ବିଣା ଦାସ

ଭାରତୀୟ କ୍ରାନ୍ତିକାରୀ ଏବଂ ରାଷ୍ଟ୍ରବାଦି

ବିଣା ଦାସ (୧୯୧୧-୧୯୮୬) ଜଣେ ଭାରତୀୟ ବିପ୍ଲବୀ ଓ ସ୍ୱାଧୀନତା ସଂଗ୍ରାମୀ ।

ବିଣା ଦାସ
বীণা দাস
Born୨୪ ଅଗଷ୍ଟ ୧୯୧୧
କୃଷ୍ଣ ନ‌ଗର, ବଙ୍ଗ ପ୍ରଦେଶ, ବ୍ରିଟିଶ ଭାରତ
Died୨୬ ଡିସେମ୍ବର ୧୯୬୮
Organizationଯୁଗାନ୍ତର ଓ ଭାରତୀୟ ଜାତୀୟ କଂଗ୍ରେସ
Movementଭାରତୀୟ ସ୍ୱାଧୀନତା ସଂଗ୍ରାମ
Awardsପଦ୍ମଶ୍ରୀ ପୁରସ୍କାର

ଜୀବନ ସମ୍ପାଦନା

ପରିବାର ସମ୍ପାଦନା

ସେ ବେଣୀ ମାଧବ ଦାସ ଓ ଶାରଳା ଦେବୀଙ୍କ କନ୍ୟା । ପିତା ବେଣୀ ମାଧବ ବ୍ରାହ୍ମ ସମାଜର ଜଣେ ଜଣା-ଶୁଣା ଶିକ୍ଷକ ଓ ସମାଜସେବୀ ଥିଲେ ।ବଡ଼ ଭଉଣୀ କଲ୍ୟାଣି ଦାସ ମଧ୍ୟ ଜାଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ।

ଶିକ୍ଷା ସମ୍ପାଦନା

ସେ ସେଣ୍ଟ ଜନ୍ ଡିଓସେସନ ଛାତ୍ରୀ ବିଦ୍ୟାଳୟରେ ନିଜ ଶିକ୍ଷା ଲାଭ କରିଲା ପରେ ବେଥୁନ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ ।

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ସମ୍ପାଦନା

ବିଣା ଦାସ ଛାତ୍ରୀ ସଂଘର ସଦସ୍ଯ ଥିଲେ, ଏହା ମହିଳାଙ୍କ ପାଇଁ କଲିକତାସ୍ଥିତ ଏକ ବିପ୍ଲବୀ ସଂସ୍ଥା ଥିଲା । ୬ ଫେବୃଆରୀ ୧୯୩୨ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରଠାରେ ବଙ୍ଗ ପ୍ରଦେଶର ତ‌ତ୍କାଳୀନ ରାଜ୍ୟପାଳ ଷ୍ଟାନଲି ଜ୍ୟାକ୍ସନଙ୍କୁ ହତ୍ୟା ଉଦ୍ୟମ କରିଥିଲେ[୧] । ସେ ପାଞ୍ଚଥର ଗୁଳି ଚଲେଇଥିଲେ କିନ୍ତ ଏହି ପ୍ରଚେଷ୍ଠା ବିଫଳ ହେଇଥିଲା, ପରେ ତାଙ୍କୁ ୯ ବର୍ଷର କାରାବାଷ ଦଣ୍ଡ ମିଳିଥିଲା ।

୧୯୩୯ ମସିହାରେ ଜଲ୍ଦି ମୂକୁଳିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ ଓ ୧୯୪୨-୪୫ ଯାଏଁ କାରାବାଷ ଦଣ୍ଡ ପାଇଥିଲେ । ୧୯୪୭-୧୯୫୧ ମସିହା ଯାଏଁ ସେ ପଶ୍ଚିମ ବଙ୍ଗ ବିଧାନ ସଭାର ସଦସ୍ୟ ଥିଲେ । ୧୯୪୭ ମସିହାରେ ସେ ଜୁଗାନ୍ତର ସମୂହର ଜଣେ କାର୍ଯ୍ୟକର୍ତ୍ତା ଓ ସ୍ୱାଧୀନତା ସଂଗ୍ରାମୀ ଜତିଶ ଚନ୍ଦ୍ର ଭୌମିକଙ୍କୁ ବିବାହ କରିଥିଲେ।

ପୁରସ୍କାର ସମ୍ପାଦନା

୧୯୬୦ ମସିହାରେ ସମାଜସେବା କାର୍ଯ୍ୟ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରିଥିଲେ ।

ମୃତ୍ଯୁ ସମ୍ପାଦନା

ନିଜ ପତିଙ୍କ ମୃତ୍ଯୁ ପରେ ସେ ଶେଷ ଜୀବନ ଋଷିକେଶରେ କଟାଇଥିଲେ । ତାଙ୍କ ଶବ ୨୬ ଡିସେମ୍ବର ୧୯୮୬ ମସିହାରେ ଏକ ରାସ୍ତାକଡରେ ମିଳିଥିଲା, ମାସେ ପରେ ପୋଲିସ ଏହା ବିଣା ଦାସଙ୍କ ଶବ ଭାବେ ଚିନ୍ହଟ କରିଥିଲା।

ଲେଖା ସମ୍ପାଦନା

ବିଣା ଦାସ ବଙ୍ଗଳା ଭାଷାରେ ଦୁଇଟି ବ‌ହି ଲେଖିଥିଲେ: ଶ୍ରୀଙ୍ଖାଳ ଝଙ୍କାର ଓ ପିତୃଧନ ।

ଆଧାର ସମ୍ପାଦନା

  1. Kumar, Radha (1997). The History of Doing: An Illustrated Account of Movements for Women's Rights and Feminism in India 1800-1990 (in ଇଂରାଜୀ). Zubaan. ISBN 9788185107769.