ବିନାୟକ ଆଚାର୍ଯ୍ୟ

ଓଡ଼ିଆ ରାଜନୀତିଜ୍ଞ

ଶ୍ରୀ ବିନାୟକ ଆଚାର୍ଯ୍ୟ ୧୯୧୮ ମସିହା ଅଗଷ୍ଟ ମାସ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସ୍ୱର୍ଗୀୟ ଶ୍ରୀ ରଘୁନାଥ ଆଚାର୍ଯ୍ୟ । ସେ କଳା ବିଭାଗରେ +୩ କରିସାରି ଶିକ୍ଷକତା ନିମନ୍ତେ ତାଲିମ ନେଇଥିଲେ । ରାଜନୀତିରେ ଯୋଗଦେବା ଆଗରୁ ସେ ଶିକ୍ଷକତା କରୁଥିଲେ । ପତ୍ରିକା ଅଧ୍ୟୟନ ତାଙ୍କର ଅନ୍ୟତମ ରୁଚି ଥିଲା ଓ ସେ ତାଙ୍କ ବନ୍ଧୁମାନକଙ୍କ ସହିତ ଭାରତ ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ, ଯାହା ତାଙ୍କୁ ଭବିଷ୍ୟତ ଜୀବନରେ ରାଜନୀତିରେ ଯୋଗ ଦେବାପାଇଁ ପ୍ରେରଣା ଯୋଗାଇଥିଲା । ୧୯୪୨ ମସିହାରେ ହୋଇଥିବା ଭାରତଛାଡ଼ ଆନ୍ଦୋଳୋନରେ ସେ ଯୋଗଦେଇ ବନ୍ଦୀମାନଙ୍କ ପରିବାର ଲୋକଙ୍କୁ ଦେଖାଶୁଣା କରିଥିଲେ । ତେଣୁ ପୁଲିସର ସନ୍ଧାନବେଳେ ତାଙ୍କ ଭାଇ ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ ଧରାପଡ଼ିଥିଲେ ଓ ତାଙ୍କୁ କାରାଦଣ୍ଡାଦେଶ ହୋଇଥିଲା । ତାଙ୍କର ରାଜନୈତିକ ଜୀବନ ୧୯୬୭ ମସିହାରେ ଆରମ୍ଭ ହୋଇଥିଲା ଓ ସେ ବିଧାୟକ ପାଇ ନିର୍ବାଚନରେ ଭାଗନେଇଥିଲେ । ସେ ୧୯୬୭ ଓ ୧୯୭୧ରେ ୨ଥର ବିଧାୟକ ଭାବେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୬୭ରୁ ୧୯୭୨ ପର୍ଯ୍ୟନ୍ତ ବିରୋଧିଦଳର ନେତୃତ୍ୱ ମଧ୍ୟ ନେଇଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୯ ଡିସେମ୍ବର ୧୯୭୬ଠାରୁ ୩୦ ଅପ୍ରେଲ ୧୯୭୭ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ୧୧ ଡିସେମ୍ବର ୧୯୮୩ରେ ସେ ପ୍ରାଣତ୍ୟାଗ କରିଥିଲେ । ଆଚାର୍ଯ୍ୟଙ୍କ ମୃତ୍ୟୁପରେ ତାଙ୍କ ସ୍ମୃତିରେ ବ୍ରହ୍ମପୁରଠାରେ ସରକାର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଓ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଯାହା ତାଙ୍କ ନାମରେ ନାମିତ ହୋଇଛି । [୨]

ବିନାୟକ ଆଚାର୍ଯ୍ୟ
ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୨୯ ଡିସେମ୍ବର ୧୯୭୬ –୩୦ ଅପ୍ରେଲ ୧୯୭୭ [୧]
ପୂର୍ବ ଅଧିକାରୀନନ୍ଦିନୀ ଶତପଥୀ
ପର ଅଧିକାରୀନୀଳମଣୀ ରାଉତରାୟ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1918-08-30)୩୦ ଅଗଷ୍ଟ ୧୯୧୮
ଓଡ଼ିଶା
ମୃତ୍ୟୁ୧୧ ଡିସେମ୍ବର ୧୯୮୩(1983-12-11) (ବୟସ ୬୫)
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀଭାଗ୍ୟଲତା ମିଶ୍ର
ସନ୍ତାନ୩ ପୁତ୍ର: ଅରୁଣ ଆଚାର୍ଯ୍ୟ, ଶରତ ଆଚାର୍ଯ୍ୟ ଓ ଶିଶିର ଆଚାର୍ଯ୍ୟ
୩ କନ୍ୟା: ଶୋଭା, ସରୋଜନୀ ଓ କୁମୁଦିନୀ

ଆଧାର ସମ୍ପାଦନା

  1. "Brief History of Orissa Legislative Assembly Since 1937". ws.ori.nic.in. 2011. Archived from the original on 9 January 2007. Retrieved 21 April 2012. NAME OF THE CHIEF MINISTERS OF ORISSA
  2. http://orissa.gov.in/e-magazine/orissaannualreference/ORA-2004/pdf/biodata_CM_orissa.pdf


ବାହାର ଲିଙ୍କ ସମ୍ପାଦନା