ମାନସୀ ପ୍ରଧାନ

ଭାରତୀୟ ଲେଖକ ଏବଂ କାର୍ଯ୍ୟକର୍ତ୍ତା

ମାନସୀ ପ୍ରଧାନ ଜଣେ ଭାରତୀୟ ମହିଳା କର୍ମୀ ଓ ଲେଖିକା ଯିଏ ୨୦୧୩ରେ ରାଣୀ ଲକ୍ଷ୍ମୀବାଇ ସ୍ତ୍ରୀ ଶକ୍ତି ପୁରସ୍କାର ପାଇଥିଲେ ।[୧] ୨୦୧୧ରେ ସେ ଜାତୀୟ ମହିଳା କମିଶନ ତରଫରୁ ଆଉଟଷ୍ଟାଡିଙ୍ଗ ଉମ୍ୟାନ ଆୱାର୍ଡ଼ ପାଇଥିଲେ ।[୨] ସେ ନିର୍ଭୟା ବାହିନୀ ଓ ଓଉଆଇଏସଏସର ପ୍ରତିଷ୍ଠାତା ଥିଲେ ।[୨] ନାରୀ ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ସେ ଭାରତରେ ରାଷ୍ଟ୍ରୀୟ ଅଭିଯାନ କରିଥିଲେ ।[୩][୪][୫] ସେ କେନ୍ଦ୍ରୀୟ ଫିଲ୍ମ ପ୍ରମାଣ ବୋର୍ଡ (ସେନସର ବୋର୍ଡ)ରେ କାର୍ଯ୍ୟରତ ।[୬] ସେ ବିଶ୍ୱ ମହିଳା ସଂଗଠନ ଆନ୍ତର୍ଜାତୀୟ ସଂଚାଳନ ପରିଷଦ ଓ ଜାତୀୟ ମହିଳା କମିଶନ ତଦନ୍ତ କମିଟିର ସଭ୍ୟା ଅଟନ୍ତି ।[୨]

ମାନସୀ ପ୍ରଧାନ
ଜନ୍ମ (1962-10-04) ୪ ଅକ୍ଟୋବର ୧୯୬୨ (ବୟସ ୬୧)
ଜାତୀୟତାଭାରତୀୟ
ଶିକ୍ଷାଓଡ଼ିଆ ସାହିତ୍ୟରେ ସ୍ନାତକତ୍ତୋର, ଏଲଏଲବି
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ, ଜି.ଏମ କଲେଜ, ପୁରୀ
ବୃତ୍ତି(ସମୂହ)ମହିଳା ଅଧିକାର, ଲେଖିକା
(s)ନିର୍ଭୟା ବାହିନୀ, ଓଉଆଇଏସଏସ
ଉଲ୍ଲେଖନୀୟ କୃତିଉର୍ମି ଓ ଉଚ୍ଛ୍ୱାସ, ଆକାଶଦୀପ, ସ୍ୱାଗତିକା
ଆନ୍ଦୋଳନମହିଳାଙ୍କ ପାଇଁ ରାଷ୍ଟ୍ରୀୟ ଅଭିଯାନ
ପୁରସ୍କାରସ୍ତ୍ରୀ ଶକ୍ତି ପୁରସ୍କାର
୨୦୧୩
ଆଉଟଷ୍ଟାଡିଙ୍ଗ ଉମ୍ୟାନ ଆୱାର୍ଡ଼
୨୦୧୧

ବ୍ୟକ୍ତିଗତ ଜୀବନ ଓ ଶିକ୍ଷାଗତ ଯୋଗ୍ୟତା ସମ୍ପାଦନା

ମାନସୀ ଖୋର୍ଦ୍ଧା ଜିଲ୍ଲା ଆୟତପୁରସ୍ଥିତ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଗୋଦାବରୀଶ ପ୍ରଧାନ ଓ ହେମଲତା ପ୍ରଧାନଙ୍କ ମାନସୀ ଥିଲେ ଜ୍ୟେଷ୍ଠା କନ୍ୟା । ତାଙ୍କ ବାପା ଜଣେ ଚାଷୀ ଓ ମା ଜଣେ ଗୃହିଣୀ ଥିଲେ । ଆଇନ ଡିଗ୍ରୀ ହାସଲ ପାଇଁ ତାଙ୍କ ଗାଁର ପ୍ରଥମ ମହିଳା ରୁପରେ ମାନସୀ ପ୍ରତିଦିନ ସେ ୧୫ କିମି ଯାଉଥିଲେ । ସରକାରୀ ମହିଳା କଲେଜ, ପୁରୀରୁ ସେ ଅର୍ଥଶାସ୍ତ୍ରରେ ସ୍ନାତକ ହାସଲ କରିଥିଲେ । ପରେ ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଭାଷା ସାହିତ୍ୟରେ ସ୍ନାତକତର ହାସଲ କରିଥିଲେ ।

ସାହିତ୍ୟିକ କାର୍ଯ୍ୟ ସମ୍ପାଦନା

ମାନସୀ ପ୍ରଧାନ ଜଣେ ଲେଖିକା ଓ କବି ଥିଲେ । ତାଙ୍କର ଚତୁର୍ଥ ବହି ଉର୍ମି ଓ ଉଚ୍ଛ୍ୱାସ ୮ଟି ଭାଷାକୁ ଅନୁବାଦ କରାଯାଇଥିଲା ।[୭]

ଆଧାର ସମ୍ପାଦନା

  1. "President Confers Stree Shakti Puruskar on International Women's Day". Retrieved 12 March 2014.
  2. ୨.୦ ୨.୧ ୨.୨ "Rani Laxmibai Stree Shakti Puraskar for Manasi Pradhan". 7 March 2014. Retrieved 12 March 2014.
  3. "Delhi gangrape victim continues to embolden Indian women | Matters India". Archived from the original on 2014-03-13. Retrieved 2016-03-11.
  4. "At Chilika meet, rural women vow to fight against violence". Daily Pioneer. Dailypioneer.com. 2013-04-26. Retrieved 2013-06-15.
  5. "NCW for Judicial Probe into Woman Constable Assault". Outlook India. news.outlookindia.com. 20 September 2012. Archived from the original on 2012-11-08. Retrieved 2013-06-15.
  6. "I & B Ministry appoints Manasi Pradhan as Censor Board advisory member - Trade News". BollywoodTrade.com. 2010-08-20. Retrieved 2013-06-15.
  7. Manasi Pradhan is advisory panel member of Censor Board | Indian Television Dot Com