ବାଇପେରାଇଡେନ (ଇଂରାଜୀ ଭାଷାରେ Biperiden, ବିକ୍ରୟ ନାମ ଆକିନେଟୋନ/Akineton) ଏକ ଔଷଧ ଯାହା ପାର୍କିନ୍‌ସନ୍ ରୋଗ ଓ କେତେକ ଔଷଧ-ପ୍ରେରିତ ଚଳନ ବେମାରୀମାନଙ୍କରେ (drug-induced movement disorders) ଚିକିତ୍ସାରେ ଦିଆଯାଏ ।[୧] ଏହା ଟାର୍ଡିଭ ଡିସକାଇନେସିସ (tardive dyskinesias) ରୋଗରେ ଦିଆଯାଏ ନାହିଁ ।[୨] ଏହା ପାଟିରେ, ଶିରାଭ୍ୟନ୍ତରରେ (injection into a vein) ଓ ମାଂସପେଶୀରେ ଇଞ୍ଜେକସନ (muscle) ଆକାରରେ ଦିଆଯାଏ ।[୧][୨]

ବାଇପେରାଇଡେନ
Clinical data
AHFS/Drugs.commonograph
MedlinePlusa699058
Pregnancy
category
  • AU: B2
  • US: C (Risk not ruled out)
Routes of
administration
by mouth, IM, IV
ATC code
Legal status
Legal status
Pharmacokinetic data
Bioavailability33 ± 5% (by mouth)
Protein binding60%
MetabolismLiver hydroxylation
Elimination half-life18 to 24 hours
ExcretionKidney
Identifiers
  • (1RS,2SR,4RS)-1-(bicyclo[2.2.1]hept-5-en-2-yl)-1-phenyl-3-(piperidin- 1-yl)propan-1-ol
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.007.441 Edit this at Wikidata
Chemical and physical data
FormulaC21H29NO
Molar mass311.461 g/mol
3D model (JSmol)
  • OC(c1ccccc1)(CCN2CCCCC2)C4C3\C=C/C(C3)C4
  • InChI=1S/C21H29NO/c23-21(19-7-3-1-4-8-19,11-14-22-12-5-2-6-13-22)20-16-17-9-10-18(20)15-17/h1,3-4,7-10,17-18,20,23H,2,5-6,11-16H2 checkY
  • Key:YSXKPIUOCJLQIE-UHFFFAOYSA-N checkY
  (verify)

ବାଇପେରାଇଡେନର ପାର୍ଶ୍ୱ ପ୍ରତିକ୍ରିୟାରେ ଝାପସା ଦୃଷ୍ଟି (blurred vision), ଶୁଷ୍କ ପାଟି, ନିଦ୍ରାହୀନତା, କୋଷ୍ଠକାଠିନ୍ୟ (constipation) ଓ ଦ୍ୱନ୍ଦ୍ୱ ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ଖାଦ୍ୟନଳୀ ଅବରୋଧ (bowel obstruction) ବା ଗ୍ଲକୋମା (glaucoma) ରୋଗ ଥିଲେ ଏହା ଦିଆଯାଏନାହିଁ ।[୧] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହାର ବ୍ୟବ‌ହାରର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୩] ବାଇପେରାଇଡେନ, ଆଣ୍ଟିକୋଲିନର୍ଜିକ (anticholinergic) ଶ୍ରେଣୀର ଏକ ଔଷଧ ।[୧]

ବାଇପେରାଇଡେନ ସନ ୧୯୫୯ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହେଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧.୫୨ରୁ ୧୨.୯୨ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୫୦ରୁ ୧୦୦ ଆମେରିକୀୟ ଡଲାର ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Biperiden Hydrochloride". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ WHO Model Formulary 2008 (PDF). World Health Organization. 2009. p. 243. ISBN 9789241547659. Retrieved 8 December 2016.
  3. "Biperiden Use During Pregnancy | Drugs.com". www.drugs.com. Retrieved 15 December 2016.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Biperiden". International Drug Price Indicator Guide. Retrieved 8 December 2016.[permanent dead link]
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 340. ISBN 9781284057560.