ବୋମ୍ବୟଲା ଦେବୀ ଲାଇଶ୍ରାମ

ବୋମ୍ବୟଲା ଦେବୀ ଲାଇଶ୍ରାମ (ଜନ୍ମ - ୨୨ ଫେବୃଆରୀ , ୧୯୮୫) ଜଣେ ଭାରତୀୟ ମହିଳା ତୀରଚାଳିକା ବା ତୀରନ୍ଦାଜ । ତାଙ୍କ ଜନ୍ମ ମଣିପୁରର ଇମ୍ଫାଲଠାରେ ହେଇଥିଲା । ୧୯୯୭ ମସିହାରେ ଏହି କ୍ରୀଡ଼ାକ୍ଷେତ୍ରରେ ପାଦ ଦେଇଥିବା ବୋମ୍ବୟଲା ୨୦୦୭ ମସିହାରୁ ବିଭିନ୍ନ ଅନ୍ତର୍ଜାତୀୟ ତୀରଚାଳନା ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ଆସିଛନ୍ତି ଓ ଅନେକ ପଦକ ମଧ୍ୟ ହାସଲ କରିଛନ୍ତି ।[୧]

ପ୍ରାରମ୍ଭିକ ଜୀବନ  ସମ୍ପାଦନା

ତାଙ୍କ ମାଁ ନିଜେ ଜଣେ ତୀରଚାଳନା ପ୍ରଶିକ୍ଷକ ଥିଲେ ଓ ପିତା ମଣିପୁର ରାଜ୍ୟ ହେଣ୍ଡବଲ୍ ଦଳର ପ୍ରଶିକ୍ଷକ ଥିଲେ । ୧୧ ବର୍ଷ ବୟସରୁ ସେ ତୀରଚାଳନା ଅଭ୍ୟାସ କରୁଥିଲେ ଓ ଭାରତୀୟ କ୍ରୀଡ଼ା ଏକାଡେମୀରେ ଯୋଗ ଦେଇ ପ୍ରଶିକ୍ଷଣ ଲାଭ କରିଥିଲେ । ପାରିବାରିକ ପରମ୍ପରା ଅନୁସାରେ ସେ କ୍ରୀଡ଼ା କ୍ଷେତ୍ରକୁ ଆସିଥିଲେ ବୋଲି କୁହନ୍ତି । ସେ ବର୍ତ୍ତମାନ ମଧ୍ୟ ମଣିପୁରରେ ଅବସ୍ଥାନ କରନ୍ତି ।[୨]

କ୍ରୀଡ଼ାକ୍ଷେତ୍ରରେ ଅବଦାନ  ସମ୍ପାଦନା

ଚୀନ‍ର ବେଜିଂଠାରେ ଅନୁଷ୍ଠିତ ହେଇଥିବା ଅଲିମ୍ପିକ୍ କ୍ରୀଡ଼ାରେ ସେ ଉଭୟ ବ୍ୟକ୍ତିଗତ ଓ ଦଳଗତ ପ୍ରତିଯୋଗିତାରେ ଭାଗନେଇଥିଲେ । ଦଳଗତ ପ୍ରତିଯୋଗୀତାରେ ଭାରତୀୟ ଦଳ କ୍ୱାର୍ଟର୍ ଫାଇନାଲରେ ଚୀନ ନିକଟରୁ ପରାଜୟ ବରଣ କରିଥିଲା । ବ୍ୟକ୍ତିଗତ ପ୍ରତିଯୋଗିତା ସେ ୨୨ଶ ସ୍ଥାନରେ ରହିଥିଲେ ।[୩]

ଲଣ୍ଡନଠାରେ ହେଇଥିବା ଅଲିମ୍ପିକ ବ୍ୟକ୍ତିଗତ କ୍ରୀଡ଼ା ପ୍ରତିଯୋଗିତାରେ ସେ ଦ୍ୱିତୀୟ ରାଉଣ୍ଡରେ ହାରି ଯାଇଥିଲେ ଓ ଦଳଗତ ପ୍ରତିଯୋଗିତାରେ ପ୍ରଥମ ରାଉଣ୍ଡରେ ହାରି ଯାଇଥିଲେ । ୨୦୧୬ ମସିହା  ରିଓ ଅଲିମ୍ପିକ୍‍ରେ ଲକ୍ଷ୍ମୀରାଣୀ ମାଝୀ, ଦୀପିକା କୁମାରୀ ଓ ତାଙ୍କ ଦଳ ୭ମ ସ୍ଥାନରେ ରହିଥିଲେ । ସେଥିରେ ସେମାନେ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ପରେ ଋଷୀୟ ଦଳ ନିକଟରୁ ପରାଜୟ ବରଣ କରିଥିଲେ ।[୪] [୫].

ପୁରସ୍କାର  ସମ୍ପାଦନା

  • ଅର୍ଜୁନ ପୁରସ୍କାର - ୨୦୧୨ ରେ 

ଆଧାର  ସମ୍ପାଦନା

  1. "Bombayla Laishram Devi". World Archery Federation. Retrieved 7 August 2016.
  2. {{cite web}}: Empty citation (help)
  3. {{cite web}}: Empty citation (help)
  4. "India women's archery team of Deepika Kumari, Laxmirani Majhi, Bombayla Devi lose quarter-final against Russia". Indian Express. Retrieved 8 August 2016.
  5. "2016 Rio Olympics: Indian men's archery team faces last chance to make cut". Zee News. 11 June 2016. Retrieved 8 August 2016.