ମଲାଗୁଣି ନଦୀ ଭାରତୀୟ ରାଜ୍ୟ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଏକ ପାର୍ବତ୍ୟ ନାଳ । ଏହା ଗଞ୍ଜାମ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର ସୀମା ନିକଟରେ ସୃଷ୍ଟି ହୋଇ ଉତ୍ତର ପୂର୍ବ, ପୂର୍ବ ଓ ଦକ୍ଷିଣାଞ୍ଚଳକୁଅ ପ୍ରବାହିତ ହୁଏ । ଏହା ଗୋଳବାଇ ଶାସନ ଅଞ୍ଚଳ ଦେଇ ଗଲା ପରେ ଦୟା ନଦୀରେ 20°0′1″N 85°37′30″E / 20.00028°N 85.62500°E / 20.00028; 85.62500 ଠାରେ ଅବସ୍ଥିତ ବଳଭଦ୍ରପୁରଠାରେ ମିଳିତ ହୁଏ । ସେଠାରୁ ଦୟା ନଦୀ ପ୍ରବାହିତ ହେଇ ଚିଲିକା ହ୍ରଦ ସହ ମିଳିତ ହେଇ ବଙ୍ଗୋପସାଗରରେ ପଡିଥାଏ । [୧]

ଏହି ନଦୀ ଉପରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରାମେଶ୍ୱର ଗ୍ରାମ ନିକଟରେ ରହିଛି । ବର୍ଷା ଋତୁରେ ଅଧିକ ଜଳ ପ୍ଲାବନ ହେଇ ଏହି ନଦୀ ଖୋର୍ଦ୍ଧା, ଚିଲିକା ଓ ଟାଙ୍ଗୀ ଅଞ୍ଚଳରେ ବନ୍ୟା ବିପତ୍ତି ସୃଷ୍ଟି କରିଥାଏ । [୨]

ଆଧାର  ସମ୍ପାଦନା

  1. Ghosh, Asish K.; Ajit K. Pattnaik. "fig.1 Chilika Lagoon Basin" (PDF). Chilika Lagoon Experience and Lessons learned Brief. UNEP International Waters Learning Exchange and Resource Network. p. 115. Retrieved 2008-12-23.
  2. Collector & D.M.; District Informatics Officer. "Khorda Topogaphy - RIVER SYSTEMS OF THE DISTRICT". Khordha District website. Retrieved 2008-12-24.