ଭରତେଶ୍ୱର ମନ୍ଦିର

ଭୁବନେଶ୍ୱରର ହିନ୍ଦୁ ମନ୍ଦିର, ରାମଙ୍କ ଭାଈ ଭରତଙ୍କୁ ସମର୍ପିତ

ଭରତେଶ୍ୱର ଶିବ ମନ୍ଦିର ଭୁବନେଶ୍ୱରରେ ଥିବା ୬ଷ୍ଠ ଶତାବ୍ଦୀର ଏକ ହିନ୍ଦୁ ମନ୍ଦିର ଅଟେ । ଏହା ମୁଖ୍ୟତଃ ଭାଗବାନ ଶିବଙ୍କୁ ସମର୍ପିତ । ଏହି ମନ୍ଦିରରେ ୟୋନିପୀଠ ମଧ୍ୟରେ ଅବସ୍ଥାପିତ ଶିବଲିଙ୍ଗ ପୂଜା ପାଆନ୍ତି । ଶିବରାତ୍ରି ଆଦି ପର୍ବ ଏଠାରେ ପାଳନ କରାଯାଏ । କଳ୍ପନା ଛକରୁ ଲିଙ୍ଗରାଜ ମନ୍ଦିର ଆଡକୁ ଯାଇଥିବା ସଡକର ବାମ ପଟକୁ, ରାମେଶ୍ୱର ମନ୍ଦିରର ବିପରିତ ପାର୍ଶ୍ୱରେ ଏହି ମନ୍ଦିର ଅବସ୍ଥିତ ।[୧] ମନ୍ଦିରରେ କଳିଙ୍ଗ ସ୍ଥାପତ୍ୟ କଳାର ରେଖା ବିମାନ ଶୈଳିରେ ନିର୍ମିତ । ଏହା ଓଡ଼ିଶାର ପୁରୁଣା ମନ୍ଦିରମାନଙ୍କ ମଧ୍ୟରୁ ଗୋଟିଏ ଅଟେ ।[୨][୩]

ଭରତେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀଶିବ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
ଭରତେଶ୍ୱର ମନ୍ଦିର is located in Odisha
ଭରତେଶ୍ୱର ମନ୍ଦିର
Location in ଓଡ଼ିଶା
ଭରତେଶ୍ୱର ମନ୍ଦିର is located in India
ଭରତେଶ୍ୱର ମନ୍ଦିର
ଭରତେଶ୍ୱର ମନ୍ଦିର (India)
ଭୌଗଳିକ ଅବସ୍ଥିତି20°14′N 85°49′E / 20.233°N 85.817°E / 20.233; 85.817
Architecture
Typeକଳିଙ୍ଗ ସ୍ଥାପତ୍ୟ
Completed6th century A.D.
Website
www.ignca.nic.in/

ଇତିହାସ ସମ୍ପାଦନା

ମନ୍ଦିରର ନିର୍ମାଣ ୬ଷ୍ଠ ଶତାବ୍ଦୀରେ ଶୈଳଦଭବ ଶାସନ ବେଳକୁ ହୋଇଥିଲା । ବର୍ତ୍ତମାନ ରାଜ୍ୟ ପୁରାତତ୍ତ୍ୱ ବିଭାଗ ଏହି ମନ୍ଦିରର ରକ୍ଷଣାବେକ୍ଷଣା କରୁଛନ୍ତି ।[୪]

ବାସ୍ତୁକଳା ସମ୍ପାଦନା

ବାଲିପଥରରେ ବ୍ୟବହାର କରି ଏହି ମନ୍ଦିର କଳିଙ୍ଗ ସ୍ଥାପତ୍ୟ କଳାର ରେଖା ବିମାନ ଶୈଳିରେ ନିର୍ମାଣ କରାଯାଇଥିଲା । ସ୍ଥାପତ୍ୟ ଯୋଜନା ଆଧାରରେ ଏବଂ ନିକଟସ୍ଥ ଲକ୍ଷ୍ମଣେଶ୍ୱର ମନ୍ଦିରର ଶିଳାଲେଖ ଅନୁଯାୟୀ ଏହି ମନ୍ଦିରର ନିର୍ମାଣ ୬ଷ୍ଠ ଶତାବ୍ଦୀର ବୋଲି ଅନୁମାନ କରାଯାଏ । [୫]

ଆଧାର ସମ୍ପାଦନା

  1. "Bharatesvara Siva Temple, Old Town, Bhubaneswar, Dist.-Khurda" (PDF). www.ignca.nic.in. Retrieved 17 October 2017.
  2. Odissi dance. Orissa Sangeet Natak Adademi, 1990.
  3. "Temples to hog the limelight - Eight important shrines across capital to be lit up with new age energy-efficient floodlights". www.telegraphindia.com. Retrieved 17 October 2017.
  4. "Bharatesvara Siva Temple, Old Town, Bhubaneswar, Dist.-Khurda" (PDF). www.ignca.nic.in. Retrieved 17 October 2017.
  5. "ODISHA (ORISSA) TEMPLES". www.heritagetoursorissa.com. Retrieved 17 October 2017.