ଭୂମିକା ଦାଶ

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ଭୂମିକା ଦାଶ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ରୁମ୍‌କୁ ଝୁମାନା ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ଗପ ହେଲେ ବି ସତ ଚଳଚ୍ଚିତ୍ରରେ ମଧ୍ୟ ଜନେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ୭ମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ନାୟିକା ଭାବରେ ଅଭିନୟ କରିଥିଲେ ।[୧][୨] ଭୂମିକା ଓଡ଼ିଶୀ ନୃତ୍ୟ ଶିକ୍ଷା କରିଛନ୍ତି ।[୩]

ଭୂମିକା ଦାଶ
ଜନ୍ମ (2003-01-22) ୨୨ ଜାନୁଆରୀ ୨୦୦୩ (ବୟସ ୨୧)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୩ରୁ- ଏବେଯାଏଁ

ପ୍ରାରମ୍ଭିକ ଜୀବନ

ଭୂମିକା ୨୦୦୩ ଜାନୁଆରୀ ୨୨ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୪] ଏବେ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ସେ ମୁଖ୍ୟ ନାୟିକା ଭାବରେ ଦୁଇଟି ଚଳଚ୍ଚିତ୍ର କରିସାରିବା ପରେ ଦଶମ ବୋର୍ଡ଼ ପରୀକ୍ଷା ପାଇଁ କିଛିଦିନ ପାଇଁ ଚଳଚ୍ଚିତ୍ର ଜଗତରୁ ବିରତି ନେଇଥିଲେ ।[୫][୬]

ଅଭିନୟ ଜୀବନ

ଶିଶୁ କଳାକାର

ଭୂମିକା, ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ରୁମ୍‌କୁ ଝୁମାନା ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୭][୮] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ ।[୯][୧୦] ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସ‌ହ ହରିହରି ମହାପାତ୍ର, ମିହିର ଦାସ, ହର ପଟ୍ଟନାୟକ, ପ୍ରିୟା ଚୌଧୁରୀ ପ୍ରମୁଖ ଅଭିନୟ କରିଥିଲେ । ଏହା ପରେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ଚଳଚ୍ଚିତ୍ର ଗପ ହେଲେ ବି ସତ ଚଳଚ୍ଚିତ୍ରରେ ଏକ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଭୂମିକାଙ୍କୁ ୫ମ ତରଙ୍ଗ ସିନେ ଆୱାର୍ଡ଼ରେ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ମିଳିଥିଲା ।[୧୧]

ନାୟିକା

୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ୭ମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀରେ ନାୟିକା ଭାବରେ ଅଭିନୟ କରିଥିଲେ ।[୧୨] ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସ‌ହ ନାୟକ ଭାବରେ ସ୍ୱରାଜ ବାରିକ ଅଭିନୟ କରିଥିଲେ ।[୧୩][୫] ସ୍ୱରାଜ ମଧ୍ୟ ଜଣେ ଶିଶୁ କଳାକାର ଭାରେ ପୂର୍ବରୁ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିରେ ମିହିର ଦାସ, ପ୍ରଜ୍ଞା ଖଟୁଆ, ମନୋଜ ମିଶ୍ର, ଦେବାଶିଷ ପାତ୍ର, ଚୈଧୁରୀ ବିକାଶ ଦାସ, ପୃଥିରାଜ ନାୟକ ପ୍ରମୁଖ ଅଭିନେତା ଅଭିନୟ କରିଥିଲେ ।[୧୪] ଏହି ଚଳଚ୍ଚିତ୍ରଟି ସଫଳ ହୋଇଥିଲା । ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ର ପାଇଁ ଭୂମିକାଙ୍କୁ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୧୫]

୨୦୧୭ ଦୂର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା କଥାଚିତ୍ର ହିରୋ ନଂ ୱାନ୍ରେ ଭୂମିକା ନାୟକ ବାବୁଶାନ୍‌ଙ୍କ ସ‌ହ ଅଭିନୟ କରିଥିଲେ ।[୧୬][୧୭][୧୮][୧୯][୨୦] ଏଥିରେ ସେ ଜଣେ ମ‌ହିଳା ସମ୍ବାଦ‌ଦାତା ଭାବରେ ଅଭିନୟ କରିଥିଲେ ।[୨୧] ତାପସ ସରଘରିଆ ପୁଣିଥରେ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨୨][୨୩] ଏହି କଥାଚିତ୍ରଟିରେ ମିହିର ଦାସ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ଦୀପକ ମିଶ୍ର, ଅସୀତ ପତି, ପୁଷ୍ପା ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଅଭିନୟ କରିଥିଲେ ।[୨୪][୨୫]

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ମନ୍ତବ୍ୟ
୨୦୧୩ ରୁମ୍‌କୁ ଝୁମାନା ଶିଶୁ କଳାକାର ଭାବରେ ପ୍ରଥମ ଅଭିନୟ ଆରମ୍ଭ
୨୦୧୫ ଗପ ହେଲେ ବି ସତ ବର୍ଷା
୨୦୧୭ ତୁ ମୋ ଲଭ୍ ଷ୍ଟୋରୀ ନାୟିକା ଭାବରେ ପ୍ରଥମ ଅଭିନୟ
ହିରୋ ନଂ ୱାନ୍ ୨ୟ କଥାଚିତ୍ର
୨୦୧୮ ଶ୍ରୀମାନ ସୁରଦାସ
୨୦୧୯ ନାୟକର ନାଁ ଦେବଦାସ
ତୁ ମୋ ଲଭ୍ ଷ୍ଟୋରୀ ୨[୨୬]
୨୦୨୧ ଚକ୍ଷୁବନ୍ଧନ[୨୭]
୨୦୨୧ ମନ ମୋ ନେଇଗଲୁ ରେ[୨୬]

ପୁରସ୍କାର ଏବଂ ସମ୍ମାନ

୨୦୧୪: ୫ମ ତରଙ୍ଗ ସିନେ ଆୱାର୍ଡ଼- ଶ୍ରେଷ୍ଠ ଶିଶୁ କଳାକାର[୧୧]

ଆଧାର

  1. "ତରଙ୍ଗର ନୂଆ ନାୟିକା". ସମାଜ. 12 November 2017. Retrieved 12 November 2017.[permanent dead link]
  2. ""Bhoomika Dash"- Ready To Bind Audiance With Her Superb Acting Skills". E News ଓଡ଼ିଆ. 13 February 2017. Retrieved 6 April 2017.
  3. "Gaap". ଓ ଟିଭି. 3 April 2017. Retrieved 7 April 2017.
  4. "ମୋ ଅନୁଭୁତି". No. ଧରିତ୍ରୀ ମେଟ୍ରୋ ମିଜାଜ ୧୮/୧୦/୨୦୧୮. Retrieved 23 October 2018.
  5. ୫.୦ ୫.୧ "ପରୀକ୍ଷା ଦେବେ ଭୂମିକା ! ଅଭିନୟରୁ ନେଲେ ବିରତି !". କନକ ନ୍ୟୁଜ୍. 1 November 2017. Retrieved 1 November 2017.
  6. "ବ୍ରେକ୍‌ ନେଇଛନ୍ତି ଭୂମିକା, ଏ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା". sambad.in. 1 November 2017. Retrieved 2 November 2017.
  7. "ଦେବଦାସଙ୍କ ପ୍ରେମିକା ଭୂମିକାରେ ଓଲିଉଡର ଏହି ଟିନଏଜର୍‌ ନାୟିକା". sambad.in. 26 April 2018. Retrieved 6 June 2018.
  8. "'ତୁ ମୋ ଲଭ୍‌ଷ୍ଟୋରୀ' ଚଳଚ୍ଚିତ୍ରରେ ଭୂମିକାଙ୍କ ଚମତ୍କାର ଅଭିନୟ". Odisha Live. 24 April 2017. Archived from the original on 11 August 2017. Retrieved 15 October 2017.
  9. "ଆଜି ଶୁଭମୁକ୍ତି 'ହିରୋ ନମ୍ବର ଓ୍ବାନ୍‌'". sambad.in. 24 September 2017. Archived from the original on 18 October 2017. Retrieved 15 October 2017.
  10. "ଦଶହରାରେ ପ୍ରଥମ ଥର ପାଇଁ ଓଲିଉଡ୍‌ କଳାକାର". Fast Mail TV. 26 September 2017. Archived from the original on 18 October 2017. Retrieved 15 October 2017.
  11. ୧୧.୦ ୧୧.୧ "Tarang Cine Awards 2014 Winners". IncredibleOrissa.com. 10 March 2014. Retrieved 7 April 2017.
  12. "ଭୋଜପୁରୀ ଫିଲ୍ମରେ ଭୂମିକା". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  13. "ନୂଆ ଉପାୟ". ସମାଜ. 2 April 2017. Retrieved 6 April 2017.[permanent dead link]
  14. "Tu Mo Love Story- Teen Age Love Story Based Odia Movie Releasing on 7th April". E News ଓଡ଼ିଆ. 5 April 2017. Retrieved 6 April 2017.
  15. "'ଚଳଚ୍ଚିତ୍ର ଜଗତ' ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.
  16. "ସାବାସ୍ ସୁରଦାସ". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.{{cite news}}: CS1 maint: unrecognized language (link)
  17. "ଭୂମିକାଙ୍କ ନୂଆ ଭୂମିକା". samaj live. 7 August 2017. Archived from the original on 9 August 2017. Retrieved 8 September 2017.
  18. "ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !". sambad.in. 20 September 2017. Archived from the original on 21 September 2017. Retrieved 21 September 2017.
  19. "Hero No.1 Babusan Bhoomika Odia New Movie Info, Cast, Crews, Mp3 Songs, HD Videos, Reviews". Odia360.com. 11 August 2017. Retrieved 8 September 2017.
  20. "ପୂଜା ବଜାରରେ ପ୍ରଥମ ଥର ପାଇଁ ଏହି ଓଲିଉଡ୍‌ କଳାକାର". ସମ୍ବାଦ. 26 September 2017. Retrieved 26 September 2017.[permanent dead link]
  21. "'ହିରୋ ନମ୍ବର ଓ୍ବାନ୍‌'ରେ କେଉଁ ଭୂମିକାରେ ଅଛନ୍ତି ଓଲିଉଡ୍‌ ନାୟିକା ଭୂମିକା?". ସମ୍ବାଦ. 9 September 2017. Archived from the original on 13 September 2017. Retrieved 10 September 2017.
  22. "ଓଲିଉଡର ପୂଜାବଜାର ଏକଦମ୍‌ ସରଗରମ!". sambad.in. 29 September 2017. Retrieved 1 October 2017.
  23. "Babushan Mohanty And Bhoomika Dash In The Upcoming Movie "Hero No 1"". E News ଓଡ଼ିଆ. 21 July 2017. Retrieved 8 September 2017.
  24. "କାବୁଲା ଶିବା ଦେବେ ହିରୋକୁ ଟକ୍କର". ସମାଜ. 24 September 2017. Retrieved 30 September 2017.[permanent dead link]
  25. "ପୂଜାରେ ତିନି". ସମ୍ବାଦ. 18 September 2017. Archived from the original on 21 September 2017. Retrieved 21 September 2017.
  26. ୨୬.୦ ୨୬.୧ "୨୦୨୧ରେ ଏହି ଜଣାଶୁଣା ନାୟକଙ୍କ ସହ ଦୁଇଟି ସିନେମାରେ ନଜର ଆସିବେ ଭୂମିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 1 January 2021. Archived from the original on 13 November 2021. Retrieved 13 November 2021.
  27. "Know What Ollywood Actress Bhoomika Says On OTT Platforms, Ollywood & Others". Odisha Bytes (in English). Bhubaneswar. 2 May 2021. Archived from the original on 3 May 2021. Retrieved 10 November 2021.{{cite news}}: CS1 maint: unrecognized language (link)