ମାଇ ଭାଗି (ଉର୍ଦ୍ଦୁ: مائی بھاگی; ଜନ୍ମ ନାମ: ଭାଗ ଭାରୀ) (ଖ୍ରୀ.ଅ. ୧୯୨୦ - ୭ ଜୁଲାଇ ୧୯୮୬) ଜଣେ ପାକିସ୍ତାନୀ ଲୋକ-ସଂଗୀତଜ୍ଞା ଥିଲେ । ସେ ମୁଖ୍ୟତଃ ଥାରୀ ଓ ସିନ୍ଧୀ ଭାଷାରେ ସଙ୍ଗୀତ ଗାୟନ କରୁଥିଲେ ।[୨] ସେ ପାକିସ୍ତାନର ସିନ୍ଧରେ ଥିବା ଥାରସ୍ଥିତ ଅନ୍ତର୍ଗତ ମିଥିଠାରେ ୧୯୨୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ରେଡ଼ିଓ ପାକିସ୍ତାନ ପାଇଁ ରେକର୍ଡ଼ ହୋଇଥିବା ଲୋକଗୀତ "ଖଡ଼ୀ ନିମ କେ ନିଚେ" ପାଇଁ ସେ ପ୍ରଥମେ ଜନପ୍ରିୟ ହୋଇଥିଲେ । ୧୯୮୬ରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେ ଲୋକସଂଗୀତ ଗାୟନ ଓ ପରିବେଷଣ ଜାରିରଖିଥିଲେ ।

ମାଇ ଭାଗି
ଜନ୍ମ
ଭାଗଭାରୀ

ଖ୍ରୀ.ଅ. ୧୯୨୦[୧]
ମୃତ୍ୟୁ୭ ଜୁଲାଇ ୧୯୮୬ (୬୬ ବର୍ଷ)[୧]
ବୃତ୍ତିଲୋକଗାୟିକା
ସକ୍ରିୟ ବର୍ଷ୧୯୬୮ - ୧୯୮୬
ପୁରସ୍କାରପ୍ରାଇଡ଼ ଅଫ ପରଫର୍ମାନ୍ସ ପୁରସ୍କାର (୧୯୮୧)

ଜୀବନୀ ସମ୍ପାଦନା

ପାକିସ୍ତାନର ସିନ୍ଧ ପ୍ରଦେଶସ୍ଥିତ ବିଶାଳ ଥାର ମରୁଭୂମି ଅନ୍ତର୍ଗତ ମିଥିଠାରେ ମାଇ ଭାଗି ୧୯୨୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ୱାନହ୍ୟୁନ ଫକିର ଏବଂ ମାଆଙ୍କ ନାମ ଥିଲା ଖାଦିଜା ମଗନହାର ।[୧] ସେ ଥାର ମରୁଭୂମିର ଏକ ଗ୍ରାମରେ ବଢ଼ିଥିଲେ । ମାଇ ଭାଗିଙ୍କ ଜନ୍ମ ନାମ ଥିଲା "ଭାଗ ଭାରୀ" (ଏହାର ଅର୍ଥ ହେଲା "ଜଣେ ଭାଗ୍ୟଶାଳୀ ବ୍ୟକ୍ତି") । ତାଙ୍କ ପିତାମାତା ଉଭୟ ଆଞ୍ଚଳିକ ଗାୟକ-ଗାୟିକା ଥିଲେ ।[୧] ଏକ ଶିଶୁ ଭାବରେ ସେ ପିଲାଦିନରୁ ଥାରୀ ଗୀତ ଗାଇବା ଆରମ୍ଭ କରିଥିଲେ ।[୨] ସେ ୧୬ ବର୍ଷ ବୟସରେ ଲୋକ ଗାୟକ ହୋଥି ଫକିରଙ୍କୁ ବିବାହ କରିଥିଲେ ।[୩] ରେକର୍ଡ଼ ନିର୍ମାତା ଏବଂ ପାକିସ୍ତାନୀ ଲୋକ ଗାୟିକା ଆବିଦା ପରବୀନଙ୍କ ସ୍ୱାମୀ ଶେଖ ଗୁଲାମ ହୁସେନ ତାଙ୍କୁ ରେଡିଓ ପାକିସ୍ତାନ ଷ୍ଟୁଡିଓରେ ଗୀତ ରେକର୍ଡ଼ କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ ଦେଇଥିଲେ ଏବଂ ରେଡିଓରେ ତାଙ୍କ ରେକର୍ଡ ବାଜିଥିଲା ।[୩] ତାଙ୍କର ଲୋକଗୀତ "ଖଡ଼ୀ ନିମ କେ ନିଚେ" (ଏକ ନିମ ଗଛ ତଳେ) ପାକିସ୍ତାନୀ ଲୋକଙ୍କ ମଧ୍ୟରେ ଏକ ସୁପରହିଟ ଗୀତ ହୋଇଥିଲା ଏବଂ ତାଙ୍କ ଜନପ୍ରିୟତା ଏହା ପରେ ବଢ଼ିଥିଲା । ଏହାପରେ ପାକିସ୍ତାନ ସରକାର ତାଙ୍କୁ ବିଦେଶ ଗସ୍ତ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେ ୧୯୮୬ରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସଂଗୀତ ପରିବେଷଣ ଜାରିରଖିଥିଲେ ।[୧]

ସମ୍ମାନ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "12 songs from Pakistan's mountains, deserts, shrines and streets". Dawn (newspaper), Updated 15 May 2014, Retrieved 9 May 2020.
  2. ୨.୦ ୨.୧ "Mai Bhagi being remembered on death anniversary". Daily Pakistan Global (in ଇଂରାଜୀ). 2016-07-07. Retrieved 2022-02-01.
  3. ୩.୦ ୩.୧ ୩.୨ ୩.୩ ୩.୪ 30th Death Anniversary of Mai Bhagi observed Archived 2019-12-30 at the Wayback Machine. Published 8 July 2016, Retrieved 9 May 2020
  4. Mai Bhagi's award info on Samaa TV News website Published 7 July 2011, Retrieved 9 May 2020