ଭାନୁମତୀ ଦେବୀ (୧୯୩୪ - ୨୦୧୩) ଓଡ଼ିଆ ମଞ୍ଚ ଓ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ ଥିଲେ । ସେ ମଞ୍ଚଶ୍ରୀ ସତ୍ୟନାରାୟଣ ପଣ୍ଡାଙ୍କଠାରୁ ଶାସ୍ତ୍ରୀୟ ଗୀତ ଓ ନୃତ୍ୟ ଶିକ୍ଷା କରିଥିଲେ ।[୨]

ଭାନୁମତୀ ଦେବୀ
ଜନ୍ମ(1934-05-15)୧୫ ମଇ ୧୯୩୪


[୧]
ମୃତ୍ୟୁ୪ ଜାନୁଆରୀ ୨୦୧୩(2013-01-04) (ବୟସ ୭୮)
ବୃତ୍ତିମଞ୍ଚ ଓ କଥାଚିତ୍ର ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୫୩-୧୯୮୭
ବୈବାହିକ-ସାଥୀହରିହର ପଣ୍ଡା
ସନ୍ତାନସ୍ୱର୍ଣ୍ଣଲତା
ପିତାମାତା(s)ସାରଥି ପଟ୍ଟନାୟକ
ପାଟ୍ଟଦେଇ
ପୁରସ୍କାରଜୟଦେବ ପୁରସ୍କାର
ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ

ଗଞ୍ଜାମ ଜିଲ୍ଲା ଆସ୍କା ଗ୍ରାମର ସାରଥି ପଟ୍ଟନାୟକ ଓ ମାତା ପାଟ୍ଟଦେଇଙ୍କ ଔରସରୁ ଭାନୁମତୀ ବର୍ମାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ କଥାଚିତ୍ରରେ ଅଭିନୟ କରିବା ପୂର୍ବରୁ ଭାନୁମତୀ ଉଭୟ ଅନ୍ନପୂର୍ଣ୍ଣା ଥିଏଟର ଏ ଓ ବି ଗ୍ରୁପରେ ୧୫୦ରୁ ଉର୍ଦ୍ଧ୍ୱ ମଞ୍ଚନାଟକରେ ଅଭିନୟ କରିଥିଲେ । [୩]

୧୯୫୩ ମସିହାରେ ୧୯ବର୍ଷ ବୟସରେ ସେ ପ୍ରଥମେ ଆମରି ଗାଁ ଝିଅ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । [୪]୧୯୮୭ ମସିହାରେ ମୁକ୍ତିଲାଭ କରିଥିବା ଜୟଦେବ ଥିଲା ତାଙ୍କର ଶେଷ କଥାଚିତ୍ର । ୨୦୧୩ ମସିହା ଜାନୁଆରୀ ୪ତାରିଖ ଦିନ, ୭୮ ବର୍ଷ ବୟସରେ, ପୁରୀଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।[୫]

ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନା

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଜୟଦେବ ୧୯୮୭ ଶ୍ୟାମଳ ମୁଖାର୍ଜୀ
ମୁକ୍ତି ୧୯୭୭ ବ୍ୟୋକମେଶ ତ୍ରିପାଠୀ
ମମତା ୧୯୭୫ ବ୍ୟୋମକେଶ ତ୍ରିପାଠୀ
ମନ ଆକାଶ ୧୯୭୪ ନିତାଇ ପାଲିତ
ଧରିତ୍ରୀ ୧୯୭୩ ନିତାଇ ପାଲିତ
ଅଦିନ ମେଘ ୧୯୭୦ ଅମିତ ମୈତ୍ର
ମାଟିର ମଣିଷ ୧୯୬୬ ମୃଣାଳ ସେନ
ଆମରି ଗାଁ ଝିଅ ୧୯୫୩ ବିନୟ ବାନାର୍ଜୀ

ପୁରସ୍କାର ଓ ସମ୍ମାନ ସମ୍ପାଦନା

ଆଧାର ସମ୍ପାଦନା

  1. "Bhanumati leaves the 'stage' | Orissa Post". orissapost.com. 2013. Retrieved 5 January 2013. Born May 15, 1934, in Burma, Bhanumati had returned Orissa
  2. "MANCHASRI SATYANARAYANA PANDA". gajapati.nic.in. 2002. Retrieved 4 January 2013. came to lime light by teaching classical song/dance to the actress Bhanumati Devi,
  3. "Veteran Actor Bhanumati Devi dead - The New Indian Express". newindianexpress.com. 2013. Archived from the original on 8 January 2013. Retrieved 6 January 2013. Born in Myanmar, she came to Puri and started acting on stage before joining Odia cinema in 1954. She was an integral part of Annapurna Theatre, Cuttack, for about four decades.
  4. Panda, Namita (2012). "Arclights out, actresses fight poverty". telegraphindia.com. Retrieved 18 January 2013. She started her film career at the age of 19 in 1953 with Aama Gaan Jhua,
  5. Kanungo, Laxminarayan (2013). "Veteran actor Bhanumati Devi passes away at Puri | Odisha Reporter". odishareporter.in. Retrieved 4 January 2013. Veteran film and theatre personality Bhanumati devi passed away today at the age of 78 in Puri
  6. "The Hindu : Other States / Orissa News : Actor Bhanumati Devi honoured". hindu.com. 2008. Retrieved 4 January 2013. Bhanumati Devi, who acted in Mrinal Sen's President's Award winning Oriya film "Matira Manisha" was honoured by the Orissa Cine Artists' Association
  7. "Bhanumati Devi gets Guru Kelucharan Award - Times Of India". indiatimes.com. 2001. Archived from the original on 2013-04-03. Retrieved 4 January 2013. bhanumati devi was presented the prestigious guru kelucharan mohapatra award for 2001

ଅଧିକ ତଥ୍ୟ ସମ୍ପାଦନା