ମାର୍ଭେଲ

ମାର୍ଭେଲ କମ୍ପାନୀ ଟି Marvel worldwide inc ନାମ ରେ ନାମିତ

ମାର୍ଭେଲ କମ୍ପାନୀଟି Marvel worldwide inc ନାମରେ ନାମିତ,ଏହା ୧୯୬୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ମାର୍ଭେଲ ହାସ୍ୟକର ସଙ୍ଗଠନ ଗୋଟିଏ ଆମେରିକାର ହାସ୍ୟକର ଏବଂ ଏହା ସମ୍ପର୍କିତ ମାଧ୍ୟମର ଏକ ପୁସ୍ତକ। ଏହାପରେ ୨୦୦୯ ରେWalt Disney କମ୍ପାନୀ ବିଶ୍ୱର ସବୁ ମୁଖ୍ୟ ମାର୍ଭେଲ କମ୍ପାନୀକୁ ଅଧିକୃତ କଲା।ମାର୍ଭେଲ ୧୯୩୯ ମସିହାରେ ଗୋଟେ ସମୟୋଚିତ ପ୍ରକାଶନTimely publication ରୂପରେ ଆରମ୍ଭ ହେଲା ଏବଂ ପରବର୍ତ୍ତୀ ସମୟରେ ଏହା ୧୯୫୦ରେ Atlas comics ନାମରେ ପରିଣତ ହେଲା। ୧୯୬୧ ମସିହାରେ ମାର୍ଭେଲ ତାର ଆଧୁନିକ ଜଗତରେ ପଦାର୍ପଣ କରିଥିଲା ଯେତେବେଳେ ସେ ତାର ପ୍ରଥମ ଆଧୁନିକ ଚଳଚ୍ଚିତ୍ର ଫାଣ୍ଟାଷ୍ଟିକ୍ ଫୋର ମୁକ୍ତିଲାଭ କଲା।ଏହାଛଡା ସେ ଅନେକ କାଳ୍ପନିକ ସୁପେରହିରୋମାନଙ୍କ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିଥିଲା ଯେଉଁଗୁଡିକ ଷ୍ଟିଭ୍ ଡ଼ିଟ୍କୋ,ଷ୍ଟାନ୍ ଲି, ଜ୍ୟାକ କୀର୍ବୀଙ୍କଦ୍ୱାରା ଲିଖିତ। ମାର୍ଭେଲର ପ୍ରସିଦ୍ଧ ବୀରଗୁଡ଼ିକ ହେଲେ ଆଇରନ ମ୍ୟାନ, ସୁପର ମ୍ୟାନ, ଆଂଟ୍ ମ୍ୟାନ, ଡେଡ଼ପୁଲ, ଥର, ହଲକ୍,ଓଲ୍ଭରିନ, କ୍ୟାପ୍ଟେନ ଆମେରିକା ଏବଂ ସୁପେରହିରୋ ମାନଙ୍କ ଗୋଷ୍ଠୀଗୁଡ଼ିକ ହେଲା ଅଭେଞ୍ଜର୍ସ, ଏକ୍ସ-ମେନ, ଗାରଡିଆନ ଅଫ ଦି ଗ୍ୟାଲାକ୍ସି,ଫାଣ୍ଟାଷ୍ଟିକ୍ ଫୋର। ମାର୍ଭେଲର ମୁଖ୍ୟ ଖଳନାୟକ ଚରିତ୍ରଗୁଡ଼ିକ ହେଲେ ଡକ୍ଟର ଡ୍ରୁମ, ଗ୍ରୀନ ଗୋବ୍ଲିନ, ଡକ୍ଟର ଅକ୍ଟୋପ୍ସ, ଦି ଏନଚଁଟ୍ରେସ, ଥାନୋସ,ଅଲଟ୍ରନ୍, ଲୋକୀ, ମାଗ୍ନେଟୋ ଇତ୍ୟାଦି।ଅଧିକାଂଶ ମାର୍ଭେଲ ଚଳଚ୍ଚିତ୍ର ଗୋଟିଏ କାଳ୍ପନିକ ଦୁନିଆରେ ହିଁ ସୃଷ୍ଟି ହୁଏ ଯାହା କି ମାର୍ଭେଲ ଜଗତ ନାମରେ ଜଣାଯାଏ, ଯାହାକି ବାସ୍ତବ ଦୁନିଆର ପ୍ରତିବିମ୍ବ ସଦୃଶ। ସ୍ପଇଡର ମ୍ୟାନ, ଦି ଅଭେଞ୍ଜରସ,ଦି ଫାଣ୍ଟାଷ୍ଟିକ୍ ଫୋର, ଡକ୍ଟର ସ୍ଟ୍ରେଞ୍ଜ ପରି ଚରିତ୍ରଗୁଡ଼ିକ ନିଉୟର୍କ ସହର ଉପରେ ଆଧାରିତ।[୧][୨] ଏକ୍ସ-ମେନ ପରି ଚଳଚ୍ଚିତ୍ର ମଧ୍ୟ ଐତିହାସିକ ରୂପେ ନିଉୟର୍କ ସହରର ସାଲେମ୍ କେନ୍ଦ୍ର ସହ ଜଡ଼ିତ। ଏବଂ ହଲକ୍ର କାହାଣୀ ମଧ୍ୟ ଦକ୍ଷିଣ-ପଶ୍ଚିମ ଆମେରିକାରେ ଆରମ୍ଭ ହୋଇଥିଲା। [୩]ସମ୍ପୂର୍ଣ୍ଣ ରୂପେ କହୁବାକୁ ଗଲେ ମାର୍ଭେଲର ସବୁ ଚରିତ୍ର ନିଉୟର୍କ ସହର ସହ ଜଡ଼ିତ।

ମାର୍ଭେଲ
ମୁଳ କମ୍ପାନୀMarvel Entertainment, LLC
(The Walt Disney Company)
ସ୍ଥିତିActive
ସ୍ଥାପନାଅକ୍ଟୋବର 1939; ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । (1939-୧୦) (as Timely Comics)
ଆରମ୍ଭ ସ୍ଥାନUnited States
ମୁଖ୍ୟାଳୟ135 W. 50th Street, New York City
ମୁଖ୍ୟବ୍ୟକ୍ତି
ପ୍ରକାଶ ପ୍ରକାରComics/See List of Marvel Comics publications
ବିଭାବCrime, horror, mystery, romance, science fiction, war, Western
Imprintsimprint list
ମୁଖ୍ୟ ୱେବସାଇଟOfficial website Edit this at Wikidata

ସମୟୋଚିତ ପ୍ରକାଶନ(Timely Publication) ସମ୍ପାଦନା

ମର୍ଟିନି ଗୁଡ଼ମ୍ୟାନ ହେଉଛନ୍ତି ସମୟୋଚିତ ପ୍ରକାଶନ (Timely publication)ର ସ୍ଥାପକ। ସେ ୧୯୩୯ ମସିହାରେ ଏହାର ପ୍ରାରମ୍ଭ କରିଥିଲେ, ଯାହା କି ପରବର୍ତ୍ତୀ ସମୟରେ ମାର୍ଭେଲ କମିକ୍ସ ନାମରେ ଜଣାଗଲା। ମର୍ଟିନି ଗୁଡ଼ମ୍ୟାନ ଯିଏ କି pulp magazineର ପ୍ରଶାସକ ଥିଲେ, ସେ ପ୍ରଥମେ ୧୯୩୩ ମସିହାରେ ପାଶ୍ଚାତ୍ୟ pulpରେ ତାଙ୍କ ଲେଖା ଆରମ୍ଭ କରିଥିଲେ, ତାପରେ ସେ ଅଧିକ ଜନପ୍ରିୟ ହେଲା ପରେ ନୂଆ ମାଧ୍ୟମର ହାସ୍ୟକର ପୁସ୍ତକcomics book ପ୍ରକାଶନ କଲା। ସମୟୋଚିତ ପ୍ରକାଶନ(timely publication)ର ପ୍ରଥମ ପ୍ରକାଶନ ମାର୍ଭେଲ କମିକ୍ସ(Marvel comics) ସହିତ ପ୍ରଥମ ରୂପକୃତି ନେଇଥିଲା "ଦି ହ୍ୟୁମାନ ଟର୍ଚ୍ଚ" ଯିଏ କି କାର୍ଲ ବର୍ଗସ ଙ୍କର ଆଂଡ୍ରୋଏଡ଼ ସୁପରହିରୋଙ୍କ କାହାଣୀ ଏବଂ ଏହା ସହିତ ପ୍ରଥମ ରୂପକୃତି ନେଇଥିଲା ବିଲ୍ ଏଭେରେଟ ଙ୍କର ଖଳନାୟକ କାହାଣୀ "ସବ-ମରିନର"।ଏହିଗୁଡ଼ିକ ବହୁତ ଲୋକପ୍ରିୟ ହୋଇଥିଲା ଯେ ଗୋଟେ ମାସ ଭିତରେ ଏହାର ୯୦,୦୦୦ ନକଲ ବିକ୍ରି ହୋଇଥିଲା। ଯେତେବେଳେ ଏହାର ବହିଃ ପ୍ୟାକେଜ funny inc ନାମକ ଏକ କମିକ୍ସ ପୁସ୍ତକ ପ୍ୟାକେଜ ସଂସ୍ଥା ତିଆରି କଲା। ଉକ୍ତ ବର୍ଷଠାରୁ Timely publicationର ନିଜସ୍ୱ କର୍ମଚାରୀମାନଙ୍କୁ ନିଯୁକ୍ତ କଲା।କମ୍ପାନୀର ପ୍ରଥମ ସମ୍ପାଦକ, ଲେଖକ-କଳାକାର ଜୋ ସାଇମନ ଉଲ୍ଲେଖନୀୟ ଅଗ୍ରଗାମୀ ଶିଳ୍ପୀ ଜ୍ୟାକ କୀର୍ବୀଙ୍କ ସହ ମିଶିକି ୧୯୪୧ ମସିହାରେ ଦେଶପ୍ରେମ ବିଷୟବସ୍ତୁ ଉପରେ ଏକ ସୁପରହିରୋ କମିକ୍ସ ନିର୍ମାଣ କରିଥିଲେ, ଯାହାର ନାମ ଥିଲା captain amerika।ଏହି କମିକ୍ସଟି ଏତେ ମାତ୍ରରେ ଜନପ୍ରିୟ ହୋଇଥିଲା ଯେ ଏହା ସହସ୍ର ମାତ୍ରରେ ବିକ୍ରି ହେଲା। ଗୁଡ଼ମ୍ୟାନଙ୍କ କମିକ୍ସ କଭର "ଅପ୍ରେଲ-୧୯୪୧" ବା "ସ୍ପରିଙ୍ଗ-୧୯୪୧ ନାମରେ ଆରମ୍ଭ ହେଲା। ସେତେବେଳେ ଅନ୍ୟ Timely ଚରିତ୍ରଗୁଡ଼ିକ ଏତେ ଜନପ୍ରିୟ ହେଇନଥିଲା କିନ୍ତୁ କିଛି ଜନପ୍ରିୟ ସଫଳତା ଲାଭ କରିଥିବା ଚରିତ୍ରଗୁଡ଼ିକ ହେଲା recton,flashback,destroyer,miss amerika,the original vision,the angel ଯେଉଁଗୁଡ଼ିକ ଆଜିର ଦିନରେ ମଧ୍ୟ ଲୋକପ୍ରିୟ ହୋଇଛି। ଆହୁରି ମଧ୍ୟ timly ବ୍ୟାଙ୍ଗଚିତ୍ରକର ବେସିଲ ଉଓଲ୍ଭରଟ୍ରନ୍ ଙ୍କର ଉତମ ବ୍ୟଙ୍ଗ ଚିତ୍ର powerhouse peper ଏବଂ ଆହୁରି ମଧ୍ୟ ପିଲାମାନଙ୍କ ଅତିପ୍ରିୟ କୌତୁକିଆ ପଶୁପକ୍ଷୀଙ୍କ ହାସ୍ୟଚିତ୍ର କମିକ୍ସ super rabbit,silly seal ଏବଂ ziggy pig ଅନ୍ୟତମ। ୧୯୩୯ ମସିହାରେ ଗୁଡ଼ମ୍ୟାନ ତାଙ୍କ ପତ୍ନୀଙ୍କ ଭଉଣୀ ଷ୍ଟାନ୍ଲେ ଲିବରଙ୍କୁ ସାଧାରଣ ସହାୟିକା ରୂପେ ନିଯୁକ୍ତିଯେତେବେଳେ ସିଂମସନ ୧୯୪୧ମସିହାରେ କମ୍ପାନୀରୁ ଅବସର ନେଲେ ସେତେବେଳେ ଗୁଡ଼ମ୍ୟାନ ତାଙ୍କ ନାମକୁ ବଦଳାଇ ଷ୍ଟାନ୍ ଲୀ ରଖିଲେ ଏବଂ ତାଙ୍କୁ କମିକ୍ସ ଲାଇନର ମଧ୍ୟବର୍ତୀ ସମ୍ପାଦକ ଭାବେ ନିଯୁକ୍ତି ଦେଲେ।ସେ ତାଙ୍କର ଦ୍ୱିତୀୟ ବିଶ୍ୱଜୁଧ୍ୟର ମିଲିଟାରୀ ସମୟ ଭିତରେ ପ୍ରାୟ ୩ ବର୍ଷ ଏହି ପଦବୀରେ ନିଯୁକ୍ତି ହୋଇଥିଲେ।ସେ timly ପାଇଁ ବହୁତ ଗୁଡ଼ିଏ କମିକ୍ସ ଲେଖିଥିଲେ ଏବଂ ସମ୍ପ୍ରସାରିତ ଭାବେ ଅନେକ ଗୁଡ଼ିଏ କମିକ୍ସରେ ଅଂସଦାନ କରିଥିଲେ। ଗୁଡମ୍ୟାନଙ୍କ ବ୍ୟବସାୟ କହିଲେ ସେଇ ସବୁ କମିକ୍ସ ପୁସ୍ତକ ଏବଂ ବିଭିନ୍ନ ପ୍ରକାରର ମଗାଜିନି ତିଆରି କରିବା।ଯାହା କି ବିଭିନ୍ନ ସଂସ୍ଥାଦ୍ୱାରା ପ୍ରକାଶ ହଉଥିଲା କିନ୍ତୁ ସେଇ ସବୁକୁ ସେଇ ଗୋଟେ କମ୍ପାନୀ timely ଏବଂ ତାଙ୍କର ସେଇ ଷ୍ଟାଫ ତିଆରି କରୁଥିଲେ। ସେଇ ସବୁ ସଂସ୍ଥା ଭିତରୁ ମାର୍ଭେଲ କମିକ୍ସ ଥିଲା ଅନ୍ୟତମ

ଆଟଲାସ କମିକ୍ସ(Atlas comics) ସମ୍ପାଦନା

ଯ୍ୟୁଧ୍ୟ ପରେ ଆମେରିକାର କମିକ୍ସ ମାର୍କେଟରେ ସୁପରହିରୋମାନଙ୍କର ଫ୍ୟାଶନର ଚାହିଦା ହେଲା।ଏହା ପରେ ଗୁଡ଼ମ୍ୟାନ ଆହୁରି ବିଭିନ୍ନ ପ୍ରକାରର କମିକ୍ସ ବୋକ ସବୁ ତିଆରି କଲେ,ସେଗୁଡିକ ହେଲା ଭୌତିକ କାହାଣୀ,ଦୁଃସାହସିକ କାହାଣୀ,କୌତୁକିଆ କାହାଣୀ ଇତ୍ୟାଦି। ଜଙ୍ଗଲ ବୁକର ପ୍ରତିଷ୍ଠାତା ମଧ୍ୟ ସେ ଥିଲେ। ଏହାଛଡା ସେ ମଧ୍ୟ ଅନେକ କ୍ରୀଡ଼ା ସମ୍ପର୍କୀୟ କାହାଣୀ ମଧ୍ୟ ପ୍ରକାଶ କରିଥିଲେ।ପରବର୍ତ୍ତୀ ସମୟରେ ସେ ଆଟଲାସର ପ୍ରତୀକ(logo)କୁ ନିଜର କମିକ୍ସର ପ୍ରତୀକ(logo) ଭାବେ ରଖିଲେ।ଆଟଲାସ ଅସଫଳତା ଭାବେ ସବୁ ସୁପରହିରୋ କାହାଣୀକୁ ୧୯୫୩ରୁ ୧୯୫୪ର ମଧ୍ୟ ପର୍ଯ୍ୟନ୍ତ ଆଗେଇନେଲା, ସେହି ସବୁଗୁଡ଼ିକ ହେଲା ଦି ହୁମାନ ଟର୍ଚ୍ଚ(ସିଡ ଷୋର ,ଡିକ ଅୟର),ଦି ସବମାରିନର(ବିଲ୍ ଏବେରେଟ),କ୍ୟାପ୍ଟେନ ଆମେରିକା(ଷ୍ଟାନ୍ ଲୀ,ଜନ ରୋମିତା)। ଆଟଲାସ କିଛି ସଫଳତା କି ଜନପ୍ରିୟ ହୋଇପାଇଲାନାହିଁ। ଷ୍ଟାନ୍ ଲୀଙ୍କ ମତରେ, ଆଟଲାସ ଏହି ସମୟ ଭିତରେ ବହୁତ କଷ୍ଟରେ ଯାତ୍ରା କରିଥିଲା,କାରଣ ସେ ସବୁ କାମକୁ ସସ୍ଥାରେ,ଶିଘ୍ରତର ସହ ଏବଂ ନିମ୍ନ ମାନର ଗୁଣ ସହ ତିଆରି କରୁଥିଲା।

ମାର୍ଭେଲ କମିକ୍ସ ସମ୍ପାଦନା

ମାର୍ଭେଲର ପ୍ରଥମ ଆଧୁନିକ କମିକ୍ସ ପୁସ୍ତକ ଥିଲା ବିଜ୍ଞାନ ବିଷୟରେ ଯାହାର ନାମ ଠିକ "ଜର୍ନି ଇଂଟୁ ମିଷ୍ତ୍ରୀ" ଏବଂ "ଦି ଟିନ ହ୍ୟୁମର"। ତାପରେ ଡିସି କମିକ୍ସର ସଫଳତା ପରେ ସୁପେରହିରୋ ମାନଙ୍କୁ ପୁଣି ଥରେ ପୁନଃ ଜୀବନ ଦେବା ପାଇଁ ସେ ୧୯୫୦ ମସିହାରୁ ୧୯୬୦ ମସିହା ଭିତରେ "ଜଷ୍ଟିସ ଲିଗ୍ ଅଫ ଆମେରିକା" ନାମକ କମିକ୍ସ ତିଆରି କଲେ ଯେଉଁଥିରେ ଫ୍ଲାସ୍, ଗ୍ରୀନ ଲ୍ୟାଣ୍ଟର୍ନ ଏପରି ସୁପେରହିରୋ ଥିଲେ। ୧୯୬୧ରେ ଲେଖକ ସମ୍ପାଦକ ଷ୍ଟାନ୍ ଲୀ ମାର୍ଭେଲ କମିକ୍ସରେ କିଛି ପରିବର୍ତ୍ତନ କଲେ। ସେ ସୁପରହିରୋ ମାନଙ୍କୁ ଏକ ନୂତନ ବେଶଭୂଷା ଦେଲେ, ଯାହା ଫଳରେ ସବୁ କମିକ୍ସ ଗୁଡ଼ିକ କେବଳ ଛୋଟ ପିଲାଙ୍କ ମଧ୍ୟରେ ସୀମିତ ନରହି ଏହାକୁ ସବୁ ବୟସର ଲୋକ ମାନଙ୍କ ଦେଖିବା ଯୋଗ୍ୟ କଲେ। ଆଧୁନିକ ମାର୍ଭେଲର ପ୍ରଥମ ସୁପରହିରୋ ଟିମ୍ "ଦି ଫାଣ୍ଟାଷ୍ଟିକ ଫୋର(the fantastic four)"ର ତାରକାଗୁଡ଼ିକ ସେଇ ସମୟର ସବୁ କମିକ୍ସ ପୁସ୍ତକ ତିଆରି ସଂସ୍ଥା ମାନଙ୍କର ଜନପ୍ରିୟଠାରୁ ଅଧିକ ଜନପ୍ରିୟତା ହାସଲ କଲା। ଏହାସହିତ ମାର୍ଭେଲ କମିକ୍ସ ଏହିଭଳି କମିକ୍ସ ପୁସ୍ତକ ତିଆରି କରି ଏକ ନୂଆ କ୍ଷତି ଅର୍ଜନ କଲା ଏବଂ ଆଗଠାରୁ ତାର କମିକ୍ସ ପୁସ୍ତକକୁ ଅଧିକ ପ୍ରସାରିତ କଲା ଯାହା କି ନୂବପିଢୀର ସମାଜ ପ୍ରଶଂସା କରୁଥିଲା।ଏହି ଚିନ୍ତାଧାରାକୁ ସେ ବିଶେଷତଃ "ଦି ଅମେଜିଙ୍ଗ ସ୍ପଇଡର ମ୍ୟାନ" ନାମକ ଏକ ପୁସ୍ତକରେ ପ୍ରୟୋଗ କଲା ଯାହା କି ମାର୍ଭେଲର ସବୁଠୁ ସଫଳ କମିକ୍ସ ହେଲା। ଏହାର ଯୁବ ନାୟକ ଗୋଟିଏ ତରୁଣ ପରି ନିଜର ସମସ୍ୟାରେ ବୁଡି ରହିବା ସହ ପାରିବାରିକ ସମସ୍ୟାରେ ମଧ୍ୟ ବ୍ୟସ୍ତ ରହୁଥିଲା। ଦି ଫାଣ୍ଟାଷ୍ଟିକ ଫୋର କମିକ୍ସ ଟିର ବିଷୟ ବସ୍ତୁ ପୁରୁଣା ବିଜ୍ଞାନ କାହାଣୀ ଉପରେ ଆଧାରିତ ଥିଲା ତେଣୁ ଏହାକୁ ଅଧିକ ଜନପ୍ରିୟ କରିବା ପାଇଁ ଜ୍ୟାକ କୀର୍ବୀ ଏହି କାହାଣୀ ଟିରେ ଆହୁରି ଅଧିକ ନୂଆ ଧରଣର ବିଜ୍ଞାନସମ୍ମତ କାହାଣୀର ବ୍ୟବହାର କଲେ। ସେହି ପ୍ରକାରର କମିକ୍ସ ପୁସ୍ତକ ଗୁଡିକରେ ସୁପେରହିରୋ ମାନଙ୍କ ମଧ୍ୟରେ ଗୋଟେ ଖଳନାୟକ ଥିବ ଏବଂ ତା ସହିତ ସବୁବେଳେ ଝଗଡା ଲାଗୁଥିବ,ଏହିପରି କାହାଣୀ ହେବ ଫଳରେ ଏହା ଭବିଷ୍ୟତରେ ଏକ ନୂଆ ମୋଡ ନେବାର ସମ୍ଭାବନା ରହିଲା ।ଯାହାକି ମାର୍ଭେଲର ସଫଳତାର ରହସ୍ୟ ଥିଲା। ମାର୍ଭେଲର ଅନେକ ସୁପରହିରୋ ଚରିତ୍ରଗୁଡ଼ିକ ଖଳନାୟକ ଚରିତ୍ର ପରି ଲାଗୁଥିଲେ।ଯେମିତିକି ହଲକ୍ ଏବଂ ଥିଙ୍ଗ ସୁପେରହିରୋ ହେଲେ ମଧ୍ୟ ସେମାନେ ଖଳନାୟକ ପରି ଲାଗୁଥିଲେ।୧୯୬୫ ମସିହାରେ ସ୍ପଇଡର ମ୍ୟାନ ଏବଂ ହଲକ୍ ଦୁଇଜଣଙ୍କୁ ୨୮ଟି କଲେଜ ପରିସରର ସୁପରହିରୋ ତାଲିକା ଥିବା ପତ୍ରିକାରେ ଜନ ଏଫ୍ କେନେଡି ଏବଂ ବବ ଡାଇଲନଙ୍କ ସହ ରଖାଗଲା।୨୦୦୯ରେ ଜ୍ୟାକ ବଉଚର ଉଲ୍ଲେଖ କଲେ ଯେ ମାର୍ଭେଲ ଏବଂ ଡିସି କମିକ୍ସ ପରି କାହାଣୀଗୁଡ଼ିକ ପୁରୁଣା ବିରକ୍ତିକର କାହାଣୀ ପରି ଲାଗୁଛି। ଏହା ମାର୍ଭେଲକୁ ବ୍ରିଟିଶ ମାନଙ୍କ ତା ପ୍ରତି ଯୁଦ୍ଧ ଘୋଷଣା କଲାପରି ଲାଗିଲା। ସ୍ପଇଡର ମ୍ୟାନ,ଫାଣ୍ଟାଷ୍ଟିକ ଫୋର ସହିତ ମାର୍ଭେଲ ଆହୁରି ଥରେ ସୁପେରହିରୋ ମାନଙ୍କ କାହାଣୀ ପ୍ରକାଶ କଲା ଯେଉଁଗୁଡ଼ିକ ହେଲା ହଲକ୍,ଥର,ଆଇରନ ମ୍ୟାନ,ଆଂଟ୍ ମ୍ୟାନ, ଡେୟାର ଡେଭିଲ,ଡକ୍ଟର ସ୍ଟ୍ରେଞ୍ଜ,କ୍ୟାପ୍ଟେନ ମାର୍ଭେଲ, ସିଲ୍ଭର ସର୍ଫର ଏବଂ କେତକ ସ୍ମରଣୀୟ ଖଳନାୟକ ଯେପରିକି ଡକ୍ଟର ଡୂମ, ମାଗ୍ନେଟୋ, ଲୋକୀ, ଗ୍ୟାଲେକ୍ଟସ,ଡକ୍ଟର ଅକ୍ଟୋପ୍ସ, ଗ୍ରୀନ ଗୋବ୍ଲିନ,ଇତ୍ୟାଦି।ଏହି ସବୁ ଚରିତ୍ରଙ୍କୁ ନେଇ ଗଠିତ ରୋମାଂଚକର ମାର୍ଭେଲ ଇଉନିଭର୍ସ।

 
Norman Saunders - cover of Marvel Science Stories for April-May 1939

କେଡେନ୍ସେ ଇଣ୍ଡଷ୍ଟ୍ରି ଓନରସିପ ସମ୍ପାଦନା

୧୯୬୮ ମସିହାରେ, ଯେଉଁ ସମୟରେ ମାର୍ଭେଲର ବାର୍ଷିକ ୫ କୋଟିରୁ ଅଧିକ କମିକ୍ସ ପୁସ୍ତକ ବିକ୍ରି ହେଉଥିଲା, ସେତେବେଳେ କମ୍ପାନୀର ସଂସ୍ଥାପକ ଗୁଡ଼ମ୍ୟାନ ଇଣ୍ଡିପେଁଡେଣ୍ଟ ନିୟୁଜକୁ ଅଧିକରୁ ଅଧିକ ପୁସ୍ତକ ଛାପିବାକୁ ନିର୍ଦ୍ଦେଶ ଦେଲେ। ସେହି ବର୍ଷ ସେ ମାର୍ଭେଲ ଓ ତାର ଅନ୍ୟାନ୍ୟ କମିକ୍ସ ଗୁଡିକୁ perfect film and cchemical Corporation ନାମକ ଏକ ସଂସ୍ଥାକୁ ବିକ୍ରି କରିଦେଲେ। ଏହାଦ୍ୱାରା ଏହା ଏକ ଗୌଣ କମିକ୍ସ ପୁସ୍ତକ ସଂସ୍ଥାରେ ପରିଣତ ହେଲା ଯାହାର ସଂସ୍ଥାପକ ଗୁଡ଼ମ୍ୟାନ ଥିଲେ। ୧୯୬୯ ମସିହାରେ ଗୁଡ଼ମ୍ୟାନ independent ସହ ନିଜର ବ୍ୟବସାୟ ବନ୍ଦ କରି Curtis circulation company ସହ ବ୍ୟବସାୟ ଆରମ୍ଭ କଲେ। ୧୯୭୧ ମସିହାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଉନ୍ନତି ବିଭାଗ ମାର୍ଭେଲର ମୁଖ୍ୟ ସମ୍ପାଦନାକାରୀ ଷ୍ଟାନ୍-ଲିଙ୍କୁ ନିଶାଦ୍ରବ୍ୟର ନିବାରଣ ଉପରେ ଏକ କମିକ୍ସ ଛାପିବାକୁ ନିର୍ଦ୍ଦେଶ ଦେଲେ।ଷ୍ଟାନ୍-ଲି ଏହି କଥାରେ ରାଜିହୋଇ ତିନୋଟି ଅଧ୍ୟାୟ ବିଶିଷ୍ଠ ସ୍ପାଇଡରମ୍ୟାନ ନାମକ ଏକ କମିକ୍ସ ତିଆରିକଲେ ଯେଉଁଥିରେ ନିଶାଦ୍ରବ୍ୟର କୁପ୍ରଭାବ ଉପରେ ଚିତ୍ରଣ କରାଯାଇଥିଲା। କିନ୍ତୁ ଏହି କମିକ୍ସକୁ ଗ୍ରହଣ କରାଗଲା ନାହିଁ। ତେଣୁ ଷ୍ଟାନ୍-ଲି ଏହି ଗଳ୍ପକୁ the amazing spiderman ନାମକ ଏକ କମିକ୍ସର ବିଷୟବସ୍ତୁ ଭାବେ ରଖିଲେ ଯାହାକି ଫଳପ୍ରଦ ହେଲା।

୧୯୭୨ରେ ଷ୍ଟାନ୍-ଲି ନିଜର ପ୍ରକାଶକ କାର୍ଯ୍ୟରୁ ଅବସର ନେଇଗଲେ ଏବଂ ତାଙ୍କ ପୁତ୍ରକୁ ସେହି କାର୍ଯ୍ୟଭାର ଦେଲେ।ଏହାପରେ ଲି ଏକ ଫଳପ୍ରଦ ପ୍ରକାଶକ ଭାବେ ମାର୍ଭେଲର ସଭାପତି ହେଲେ।ସେ ବହୁତ କମ ସମୟ ପାଇଁ ମାର୍ଭେଲର ସଭାପତି ଥିଲେ। ସେହି ସମୟ ମଧ୍ୟରେ ସେ ରଏ ଥୋମାସଙ୍କୁ ତାଙ୍କର ମୁଖ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦେଲେ। ସେହି ସମ୍ପାଦକ ତାଙ୍କର ପ୍ରତ୍ୟେକ କମିକ୍ସ ପ୍ରଧାନ ପୃଷ୍ଠା ଉପରେ ସଭାପତି ଷ୍ଟାନ୍ ଲିଙ୍କ ନାମ ଉଲ୍ଲେଖ କରୁଥିଲେ।

ଏହି ସମୟରେ ମାର୍ଭେଲ କମିକ୍ସ ରା ବ୍ୟବସାୟ ବହୁତ ଧୀର ଗତିରେ ଚାଲୁଥିଲା। ତେଣୁ ମାର୍ଭେଲ ପୁଣିଥରେ ବ୍ୟବସାୟରେ ସଫଳତା ଆଣିବା ପାଇଁ ଅନେକ ନୁଆ କମିକ୍ସ ତିଆରି କଲା। ସେମାନଙ୍କ ମଧ୍ୟରେ ଥିଲା ଏକ ଭୌତିକ କମିକ୍ସ (tomb of drakula), କରାଟେ ଓ ଜୁଡୋ ସମ୍ବନ୍ଧୀୟ କମିକ୍ସ (Shang-Chi: Master of Kung Fu), ତଲ୍ୱାର ଓ ଯାଦୁ ସମ୍ବନ୍ଧୀୟ କମିକ୍ସ (Conan the Barbarian, Red Sonja), ଏବଂ ବିଜ୍ଞାନ ସମ୍ବନ୍ଧୀୟ କମିକ୍ସ ( 2001: A Space Odyssey),("Killraven" in Amazing Adventures), (Battlestar Galactica), (Star Trek),ଇତ୍ୟାଦି।

ଆଧାର ସମ୍ପାଦନା

  1. Sanderson, Peter (November 20, 2007). The Marvel Comics Guide to New York City. Gallery Books.
  2. "8 Real & Fictional Addresses of Superheroes in New York City". Dorkly. April 27, 2011.
  3. Phegley, Kiel (February 26, 2013). "Waid's 'Indestructible Hulk' Goes On Tour With Walt Simonson". Comic Book Resources.