆତଙ୍କବାଦୀ ସଂପୃକ୍ତିକୁ ନେଇ ମଧ୍ୟ ପୂର୍ବରୁ ଚର୍ଚ୍ଚା ହେଉଥିଲା ଓ ସେମାନେ ବିମାନକୁ ଅପହରଣ କରିଥାଇ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଅନ୍ତର୍ଜାଜାତୀୟ ପୁଲିସ ସଂଗଠନର ମହାନିର୍ଦ୍ଦେଶକ ରିଚାର୍ଡ କେ ନବଲ ଏହି ରିପୋର୍ଟ କୈାଣସି ସତ୍ୟତା ନାହିଁ ବୋଲି କହିଛନ୍ତି ।

ଶେଷରେ ଠାବ ହେଲା ବିମାନ ସମ୍ପାଦନା

ଗତ ମାର୍ଚ୍ଚ ୮ତାରିଖରୁ ଚାଲିଥିବା ସର୍ଚ୍ଚ ଅପରେସନର ପରେ ମାଲେସିଆ ସରକାର ନିଖୋଜ ବିମାନ ଏମଏଚ୩୭୦ ଠାବ ହୋଇଥିବା ନେଇ ଘୋଷଣା କରିଛନ୍ତି । ଏଥିସହ ଦୁଇ ସପ୍ତାହ ଧରି ଚାଲିଥିବା ଆଶା ଓ ଆଶଙ୍କା ଶେଷ ହୋଇଛି । ପ୍ରଥମେ ଅଷ୍ଟ୍ରେଲିଆ ଓ ପରେ ଚୀନ ଉପଗ୍ରହ ବିମାନର ଭଗ୍ନାବଶେଷକୁ ଠାବ କରିଥିଲେ । ପରେ ‘ଫ୍ରାନ୍ସ ମଧ୍ୟ ନିଖୋଜ ବିମାନକୁ ଠାବ କରିଥିଲା । ବିଭିନ୍ନ ଦେଶର ଉପଗ୍ରହ ‘ଫଟୋ ଓ ତଥ୍ୟପ୍ରମାଣକୁ ଭିତି କରି ବିମାନ ସହ ବିମାନରେ ଯାତ୍ରା କରୁଥିବା ଯାତ୍ରୀ ଓ କର୍ମଚାରୀମାନେ ମଧ୍ୟ ଭାରତ ମହାସାଗରର ଗର୍ଭରେ ବିଲୀନ ହୋଇଯାଇଛନ୍ତି ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ କହିଛନ୍ତି ।

ବିଶ୍ୱର କେତେକ ପ୍ରମୁଖ ବିମାନ ଦୁର୍ଘଟଣା ସମ୍ପାଦନା

ବିଶ୍ୱର ପ୍ରଥମ ବିମାନ ଦୁର୍ଘଟଣା ସମ୍ପାଦନା

୧୯୦୩ ମସିହାରେ ପ୍ରଥମେ ରାଇଟ ବ୍ରଦର୍ସଙ୍କଦ୍ୱାରା ଉଦ୍ଭାବିତ ପ୍ରଥମ ବିମାନ ଡିସେମ୍ବର ୧୭ରେ ପ୍ରଥମ ଥର ପାଇଁ ୧୨ ସେକେଣ୍ଡ ଉଡିଥିଲା । ପରେ ୧୯୦୮ ସେପ୍ଝେମ୍ବର ୧୭ତାରିଖରେ ଏହି ବିମାନର ପରୀକ୍ଷଣ ବେଳେ ଯାନ୍ରିକ ତ୍ରୁଟି ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଲେଫଟନାଣ୍ଟ ଥୋମାସଙ୍କର ମୃତ୍ୟୁ ହୋଇଥିଲା ଓ ଓରଭିଲ ରାଇଟ ଗୁରୁତର ଆହତ ହୋଇଥିଲେ । ଏହି ଦୁର୍ଘଟଣା ବିଶ୍ୱର ପ୍ରଥମ ବିମାନ ଦୁର୍ଘଟଣା

ଡେଲଟା ଏୟାରଲାଇନ ‘ଫ୍ଲାଇଟ ୧୯୧ ଦୁର୍ଘଟଣା ସମ୍ପାଦନା

୧୯୮୫ ମସିହା ଅଗଷ୍ଟ ୨ ତାରିଖରେ ଡେଲଟା ଏୟାରଲାଇନ ‘ଫ୍ଲାଇଟ ୧୯୧ ଉଡାଣ କରୁଥିବା ବେଳେ ୮୦୦‘ଫୁଟ ଉଚ୍ଚରେ ଏକ ବିସ୍ପୋରଣ ଘଟି ତଳକୁ ଖସିପଡ଼ିଥିଲା । ଏଥିରେ ୧୩୭ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ସବୁଠୁ ଭୟଙ୍କର ବିମାନ ଦୁର୍ଘଟଣା ସମ୍ପାଦନା

ସ୍ପେନର ଟେନେରି‘ ବିମାନବନ୍ଦରରେ,୨୭ ମାର୍ଚ୍ଚ ୧୯୭୭ମସିହାରେ ଆମେରିକାର ଲସଆଂଜେଲେସର ପାନ ଆମେରିକାନ ଏୟାର ୭୪୭-୧୨୧,ନେଦରଲ୍ୟାଣ୍ଡର ଆମଷ୍ଟରଡାମ କେଏଲଏମ୭୪୭-୨୦୬ରେ ବାଡେଇ ହୋଇଯିବାରୁ ୫୮୩ ଜଣ ଯାତ୍ରୀଙ୍କର ପ୍ରାଣହାନି ହୋଇଥିଲା ।

ଆଧାର ସମ୍ପାଦନା

  • Associated Press (24 March 2014). "Grief, anger and more questions after Malaysia declares Flight 370 crashed". CBS News. Retrieved 24 March 2014.ସାପ୍ତାହିକ ସମୟ,ମାର୍ଚ୍ଚ ୨୩ ତାରିଖରେ ପ୍ରକାଶିତ ତଥ୍ୟ ଅନୁସାରେ ।