ଭେରିକୋଜ ଭେନ

ଶିରା ରୋଗ ଯେଉଁଥିରେ ଶିରା ସ୍ଫିତ ଓ ମୋଡ଼ି ହୋଇଯାଏ ।

ଭେରିକୋଜ ଭେନ (ଇଂରାଜୀ ଭାଷାରେ Varicose veins) ରୋଗ ଦେହରେ ଥିବା ଅଗଭୀର ଶିରାମାନଙ୍କର (en:superficial veins) ଏକ ରୋଗ ଯେଉଁଥିରେ ଶିରା ବଡ଼ ଓ ମୋଡ଼ି ହୋଇଯାଏ ।[୨][୧] ସାଧାରଣତଃ ଏହା ଗୋଡ଼ର ଚର୍ମ ତଳେ ଦେଖାଯାଏ ।[୩] ସାଧାରଣତଃ ବିଶେଷ କିଛି ଲକ୍ଷଣ ପ୍ରକାଶ ପାଏନି କିନ୍ତୁ କେହି କେହି ଶିରାରେ ଯନ୍ତ୍ରଣା ଓ ପରିପୂର୍ଣ୍ଣତା ଅନୁଭବ କରିପାରନ୍ତି ।[୨] ରୋଗ ଜଟିଳ ହେଲେ ରକ୍ତସ୍ରାବ ବା ସୁପରଫିସିଆଲ ଥ୍ରୋମ୍ବୋଫୋବାଇଟିସ (superficial thrombophlebitis) ହୋଇପାରେ ।[୨][୧] ଅଣ୍ଡକୋଷରେ (scrotum) ଏହି ରୋଗ ହେଲେ ତାହାକୁ ଭାରିକୋସିଲ (varicocele)‌ କୁହାଯାଏ ଓ ମଳଦ୍ୱାର (anus) ଚାରିପାଖରେ ହେଲେ ଅର୍ଶ କୁହାଯାଏ ।[୧]

ଭେରିକୋଜ ଭେନ
ଗୋଡ଼ରେ ଭେରିକୋଜ ଭେନ ହୋଇଛି ।
ଉଚ୍ଚାରଣ
ବିଭାଗରକ୍ତନଳୀ ଶଲ୍ୟ ଚିକିତ୍ସା (Vascular surgery), ଚର୍ମରୋଗ ବିଜ୍ଞାନ (dermatology)[୧]
ଲକ୍ଷଣନାସ୍ତି, ସ୍ଫିତ, ଯନ୍ତ୍ରଣା [୨]
ବିପଦ କାରକମୋଟାପଣ, ବ୍ୟାୟାମ ଅଭାବ, ଗୋଡ଼ରେ ଆଘାତ ଓ ରୋଗର ପାରିବାରିକ ଇତିହାସ, ଗର୍ଭାବସ୍ଥା [୩]
ରୋଗ ନିର୍ଣ୍ଣୟ ପଦ୍ଧତିଶାରୀରିକ ପରୀକ୍ଷା[୨]
ସଠିକ ରୋଗ ନିର୍ଣ୍ଣୟଆର୍ଟେରିଆଲ ଇନସଫିସିଏନ୍ସି (Arterial insufficiency), ପେରିଫେରାଲ ନିଉରାଇଟିସ (peripheral neuritis)[୪]
ଚିକିତ୍ସାଚିପା ମୋଜା (Compression stockings), ବ୍ୟାୟାମ, ସ୍କ୍ଲେରୋଥେରାପି (sclerotherapy), ଅପରେଶନ[୨][୩]
Prognosisପୁନଃପୌନିକ [୨]
ପୁନଃପୌନିକଅତି ସାଧାରଣ[୩]

ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାଯାଇନାହିଁ ।[୨] ମୋଟାପଣ, ବ୍ୟାୟାମ ଅଭାବ, ଗୋଡ଼ରେ ଆଘାତ ଓ ରୋଗର ପାରିବାରିକ ଇତିହାସ ଥିଲେ ଏହି ରୋଗ ସଙ୍କଟ ରହେ ।[୩] ଗର୍ଭାବସ୍ଥାରେ ଏହା ଅଧିକ ଦେଖାଯାଏ ।[୩] କ୍ୱଚିତ ଏହା କ୍ରନିକ ଭେନସ ଇନସଫିସିଏନ୍ସି (chronic venous insufficiency) ଯୋଗୁ ହୋଇପାରେ । [୨] ଶିରା ମଧ୍ୟସ୍ଥ ଭଲ୍‌ଭ ସବୁ ଦୁର୍ବଳ ବା କ୍ଷତିଗ୍ରସ୍ଥ ହୋଇଥବା ଯୋଗୁ ଏହି ରୋଗ ହୁଏ ।[୧] ଶାରୀରିକ ପରୀକ୍ଷା କରି ଓ ଅଲଟ୍ରାସାଉଣ୍ଡ (ultrasound) କରି ଏହା ନିର୍ଣ୍ଣୟ କାରାଯାଇପାରେ ।[୨] ଅନ୍ୟ ପକ୍ଷରେ ଟେଲାଞ୍ଜିଏକ୍ଟାସିସ (spider veins) ରୋଗରେ କାପିଲାରି (capillaries) ପ୍ରଭାବିତ ହୋଇଥାଏ ଓ ତାହା ଆକାରରେ କ୍ଷୁଦ୍ର ଥାଏ ।[୧][୫]

ଭେରିକୋଜ ଭେନ ରୋଗର ଚିକିତ୍ସାରେ ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ ଓ ଲକ୍ଷଣ ତ‌ଥା ଆକୃତିର ଉନ୍ନତି କରିବା ନିମନ୍ତେ ଚେଷ୍ଟା କରାଯାଏ ।[୧] ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ ନିମନ୍ତେ ବ୍ୟାୟାମ, ଗୋଡ଼ ଉପରକୁ ରଖିବା, ଓଜନ ହ୍ରାସ ଓ ଚିପା ମୋଜା (Compression stockings) ପିନ୍ଧିବାକୁ ଉପଦେଶ ଦିଆଯାଏ ।[୧] ସ୍କ୍ଲେରୋଥେରାପି (sclerotherapy), ଲେଜର ଅପରେଶନ ଓ ଶିରା ସ୍ଟ୍ରିପିଙ୍ଗ ଇତ୍ୟାଦି ଅପରେଶନ କରାଯାଏ । [୨][୧] ଏପରି ଚିକିତ୍ସା ପରେ ମଧ୍ୟ ଆଉଥରେ ରୋଗ ଲେଉଟିପାରେ ।[୨]

ଭେରିକୋଜ ଭେନ ଏକ ସାଧାରଣ ରୋଗ ଓ ପ୍ରାୟ ୩୦% ଲୋକ ଏହି ରୋଗର ଶିକାର ହୁଅନ୍ତି ।[୩][୬] ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହା ସାଧାରଣ ହୋଇଯାଏ ।[୩] ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଦୁଇ ଗୁଣ ଅଧିକ ରହେ ।[୫] ସାରା ଇତିହାସରେ ଏହି ଭେରିକୋଜ ଭେନ ରୋଗର ବର୍ଣ୍ଣନା ଦେଖିବାକୁ ମିଳେ ଓ ଏହାର ଅପରେଶନ ଖ୍ରୀ:ପୂ: ୪୦୦ରୁ କରାଯାଇଆସୁଛି । [୭]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Varicose Veins". National Heart, Lung, and Blood Institute (NHLBI). Retrieved 20 January 2019.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ "Varicose Veins - Cardiovascular Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Retrieved 20 January 2019.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Varicose Veins". medlineplus.gov. Retrieved 20 January 2019.
  4. Buttaro, Terry Mahan; Trybulski, JoAnn; Polgar-Bailey, Patricia; Sandberg-Cook, Joanne (2016). BOPOD - Primary Care: A Collaborative Practice (in ଇଂରାଜୀ). Elsevier Health Sciences. p. 609. ISBN 9780323355216.
  5. ୫.୦ ୫.୧ "Varicose veins and spider veins". womenshealth.gov (in ଇଂରାଜୀ). 15 December 2016. Retrieved 21 January 2019.
  6. "Varicose veins Introduction - Health encyclopaedia". web.archive.org. NHS Direct. 8 November 2007. Archived from the original on 9 November 2007. Retrieved 20 January 2019.{{cite web}}: CS1 maint: bot: original URL status unknown (link)
  7. Gloviczki, Peter (2008). Handbook of Venous Disorders : Guidelines of the American Venous Forum Third Edition (in ଇଂରାଜୀ). CRC Press. p. 6. ISBN 9781444109689.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ