ଫ୍ଲୁକୋନାଜୋଲ (ଇଂରାଜୀ ଭାଷାରେ Fluconazole) ଏକ କବକରୋଧୀ ଔଷଧ (antifungal medication) ଯାହା ଅନେକ ଗୁଡ଼ିଏ କବକ ସଂକ୍ରମଣ (fungal infections) ନିମନ୍ତେ ବ୍ୟବ‌ହାର କାରାଯାଏ । ଏହି ରୋଗମାନଙ୍କ ନାମ ଯଥାକ୍ରମେ କାଣ୍ଡିଡିଆସିସ (candidiasis), ବ୍ଲାସ୍ଟୋମାଇକୋସିସ (blastomycosis), କ‌କସିଡିଓମାଇକୋସିସ (coccidiodomycosis), କ୍ରିପ୍ଟୋକ‌କୋସିସ (cryptococcosis), ହିସ୍ଟୋପ୍ଲାଜ୍ମୋସିସ (histoplasmosis), ଡର୍ମାଟୋଫାଇଟୋସିସ (dermatophytosis), ଓ ପିଟିରିଆସିସ ଭରସିକଲର (pityriasis versicolor). କାଣ୍ଡିଡିଆସିସର କେତେକ ସଙ୍କଟାପନ୍ନ ଅବସ୍ଥା ଯେପରିକି ଅଙ୍ଗ ପ୍ରତିରୋପଣ (organ transplantation), ଅଳ୍ପ ଓଜନର ଶିଶୁ ଓ ଅଳ୍ପ ରକ୍ତ ନିଉଟ୍ରୋଫିଲ ଥିଲେ (low blood neutrophil counts) ଏହି ଔଷଧ ପ୍ରତିଷେଧ ଭାବରେ ଦିଆଯାଏ । ଏହା ଶିରାଭ୍ୟନ୍ତରରେ (injection into a vein) ବା ପାଟିରେ ଦିଆଯାଏ । [୧]

ଫ୍ଲୁକୋନାଜୋଲ
Clinical data
Trade namesDiflucan, Celozole, others
AHFS/Drugs.commonograph
MedlinePlusa690002
data
Pregnancy
category
  • AU: D
  • US: C (Risk not ruled out)
Routes of
administration
by mouth, IV, topical
ATC code
Legal status
Legal status
Pharmacokinetic data
Bioavailability>90% (oral)
Protein binding11–12%
Metabolismliver 11%
Elimination half-life30 hours (range 20-50 hours)
Excretionkidney 61-88%
Identifiers
  • 2-(2,4-Difluorophenyl)-1,3-bis(1H-1,2,4-triazol-1-yl)propan-2-ol
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.156.133 Edit this at Wikidata
Chemical and physical data
FormulaC13H12F2N6O
Molar mass306.271 g/mol
3D model (JSmol)
  • Fc1ccc(c(F)c1)C(O)(Cn2ncnc2)Cn3ncnc3
  • InChI=1S/C13H12F2N6O/c14-10-1-2-11(12(15)3-10)13(22,4-20-8-16-6-18-20)5-21-9-17-7-19-21/h1-3,6-9,22H,4-5H2 checkY
  • Key:RFHAOTPXVQNOHP-UHFFFAOYSA-N checkY
  (verify)

ଫ୍ଲୁକୋନାଜୋଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ରାସ୍ ଓ ଅଧିକ ଯକୃତ ଏଞ୍ଜାଇମ (increased liver enzymes) ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା (liver problems), ଲମ୍ବା କ୍ୟୁଟି (QT prolongation) ଓ ବାତ (seizures) ଇତ୍ୟାଦି ଦେଖାଯାଏ । ଗର୍ଭାବସ୍ଥାରେ ଏହି ଔଷଧ ନେଲେ ଗର୍ଭପାତ (miscarriage) ସଙ୍କଟ ଅଧିକ ରହେ ଓ ଅଧିକ ଡୋଜର ଔଷଧ ନେଲେ ଶିଶୁର ଜନ୍ମ ତୃଟି (birth defects) ଦେଖାଯାଏ ।[୨][୧] ଆଜୋଲ କବକରୋଧୀ (l) ଶ୍ରେଣୀର ଫ୍ଲୁକୋନାଜୋଲ ଏକ ଔଷଧ । କବକର ଆବରଣକୁ (cellular membrane) ଆକ୍ରମଣ କରି ଏହି ଔଷଧ କାମ କରେ ।[୧]

ଫ୍ଲୁକୋନାଜୋଲ ସନ ୧୯୮୧ରେ ପେଟେଣ୍ଟ ହୋଇଥିଲା ଓ ସନ ୧୯୮୮ରେ ବ୍ୟବସାୟରେ ଲାଗିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ନାମରେ ବିକ୍ରୟ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୦୫ରୁ ୦.୧୦ ଆମେରିକୀୟ ଡଲାର । [୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Fluconazole". The American Society of Health-System Pharmacists. Retrieved 8 December 2016.
  2. "Fluconazole (Diflucan): Drug Safety Communication - FDA Evaluating Study Examining Use of Oral Fluconazole (Diflucan) in Pregnancy". FDA. 2016-04-26. Retrieved 29 April 2016.
  3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 503. ISBN 9783527607495.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Fluconazole". International Drug Price Indicator Guide. Retrieved 8 December 2016.[permanent dead link]
  6. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 11 December 2016.