ବିଧାନ ପରିଷଦ

ବହୁବିକଳ୍ପ ପୃଷ୍ଠା

ବିଧାନ ପରିଷଦ ବା ଲେଜିସଲେଟିଭ କାଉନସିଲ ଦୁଇଟି ଗୃହ ଥିବା ବିଧାନ ମଣ୍ଡଳଦ୍ୱାରା ବ୍ୟବସ୍ଥିତ ଭାରତୀୟ ରାଜ୍ୟମାନଙ୍କର ଉପର କକ୍ଷକୁ ବୁଝାଏ । ଭାରତର ସମ୍ବିଧାନ ଧାରା ୧୬୯ (୧)ରେ ବିଧାନ ପରିଷଦ ଗଠନ କରିବାର ବ୍ୟବସ୍ଥା ଉଲ୍ଲେଖ ହୋଇଛି । ୨୦୧୮ ସୁଦ୍ଧା ଭାରତର ୨୯ଟି ରାଜ୍ୟ ମଧ୍ୟରୁ ଆଠଟି ରାଜ୍ୟର ବିଧାନ ପରିଷଦ ରହିଛି ।[୧] ସେମାନେ ଆଞ୍ଚଳିକ ସ୍ତରରୁ, ବିଧାନ ସଭା, ରାଜ୍ୟପାଳ, ସ୍ନାତକଧାରୀ, ଶିକ୍ଷକଆଦିଙ୍କଦ୍ୱାରା ନିର୍ବାଚିତ ହୋଇଥାନ୍ତି । ବିଧାନ ପରିଷଦର କାର୍ଯ୍ୟକାଳ ଛଅ ବର୍ଷ । ଏହାର ସଦସ୍ୟମାନଙ୍କୁ ବିଧାନ ପରିଷଦ ସଦସ୍ୟ ବା ଏମଏଲସି (MLC) କୁହାଯାଏ ।

ସଦସ୍ୟତା ସମ୍ପାଦନା

ପ୍ରତ୍ୟେକ ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ । ପ୍ରତି ଦୁଇ ବର୍ଷରେ ସଦନର ଏକ ତୃତୀୟାଂଶ ସଦସ୍ୟଙ୍କ ସଦସ୍ୟତା ସମାପ୍ତ ହୋଇଥାଏ । ଏହି ବିଧି ବ୍ୟବସ୍ଥା ସଂସଦର ଉପର କକ୍ଷ ରାଜ୍ୟ ସଭା ସହ ସାମାନ୍ତରାଳ । ବିଧାନ ପରିଷଦ‌ ନିଶ୍ଚିତ ଭାବେ ଭାରତୀୟ ନାଗରିକ ହେବା ସହ ଅନୁନ୍ୟ ୩୦ ବର୍ଷର ହୋଇଥିବେ । ମାନସିକ ବିକାରଗ୍ରସ୍ତ ହୋଇନଥିବେ, ଏବଂ ନିର୍ବାଚନ ପ୍ରତଦ୍ୱନ୍ଦିତା କରୁଥିବା ରାଜ୍ୟର ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବେ । ଏକା ସମୟରେ ସେ ମଧ୍ୟ ବିଧାନ ସଭାର ସଦସ୍ୟ ହୋଇନଥିବା ଉଚିତ । ବିଧାନ ପରିଷଦର ସଦସ୍ୟଙ୍କ ସଂଖ୍ୟା ରାଜ୍ୟ ବିଧାନ ସଭାର ଏକ ତୃତୀୟାଂଶରୁ ଅଧିକ କିମ୍ବା ୪୦ରୁ କମ ହୋଇପାରିବ ନାହିଁ ।

ବିଧାନ ପରିଷଦ‌ର ସଭ୍ୟମାନଙ୍କ ଚୟନ ପ୍ରଣାଳୀ:

  • ଏକ ତୃତୀୟାଂଶ ସଦସ୍ୟ: ଆଞ୍ଚଳିକ କ୍ଷେତ୍ରରୁ ଯଥା ନଗରପାଳିକା, ଗ୍ରାମ ପଞ୍ଚାୟତ/ଗ୍ରାମ ସଭା, ପଞ୍ଚାୟତ ସମିତି, ଏବଂ ଜିଲ୍ଲା ପରିଷଦ ।
  • ଏକ ତୃତୀୟାଂଶ ସଦସ୍ୟ: ରାଜ୍ୟର ବିଧାନ ସଭା ସଭ୍ୟଙ୍କଦ୍ୱାରା ଯେଉଁମାନେ ବିଧାନ ସଭାର ସଭ୍ୟ ନୁହଁନ୍ତି ।
  • ଏକ ଷଷ୍ଠାଂଶ ସଦସ୍ୟ: ସାହିତ୍ୟ, ବିଜ୍ଞାନ, କଳା, ସମବାୟ ଆନ୍ଦୋଳନ ଏବଂ ସମାଜ ସେବା କ୍ଷେତ୍ରରେ ଅଭିଜ୍ଞତାକୁ ଭିତ୍ତି କରି ରାଜ୍ୟପାଳଙ୍କଦ୍ୱାରା ମନୋନୀତ ହୋଇଥାନ୍ତି ।
  • ଏକ ଦ୍ୱାଦଶାଂଶ ସଦସ୍ୟ: ରାଜ୍ୟରେ ଅନୁନ୍ୟ ୩ ବର୍ଷ ଧରି ବସବାସ କରୁଥିବା ସ୍ନାତକଧାରୀ ।
  • ଏକ ଦ୍ୱାଦଶାଂଶ ସଦସ୍ୟ: ରାଜ୍ୟର ଶିକ୍ଷା ଅନୁଷ୍ଠାନମାନଙ୍କରେ ଅନୁନ୍ୟ ୩ ବର୍ଷରୁ ଶିକ୍ଷକତା କରୁଥିବା ବ୍ୟକ୍ତି, ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରୁ କମ ହୋଇନଥିବେ ।

ଚଳନ୍ତି ବିଧାନ ପରିଷଦ ସମ୍ପାଦନା

ଭାରତର ପ୍ରସ୍ତାବିତ ବିଧାନ ପରିଷଦମାନ ସମ୍ପାଦନା

ବିଧାନ ପରିଷଦ ଗଠନ ରାଜନୈତିକ ବାଦବିବାଦ ରହିତ ବୋଲି ପ୍ରମାଣିତ ହୋଇଛି । କିଛି ସଂଖ୍ୟକ ରାଜ୍ୟ ଏହାକୁ ଗଠନ କରି ପୁଣି ଭାଙ୍ଗି ଦେଇଛନ୍ତି । ଏହାର ପୁନଃଗଠନ ପାଇଁ ଭାରତୀୟ ସଂସଦର ସୁନିଶ୍ଚିତତା ଲୋଡ଼ା ।

ଅତୀତରେ ଭଙ୍ଗାଯାଇଥିବା ବିଧାନ ପରିଷଦଗୁଡ଼ିକ ହେଲେ ମଧ୍ୟ ପ୍ରଦେଶ ବିଧାନ ପରିଷଦ, ଆସାମ ବିଧାନ ପରିଷଦ, ପଶ୍ଚିମ ବଙ୍ଗ ବିଧାନ ପରିଷଦ, ତାମିଲନାଡ଼ୁ ବିଧାନ ପରିଷଦ ଏବଂ ପଞ୍ଜାବ ବିଧାନ ପରିଷଦ । ଏଥିମଧ୍ୟର୍ୟ ଶେଷ ତିନୋଟିକୁ ପୁନଃଗଠନ କରିବାପାଇଁ ଇଚ୍ଛା ପ୍ରକାଶ ହୋଇଛି ।

ଆଧାର ସମ୍ପାଦନା

ଅଧିକ ପଠନ ସମ୍ପାଦନା