or mass*change in velocity/time

ବଳ
ବଳକୁ କୌଣସି ଏକ ବସ୍ତୁ ଉପରେ ପ୍ରୟୋଗ କରାଯାଉଥିବା ଠେଲା ବା ଟଣା ବଳ ଭାବେ ବର୍ଣ୍ଣନା କରାଯାଇପାରେ । ଏହା ମାଧ୍ୟାକର୍ଷଣ ବଳ, ଚୁମ୍ବକୀୟ ବଳ ବା ଯେ କୌଣସି ବଳ, ଯାହା ଏକ ବସ୍ତୁକୁ ତ୍ୱରିତ କରାଇଥାଏ, ତାହାଦ୍ୱାରା ପ୍ରୟୋଗ କରାଯାଏ ।
Common symbols
F, F
SI unitନିଉଟନ
In SI base unitsକେଜି·ମି/ସେ2
Derivations from
other quantities
F = m a

ପଦାର୍ଥ ବିଜ୍ଞାନରେ ବଳ କହିଲେ, କୌଣସି ବିରୋଧ ନଥିବା ବେଳେ ଏକ ବସ୍ତୁର ଗତିରେ ପରିବର୍ତ୍ତନକୁ ବୁଝାଏ ।[୧] ଅନ୍ୟ ଅର୍ଥରେ ଏକ ବଳ ବସ୍ତୁତ୍ୱ ଥିବା ଏକ ବସ୍ତୁର ବେଗରେ ପରିବର୍ତ୍ତନ (ଯେଉଁଥିରେ ସ୍ଥିରାବସ୍ଥାରୁ ଗତିଶୀଳ ହେବା ମଧ୍ୟ ଅନ୍ତର୍ଭୁକ୍ତ) ଅଥବା ତ୍ୱରିତ କରିବାକୁ ବୁଝାଏ । ବଳକୁ ମଧ୍ୟ ଠେଲା ବା ଟଣା ବଳ ଭାବେ ବର୍ଣ୍ଣନା କରାଯାଇପାରେ । ବଳର ଉଭୟ ପରମମାନଦିଗ ଥିବାରୁ ଏହା ଏକ ସଦିଶ ରାଶି । ଏସ୍ ଆଇ ଏକକରେ ଏହାକୁ ନିଉଟନ୍ସଦ୍ୱାରା ମପାଯାଏ ଏବଂ F ପ୍ରତୀକଦ୍ୱାରା ଦର୍ଶାଯାଏ ।

ନିଉଟନଙ୍କ ଦ୍ୱିତୀୟ ନିୟମ ଅନୁସାରେ ଏକ ବସ୍ତୁ ଉପରେ ପ୍ରୟୋଗ ହେଉଥିବା ସମୁଦାୟ ବଳ ଯେଉଁ ହାରରେ ସମୟ ସହିତ ଏହାର ଗତିର ପରିବର୍ତ୍ତନ ହୁଏ, ତାହା ସହ ସମାନ । ଯଦି ବସ୍ତୁର ବସ୍ତୁତ୍ୱ ସ୍ଥିର ରୁହେ, ତେବେ ଏହି ନିୟମ ଅନୁସାରେ ବସ୍ତୁର ତ୍ୱରଣ ଏହା ଉପରେ ପ୍ରୟୋଗ ହେଉଥିବା ବଳ ସହ ସମାନୁପାତୀ ଓ ସମଗ୍ର ବଳର ଦିଗ ହେଉଛି ଏହାର ଦିଗ ଏବଂ ବସ୍ତୁର ବସ୍ତୁତ୍ୱ ସହ ପ୍ରତିଲୋମାନୁପାତୀ ।

ବଳ ସମ୍ପର୍କିତ ତଥ୍ୟ ହେଉଛି: ସଂଘାତ, ଯାହା ବସ୍ତୁର ବେଗ ବୃଦ୍ଧି କରେ; ଟଣା ବଳ, ଯାହା ବସ୍ତୁର ବେଗ ହ୍ରାସ କରେ ଏବଂ ଟର୍କ, ଯାହା ବସ୍ତୁର ଘୁର୍ଣ୍ଣୟମାନ ଗତିରେ ପରିବର୍ତ୍ତନ ଆଣେ । ଏକ ବିସ୍ତୃତ ବସ୍ତୁରେ, ପ୍ରତ୍ୟେକ ଅଂଶ ସାଧାରଣତଃ ତା'ର ସନ୍ନିକଟ ଅଂଶ ଉପରେ ବଳ ପ୍ରୟୋଗ କରିଥାଏ । ବସ୍ତୁରେ ଏହି ପ୍ରକାରରେ ବଳର ସଞ୍ଚରଣକୁ ଯାନ୍ତ୍ରିକ ପ୍ରତିବଳ କୁହାଯାଏ । ଚାପ ହେଉଛି ଏକ ସରଳ ପ୍ରତିବଳ । ପ୍ରତିବଳ ସାଧାରଣତଃ କଠିନ ବସ୍ତୁରେ ରୂପ ପରିବର୍ତ୍ତନ କିମ୍ବା ତରଳରେ ପ୍ରବାହ ସୃଷ୍ଟି କରେ ।

ତଥ୍ୟର ଉନ୍ନତିକରଣ ସମ୍ପାଦନା

ପ୍ରାଚୀନ କାଳରେ ଦାର୍ଶଶନିକମାନେ ବସ୍ତୁର ସ୍ଥିରଗତିଶୀଳ ଅବସ୍ଥା ଏବଂ ସରଳ ଯନ୍ତ୍ରରେ ବଳର ତଥ୍ୟ ପ୍ରୟୋଗ କରିଥିଲେ, ମାତ୍ର ଆରିଷ୍ଟୋଟଲ୍ଆର୍କିମେଡିସ୍ ପ୍ରଭୃତି ଭାବୁକମାନେ ବଳକୁ ବୁଝିବାରେ ମୌଳିକ ତ୍ରୁଟିମାନ ରଖିଥିଲେ । ଏହା ଘର୍ଷଣ ବଳକୁ ସମ୍ପୂର୍ଣ୍ଣ ଭାବେ ବୁଝି ନ ପାରିବା ଏବଂ ବାରମ୍ବାର ପ୍ରାକୃତିକ ଗତିର ପ୍ରକୃତି ଉପରେ ଅସମ୍ପୂର୍ଣ୍ଣ ମତଦ୍ୱାରା ହୋଇଥିଲା ।[୨]

ଆଧାର ସମ୍ପାଦନା

  1. Nave, C. R. (2014). "Force". Hyperphysics. Dept. of Physics and Astronomy, Georgia State University. Retrieved 15 August 2014.
  2. Heath, T.L. "The Works of Archimedes (1897). The unabridged work in PDF form (19 MB)". Internet Archive. Retrieved 2007-10-14.