ବିଧୁଭୂଷଣ ଦାସ

ଭାରତୀୟ ଶିକ୍ଷାବିତ

ବିଧୁଭୂଷଣ ଦାସ (୧୧ ଅପ୍ରେଲ ୧୯୨୨ - ୨ ଜୁନ ୧୯୯୯) ଜଣେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଓଡ଼ିଆ ଶିକ୍ଷାବିତ ଥିଲେ । ସେ କଲମ୍ବିଆ ବିଶ୍ୱ ବିଦ୍ୟାଳୟରୁ ଏ.ଏମ. ଓ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କ୍ରାଇଷ୍ଟ ଚର୍ଚ୍ଚ ମହାବିଦ୍ୟାଳୟରୁ ଏମ.ଲିଟ. ଶିକ୍ଷାହାସଲ କରିଥିଲେ । ପାଟଣା ବିଶ୍ୱବିଦ୍ୟାଳୟରୁ ସେ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୧୯୭୧ ମସିହାରେ ସେ ଇକୋନୋକିକ ଡେଭଲପମେଣ୍ଟ ଇନଷ୍ଟିଟୁଟର(ବର୍ତ୍ତମାନ ୱାର୍ଲଡ଼ ବ୍ୟାଙ୍କ ଇନଷ୍ଟିଟୁଟ ନାମରେ ନାମିତ) ଫେଲୋସିପ ଲାଭ କରିଥିଲେ ।

ବିଧୁଭୂଷଣ ଦାସ‌
Born(1922-04-11)୧୧ ଅପ୍ରେଲ ୧୯୨୨
Died୨ ଜୁନ ୧୯୯୯(1999-06-02) (ବୟସ ୭୭)
Nationalityଭାରତୀୟ
Educationଏମ.ଲିଟ.
Occupationଶିକ୍ଷାବିତ
Spouseପ୍ରଭାତ ନଳିନୀ ଦାସ
Childrenପ୍ରଜ୍ଞା ପାରମିତା
ଉପାଲୀ ଅପରାଜିତା
ଆଶୁତୋଷ
Parentଦୁର୍ଗାଚରଣ ଦାସ
ନିର୍ମଳା ଦେବୀ
Relativesସରଳା ଦେବୀ, ନିତ୍ୟାନନ୍ଦ କାନୁନଗୋ

ଶିକ୍ଷା ଓ ପ୍ରଭାବ ସମ୍ପାଦନା

ଆଧୁନିକ ଓଡ଼ିଶାର ଶିକ୍ଷାବ୍ୟବସ୍ଥା ନିରୁପଣ ଓ ନିର୍ମାଣରେ ବିଧୁଭୂଷଣଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ବିଭିନ୍ନ ଆମେରିକୀୟ, ୟୁରୋପୀୟ ଓ ବ୍ରିଟିଶ ଶିକ୍ଷକମାନଙ୍କର ପ୍ରଭାବ ବିଧୁଭୂଷଣଙ୍କ ବ୍ୟକ୍ତିତ୍ୱରେ ପ୍ରତିଫଳିତ ହୋଇଥିଲା । ସେ ଆହରଣ କରିଥିବା ଶିକ୍ଷା ଓ ଅନୁଭବର ଲାଭ ତାଙ୍କ ଛାତ୍ରମାନଙ୍କୁ ମିଳିଥିଲା ।[୧]

ବୃତିଗତ ଜୀବନୀ ସମ୍ପାଦନା

୧୯୪୪ ମସିହାରୁ ବିଧୁଭୂଷଣ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ । ୧୯୫୦ ମସିହାରେ ସେ ସୋନପୁର ପ୍ରଫେସର ଭାବରେ ଅଧିଷ୍ଠ ହୋଇଥିଲେ ।[୨] ୧୯୫୯ ମସିହାରେ 'କଲମ୍ବୋ ପ୍ଲାନ' ଅନ୍ତର୍ଗତ 'ଇଣ୍ଡିଆନ ଏଡ଼ ମିସନ'ରେ, ସେ ନେପାଳର ରାଜା 'ମହେନ୍ଦ୍ର'ଙ୍କର ଉପଦେଷ୍ଟା ରୂପରେ ନିଯୁକ୍ତି ପାଇଥିଲେ । ଏହି ସମୟରେ ସେ କାଠମାଣ୍ଡୁର<nowiki> ତ୍ରିଭୂବନ ବିଶ୍ୱବିଦ୍ୟାଳୟ ଉନ୍ନତିକରଣରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ୧୯୬୩ରୁ ୧୯୬୮ ମଧ୍ୟରେ ସେ ରାଞ୍ଛି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ୧୯୬୮ରେ ରାଞ୍ଚି ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ । ୧୯୬୮ରେ ହିଁ ସେ ଓଡ଼ିଶାର ଡାଇରେକ୍ଟର ଅଫ ପବ୍ଲିକ ଇନଷ୍ଟ୍ରକ୍ଟର ଓ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତି ପାଇଥିଲେ । ଏହି ସମୟରେ ଓଡ଼ିଶାରେ ଶିକ୍ଷାର ଉନ୍ନତି ଦିଗରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।[୩] ସେ ଇଂରାଜୀ ଭାଷା, ଆମେରିକୀୟ ସାହିତ୍ୟ, ତୁଳନାତ୍ମକ ସାହିତ୍ୟ, ଭାଷାବିଜ୍ଞାନ ଓ ଦର୍ଶନ ଆଦି ବିଷୟରେ ପଢାଉଥିଲେ । ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରସ୍ତାବକୁ ସେ ଅଗ୍ରାହ୍ୟ କରିଥିଲେ । ୧୯୮୪ରେ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଏସ. ସି. ଜମିରଙ୍କ ଉପଦେଷ୍ଟା ଭାବରେ ସେ ନିଯୁକ୍ତ ହୋଇଥିଲେ । ଏହି ସମୟରେ ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟ ଉନ୍ନତିକରଣରେ ସେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।

ଦାସଙ୍କ ଛାତ୍ରମାନେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଲୋକ ସଭାର ବାଚସ୍ପତି, ଲେଖକ, କଳାକାର, ବୈଜ୍ଞାନିକ, ଆର୍ମି ଜେନେରାଲ ଆଦି ବିଭିନ୍ନ ପଦପଦବୀ ମଣ୍ଡନ କରିଛନ୍ତି । [୪]

ବିଧୁଭୂଷଣ ଥିଲେ ପଦାର୍ଥ ବିଜ୍ଞାନ ଅନୁଷ୍ଠାନ, ଭୁବନେଶ୍ୱରର ପ୍ରତିଷ୍ଠାତା । ବର୍ତ୍ତମାନ ଏହି ଅନୁଷ୍ଠାନ ଭାରତ ସରକାରଙ୍କ ଆଣବିକ ଶକ୍ତି ମନ୍ତ୍ରଣାଳୟର ଅଧିନରେ କାର୍ଯ୍ୟ କରୁଛି ।

ବ୍ୟକ୍ତିଗତ ଜୀବନ ସମ୍ପାଦନା

ବିଧୁଭୂଷଣ ୧୯୨୨ ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ସେ ରାୟ ବାହାଦୁର ଦୁର୍ଗାଚରଣ ଦାସ ଓ କବୟତ୍ରୀ ନିର୍ମଳା ଦେବୀଙ୍କର ଜ୍ୟେଷ୍ଠ ସନ୍ତାନ ଥିଲେ । ତାଙ୍କ ପୈତୃକ ଗ୍ରାମ ଥିଲା ଯାଜପୁର ଜିଲ୍ଲା ଅନ୍ତର୍ଗତ ଜମାଗଡ଼ ।[୫] ବିଧୁଭୂଷଣ, ପ୍ରଭାତ ନଳିନୀଙ୍କୁ ବିବାହ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀ ଥିଲେ ତାଙ୍କର ମାଇଁ । ଗୁଜରାଟର ପୂର୍ବତନ ରାଜ୍ୟପାଳ ନିତ୍ୟାନନ୍ଦ କାନୁନଗୋ ଥିଲେ ତାଙ୍କର ଅନ୍ୟ ଜଣେ ମାମୁଁ । ଦାସଙ୍କ କନ୍ୟା ପ୍ରଜ୍ଞା ପାରମିତା ଭାରତୀୟ ବୈଦେଶିକ ସେବାରେ ଯୋଗ ଦେଇଥିବା ପ୍ରଥମ ଓଡ଼ିଆ ମହିଳା । ତାଙ୍କ ଅନ୍ୟତମ କନ୍ୟା ଉପାଲୀ ଅପରାଜିତା ଜଣେ ଜଣାଶୁଣା ଓଡ଼ିଶୀଭରତନାଟ୍ୟମ ନୃତ୍ୟାଙ୍ଗନା । ପୁତ୍ର ଆଶୁତୋଷ ଜଣେ ସାମ୍ବାଦିକ ଓ ଲେଖକ ।

ବିଧୁଭୂଷଣ ଦାସ ସ୍ମାରକୀ ବତ୍କୃତା ସମ୍ପାଦନା

୨୦୧୩ରେ ପ୍ରଥମ ବିଧୁଭୂଷଣ ଦାସ ସ୍ମାରକୀ ବତ୍କୃତା ଭୁବନେଶ୍ୱରସ୍ଥିତ ଖଣିଜ ଏବଂ ପଦାର୍ଥ ପ୍ରୌଧୋଗିକୀ ସଂସ୍ଥାଠାରେ ଆୟୋଜିତ ହୋଇଥିଲା । ଶଶି ଥରୁର ଏଥିରେ ବତ୍କୃତା ପ୍ରଦାନ କରିଥିଲେ ।[୬] ୨୦୧୬ରେ ଦ୍ୱିତୀୟ ସ୍ମାରକୀ ବତ୍କୃତା ପ୍ରଦାନ କରିଥିଲେ ଟାଟା କମ୍ପାନୀର ଅଧ୍ୟକ୍ଷ ଶ୍ରୀ ଆର. ଗୋପାଳକ୍ରୀଷ୍ଣନ ।[ଆଧାର ଲୋଡ଼ା]

ରଚନାବଳୀ ସମ୍ପାଦନା

  • "Some Criteria of Acceptability in Translation". Journal of Literary Studies. 13 (2). 1989.
  • Literary Criticism - A Reading. Oxford University Press. 1985.
  • Amrutara Santana - The Dynasty of The Immortals by Gopinath Mohanty, translated by Bidhubhusan Das, Prabhat Nalini Das and Oopali Operajita. Sahitya Akademi, New Delhi. 2015. ISBN 978-81-260-4746-8

ଆଧାର ସମ୍ପାଦନା

  1. Amrutara Santana: The Dynasty of The Immortals by Gopinath Mohanty. Translated by Bidhu Bhusan Das, Prabhat Nalini Das and Oopali Operajita. Sahitya Akademi, New Delhi. 2015. ISBN 978-81-260-4746-8
  2. Jena, K.C. (1986). Dictionary of National Biography (Supplement). Calcutta: Prof N.R. Ray, Institute of Historical Studies. Retrieved 20 November 2018.
  3. Rath, Harihar (2003). The Poetry of Robert Frost and William Carlos Williams (Reprinted ed.). Atlantic Publishers. p. 13. ISBN 978-8-126-90186-9.
  4. Amrutara Santana: The Dynasty of the Immortals by Gopinath Mohanty. Translated by Bidhu Bhusan Das, Prabhat Nalini Das and Oopali Operajita. Sahitya Akademi, New Delhi, 2015. ISBN 978-81-260-4746-8
  5. "ଆଜି ଜନ୍ମଦିନ". No. ସମ୍ବାଦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. ସମ୍ବାଦ. Archived from the original on 2020-04-11. Retrieved 11 April 2020.
  6. "Call for greater industry-academia collaboration in research". The Hindu. 4 October 2013.