ବାଣୀ କପୁର

ଭାରତୀୟ ଅଭିନେତ୍ରୀ

‌ବାଣୀ କପୁର‌ (ଜନ୍ମ: ୨୩ ଅଗଷ୍ଟ ୧୯୮୮) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ ।[୨][୩] ବାଣୀ ୨୦୧୩ରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସ‌ହ ହିନ୍ଦୀ କଥାଚିତ୍ର ‌ଶୁଦ୍ଧ ଦେଶୀ ରୋମାନ୍ସ‌‌ରେ ଚଳଚ୍ଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳିବା ସ‌ହ ଚଳଚ୍ଚିତ୍ରଟି ସଫଳ ହୋଇଥିଲା । ବାଣୀଙ୍କୁ ବିଭିନ୍ନ ପୁରସ୍କାର ଉତ୍ସବରେ ପୁରସ୍କାର ମିଳିବା ସ‌ହ କିଛି ଉତ୍ସବରେ ମନୋନୀତ କରାଯାଇଥିଲା । ୫୯ତମ ଫିଲ୍ମ‌ଫେୟାରରେ ମଧ୍ୟ ବାଣୀଙ୍କୁ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା । ଏହାପରେ ବାଣୀ ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ର ଜଗତରେ ୨୦୧୪ରେ ‌ଆହା କଲ୍ୟାଣମ୍‌ ଜରିଆରେ ଅଭିନୟ ଆରମ୍ଭ କରିଥିଲେ ।[୪]

ବାଣୀ କପୁର
୨୦୧୬ରେ ବେଫିକର୍‌ର ପ୍ରମୋଶନ ବେଳେ ବାଣୀ
Born (1988-08-23) ୨୩ ଅଗଷ୍ଟ ୧୯୮୮ (ବୟସ ୩୫)[୧]
Nationalityଭାରତୀୟ
Occupation(s)ଅଭିନେତ୍ରୀ, ମଡେଲ
Years active୨୦୧୦ – ଏବେଯାଏଁ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ବାଣୀ ୨୩ ଅଗଷ୍ଟ ୧୯୮୮ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ବାଣୀଙ୍କର ବାପା ଜଣେ ବ୍ୟବସାୟୀ ଏବଂ ମାଆ ଶିକ୍ଷକ ଥିଲେ, ଯେ କି ପରେ ବ୍ୟବସାୟରେ ଯୋଗଦେଇଥିଲେ । ବାଣୀ ମାତା ଜୟ କୌର ପବ୍ଲିକ ସ୍କୁଲ, ଅଶୋକ ବିହାର, ନୂଆଦିଲ୍ଲୀରୁ ତାଙ୍କ ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ପ୍ରର୍ଯ୍ୟଟନ ଶିକ୍ଷାରେ ସ୍ନାତକ ହାସଲ କରିଥିଲେ । ଏହାପରେ ସେ ଜୟପୁରର ଓବରାଏ ହୋଟେଲ ଏବଂ ରିଜୋର୍ଟରେ ଅଭିଜ୍ଞତା ପାଇଁ କାର୍ଯ୍ୟ କରିଥିଲେ ଏବଂ ପରେ ITC ହୋଟେଲରେ କାର୍ଯ୍ୟ କରୁଥିଲେ । ଏହାପରେ ସେ ଏଲାଇଟ୍ ମ୍ୟାନେଜମେଣ୍ଟ ସ‌ହ ଏକ ପ୍ରକଳ୍ପରେ ଯୋଗ ଦେଇଥିଲେ ।[୫]

ଅଭିନୟ ଜୀବନ ସମ୍ପାଦନା

ମଡେଲିଂରେ ଯୋଗ ଦେଲାପରେ ବାଣୀଙ୍କୁ ୟଶ୍‌ରାଜ୍ ଫିଲ୍ମ‌ସ୍‌ରେ ତିନୋଟି ଚଳଚ୍ଚିତ୍ର ପାଇଁ ଚୁକ୍ତି କରାଯାଇଥିଲା ।[୬] ବାଣୀ ଏକ ଅଡ଼ିସନ୍‌ ଜରିଆରେ ହିନ୍ଦୀ କଥାଚିତ୍ର ‌ଶୁଦ୍ଧ ଦେଶୀ ରୋମାନ୍ସ‌‌ରେ ସ‌ହାକାରୀ ଅଭିନେତ୍ରୀ ଭାବରେ କାର୍ଯ୍ୟ ପାଇଥିଲେ । ଏହି ଚଳଚ୍ଚିତ୍ରରେ ବାଣୀଙ୍କ ସ‌ହ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ବାଣୀଙ୍କର ଭୂମିକାକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।[୭][୮] ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳତା ହାସଲ କରିଥିଲା ।[୭] ୫୯ ତମ ଫିଲ୍ମ‌ଫେୟାରରେ ବାଣୀଙ୍କୁ ଶ୍ରେଷ୍ଠ ନବାଗତା ପୁରସ୍କାର ମଧ୍ୟ ମିଳିଥିଲା ।[୯] ଏହି ଚଳଚ୍ଚିତ୍ର ପାଇଁ ବାଣୀଙ୍କୁ ବିଗ୍ ଷ୍ଟାର ଏଣ୍ଟରଟେନମେଣ୍ଟ ଆୱାର୍ଡ଼[୧୦], ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର[୧୧], ଷ୍ଟାର ଗିଲ୍ଡ ଆୱାର୍ଡ଼[୧୨] ଏବଂ ଜୀ ସିନେ ଆୱାର୍ଡ଼ରେ[୧୩] ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା । ଏହାସ‌ହ ସ୍କିନ୍ ଆୱାର୍ଡ଼ରେ ଶ୍ରେଷ୍ଠ ନବାଗତା ଏବଂ ଜୀ ସିନେ ଆୱାର୍ଡ଼ରେ ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ ଭାବରେ ମୋନୋନୀତ କରାଯାଇଥିଲା ।[୧୪][୧୫]

ଏହାପରେ ୨୦୧୪ରେ ବାଣୀ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୦ରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ‌ବ୍ୟାଣ୍ଡ ବାଜା ବରାତ୍‌‌ର ତାମିଲ ରିମେକରେ ବାଣୀଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ ମିଳିଥିଲା । ଏହି ଚଳଚ୍ଚିତ୍ରରେ ବାଣୀଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ତେଲୁଗୁ କଥାଚିତ୍ର ଅଭିନେତା ନାନୀ । ଏହି ଚଳଚ୍ଚିତ୍ରଟି ଉଭୟ ତେଲୁଗୁ ଏବଂ ତାମିଲ ଭାଷାରେ ମୁକ୍ତିଲାଭ କରାଯାଇଥିଲା । ଏହି ଚଳଚ୍ଚିତ୍ରରେ ବାଣୀଙ୍କ ଭୂମିକାକୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ । ଚଳଚ୍ଚିତ୍ରଟି ମଧ୍ୟମ ଧରଣର ବ୍ୟବସାୟ କରିଥିଲା ।[୧୬]

୨୦୧୬ରେ ଆଦିତ୍ୟ ଚୋପ୍ରାଙ୍କ ରୋମାଣ୍ଟିକ ଚଳଚ୍ଚିତ୍ର ‌ବେଫିକର୍‌‌ରେ ଅଭିନେତା ରଣବୀର ସିଂଙ୍କ ସ‌ହ ବାଣୀ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ପ୍ୟାରିସରେ ସୁଟିଂ କରାଯାଇଥିଲା ଏବଂ ୯ ଡିସେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା ।[୧୭][୧୬]

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୧୩: ଶୁଦ୍ଧ ଦେଶୀ ରୋମାନ୍ସ (ହିନ୍ଦୀ)
  • ୨୦୧୪: ଆହା କଲ୍ୟାଣମ୍ (ତେଲୁଗୁ/ତାମିଲ)
  • ୨୦୧୬: ବେଫିକର୍ (ହିନ୍ଦୀ)
  • ୨୦୧୯: ୱାର୍ (ହିନ୍ଦୀ)
  • ୨୦୨୦: ସମ୍‌ସେରା (ହିନ୍ଦୀ)
  • ୨୦୨୧: ବେଲ୍ ବଟମ୍ ()

ଆଧାର ସମ୍ପାଦନା

  1. Kapoor, Vaani (29 November 2013). "its 88!*sigh*". Twitter.com. Retrieved 1 May 2017.
  2. "'Shuddh Desi Romance' more challenging than fun: Vaani Kapoor". 18 September 2013. Retrieved 1 May 2017.
  3. "Personal Agenda: Vaani Kapoor". Archived from the original on 2014-12-26. Retrieved 2017-05-01.
  4. "Aha Kalyanam movie review: Subject no match for Telugu audience". Deccan Chronicle. Archived from the original on 22 February 2014. Retrieved 1 May 2017.
  5. "Vaani Kapoor: Was VERY SCARED of the director of Shuddh Desi Romance".
  6. "'Shuddh Desi Romance' more challenging than fun: Vaani Kapoor". Mid Day. 18 September 2013. Archived from the original on 13 October 2014. Retrieved 1 May 2017.
  7. ୭.୦ ୭.୧ Basu, Mohar (6 September 2013). "Shuddh Desi Romance Review". Koimoi. Retrieved 1 May 2017.
  8. Mukherjee, Madhureeta (6 September 2013). "Shuddh Desi Romance: Movie Review". The Times Of India. Retrieved 1 May 2017.
  9. "59th Idea Filmfare Awards Winners". Filmfare. Retrieved 1 May 2017.
  10. "Nominations for 4th Big Star Entertainment Awards". Bollywood Hungama. Retrieved 1 May 2017.
  11. "IIFA 2014 Winners". IIFA. Retrieved 1 May 2017.
  12. "Guild Awards 2014 Winners". filmibeat. Retrieved 1 May 2017.
  13. "Zee Cine 2014 Winners". ZeeNews. Retrieved 1 May 2017.
  14. "Zee Cine Awards 2014: Complete list of nominations". ZeeNews. Retrieved 1 May 2017.
  15. "Screen Awards 2014: Complete list of Nominees". CNN-IBN. Archived from the original on 2014-03-01. Retrieved 1 May 2017.
  16. ୧୬.୦ ୧୬.୧ "Aaha Kalyanam Review – Happily ever after". IndiaGlitz. 21 February 2014. Retrieved 1 May 2017.
  17. http://indianexpress.com/article/entertainment/bollywood/ranveer-singh-on-befikre-trailer-launch-at-eiffel-tower-3075812/ It’s surreal:Ranveer Singh on Befikre trailer launch at Eiffel Tower

ଅଧିକ ତ‌ଥ୍ୟ ସମ୍ପାଦନା