ଭିନକେନସ୍ପୋର୍ଟ (ଇଂରାଜୀ:Vinkensport, Vinkenzetting) ଏକ ପ୍ରାଣୀମାନଙ୍କ ଖେଳପ୍ରତିଯୋଗିତା ଯେଉଁଥିରେ ପୁରୁଷ କମନ ଚାଫିନଞ୍ଚ ପକ୍ଷୀମାନେ ଭାଗ ନେଇଥାନ୍ତି । ଗୋଟିଏ ଘଣ୍ଟାରେ ସର୍ବାଧିକ ଥର ରାବ କରିଥିବା ପକ୍ଷୀକୁ ବିଜୟୀ ଘୋଷଣା କରାଯାଏ । ଏହାକୁ ମଧ୍ୟ ଭିନକେନଜେଟ୍ଟିଙ୍ଗ କୁହାଯାଏ । ମୁଖ୍ୟତଃ ବେଲ୍ଜିଅମର ଡ଼ଚ ଅଧିବାସୀଙ୍କ ଅଞ୍ଚଳ ଫ୍ଲାନଡରସ୍‌ ସହରରେ ଏହି ପ୍ରତିଯୋଗିତାର ପ୍ରଚଳନ ଦେଖାଯାଏ ।
ବିଶ୍ୱାସ କରାଯାଏ ଯେ ୧୫୯୬ ମସିହାରେ ଫ୍ଲେମିସ ବଣିକମାନଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାମାନଙ୍କରୁ ଭିନକେନସ୍ପୋର୍ଟ ଉତପ୍ରେରିତ । ୨୦୦୭ ମସିହାରେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୩୦୦୦ ବ୍ୟକ୍ତି ଯୋଗ ଦେଇଥିଲେ, ଯେଉଁମାନେ ଭିନକେନିୟର ଭାବେ ଜଣା । ଏମାନେ ପ୍ରତିବର୍ଷ ୧୦୦୦୦ ପକ୍ଷୀ ପ୍ରଜନନ କରାଇଥାନ୍ତି । ପ୍ରତିଯୋଗିତାର ଇତିହାସକୁ ଦୃଷ୍ଟିରେ ରଖି ପଶୁ ଅଧିକାର କାର୍ଯ୍ୟକର୍ତ୍ତା ବିରୋଧ କରିଛନ୍ତି ।

ଭିନକେନସ୍ପୋର୍ଟ ପ୍ରତିଯୋଗିତାରେ ଗଣିବା ଉଦ୍ଦେଶ୍ୟରେ ଲମ୍ବା ବାଡ଼ି ଧରିଥିବା ବୃଦ୍ଧବ୍ୟକ୍ତି

ବିବରଣୀ ସମ୍ପାଦନା

ରାସ୍ତାରେ ପ୍ରତି ଛଅ ଅନ୍ତରାଳରେ ଛୋଟ ବାକ୍ସମାନଙ୍କ ମଧ୍ୟରେ ଗୋଟିଏ ଗୋଟିଏ ଲେଖାଏଁ ପୁରୁଷ ଫିଞ୍ଚ ରଖାଯାଏ । ବାକ୍ସମାନଙ୍କ ମଧ୍ୟରେ ଥିବା ଦୂରତା ଧୀରେ ଧୀରେ କମେ ।[୧] ଜଣେ ବ୍ୟକ୍ତି ନାଲି ପତାକାଦ୍ୱାରା ପ୍ରତିଯୋଗିତା ଆରମ୍ଭ ଏବଂ ଶେଷ କରିଥାଏ । ଏକ ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକଥର ନିଜ ଗୀତ ଗାଇଥିବା ପକ୍ଷୀ ହିଁ ପ୍ରତିଯୋଗିତା ଜିତିଥାଏ । ବିଜୟୀ ପକ୍ଷୀ ପ୍ରତିଯୋଗିତାରେ ପ୍ରାୟ ଶତାଧିକ ଥର ରାବିଥାଏ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ Dan, Bilefsky (May 21, 2007). "One-Ounce Belgian Idols Vie for Most Tweets per Hour". The New York Times. The New York Times Company. Retrieved 2007-05-23.

ଆହୁରି ଦେଖିପାରିବେ ସମ୍ପାଦନା