ଭୂବନାନନ୍ଦ ଦାସ

ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ରାଜନେତା

ଭୂବନାନନ୍ଦ ଦାସ, ଜଣେ ସ୍ୱାଧୀନତା ସଂଗ୍ରାମୀ । ସ୍ୱାଧୀନତା ପରେ ସେ ଭାରତୀୟ ସଂସଦର ଉଭୟ ସଦନ ରାଜ୍ୟ ସଭା ଏବଂ ଲୋକ ସଭାର ସାଂସଦ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଭୂବନାନନ୍ଦ ଦାସ
ସଭ୍ୟ: ରାଜ୍ୟ ସଭା
କାର୍ଯ୍ୟକାଳ
୨୭ ଅପ୍ରେଲ ୧୯୫୭ – ୨୩ ଫେବୃଆରୀ ୧୯୫୮
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୮୮୫
ମୃତ୍ୟୁ୧୯୫୮
ଜାତୀୟତାଭାରତୀୟ
ପ୍ରସିଦ୍ଧିସ୍ୱାଧୀନତା ସଂଗ୍ରାମୀ
ରାଜନେତା

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ସମ୍ପାଦନା

ଭୂବନାନନ୍ଦ ଦାସ ୧୯୩୧ ମସିହାରେ କଟକଠାରେ ଅନୁଷ୍ଠିତ ପ୍ରଥମ ଅଖିଳ ଓଡ଼ିଶା ରାଜ୍ୟସ୍ତରୀୟ ସର୍ବସାଧାରଣ ସଭାର ସଭାପତି ବାହବରେ କାର୍ଯ୍ୟ କରିଥିଲେ । ଏହି ସଭା ପରେ ପ୍ରଜା ମଣ୍ଡଳ ଆନ୍ଦୋଳନର ଆରମ୍ଭ ହୋଇଥିଲା, ଯାହାକି ସ୍ୱାଧୀନତା ଅନ୍ଦୋଳନ‌କୁ ତ୍ୱରାନ୍ୱିତ କରିଥିଲା ।[୧]

ରାଜନୀତି ସମ୍ପାଦନା

ସେ ସ୍ୱାଧୀନତା ପରେ ଭାରତର କେନ୍ଦ୍ରୀୟ ବିଧାନ ସଭା, ଭାରତର ସମ୍ବିଧାନ ସଭା, ଅସ୍ଥାୟୀ ସଂସଦ, ରାଜ୍ୟ ସଭା ଏବଂ ଲୋକ ସଭାର ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୨][୩][୪] ୧୯୫୨ ମସିହାରେ ଅନଷ୍ଠିତ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ସେ ୧ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଆଧାର ସମ୍ପାଦନା

  1. Sahoo, Arun Kumar (April 2011). "Nayagarh and Prajamandal Andolan" (PDF). Orissa Review. Archived from the original (PDF) on 2016-09-20.
  2. Rajya Sabha
  3. http://rajyasabha.nic.in/rsnew/pre_member/1952_2003/d.pdf
  4. Members Bioprofile