ପୋସ୍ଚୁରାଲ ଅର୍ଥୋସ୍ଟାଟିକ ଟାକିକାର୍ଡ଼ିଆ ସିଣ୍ଡ୍ରୋମ

ପୋଷ୍ଟୁରାଲ୍ ଅର୍ଥୋଷ୍ଟାଟିକ୍ ଟାଚାଇକାର୍ଡିଆ ସିଣ୍ଡ୍ରୋମ (POTS) ହେଉଛି ଏକ ଅବସ୍ଥା ଯେଉଁଥିରେ ମିଛ କହିବା ଠାରୁ ଛି

ପୋସ୍ଚୁରାଲ ଅର୍ଥୋସ୍ଟାଟିକ ଟାକିକାର୍ଡ଼ିଆ ସିଣ୍ଡ୍ରୋମ (ଇଂରଜୀ ଭାଷାରେ Postural orthostatic tachycardia syndrome ବା ପିଓଟିଏସ (POTS) ଏକ ବେମାରୀ ଯେଉଁଥିରେ ଶୋଇଥିବା (lying) ଅବସ୍ଥାରୁ ହଠାତ୍ ଉଠିପଡ଼ିଲେ ଟାକିକାର୍ଡ଼ିଆ (increase in heart rate) ବା ଦୃଦ୍‌ଗତି ହାର ବୃଦ୍ଧି ହୋଇଯାଏ ।[୧] ଏଥିଯୋଗୁ ହାଲୁକା ମୁଣ୍ଡ (lightheadedness), ଚିନ୍ତା ସମସ୍ୟା, ଝାପସା ଦୃଷ୍ଟି (blurry vision), ଦୂର୍ବଳତା ଆଦି ଲକ୍ଷଣମାନ ଦେଖାଯାଇପାରେ ।[୧] ଏହ ସ‌ହିତ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍, ନିଦ୍ରାହୀନତା, କ୍ରନିକ ମୁଣ୍ଡବିନ୍ଧା (chronic headaches), ଏହଲର୍ସ-ଡାନଲର୍ସ ସିଣ୍ଡ୍ରୋମ, ଫାଇବ୍ରୋମ୍ୟାଲ୍‌ଜିଆ ଇତ୍ୟାଦି ସ‌ହ‌ଯୋଗୀ ବେମାରୀ ଥାଇପାରନ୍ତି ।[୧]

ପୋସ୍ଚୁରାଲ ଅର୍ଥୋସ୍ଟାଟିକ ଟାକିକାର୍ଡ଼ିଆ ସିଣ୍ଡ୍ରୋମ (Postural orthostatic tachycardia syndrome)
Postural tachycardia syndrome (POTs)
ବିଭାଗହୃଦ୍‌ରୋଗ ବିଜ୍ଞାନ (Cardiology)
ଲକ୍ଷଣଠିଆ ହୋଇରହିଲେ: ହାଲୁକା ମୁଣ୍ଡ (lightheadedness, ଚିନ୍ତା ସମସ୍ୟା, ଝାପସା ଦୃଷ୍ଟି (blurry vision), ଦୂର୍ବଳତା[୧]
ଆକ୍ରାନ୍ତ ସମୟ୨୦ ବର୍ଷ ବୟସ ପାଖାପାଖି [୧]
ଅବଧି> ୬ ମାସ[୨]
କାରଣଅଜ୍ଞାତ[୨]
ବିପଦ କାରକପାରିବାରିକ ଇତିହାସ[୧]
ରୋଗ ନିର୍ଣ୍ଣୟ ପଦ୍ଧତିଠିଆ ହେଲେ ହୃଦ୍‌ଗତି ହାର ମିନିଟ ପ୍ରତି ୩୦ ବିଟରୁ ଅଧିକ ହୋଇଯାଏ । [୧]
ସଠିକ ରୋଗ ନିର୍ଣ୍ଣୟଦୀର୍ଘକାଳୀନ ବିଛଣା ଶୟନ (Prolonged bedrest), ନିର୍ଜଳନ (dehydration), ହାଇପରଥାଇରଏଡିଜମ, ଆନିମିଆ ଓ କତିପୟ ଔଷଧ[୨]
ଔଷଧବିଟା ବ୍ଲକର (Beta blockers), ପାଇରିଡୋସ୍ଟିଗମିନ (pyridostigmine), ମିଡୋଡ୍ରିନ (midodrine), ଓ ଫ୍ଲୁଡ୍ରୋକର୍ଟିଜୋନ (fludrocortisone)[୧]
ଚିକିତ୍ସାଲକ୍ଷଣ ସୃଷ୍ଟିକାରୀ କାରକମାନଙ୍କଠାରୂ ଦୂରରେ ରହିବା, ଖାଦ୍ୟରେ ଲବଣ ଓ ଜଳ ଅଧିକ ଖାଇବା, କମ୍ପ୍ରେସନ ସ୍ଟକିଙ୍ଗ (compression stockings), ବ୍ୟାୟାମ, କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy) ଓ ଔଷଧ ।[୧]
Prognosis~୯୦% ରୋଗୀଙ୍କର ଚିକିତ୍ସା କଲେ ସୁଫଳ ମିଳେ । [୩]
ପୁନଃପୌନିକ~ ୨ ନିୟୁତ (ଯୁକ୍ତରାଷ୍ଟ୍ର ଆମେରିକା)[୨]

ଏହି ରୋଗର କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି ।[୨] ଅନେକ ସମୟରେ ଏହା ଏକ ଭୁତାଣୁ ସଂକ୍ରମଣ, ଅପରେଶନ ବା ଗର୍ଭାବସ୍ଥା ପରେ ଆରମ୍ଭ ହୁଏ ।[୩] ପରିବାରରେ ଏହି ରୋଗ ଇତିହାସ ଥିଲେ ରୋଗ ହେବା ସଙ୍କଟ ରହେ ।[୧] ଠିଆ ହେବାର ୧୦ ମିନିଟ ମଧ୍ୟରେ ହୃଦ୍‌ଗତି ହାର ମିନିଟ ପିଛା ୩୦ରୁ ଅଧିକ ହେଲେ ଓ ଲକ୍ଷଣ ଦେଖାଗଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧][୨] ଠିଆ ହେଲେ ନିମ୍ନ ରକ୍ତଚାପ (Low blood pressure with standing) ହୁଏନାହିଁ । [୨] ଏକା ଭଳି ଲକ୍ଷଣ ପ୍ରକାଶ ପାଉଥିବା ଅନ୍ୟାନ୍ୟ ରୋଗମାନଙ୍କ ନାମ ଯଥାକ୍ରମେ ଦୀର୍ଘକାଳୀନ ବିଛଣା ଶୟନ (Prolonged bedrest), ନିର୍ଜଳନ (dehydration), ହାଇପରଥାଇରଏଡିଜମ, ଆନିମିଆ, କତିପୟ ଔଷଧ ପ୍ରତିକ୍ରିୟା ଅଟେ ଓ ଏହି ରୋଗ ଗୁଡ଼ିକ ନଥିବା ପ୍ରଥମେ ନିର୍ଣ୍ଣୟ କରିବାକୁ ହୁଏ ।[୨]

ଏହି ରୋଗ ଚିକିତ୍ସାରେ ଲକ୍ଷଣ ସୃଷ୍ଟିକାରୀ କାରକମାନଙ୍କଠାରୂ ଦୂରରେ ରହିବା, ଖାଦ୍ୟରେ ଲବଣ ଓ ଜଳ ଅଧିକ ଖାଇବା, କମ୍ପ୍ରେସନ ସ୍ଟକିଙ୍ଗ (compression stockings), ବ୍ୟାୟାମ, କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy) ଓ ଔଷଧ ବ୍ୟବ‌ହାର କରାଯାଏ ।[୧] ଔଷଧ ଭାବରେ ବିଟା ବ୍ଲକର (Beta blockers), ପାଇରିଡୋସ୍ଟିଗମିନ (pyridostigmine), ମିଡୋଡ୍ରିନ (midodrine), ଓ ଫ୍ଲୁଡ୍ରୋକର୍ଟିଜୋନ (fludrocortisone) ଆଦି ଦିଆଯାଏ ।[୧] ଭୁତାଣୁ ସଂକ୍ରମଣ ଯୋଗୁ ଆରମ୍ଭ ହୋଇଥିବା ରୋଗୀଙ୍କ ମଧ୍ୟରୁ ୫୦% ରୋଗୀ ୫ ବର୍ଷ ମଧ୍ୟରେ ଭଲ ହୋଇଯାଆନ୍ତି ।[୩] ଉପ‌ଯୁକ୍ତ ଚିକିତ୍ସା କଲେ ପ୍ରାୟ ୯୦% ରୋଗୀଙ୍କ ଅବସ୍ଥାରେ ଉନ୍ନତି ଘଟେ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୦.୫ରୁ ୩ ନିୟୁତ ଲୋକ ଏହି ରୋଗର ଶିକାର ହୋଇଛନ୍ତି ।[୨] ପ୍ରାୟ ୨୦ ବର୍ଷ ବୟସରେ ରୋଗ ଆରମ୍ଭ ହୁଏ ଓ ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Benarroch, E. E. (2012). "Postural tachycardia syndrome: a heterogeneous and multifactorial disorder". Mayo Clinic Proceedings. 87 (12): 1214–1225. doi:10.1016/j.mayocp.2012.08.013. PMC 3547546. PMID 23122672.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Neuronal and hormonal perturbations in postural tachycardia syndrome". Front Physiol. 5: 220. 2014. doi:10.3389/fphys.2014.00220. PMC 4059278. PMID 24982638. {{cite journal}}: Cite uses deprecated parameter |authors= (help)CS1 maint: unflagged free DOI (link)
  3. ୩.୦ ୩.୧ ୩.୨ ୩.୩ "Postural Tachycardia Syndrome". Circulation. 117: 2814–17. 2008. doi:10.1161/CIRCULATIONAHA.107.761643. PMID 18506020. Archived from the original on 2015-05-16. {{cite journal}}: Cite uses deprecated parameter |authors= (help)

External links ସମ୍ପାଦନା

ଶ୍ରେଣୀବିଭାଗ