ପୁଞ୍ଜିକୃତପୂଯ

ପୁଞ୍ଜିତ ପୂଯ
ପାଞ୍ଚ ଦିନର ପୁରୁଣା ପୁଞ୍ଜିତ ପୂଯ । The black dot being a clogged hair follicle.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିdermatology[*], general surgery[*], ସଂକ୍ରାମକ ରୋଗ[*]
ଆଇସିଡ଼ି-୧୦L02
ଆଇସିଡ଼ି-୯-ସିଏମ୍682.9, 324.1
ମେଡ଼ିସିନ-ପ୍ଲସ001353
MeSHD000038

ପୁଞ୍ଜିତ ପୂଯ ବା ଆବସେସ (ଇଂରାଜୀରେ abscess) ଏକ ରୋଗ ଯେଉଁଥିରେ ଦେହର କୌଣସି ସ୍ଥାନର ତନ୍ତୁରେ ପୂଯ ଜମାହୋଇ ରହେ । [୧] ଏହାର ଲକ୍ଷଣ ଓ ଚିହ୍ନ ସମୂହ: ଲାଲ ଦେଖାଯିବା, ଯନ୍ତ୍ରଣା ହେବା ଓ ଫୁଲା ଯାହାକୁ ଚିପିଲେ ତରଳ ପଦାର୍ଥ ଥିବା ଥଳି ଭଳି ହାତକୁ ଲାଗେ । [୧] ଫୁଲିବା ସ୍ଥାନଠାରୁ ଅଧିକ ସ୍ଥାନ ଲାଲ ଦେଖାଯାଏ ।[୨] କାର୍ବଙ୍କଲ (ଇଂରାଜୀରେ carbuncle) ଓ ଫରଙ୍କଲ (ଇଂରାଜୀରେ furuncle) ରୋଗଦ୍ୱୟ ଏହି ଆବସେସ ପ୍ରଜାତିର ରୋଗ ଯେଉଁଥିରେ ଲୋମ ଫଲିକ୍ଲର ଖୋଲିବା ପଥ ବନ୍ଦ ହୋଇଯାଏ, କାର୍ବଙ୍କଲ ଆକାରରେ ବଡ଼ । [୩]

ଏହି ରୋଗ ଜୀବାଣୁ ସଂକ୍ରମଣଦ୍ୱାରା ହୁଏ ।[୪] ଅଧିକାଂଶ ସମୟରେ ଗୋଟିଏ ସଂକ୍ରମଣରେ ଏକାଧିକ ବିଭିନ୍ନ ଜୀବାଣୁ ଜଡ଼ିତ ଥାଆନ୍ତି ।[୨] ଆମେରିକାଅ ଓ ପୃଥିବୀର ଅନେକ ସ୍ଥାନରେ ସାଧାରଣତଃ ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକସ ଅରିଅସ ଜୀବାଣୁ ଏହି ରୋଗ କରାଏ ।[୫] ଚମ ଆବସେସ ଦେଖିକରି ଚିହ୍ନିହୁଏ ଓ ଏହାକୁ କାଟି ଖୋଲିଦେଲେ ନିଧାର୍ଯ ଭାବେ ନିର୍ଣ୍ଣିତ ହୁଏ । [୧] ସନ୍ଦେହ ଜନ‌କ ରୋଗ ଥିଲେ ଅଲ୍ଟ୍ରାସାଉଣ୍ଡ ଇମେଜିଙ୍ଗ କରାଯାଏ । [୧] ମଳଦ୍ୱାର ଆବସେସ ହୋଇଥିଲେ କମ୍ପ୍ୟୁଟର ଟୋମୋଗ୍ରାଫି କରି ଅଭ୍ୟନ୍ତର ସଂକ୍ରମଣ ନିର୍ଣ୍ଣୟ କରାଯାଏ । [୫]

ଦେହରେ ପୂଯ ଥିଲେ ସେ ସ୍ଥାନଟି କାଟି ପୂଯ ବାହାର କରିଦେବା ହିଁ ମାନ‌କ ଚିକିତ୍ସା ।[୬] ଅନ୍ୟ କୌଣସି ରୋଗ ନ ଥାଇ ଲୋକର ପୂଯ ଥିଲେ କେବଳ ତାହା ବାହାର କରିଦେବା ଯଥେଷ୍ଟ, କୌଣସି ଆଣ୍ଟିବାୟୋଟିକର ଉପକାରୀତା ଥିବା ଜଣାଯାଏ ନାହିଁ । [୧] ପୂଯ କଢ଼ିଦେବା ପରେ ଗଜ ପ୍ୟାକିଙ୍ଗ ନ ଦେବା ସପକ୍ଷରେ ପ୍ରମାଣ ମିଳୁଛି ।[୧] କଟା ମୁହଁ ବନ୍ଦ ନ କରି ଖୋଲା ଛାଡ଼ିଲେ ଆଉଥାରେ ପୂଯ ନ ହୋଇ ଶୀଘ୍ର ଶୁଖିବ ।[୭] ସିରିଞ୍ଜ ଛୁଞ୍ଚି ସାହାଯ୍ୟରେ ପୂଯ ସମ୍ପୁର୍ଣ୍ଣ ବାହାର କରିହୁଏ ନାହିଁ । [୧]

ଚର୍ମରେ ପୂଯ ହେବା ଅତି ସାଧାରଣ ରୋଗ । [୧] ଶୀରାରେ ଇଞ୍ଜେକସନ ଦେଲେ ଏହି ସଙ୍କଟ ଉପୁଜେ ଓ ଏହା ପ୍ରାୟ ୬୫ % ଲୋକଙ୍କର ହୁଏ । [୮] ଆମେରିକାରେ ସନ ୨୦୦୫ରେ ୩.୨ ନିୟୁତ ଲୋକ ଏହି ରୋଗ ନିମନ୍ତେ ଏମରଜେନ୍ସି ଓ.ପି.ଡି.କୁ ଯାଇଥିଲେ । [୯] ସନ ୨୦୦୮ରେ ଅଷ୍ଟ୍ରେଲିଆରେ ୧୩୦୦୦ ଲୋକ ଏହି ରୋଗରେ ପୀଡ଼ିତ ହୋଇ ଆଡମିସନ ହୋଇଥିଲେ ।[୧୦]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Singer, Adam J.; Talan, David A. (Mar 13, 2014). "Management of skin abscesses in the era of methicillin-resistant Staphylococcus aureus" (PDF). The New England Journal of Medicine. 370 (11): 1039–47. doi:10.1056/NEJMra1212788. PMID 24620867.
  2. ୨.୦ ୨.୧ Elston, Dirk M. (2009). Infectious Diseases of the Skin. London: Manson Pub. p. 12. ISBN 9781840765144.
  3. Marx, John A. Marx (2014). "Dermatologic Presentations". Rosen's emergency medicine : concepts and clinical practice (8th ed. ed.). Philadelphia, PA: Elsevier/Saunders. pp. Chapter 120. ISBN 1455706051. {{cite book}}: |edition= has extra text (help)
  4. Cox, Carol Turkington, Jeffrey S. Dover ; medical illustrations, Birck (2007). The encyclopedia of skin and skin disorders (3rd ed. ed.). New York, NY: Facts on File. p. 1. ISBN 9780816075096. {{cite book}}: |edition= has extra text (help)CS1 maint: multiple names: authors list (link)
  5. ୫.୦ ୫.୧ Marx, John A. Marx (2014). "Skin and Soft Tissue Infections". Rosen's emergency medicine : concepts and clinical practice (8th ed. ed.). Philadelphia, PA: Elsevier/Saunders. pp. Chapter 137. ISBN 1455706051. {{cite book}}: |edition= has extra text (help)
  6. American College of Emergency Physicians, "Five Things Physicians and Patients Should Question", Choosing Wisely: an initiative of the ABIM Foundation, American College of Emergency Physicians, retrieved January 24, 2014
  7. Singer, Adam J.; Thode, Henry C., Jr; Chale, Stuart; Taira, Breena R.; Lee, Christopher (May 2011). "Primary closure of cutaneous abscesses: a systematic review" (PDF). The American Journal of Emergency Medicine. 29 (4): 361–6. doi:10.1016/j.ajem.2009.10.004. PMID 20825801. Archived from the original (PDF) on 2015-07-22. Retrieved 2015-03-19.{{cite journal}}: CS1 maint: multiple names: authors list (link)
  8. Langrod, Pedro Ruiz, Eric C. Strain, John G. (2007). The substance abuse handbook. Philadelphia: Wolters Kluwer Health/Lippincott Williams & Wilkins. p. 373. ISBN 9780781760454.{{cite book}}: CS1 maint: multiple names: authors list (link)
  9. Taira, BR; Singer, AJ; Thode HC, Jr; Lee, CC (Mar 2009). "National epidemiology of cutaneous abscesses: 1996 to 2005". The American journal of emergency medicine. 27 (3): 289–92. doi:10.1016/j.ajem.2008.02.027. PMID 19328372.{{cite journal}}: CS1 maint: multiple names: authors list (link)
  10. Vaska, VL; Nimmo, GR; Jones, M; Grimwood, K; Paterson, DL (Jan 2012). "Increases in Australian cutaneous abscess hospitalisations: 1999-2008". European Journal of Clinical Microbiology & Infectious Diseases. 31 (1): 93–6. doi:10.1007/s10096-011-1281-3. PMID 21553298.