ଭାରତୀୟ ମହିଳା ବ୍ୟାଙ୍କ

ଭାରତୀୟ ବିତ୍ତ ସେବା କମ୍ପାନୀ

ଭାରତୀୟ ମହିଳା ବ୍ୟାଙ୍କ (English: Bharatiya Mahila Bank) (BMB) ଏକ ଭାରତୀୟ ବିତ୍ତୀୟ ସେବାଗୁଡ଼ିକର ଅନ୍ତର୍ଭୁକ୍ତ ଅଟେ । ନୂଆ ଦିଲ୍ଲୀଠାରେ ଅବସ୍ଥିତ ଏକ ବ୍ୟାଙ୍କିଂ କମ୍ପାନୀ । ଇନ୍ଦିରା ଗାନ୍ଧିଙ୍କ ୯୬ ତମ ଜନ୍ମବାର୍ଷିକୀ ଅବସରରେ ଏହି ବ୍ୟବସ୍ଥାକୁ ୨୦୧୩ ସେପ୍ଟେମ୍ବର ୧୯ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉଦ୍ଘାଟନ କରିଥିଲେ ।[୧] ଯଦିଓ ପ୍ରଥମରୁ ଜଣାଯାଇଛିଯେ ଏହି ବ୍ୟାଙ୍କ ମହିଳାମାନଙ୍କୁ ପ୍ରଧାନ୍ୟା ଦେଇଥାଏ, ଏହା ସମସ୍ତଙ୍କଠାରୁ ଆସୁଥିବା ଜମାକୁ ଗ୍ରହଣକରିଥାଏ କିନ୍ତୁ କେବଳ ମହିଳାମାନଙ୍କୁ କେବଳ ଉଦ୍ଧାର ଦେଇଥାଏ । ସ୍ୱତନ୍ତ୍ର ଭାବେ ମହିଳାଙ୍କ ପାଇଁ କରାଯାଇଥିବା ଏପରି ବ୍ୟବସ୍ଥାରେ ସାରା ବିଶ୍ୱରେ ପାକିସ୍ଥାନ ଏବଂ ତାଞ୍ଜାନିଆ ପରେ ଭାରତ ତୃତୀୟ ।[୨]

ଭାରତୀୟ ମହିଳା ବ୍ୟାଙ୍କ
ପ୍ରକାରstate ownership
ଶିଳ୍ପବ୍ୟାଙ୍କିଂ, ବିତ୍ତୀୟ ସେବା
ପ୍ରତିଷ୍ଠିତ ସ୍ଥାନ୨୦୧୩
ମୁଖ୍ୟ କାର୍ଯ୍ୟାଳୟନୂଆ ଦିଲ୍ଲୀ, ଭାରତ
ପ୍ରମୁଖ ବ୍ୟକ୍ତି
ଉଷାଅନନ୍ତସୁବ୍ରମଣ୍ୟନ (ଚେୟାରମ୍ୟାନ ଏବଂ ଏମଡି)
ଉତ୍ପାଦକୋର ବ୍ୟାଙ୍କିଂ, କ୍ରେଡିଟ କାର୍ଡ, ଗ୍ରାହକ ବ୍ୟାଙ୍କିଂ, କର୍ପୋରେଟ ବ୍ୟାଙ୍କିଂ, ବିତ୍ତ ଏବଂ ବିମା, ବିନିଯୋଗ ବ୍ୟାଙ୍କିଂ, ବନ୍ଧକ ୠଣଗୁଡ଼ିକ, ପ୍ରାଇଭେଟ ବ୍ୟାଙ୍କିଂ, ପ୍ରାଇଭେଟ ଇକ୍ୱିଟୀ, ସମ୍ପତି ପରିଚାଳନା
Ownerଭାରତ ସରକାର
ୱେବ୍‌ସାଇଟ୍www.bmb.co.in

ମହିଳାଙ୍କ ଲାଗି ବ୍ୟାଙ୍କିଂସେବା ସମ୍ପାଦନା

ବିଶ୍ୱ ବ୍ୟାଙ୍କର ଏକ ଅଧ୍ୟୟନରୁ ଜଣାଯାଏ ଯେ ଭାରତରେ ସାଧାରଣ ବିତ୍ତୀୟ ଅନୁଷ୍ଠାନମାନଙ୍କରେ ପୁରୁଷଙ୍କ ୪୬% ବ୍ୟାଙ୍କ ଆକାଉଣ୍ଟ ତୁଳନାରେ ୨୬% କେବଳ ମହିଳାଙ୍କର ଅଛି । ମହିଳାଙ୍କର ଏହା ଅର୍ଥ ମହିଳାଙ୍କର ଆକାଉଣ୍ଟଟି ଏକ ବ୍ୟାଙ୍କରେ, ଏକ କ୍ରେଡିଟ ୟୁନିଅନରେ, ଏକ ସମବାୟ ସଂସ୍ଥାରେ, ପୋଷ୍ଟ ଅଫିସରେ କିମ୍ବା ଏକ ମାଇକ୍ରୋଫାଇନାନ୍ସସଂସ୍ଥାରେ ଅଛି ।[୩] ଆଉ ମଧ୍ୟ ମହିଳାଙ୍କ ମୁଣ୍ଡ ପିଛା ଆୟ ପୁରୁଷଙ୍କ ତୁଳନାରେ ୮୦ ପ୍ରତିଶତ କମ ।[୪]

୭୦ଟି ଦେଶର ୩୫୦ଟି ବିତ୍ତୀୟ ସଂସ୍ଥାମାନଙ୍କୁ ନେଇ ଏକ ଆନ୍ତର୍ଜାତିକ ସ୍ତରରେ ଅଧ୍ୟୟନ କରାଯାଇ ଆହୁରି ମଧ୍ୟ ଦେଖାଯାଇଛି ଯେ, ଅଧିକାଂଶ ମହିଳା ଦୁର୍ବଳ ଆର୍ଥିକ ବ୍ୟବସ୍ଥା, ନିମ୍ନ ଆୟ , ସମ୍ପତି କ୍ଷୟ, ଉଚିତ ବିନିଯୋଗ ନକରିବାଦ୍ୱାରା ଅର୍ଥ ହରାଇବା, ରୋଜଗାର ବୃଦ୍ଧିର ସାଧନ ନମିଳିବା ଇତ୍ୟାଦି ଦେଇ ଗତି କରୁଛନ୍ତି । [୫]

ବୈଶିଷ୍ଟ୍ୟ ସମ୍ପାଦନା

ଅର୍ଥନୈତିକ କାର୍ଯ୍ୟରେ ସହଯୋଗ ଦେବା ସହ ଦକ୍ଷତା ବୃଦ୍ଧିରେ ଆର୍ଥିକ ସହାୟତା ପ୍ରଦାନକୁ ଏହି ବ୍ୟାଙ୍କ ଗୁରୁତ୍ୱଦିଏ । ଏଥି ସହ ଉତ୍ପାଦଗୁଡ଼ିକ ଏହି ଭଳି ଆକାରରେ କରିଥାଏ ଯେଉଁଥିରେ ମହିଳାମାନଙ୍କୁ କିଛି ୠଣରେ ରିହାତି ମିଳିପାରିବ ।[୬]

ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରୋତ୍ସାହନ ଦେବାକୁ ଏହି ବ୍ୟାଙ୍କ ମଧ୍ୟ ଲକ୍ଷ୍ୟ ରଖିଛି । ଉଷା ଅନନ୍ତସୁବ୍ରମଣ୍ୟନ (ସିଏମଡି)ଙ୍କ କହିବା ଅନୁସାରେ, ଏହି ବ୍ୟାଙ୍କ ଏନଜିଓମାନଙ୍କ ମିଳିତ ସହଯୋଗରେ, ଆଂଚଳିକସ୍ତରର ମହିଳାମାନଙ୍କୁ ବ୍ୟବସାୟିକ ରୋଜଗାର ଯଥା ଖେଳଣା ତିଆରି, ଟ୍ରାକ୍ଟର ଚାଳନ କିମ୍ବା ମୋବାଇଲ ମରାମତି ଆଦିରେ ପ୍ରଶିକ୍ଷଣ ନିଯୋଜନ କରିବାରେ ଯୋଜନା କରନ୍ତି ।(CMD).[୭]

ମହିଳା ଗ୍ରାହକମାନଙ୍କଙ୍କୁ ସମ୍ପତି ମାଲିକାନା ଅଧିକାରଦେବା ଏହି ବ୍ୟାଙ୍କର ଅନ୍ୟତମ ବୈଶିଷ୍ଟ୍ୟ ।[୮] ଏକ ଅଧ୍ୟୟନରୁ ଜଣାଯାଏ, ମହିଳାମାନଙ୍କୁ ସମ୍ପତି ମାଲିକାନା କରାଇବାଦ୍ୱାରା ଘରୋଇ ହିଂସାର ଶିକାର ହେବାର ମାତ୍ରା ହ୍ରାସ ପାଇଛି । [୯] ବ୍ୟାଙ୍କିଂ ଆବଶ୍ୟକତା ପୁରଣ ସହ ମହିଳାମାନଙ୍କ ଉନ୍ନତି ସହ ଦେଶର ଆର୍ଥିକ ବିକାଶ କରିବା ।

ମୂଳଧନ ସମ୍ପାଦନା

ଏହି ବ୍ୟାଙ୍କର ପ୍ରାରମ୍ଭିକ ମୂଳଧନ ୧,୦୦୦ କୋଟି ଅଟେ . ୨୦୧୪ ମାର୍ଚ୍ଚ ଶେଷ ସୁଦ୍ଧା ଏହି ବ୍ୟାଙ୍କର ୨୫ଟି ଶାଖା ଏବଂ ଏହାର ପରିଚାଳନାର ଚତୁର୍ଥ ବର୍ଷ (୨୦୧୭) ସୁଦ୍ଧା ୫୦୦ଟି ଶାଖା ଖୋଲାଯିବାର ଲକ୍ଷ୍ୟ ରଖାଯାଇଛି ।

ଏହି ଭାରତର ପ୍ରଥମ ମହିଳାକୈନ୍ଦ୍ରିକ ବ୍ୟାଙ୍କ ସୂଚନା ପ୍ରଯୁକ୍ତି ଯୋଗାଇଦେବାକୁ ୟୁଏସସ୍ଥିତ ଏଫଆଇଏସ ଗ୍ଲୋବଲ, ବିପ୍ରୋ ସହ ୧,୦୦୦ କୋଟି ଚୁକ୍ତିରେ ଅନୁବନ୍ଧିତ ହୋଇଛି [୧୦]

ଶାଖାଗୁଡ଼ିକ ସମ୍ପାଦନା

ବର୍ତ୍ତମାନ ଯାଏ ୪୨ଟି ଶାଖା ଅଛି ଏବଂ ୨୦୧୫ ମାର୍ଚ୍ଚ ସୁଦ୍ଧା ସାରାଦେଶରେ ୮୦ଟି ଶାଖା ଏବଂ ଏହି ଦୁଇ ବର୍ଷ ମଧ୍ୟରେ ୭୦୦ଟି ଖୋଲାଯିବାର ଯୋଜନା ଚାଲିଛି । ଏବେ ଭାରତୀୟ ମହିଳା ବ୍ୟାଙ୍କର ଶାଖାଗୁଡ଼ିକ ନିମୋକ୍ତ ସ୍ଥାନମାନଙ୍କରେ ଅଛି : ମୁମ୍ବଈ – ନରିମନ ପଏଣ୍ଟ, ସେଣ୍ଟ୍ରାଲ ମୁମ୍ବଈ- ଘଟକୋପୁର , ଥାନେ , ପୁନେ , ଚଣ୍ଡୀଗଡ଼, ଭୁବନେଶ୍ୱର, ପଂଚକୁଲା, କୋଚି, ଭଦୋଦରା, ଅହମଦାବାଦ, ଇନ୍ଦୋର, ଭୋପାଳ, ନୂଆଦିଲ୍ଲୀ-ନେହେରୁ ପ୍ୟଲେସ, ନୂଆଦିଲ୍ଲୀ-ମଡେଲ ଟାଉନ ,ଚଣ୍ଡୀଗଡ଼, ଗୁରଗାଓଁ, ପଟନା, ରାଇପୁର, କଲିକତା, ଗୁଆହାଟି, ଶିମଲା, ସିଲଂ, ଗାଂଗଟକ, ଥିରୁଅନନ୍ତପୁରମ, ଚେନଇ, କୋଏମ୍ବାଟୁର, ବେଂଗଲୁରୁ, ମଂଗାଲୋର, ହାଇଦରାବାଦ, ଜୟପୁର, ଅଲବାର, ଢୋଲପୁର, କୋମରଗିରି, କାକିନଡା, ଗୋଆ, ପାନାଜୀ, ଅଗରତାଲା, ଆଗ୍ରା, ହରିଦ୍ୱାର, କାନପୁର, ଲଖନୌ ଏବଂ ଡେରାଡୁନ ।

ପରିଚାଳନା ସୂତ୍ର ସମ୍ପାଦନା

ଏହା ସମ୍ପୁର୍ଣ ଭାବେ ଭାରତ ସରକାରଙ୍କ ଅଧୀନ ଅଟେ । ପ୍ରାରମ୍ଭିକ ଭାବେ ଏହି ବ୍ୟାଙ୍କର ବୋର୍ଡ ନିର୍ଦ୍ଦେଶକ ଭାବେ ଆଠଜଣ ମହିଳା ଅଛନ୍ତି । ଶ୍ରୀମତୀ ଉଷା ଅନନ୍ତସୁବ୍ରମଣ୍ୟନ ଚେୟାରମ୍ୟାନ ଏବଂ ପରିଚାଳନା ନିର୍ଦ୍ଦେଶକ ଏବଂ ଏସଏମ ସ୍ୱାତୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଟନ୍ତି । ବୋର୍ଡଟି ଜଣେ ବିଜିନେସ ଗ୍ରାଜୁଏଟ- ଛବି ରାଜବତ ( ରାଜସ୍ଥାନର ଜଣେ ସରପଞ୍ଚ ), ଦଲିତ ସ୍ୱାବଲମ୍ବୀ – କଳ୍ପନା ସରୋଜ , ଅବସରପ୍ରାପ୍ତ ପବ୍ଲିକ ବ୍ୟାଙ୍କର ନୂପୁର ମିତ୍ର , ଏକାଡେମିକ ପାକିଜା ସମଦ, ପ୍ରାଇଭେଟ ଇକ୍ୱିଟୀ ପ୍ରଫେସନାଲ ରେଣୁକା ରାମନାଥ , ଗୋଦେରେଜ ଗୃପର କାର୍ଯ୍ୟକାରୀ ନିର୍ଦ୍ଦେଶକ ତନୟା ଦୁବାଶ, ଏବଂ ଜଣେ ସରକାରୀ ନୋମିନୀଙ୍କୁ ନେଇ ଗଠିତ । ଆପଣ ବ୍ୟାଙ୍କ ବେବସାଇଟ www.bmb.co.inରେ ବିସ୍ତୃତ ଦେଖି ପାରିବେ ।

ଆଧାର ସମ୍ପାଦନା

  1. "Prime Minister of India Inaugurated the system". Thehindubusinessline.com. Retrieved 2013-11-20.
  2. "Bharatiya Mahila Bank: All you need to know about first all-women bank". Firstpost. 2013-03-07. Retrieved 2013-11-20.
  3. "BBC News - India PM Singh opens bank for women". Bbc.co.uk. Retrieved 2013-11-20.
  4. Our Bureau. "Now open, the first bank for women | Business Line". Thehindubusinessline.com. Retrieved 2013-11-20.
  5. Roy Mersland, Bert D'Espallier, Isabelle Guérin (November 18, 2010). "Women and Repayment in Microfinance". SSRN. Retrieved 2013-11-20.{{cite web}}: CS1 maint: multiple names: authors list (link)
  6. FP Staff (2013-03-07). "Bharatiya Mahila Bank: All you need to know about first all-women bank". Firstpost. Retrieved 2013-11-20.
  7. "Women's Bank will inspire people with entrepreneurial skills, says CMD". Livemint. Retrieved 2013-11-20.
  8. "Govt to seek Cabinet approval for Rs 1,000 cr Bhartiya Mahila Bank". Entrepreneurindia.com. Archived from the original on 2015-06-10. Retrieved 2013-11-20.
  9. "Property Ownership & Inheritance Rights of Women for Social Protection– The South Asia Experience: Synthesis report of three studies" (PDF). ICRW. Archived from the original (PDF) on 2013-09-03. Retrieved 2013-11-20.
  10. Adith Charlie (2013-09-18). "Wipro-US firm team leads race for Rs 1,000-cr Mahila Bank deal | Business Line". Thehindubusinessline.com. Retrieved 2013-11-20.

ବାହ୍ୟ ଲିଙ୍କ ସମ୍ପାଦନା