ବେଟି ବଚାଓ ବେଟି ପଢ଼ାଓ ଯୋଜନା

ବାଳିକା ମାନଙ୍କୁ ସଂରକ୍ଷିତ ଏବଂ ସୁରକ୍ଷିତ କରିବା ପାଇଁ ତିଆରି କରାଯାଇଥିବା ଏକ ଯୋଜନା

ଶିଶୁ କନ୍ୟାକୁ ବଞ୍ଚାଅ, ଝିଅକୁ ପଢ଼ାଅ (Beti Bachao, Beti Padhao)(BBBP) ଭାରତ ସରକାରଙ୍କ ଏକ ଯୋଜନା ଯାହାର ଲକ୍ଷ୍ୟ ହେଉଛି ଶିଶୁ କନ୍ୟାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି, ମହିଳାଙ୍କ କାର୍ଯ୍ୟଦକ୍ଷତା ଏବଂ ସାମଗ୍ରିକ ଅଭିବୃଦ୍ଧି । ନରେନ୍ଦ୍ର ମୋଦୀ ୨୨ ଜାନୁଆରୀ ୨୦୧୫ରେ ହରିଆଣାର ପାନିପଥଠାରେ ଏହି ଯୋଜନାର ଉଦ୍ଘାଟନ କରିଛନ୍ତି । [୧][୨] ଏହି କାର୍ଯ୍ୟକ୍ରମର ପ୍ରାରମ୍ଭିକ କର୍ପସ ପାଣ୍ଠି ହେଉଛି ୧୦୦ କୋଟି । [୩]

୨୦୧୧ ସେନସସ ତଥ୍ୟ ଅନୁସାରେ ଭାରତରେ ଶିଶୁମାନଙ୍କ ଲିଂଗ ଅନୁପାତ (୦-୬ ବର୍ଷ) ପ୍ରତି ୧୦୦୦ଟି ପୁଅଙ୍କ ମଧ୍ୟରେ ୯୨୭ ଜଣ ଝିଅ, ଯାହା ଉଲ୍ଲେଖନୀୟ ଭାବେ ୯୧୮କୁ ହ୍ରାସ ଘଟିଛି । [୪] ୨୦୧୨ମସିହାରେ ୟୁନିସେଫ(UNICEF)ର ଏହି ରିପୋର୍ଟ ଭାରତକୁ ବିଶ୍ୱର ୧୯୫ଟି ଦେଶ ମଧ୍ୟରେ ୪୧ତମ ସ୍ଥାନ ଦେଇଛି । [୫]ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ଉପଲକ୍ଷେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବ୍ୟକ୍ତବ୍ୟରେ କନ୍ୟାଭ୍ରୂଣ ହତ୍ୟାର ମୁଳୋତ୍ପାଟନ ସହ My Gov portal ମାଧ୍ୟମରେ ଜନସାଧାରଣଙ୍କଠାରୁ ଏହାର ସମାଧାନ ପ୍ରସ୍ତାବଗୁଡ଼ିଏ ପାଇଁ ଆହ୍ୱାନ ଦେଇଛନ୍ତି । [୬]

ବିଶେଷ ଧ୍ୟାନଦିଆଯିବକୁ ଥିବା କିଛି ମୂଖ୍ୟବିନ୍ଦୁ ସମ୍ପାଦନା

  • ଲିଂଗଗତ ସମାନତା ପାଇଁ ସଚେତନତା
  • ମହିଳାଙ୍କୁ ଶିକ୍ଷା ସୁନିଶ୍ଚିତ କରାଇବା
  • ସ୍ୱାସ୍ଥ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସମସ୍ୟା
  • ମହିଳା ସୁରକ୍ଷା ସେଲ
  • ମହିଳା ଏବଂ କନ୍ୟା ସନ୍ତାନଙ୍କ ପ୍ରତି ସମ୍ବେଦନଶୀଳ ହେବାପାଇଁ ପ୍ରଚାର
  • ସାଇବର ଅପରାଧ ସେଲ
  • ବିପର୍ଯ୍ୟୟ ପରିଚାଳନା ସେଲ
  • ପଥପ୍ରଦର୍ଶକ, ଅଭିଭାବକ ଏବଂ ଅନ୍ୟମାନଙ୍କୁ ପୁରସ୍କାର ରାଶି

କାର୍ଯ୍ୟକ୍ରମ ବୈଶିଷ୍ଟ୍ୟ ସମ୍ପାଦନା

ଶିଶୁ କନ୍ୟା ପାଇଁ ଲିଂଗଗତ ଅସମାନ୍ୟତା ଦୂର କରିବା ସମାଜରେ ତିଷ୍ଠିରହିବା ଏବଂ ସୁରକ୍ଷା ନିଶ୍ଚିତ କରିବା , ଶିକ୍ଷିତ କରିବା, ପୁଷ୍ଟିକରଣରେ ଉନ୍ନତି, ଏବଂ ଏକ ପାରିପାର୍ଶ୍ୱିକ ସୁରକ୍ଷା ଯୋଗାଇବା ଆଦି ପ୍ରଧାନ ବୈଶିଷ୍ଟ୍ୟ ଅଟେ । [୭]

ପଦକ୍ଷେପ ସମ୍ପାଦନା

ମନ୍ତ୍ରଣାଳୟ, ପ୍ରାଇଭେଟ ସଂସ୍ଥା, ସମାଜିକ ଅନୁଷ୍ଠାନ ସମ୍ମିଳିତ ସହଯୋଗେ ଏକ ବହୁମୁଖୀ ବିଭାଗୀୟ ପଦକ୍ଷେପ ନିମ୍ନ କନ୍ୟା ହାର (CSR) ଥିବା ପ୍ରାୟ ୧୦୦ଟି ଜିଲ୍ଲାରେ ଆରମ୍ଭ ହେଉଛି । ପୁଅ ଝିଅଙ୍କ ମଧ୍ୟରେ ସମତୁଲ ଅନୁପାତ ରଖୁଥିବା ଗ୍ରାମକୁ ୧ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ଯାହା କନ୍ୟା ଭ୍ରୁଣ ହତ୍ୟା କମାଇବାରେ ବିଶେଷ ଲାଭପ୍ରଦ ହେବ । ସ୍କୁଲ ପାଠ୍ୟକ୍ରମରେ ଲିଂଗଗତ ସମାନତା ପାଇଁ ଏକ ଅଧ୍ୟାୟ ସ୍ଥାନ ପାଇବ । ନିର୍ଭୟା ପାଣ୍ଠିରୁ ରାଜଧାନୀ ଦିଲ୍ଲୀର ସମସ୍ତ ଜିଲ୍ଲାମାନଙ୍କରେ ମହିଳାଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରମାନ ସ୍ଥାପନ ହେବ । ସାଧାରଣ ବସ ଗମନାଗମନରେ ଏକ ମହିଳାଙ୍କ ସୁରକ୍ଷା ଲାଗି ଏକ ଯୋଜନାର ପରୀକ୍ଷଣ ପାଇଁ ୫୦କୋଟି ଏବଂ ପ୍ରସ୍ତାବିତ ୧୫୦ କୋଟି ଟଙ୍କା ବଡ଼ବଡ଼ ସହରମାନଙ୍କରେ ମହିଳାଙ୍କ ସୁରକ୍ଷା ବୃଦ୍ଧି ପାଇଁ ଯୋଜନାରେ ଖର୍ଚ୍ଚ ହେବ । ଚଣ୍ଡିଗଡଠାରେ ଜିଲ୍ଲାପାଳମାନଙ୍କ ପାଇଁ ଆୟୋଜିତ ଏକ କର୍ମଶାଳାରେ କିଛି ପ୍ରସ୍ତାବ ଦିଆଯାଇଛି ତାହା :

  • ସଶକ୍ତ ଯୌତୁକ ନିରୋଧୀ ନିୟମ
  • ବାଧ୍ୟତାମୂଳକ ବିବାହ ପଂଜୀକରଣ ମାଧ୍ୟମରେ ବାଲ୍ୟ ବିବାହ ଉଛେଦ
  • ଶିଶୁକନ୍ୟାର ଜନ୍ମଦିନ ଉତ୍ସବ ପାଳନ
  • କନ୍ୟାକୁ ଶିକ୍ଷିତ କରିବାକୁ ପ୍ରାଧାନ୍ୟ ଦେବା
  • ସଦସ୍ୟମାନଙ୍କ ପ୍ରସ୍ତାବ କ୍ରମେ ଦରକାର ସ୍ଥଳେ ପ୍ରେରଣାର୍ଥକ ଆର୍ଥିକ ସହାୟତା ପ୍ରଦାନ ଇତ୍ୟାଦି
  • ଗର୍ଭପାତ ସହ ଜଡ଼ିତ ଥିବା ଦୋଷୀକୁ କଠୋର ଦଣ୍ଡବିଧାନ

ଲିଂଗ ନିରୁପଣ ଏବଂ ଭ୍ରୁଣ ହତ୍ୟା , କନ୍ୟାର ବିବାହ ଖର୍ଚ୍ଚ, ଯୌତୁକ ଏବଂ ଏହା ସହ ହେଉଥିବା ଅସୁବିଧା ଆଦି ସମାଜରେ ଚର୍ଚ୍ଚା ହେବା ଉଚିତ ଯାହା ଫଳରେ ସମାଜ ଏଥିପ୍ରତି ସମ୍ବେଦନଶୀଳ ହେବ ଏବଂ ଏପରି ଘୃଣ୍ୟ କାର୍ଯ୍ୟ କରିବା ଆଗରୁ ଲଜ୍ୟାରେ ଦୁଇଥର ଭାବିବ । [୮]

ସେଇ ପରୀମାନଙ୍କମୁହଁରେ ଚେନାଏ ହସ ଆଣିବା ପାଇଁ ଶିଶୁ କନ୍ୟାକୁ ବଞ୍ଚାଅ, ଝିଅକୁ ପଢାଅ!

ଆଧାର ସମ୍ପାଦନା

  1. PM to Launch 'Beti Bachao, Beti Padhao' Programme from Haryana[permanent dead link]
  2. PM Narendra Modi to launch 'Beti Bachao, Beti Padhao' programme from Haryana
  3. Beti Bachao, Beti Padhao
  4. http://wcd.nic.in
  5. http://bankersadda.me/sukanya-samridhi-yojana/
  6. PM Narendra Modi invites ideas on "Beti Bachao, Beti Padhao"
  7. pavan1804 (17 February 2015). "beti 'bachao beti' padhao". betibachaobetipadhao.co.in/. Archived from the original on 18 February 2015. Retrieved 17 February 2015.{{cite web}}: CS1 maint: numeric names: authors list (link)
  8. "ଆର୍କାଇଭ୍ କପି". Archived from the original on 2015-02-18. Retrieved 2015-03-20. {{cite web}}: Cite has empty unknown parameter: |1= (help)