ଭୁବନେଶ୍ୱରୀ ମିଶ୍ର

ଓଡ଼ିଆ କଣ୍ଠଶିଳ୍ପୀ

ଭୁବନେଶ୍ୱରୀ ମିଶ୍ର (୨୫ ଜାନୁଆରୀ ୧୯୫୦ - ୧୯ ଫେବୃଆରୀ ୨୦୧୬) ଜଣେ ଓଡ଼ିଆ କଣ୍ଠଶିଳ୍ପୀ ଥିଲେ । ଉଭୟ ଶାସ୍ତ୍ରୀୟ ଓ ପ୍ରଚ୍ଛଦପଟ୍ଟ ସଙ୍ଗୀତ ଗାନକରୁଥିଲେ । ୧୯୭୬ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ର କୃଷ୍ଣ ସୁଦାମାରୁ ବିଧିବଦ୍ଧ ଭାବେ ସିନେମାରେ କଣ୍ଠଦାନ ଆରମ୍ଭ କରିଥିଲେ । ବାସୁଦେବ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରର ଗୀତ "ଟିକି ମୋର ନାଆଟି" ତାଙ୍କୁ ଲୋକପ୍ରିୟତା ଆଣି ଦେଇଥିଲା ।[୧] ତାଙ୍କଦ୍ୱାରା ବୋଲା କିଛି ଜଣାଶୁଣା ଗୀତ ହେଲା "ଇଟିକିଲି ମିଟିକିଲି", "ଜହ୍ନର ସିନ୍ଦୂର ଗାର", "ତୁମେ ମୋର ପ୍ରଭୁ", "ପୀରତି କିଏ କରିଛି", "ଜଗତର ନାଥ ଜଗନ୍ନାଥ", "ଦୟାମୟୀ ମହାମାୟୀ ମା' ମଙ୍ଗଳା" ଆଦି । ସେ ଆକାଶବାଣୀ କଟକର ଜଣେ "ଏ ଗ୍ରେଡ଼" କଣ୍ଠଶିଳ୍ପୀ ଥିଲେ । ସତୁରି ଦଶକରେ ଆକାଶବାଣୀରେ ସେ ଏକକ ଭାବରେ ତଥା ଚିତ୍ତ ଜେନାପ୍ରଣବ ପଟ୍ଟନାୟକଙ୍କ ସହ ଦୈତ ସଙ୍ଗୀତ ଗାଇଛନ୍ତି । ଯଥାକ୍ରମେ ଶ୍ରୀକୃଷ୍ଣ ରାସଲୀଳାଜୟ ମା ମଙ୍ଗଳା ଚଳଚ୍ଚିତ୍ରରେ ସଙ୍ଗୀତ ଗାନ ନିମନ୍ତେ ମିଶ୍ର ୧୯୭୯ ଓ ୧୯୮୦ ମସିହାରେ ଦୁଇବର୍ଷ ଧରି ଲଗାତର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଥିଲେ । [୨][୩]

ଭୁବନେଶ୍ୱରୀ ମିଶ୍ର
ଜନ୍ମ(1950-01-25)୨୫ ଜାନୁଆରୀ ୧୯୫୦
ପୁରୀ
ମୃତ୍ୟୁ୧୯ ଫେବୃଆରୀ ୨୦୧୬(2016-02-19) (ବୟସ ୬୬)
ନୂଆଦିଲ୍ଲୀ
ପେଷାକଣ୍ଠଶିଳ୍ପୀ
କାର୍ଯ୍ୟକାଳ୧୯୭୬-୨୦୧୬

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଭୁବନେଶ୍ୱରୀ, ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ୫ବର୍ଷ ବୟସରୁ ସେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ପୁରୀସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ସେ ବହୁ ବର୍ଷ ସଙ୍ଗୀତ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୪] ସମ୍ବିତ ଓ ସଞ୍ଜିତ ନାମରେ ଭୁବନେଶ୍ୱରୀଙ୍କର ଯମଜ ପୁତ୍ର ଅଛନ୍ତି । ଶେଷ ସମୟ ବେଳକୁ, ଝିଅ କସ୍ତୁରିକା ମିଶ୍ରଙ୍କ ସହ ଭୁବନେଶ୍ୱରୀ ଗାଜିଆବାଦରେ ଅବସ୍ଥାନ କରୁଥିଲେ । ୧୯ ଫେବୃଆରୀ ୨୦୧୬ରେ ନୂଆଦିଲ୍ଲୀଠାରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହେଇଥିଲା ।[୫]

ସମ୍ମାନ ଓ ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. "Noted singer Bhubaneswari Mishra passes away". Deccan Chronicle. 20 February 2016. Retrieved 28 February 2016.
  2. Singha, Minati (19 February 2016). "Noted singer Bhubaneswari Mishra passes away". The Times of India. Retrieved 20 February 2016.
  3. "Singer Bhubaneswari Mishra passes away". Business Standard. 19 February 2016. Retrieved 28 February 2016.
  4. "କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ରଙ୍କ ପରଲୋକ". ଧରିତ୍ରୀ ୨୦/୦୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩.
  5. "ଭୁବନେଶ୍ୱରୀ ଏବେ ଅଭୁଲା ସ୍ମୃତି". ସମୟ, ୨୦ ଫେବୃଆରୀ ୨୦୧୬. Archived from the original on 22 February 2016. Retrieved 23 December 2016.
  6. "Noted singer Bhubaneswari Mishra passes away". The Hindu. 20/02/2016. Retrieved 20 February 2016. {{cite news}}: Check date values in: |date= (help)

ଅଧିକ ତଥ୍ୟ ସମ୍ପାଦନା