ଭିଟାବାଇ ଭାଉ ମଙ୍ଗ ନାରାୟଣଗାଓଙ୍କର

ଭିଟାବାଇ ଭାଉ ମଙ୍ଗ ନାରାୟଣଗାଓଙ୍କର (ଜୁଲାଇ ୧୯୩୫ – ୧୫ ଜାନୁଆରୀ ୨୦୦୨) ଜଣେ ଭାରତୀୟ ନର୍ତ୍ତକୀ, ଗାୟିକା ଓ ତାମସା

ଭିଟାବାଇ ଭାଉ ମଙ୍ଗ ନାରାୟଣଗାଓଙ୍କର (ଜୁଲାଇ ୧୯୩୫ – ୧୫ ଜାନୁଆରୀ ୨୦୦୨) ଜଣେ ଭାରତୀୟ ନର୍ତ୍ତକୀ, ଗାୟିକା ଓ ତାମସା (Tamasha) କଳାକାର ଥିଲେ ।

ଭିଟାବାଇ ଭାଉ ମଙ୍ଗ ନାରାୟଣଗାଓଙ୍କର
ଫାଇଲ:Photo of Vithabai Bhau Mang Narayangaonkar.jpg
ଜନ୍ମ(1935-07-01)୧ ଜୁଲାଇ ୧୯୩୫
ପନ୍ଧରପୁର, ଭାରତ
ମୃତ୍ୟୁ୧୫ ଜାନୁଆରୀ ୨୦୦୨(2002-01-15) (ବୟସ ୬୬)
ଜାତୀୟତାIndian
ବୃତ୍ତିPerforming artist
ବୈବାହିକ-ସାଥୀAnna Sawant Merchant
ସନ୍ତାନMangala Bansode
(Daughter)
ପିତାମାତାs
  • Bhau Bapu Narayangaonkar (father)
  • Shantabai Narayangaonkar (mother)
ସମ୍ପର୍କୀୟNarayan Khude
(grandfather)
Ramabai Narayangaonkar
(sister)
Kesharbai Narayangaonkar
(sister)

ପ୍ରାକ୍ ଜୀବନ ଓ ବୃତ୍ତି ସମ୍ପାଦନା

ଭିଟାବାଇ ଗୋଟିଏ କଳାକାର ପରିବାରରେ ଜନ୍ମଗ୍ରହଣ କରି ବଢ଼ିଥିଲେ । ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଥିବା ପନ୍ଧରପୁର ସ‌ହରରେ ସେ ଜନ୍ମ ହୋଇଥିଲେ । ତାଙ୍କ ପିତା ଓ ମାମୁଁ (uncle) ଗୋଟିଏ ପାରିବାରିକ ଦଳ ଗଠନ କରିଥିଲେ ଯାହାର ନାମ ଥିଲା ଭାଉ-ବାପୁ ମଙ୍ଗ ନାରାୟଣଗାଓଙ୍କର ଥିଲା । ତାଙ୍କର ଅଜା ନାରାୟନ ଖୁଡ଼େ ସେହି ଦଳ ଗଠନ କରିଥିଲେ । ତାଙ୍କ ଅଜା ପୁଣେ ଜିଲ୍ଲାର ଶିରପୁର ତାଲୁକାରେ ଥିବା କଭାତେ ଯାମାଇ (Kavathe Yamai) ବାସିନ୍ଦା ଥିଲେ ।[୧] ପିଲାଦିନୁ ଭିଟାବାଇ ବିଭିନ୍ନ ଧରଣରେ ଗୀତ ଯେପରିକି ଲାବଣ୍ୟ, ଗବଲନ, ଭେଦିକ ଇତ୍ୟାଦି ସଂସ୍ପର୍ଶରେ ଆସିଥିଲେ । ଛାତ୍ରୀ ଭାବରେ ସେ ବିଦ୍ୟାଳୟରେ ଭଲ କଲେନି କିନ୍ତୁ ମଞ୍ଚରେ ସେହି ଅଳ୍ପ ବୟସରେ ସେ ସ‌ହଜ ଭାବରେ କୌଣସି ପ୍ରଶିକ୍ଷଣ ବିନା ସୁନ୍ଦର ପ୍ରଦର୍ଶନ କରୁଥିଲେ ।[୨]

ତାଙ୍କର ପିଲା ଜନ୍ମ ହେବା ବିଷୟରେ ଏକ ଉଲ୍ଲେଖନୀୟ ଘଟଣା ଘଟିଥିଲା । ଦର୍ଶକମାନଙ୍କ ସାମନାରେ ସେ ପ୍ରଦର୍ଶନ କରୁଥିଲା ବେଳେ ସେ ୯ ମାସର ଗର୍ଭବତୀ ଥିଲେ । ଏହି ପ୍ରଦର୍ଶନ ଚାଲୁଥିବା ବେଳେ ସେ ପ୍ରସବ କରିବା ସମୟ ଆସନ୍ନ ବୋଲି ଜାଣିପାରିଲେ । ସେ ସୁସ୍ଥ, ଧୈର୍ଯ୍ୟଶୀଳା ଓ ସାହସୀ ମହିଳା ଥିଲେ ଓ ମଞ୍ଚ ପଛପାଖକୁ ଯାଇ ପ୍ରସବ କରିଥିଲେ, ଗୋଟିଏ ପଥର ସାହାଯ୍ୟରେ ନାହି କାଟିସାରି ପୁନର୍ବାର ମଞ୍ଚକୁ ଆସି ପ୍ରଦର୍ଶନ କରିଥିଲେ । ଦର୍ଶକମାନେ ପେଟ ଫୁଲା ଦେଖି ନ ପାରି ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଇଥିଲେ । ତାଙ୍କର ସାହସିକ ଓ ସମର୍ପିତ ଭାବନା ଦେଖିବା ପରେ ପ୍ରଦର୍ଶନ ବନ୍ଦ କରିଦେଲେ । ପ୍ରଦର୍ଶନ ଚାଲୁ ରଖିବା ମନୋବୃତି ଦେଖି ଦର୍ଶକମାନେ ତାଙ୍କୁ ପ୍ରଶଂସା କରିବାକୁ ଲାଗିଲେ ଓ ବିଶ୍ରାମ ଦେବାକୁ ଉପଦେଶ ଦେଲେ । ମହାରାଷ୍ଟ୍ରର ନାରାୟଣ ଗାଁରୁ ଜନ୍ମ ହୋଇଥିବା ସେହି ମହାନ ତାମସା କଳାକାର ଏକ କିମ୍ବଦନ୍ତୀ ହୋଇଗଲେ ।

ତାଙ୍କର କଳା ନିମନ୍ତେ ସେ ୧୯୫୭ ଓ ୧୯୯୦ ମସିହାରେ ଭାରତର ରାଷ୍ଟ୍ରପତିଙ୍କଠାରୁ ମେଡାଲ ଗ୍ରହଣ କରିଥିଲେ ।[୩] ତାଙ୍କର ଖ୍ୟତି ଓ ସମ୍ମାନ ପାଇଥିଲେ ମଧ୍ୟ ସେ ଆର୍ଥିକ ଅଭାବରେ ଥିଲେ ଓ କେହି ତାଙ୍କ କଥା ଭାବି ତାଙ୍କର ଯତ୍ନ ନେଇ ନଥିଲେ ।[୪] ତାଙ୍କର ମୃତ୍ୟୁ ପରେ କିଛି ଦାତା ଚାନ୍ଦା କରି ଡାକ୍ତରଖାନାର ପାଉଣା ଭରଣା କରିଥିଲେ । [୫]

ପୁରସ୍କାର ଓ ସମ୍ମାନ ସମ୍ପାଦନା

ତାଙ୍କର ତାମସା ଶ୍ରେଣୀର କଳା ପ୍ରଦର୍ଶନ ନିମନ୍ତେ ତାଙ୍କ ଦଳକୁ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା । ତାଙ୍କର ଫ୍ୟାନ ତାଙ୍କୁ ତାମସା ସାମ୍ରାଜ୍ଞୀ କ‌ହୁଥିଲେ ଓ ସରକାର ତାଙ୍କୁ ସମ୍ମାନ ଦେଉଥିଲେ । [୫][୬]

ମହାରାଷ୍ଟ୍ର ସରକାର ୨୦୦୬ ମସିହାରେ ତାଙ୍କ ସମ୍ମାନାର୍ଥେ ବାର୍ଷିକ 'ଭିଟାବାଇ ନାରାୟଣଗାଓଙ୍କର ଆଜୀବନ କୃତି ପୁରସ୍କାର' ସ୍ଥାପନ କରିଥିଲେ । ତାମସା କଳାକୁ ସଂରକ୍ଷିତ ଓ ପ୍ରଚାର କରିବାରେ ଅହରହ ଚେଷ୍ଟିତ ଥିବା ବ୍ୟକ୍ତିଙ୍କୁ ଏହି ପୁରସ୍କାର ଦିଆଯାଏ । ଏହି ପୁରସ୍କାର ୨୦୦୬ ମସିହାରୁ ଦିଆଯାଉଛି ଓ ଏହାର ଗ୍ରହିତାମାନଙ୍କ ନାମ ମଧ୍ୟରେ ଶ୍ରୀମତୀ କଣ୍ଟାବାଇ ସତରକର, ବସନ୍ତ ଅବସରିକାର, ଶ୍ରୀମତୀ ସୁଲୋଚନା ନଲୱାଡ଼େ, ହରିଭାଉ ବଢେ, ଶ୍ରୀମତୀ ମଙ୍ଗଳା ବନସୋଡେ (ଭିଟାବାଇଙ୍କ ଝିଅ), ସାଧୁ ପତସୁତେ, ଅଙ୍କଶ ଖଡ଼େ, ପ୍ରଭା ଶିବାନେକର, ଗଙ୍ଗାରାମ କଭାତେକର ଇତ୍ୟାଦି ଉଲ୍ଲେଖନୀୟ । ଲୋକ୍ଷାହିର ବଶିର ମୋମିନ କଭାତେକରଙ୍କୁ[୭] ଲୋକ କଳା, ଲବଣୀ ଓ ତାମସା ଇତ୍ୟାଦିରେ ତାଙ୍କର ଅବଦାନ ଯୋଗ ଏହି ସମ୍ମାନ ୨୦୧୮ ମସିହାର ପ୍ରଦାନ କରାଯାଇଥିଲା ।[୮]

ଲବଣୀ ଓ ତାମସା କ୍ଷେତ୍ରରେ ଅବଦାନ ଯୋଗୁ ଗୁଲାବ ସଙ୍ଗମନେରକର ଏହି ପୁରସ୍କର ୨୦୧୯ ମସିହାରେ ଗ୍ରହଣ କରିଥିଲେ ।[୯]

ଆଧାର ସମ୍ପାଦନା

  1. Abp Majha (2016-09-08), माझा कट्टा: लावणी सम्राज्ञी मंगला बनसोडे, retrieved 2016-12-18
  2. Lakshmi, C.S. (3 February 2002). "Life and times of a kalakaar". The Hindu. Archived from the original on 25 January 2013. Retrieved 23 August 2012.
  3. "Bowing out - Indian Express". archive.indianexpress.com. Retrieved 2016-12-18.
  4. Bendix, Regina F.; Hasan-Rokem, Galit (2012-03-12). A Companion to Folklore (in ଇଂରାଜୀ). John Wiley & Sons. ISBN 9781444354386.
  5. ୫.୦ ୫.୧ "Lavani Legend Vithabai is no more". The Times of India. Pune, India. Times News Network. 17 July 2002. Retrieved 23 August 2012.
  6. "लाज धरा पाव्हणं..." marathibhaskar. 2012-03-03. Retrieved 2016-12-18.
  7. बी. के. मोमीन कवठेकर यांना विठाबाई नारायणगावकर पुरस्कार जाहीर “Sakal, a leading Marathi Daily”, 2-Jan-2019
  8. तमाशासम्रादणी विठाबाई नारायणगावकर जीवनगौरव पुरस्कार बशीर कमरूद्दीन मोमीन यांना घोषित "लोकमत, a leading Marathi language Daily", 2-Jan-2019
  9. ज्येष्ठ लोककलावंत गुलाबबाई संगमनेरकर यांना विठाबाई नारायणगावकर जीवनगौरव पुरस्कार जाहीर “Sakal, a leading Marathi Daily”, 24-Jun-2020