ଫେବୃଆରୀ ମାସ ଦ୍ୱିତୀୟ ରବିବାର ଦିନ ବିଶ୍ୱ ବିବାହ ଦିବସ ପାଳନ କରାଯାଏ[୧] ବିବାହକୁ ମର୍ଯ୍ୟାଦା ପ୍ରଦାନ କରିବାର ମହତ ଉଦ୍ଦେଶ୍ୟ ରଖି ପାଳନ କରାଯାଉଛି ବିଶ୍ୱ ବିବାହ ଦିବସ । ସ୍ୱାମୀ, ସ୍ତ୍ରୀ ହେଉଛନ୍ତି ପରିବାରର ମୁଖ୍ୟ । ସେମାନଙ୍କଠାରୁ ହିଁ ଆରମ୍ଭ ହୁଏ ପାରିବାରିକ ଶୃଙ୍ଖଳା । ପରିବାରରୁ ସମାଜ ପୁଣି ସମାଜରୁ ରାଷ୍ଟ୍ର । ପରିବାରର ମୁଖ୍ୟ ଭାବେ ସ୍ୱାମୀ, ସ୍ତ୍ରୀଙ୍କୁ ସମ୍ମାନ ଦେବା ଅର୍ଥ ଏକ ସମୃଦ୍ଧ ରାଷ୍ଟ୍ରର ପହିଲି ସର୍ଜନାକୁ ମମ୍ମାନିତ କରିବା ।

ବିଶ୍ୱ ବିବାହ ଦିବସର ସ୍ଲୋଗାନ ହେଉଛି ‘ଜଣେ ଜଣକୁ ଭଲପାଇବା’ । ଏହି ସ୍ଲୋଗାନର ଅବତାରଣା ବିଶ୍ୱ ଶୃଙ୍ଖଳା ପାଇଁ ଉଦ୍ଦିଷ୍ଟ । ପରସ୍ପର ପ୍ରତି ପ୍ରେମରେ ଅନୁବନ୍ଧିତ ହେବାଦ୍ୱାରା ହିଁ ଜୀବନର ବାସ୍ତବ ଦିଗକୁ ଆଲୋକିତ କରିହୁଏ ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା