ପ୍ୟାନିକ ଆଟାକ ରୋଗରେ ହଠାତ ରୋଗୀର ଅତ୍ୟନ୍ତ ଆତଙ୍କ (fear) ସୃଷ୍ଟି ହୁଏ, ପାଲପିଟେସନ (palpitations) ହୁଏ, ଝାଳ ବୁହେ, ଶରୀର କମ୍ପନ ହୁଏ, ଅଣନିଶ୍ୱାସୀ (shortness of breath) ଲାଗେ, କାଲୁଆ ହୋଇଯାଏ ଓ କିଛି ଅସୁବିଧା ହେଉଥିବା ଅନୁଭବ ହୁଏ ।[୧][୨] ଅଳ୍ପ କିଛି ମିନିଟ ମଧ୍ୟରେ ସର୍ବାଧିକ ଲକ୍ଷଣ ସୃଷ୍ଟି ହୁଏ । ଛାତିରେ (chest pain) ଯନ୍ତ୍ରଣା ହୁଏ ବା ନିୟନ୍ତ୍ରଣ ହରେଇବା ଅନୁଭବ ହୁଏ । [୨] ଏହି ପ୍ୟାନିକ ଆଟାକ ସାଂଘାତିକ ନୁହେଁ ।[୩]

ପ୍ୟାନିକ ଆଟାକ
ଜଣେ ଲୋକର ପ୍ୟାନିକ ଆଟାକ ହେଲାବେଳେ ଆଉ ଜଣେ ତାହାକୁ ଆଶ୍ୱାସନା ଦେଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPsychiatry
ଆଇସିଡ଼ି-୧୦F41.0
ଆଇସିଡ଼ି-୯-ସିଏମ୍300.01
ରୋଗ ଡାଟାବେସ30913
MeSHD016584

ଅନେକ ଗୁଡ଼ିଏ ରୋଗରେ ପ୍ୟାନିକ ଆଟାକ ହୁଏ ଯଥା:- ପ୍ୟାନିକ ଡିଜ‌ଅର୍ଡ଼ର, ସୋସିଆଲ ଆଙ୍ଗଜାଇଟି ଡିଜଅର୍ଡ଼ର (social anxiety disorder), ପୋଷ୍ଟ ଟ୍ରମାଟିକ ସ୍ଟ୍ରେସ ଡିଜଅର୍ଡ଼ର (post traumatic stress disorder), ସବସ୍ଟାନ୍ସ ୟୁଜ ଡିଜଅର୍ଡ଼ର (drug use), ମେଜର ଡିପ୍ରେସିଭ ଡିଜ‌ଅର୍ଡ଼ର (depression) ଓ ମେଡିକାଲ ରୋଗ ସମସ୍ୟା ।[୨][୪] କୌଣସି କାରଣ ବଶତଃ ଏହି ରୋଗ ଟ୍ରିଗର ହୋଇପାରେ ବା ଆଶା ବ‌ହିର୍ଭୁତ ହୁଏ । ଧୂମ୍ରପାନ (smoking) ଓ ମାନସିକ ଚାପ (psychological stress) ଏହାର ସଙ୍କଟ କାରକ ଥାଆନ୍ତି । ରୋଗ ନିର୍ଣ୍ଣୟ କଲାବେଳେ ଅନ୍ୟାନ୍ୟ ରୋଗ ଯେପରିକି ଅନ୍ୟ ମାନସିକ ରୋଗ, ହୃତ୍‌ପିଣ୍ଡ ରୋଗ (heart disease), ହାଇପରଥାଇରଏଡିଜମ, ହାଇପରପାରାଥାଇରଏଡିଜ୍ମ, ଫୁସଫୁସ ରୋଗ (lung disease) ରୋଗମାନଙ୍କର ଅନୁପସ୍ଥିତି ବିଷୟ ଦେଖିବାକୁ ପଡ଼େ ଓ ବ୍ୟବ‌ହାର କରୁଥିବା ଔଷଧ ବିଷୟ ବୁଝିବାକୁ ହୁଏ । [୨]

ଅନ୍ତର୍ନିହିତ କାରଣ ଥିଲେ ପ୍ରଥମେ ତାଙ୍କର ଚିକିତ୍ସା କରାଯାଏ ।[୩] ରୋଗ ଆକ୍ରମଣ ବାରମ୍ବାର ହେଲେ ସାଇକୋଥେରାପି (counselling) ବା ଔଷଧ (medications) ଦିଆଯାଏ । [୫] ଶ୍ୱାସକ୍ରିୟା ଟ୍ରେନିଙ୍ଗ ଓ ପେଶୀ ଶିଥିଳ କରିବା ଟେକନିକ ସାହାଯ୍ୟ କରିପାରେ । [୬] ଏହି ରୋଗୀମାନେ ଆତ୍ମହତ୍ୟା ପ୍ରବଣ ହୁଅନ୍ତି ।[୨]

ୟୁରୋପରେ ୩% ଲୋକଙ୍କୁ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୧୧% ଲୋକଙ୍କୁ ଏହି ରୋଗ ହୁଏ । ପରୁଷଙ୍କ ଅପେକ୍ଷା ମହିଳାଙ୍କୁ ଏହି ରୋଗ ଅଧିକ ହୁଏ । ପ୍ୟୁବର୍ଟି (puberty) ବା ପ୍ରାକ୍-ଯୁବାବସ୍ଥାରେ ଏହି ରୋଗ ଆରମ୍ଭ ହୁଏ । ପିଲା ଓ ବୟସ୍କ ଲୋକଙ୍କୁ ଏହି ରୋଗ କମ ଆକ୍ରମଣ କରେ ।[୨]

ଆଧାର ସମ୍ପାଦନା

  1. "Anxiety Disorders". NIMH. March 2016. Retrieved 1 October 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ American Psychiatric Association (2013), Diagnostic and Statistical Manual of Mental Disorders (5th ed.), Arlington: American Psychiatric Publishing, pp. 214–217, 938, ISBN 0890425558
  3. ୩.୦ ୩.୧ Geddes, John; Price, Jonathan; McKnight, Rebecca (2012). Psychiatry (in ଇଂରାଜୀ). OUP Oxford. p. 298. ISBN 9780199233960.
  4. Craske, MG; Stein, MB (24 June 2016). "Anxiety". Lancet (London, England). PMID 27349358.
  5. "Panic Disorder: When Fear Overwhelms". NIMH. 2013. Retrieved 1 October 2016.
  6. Roth, WT (2010). "Diversity of effective treatments of panic attacks: what do they have in common?". Depression and anxiety. 27 (1): 5–11. PMID 20049938.