ବଂଶଧାରା ନଦୀ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ନିକଟସ୍ଥ ଏକ ପାହାଡରୁ ବାହାରି ରାୟଗଡ଼ା ଜିଲ୍ଲାକଳାହାଣ୍ଡି ଜିଲ୍ଲାରେ ପ୍ରବାହିତ ହୋଇ କଳିଙ୍ଗପାଟଣା ନିକଟରେ ବଙ୍ଗୋପସାଗରରେ ପଡ଼ିଅଛି । ଏହି ନଦୀର କୂଳରେ ରାୟଗଡ଼ାଗୁଣୁପୁର ସହର ଅବସ୍ଥିତ ।[୧] ସମୁଦାୟ ୨୩୧ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି ନଦୀର ୧୬୦ କି.ମି. ଅଂଶ ଓଡ଼ିଶାରେ ପ୍ରବାହିତ । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସୀମା ଭାବେ ନଦୀଟି ଦୀର୍ଘ ୨୫ କି.ମି. ପ୍ରବାହିତ । ଏହାର ଏକ ମୁଖ୍ୟ ଉପନଦୀ ଚାଉଳଧୁଆ ମୀନାଝୋଲା ନିକଟରେ ଏହି ନଦୀରେ ମିଶିଅଛି । ଆନ୍ଧ୍ର ପ୍ରଦେଶରେ ୩୬ କି.ମି. ପ୍ରବାହିତ ହେବା ପରେ ଏହା ବଙ୍ଗୋପସାଗରରେ ମିଶିଅଛି । [୨] ନଦୀକୂଳରେ ଅବସ୍ଥିତ ଓଡ଼ିଶାର ମିନାଝୋଲା ତଥା ଆନ୍ଧ୍ର ପ୍ରଦେଶର ମୁଖଲିଙ୍ଗମ୍ ଏବଂ କଳିଙ୍ଗପାଟଣା ଅନ୍ୟ ଦୁଇଟି ପର୍ଯ୍ୟଟନ ସ୍ଥଳୀ ଅଟେ । [୩]

ବଂଶଧାରା ନଦୀ
ବଂଶଧାରା ନଦୀ
River
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ରାୟଗଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲା
Cities ରାୟଗଡ଼ା, ଗୁଣୁପୁର
Source କଳାହାଣ୍ଡି ଜିଲ୍ଲା
Mouth ବଙ୍ଗୋପସାଗର
Length ୨୩୧ km (୧୪୪ mi)

ନାମକରଣ ସମ୍ପାଦନା

ବଂଶଧାରାର ନାମକରଣରୁ ଏହାର ଉତ୍ପତ୍ତିସ୍ଥଳ ବିଷୟରେ ଅନୁମାନ କରାଯାଏ । ବାଉଁଁଶବୁଦାରୁ ଜନ୍ମିତ ହେତୁ "ବଂଶ" ଏବଂ "ଧାରା" ଶବ୍ଦର ଅର୍ଥ ପ୍ରବାହିତ ଜଳ । ଅତଏବ ନଦୀଟି ଏକ ବାଉଁଁଶ ବୁଦାରୁ ଉତ୍ପତ୍ତି ହୋଇଥିବାରୁ ଏପରି ନାମକରଣ ହୋଇଛି ବୋଲି ଅନୁମାନ କରାଯାଏ । [୪]

ଆଧାର ସମ୍ପାଦନା

  1. Thakur, Anil Kumar. Interlinking of Rivers in India: Costs and Benefits. Deep and Deep Publications. pp. 315 & 316.
  2. "Bansadhara River". Onlinehighways. Retrieved 12 June 2015.
  3. "Bansadhara Rivr of Odisha". Retrieved 12 June 2015.
  4. "Vamsadhara River". Retrieved 12 June 2015.