ବରାହ

ବିଷ୍ଣୁଙ୍କ ଏକ ଅବତାର

ବରାହ ଭଗବାନ ବିଷ୍ଣୁଙ୍କ ଦଶାବତାର ମଧ୍ୟରୁ ତୃତୀୟ ଅବତାର । ହିରଣ୍ୟାକ୍ଷଠାରୁ ଭୂଦେବୀଙ୍କ ରକ୍ଷା ନିମନ୍ତେ ବିଷ୍ଣୁ ଏହି ଅବତାର ଧାରଣ କରିଥିଲେ ଓ ହିରଣ୍ୟାକ୍ଷର ବିନାଶ କରି ସମୁଦ୍ର ଗର୍ଭରୁ ଭୂଦେବୀଙ୍କୁ ଉଦ୍ଧାର କରିଥିଲେ । ମୂର୍ତ୍ତିକଳାରେ ବରାହଙ୍କୁ ସମ୍ପୂର୍ଣ୍ଣ ପଶୁରୂପରେ କିମ୍ବା ମନୁଷ୍ୟ ଶରୀର ସହ ବରାହ ମୁଣ୍ଡ ଥାଇ ଦର୍ଶାଇ ଦିଆଯାଏ । ଭୂଦେବୀଙ୍କୁ ଏକ ଯୁବତୀ ଭାବେ ଓ ପୃଥିବୀକୁ ଏକ ଭୂଭାଗ ଭଳି ଦେଖାଯାଇଥାଏ ।

ବରାହ
ଶ୍ରୀଜଗନ୍ନାଥ ମନ୍ଦିର ଗାତ୍ରରେ ବରାହଙ୍କ ମୂର୍ତ୍ତି
ଉପାଧିବିଷ୍ଣୁଙ୍କର ଦଶ ଅବତାର ଭିତରୁ ତୃତୀୟ ଅବତାର
ସାଥିଭୂଦେବୀ

ଆଧାର ସମ୍ପାଦନା