ପିପଲ ଫର ଦି ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମାଲ୍ସ

ପିପଲ ଫର ଦି ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମାଲ୍ସ (PETA) ଏକ ଆମେରିକୀୟ ପଶୁ ନ୍ୟାୟ ସଙ୍ଗଠନ ଯାହା ନରଫଲ୍କ, ଭର୍ଜିନିଆଠାରେ ଅବସ୍ଥିତ ଓ ଇଙ୍ଗ୍ରିଡ଼ ନିଉକିର୍କଙ୍କ ଦେଇ ପରିଚାଳିତ ଯେ ଏହାର ବିଶ୍ୱସମ୍ପାଦକ ଅଛନ୍ତି । ଏହା ଏକ ଅଣ-ଲାଭକାରୀ ସଙ୍ଗଠନ ଯେଉଁଥିରେ ୩୦୦ରୁ ଅଧିକ କର୍ମଚାରୀ କାମ କରିଥାନ୍ତି ; ତାହାଛଡ଼ା ଏଥିରେ ୨ ମିଲିଅନ ସଭ୍ୟ ଓ ସହଯୋଗୀ ଅଛନ୍ତି, ଏହା ଜଗତର ସବୁଠାରୁ ବଡ଼ ପ୍ରାଣୀ ନ୍ୟାୟ ସଂଗଠନ ବୋଲି ଦାବି କରିଥାଏ । ଏହାର ସ୍ଳୋଗାନ "ପଶୁମାନେ ଆମର ଖାଦ୍ୟ, ପୋଷାକ,ପରଖ ବା ମନୋରଞ୍ଜନ ନିମନ୍ତେ ନୁହଁନ୍ତି ।" ("animals are not ours to eat, wear, experiment on, or use for entertainment.)"[୧]

ପ୍ରତିଷ୍ଠାତା (ଗଣ)ଇଙ୍ଗ୍ରିଡ଼ ନିଉକିର୍କଆଲେକ୍ସ ପାଚେକୋ
ପ୍ରକାର୫୦୧(c)(୩)
ପ୍ରତିଷ୍ଠା କାଳମାର୍ଚ ୧୯୮୦
ଅବସ୍ଥିତିନରଫଲ୍କ, ଭର୍ଜିନିଆ
ଲକ୍ଷପଶୁ ନ୍ୟାୟ
ଖଜଣା୨୦୦୯ ବେଳକୁ ୩୪ ମିଲିଅନ $
କର୍ମଚାରୀ୩୦୦
ସଭ୍ୟ୨,୦୦୦,୦୦୦
ନୀତିବାକ୍ୟ"Animals are not ours to eat, wear, experiment on, or use for entertainment."
ୱେବସାଇଟpeta.org

ଇଙ୍ଗ୍ରିଡ଼ ନିଉକିର୍କ ଓ ସହଯୋଗୀ ପ୍ରାଣୀ ନ୍ୟାୟ କର୍ମୀ ଆଲେକ୍ସ ପାଚେକୋଙ୍କ ଦେଇ ମାର୍ଚ ୧୯୮୦ରେ ପ୍ରତିଷ୍ଠିତ ଏହି ସଙ୍ଗଠନ ୧୯୮୧ରେ ସିଲଭର ସ୍ପ୍ରିଙ୍ଗ ମଙ୍କିଜ ଘଟଣାରେ ଲୋକଲୋଚନକୁ ଆସିଥିଲା । । ଏହି ଘଟଣା ଏକ ଜନସାଧାରଣ ବିବାଦ ଥିଲା ଯେଉଁଥିରେ ୧୭ଟି ମାକାକୁ ମାଙ୍କଡ଼ଙ୍କ ଉପରେ ଇନଷ୍ଟିଚୁଟ ଅଫ ବିହେଭରିଆଲ ରିସର୍ଚ (Institute of Behavioral Research), ସିଲଭର ସ୍ପ୍ରିଙ୍ଗ, ମେରିଲାଣ୍ଡଠାରେ ପରଖ ପାଇଉନ ବ୍ୟବହାର କରାଯାଇଥିଲା । ଏହି ବିଚାର ୧୦ ବର୍ଷ କାଳ ଚାଲିଥିଲା, ଯେଉଁଥିରେ ପ୍ରଥମ ଥର ଆମେରିକାରେ ଏକ ପ୍ରାଣୀ ପରୀକ୍ଷାଗାରରେ ପୋଲିସ ଅଟକ ପଡ଼ିଥିଲା । ୧୯୮୫ରେ ଏହି ଦେଶର ପ୍ରାଣୀ କଲ୍ୟାଣ ନୀତିରେ ଏକ ଭାଗ ଯୋଡ଼ାଯାଇଥିଲା, ଯାହା ପରେ PETA ଏକ ଜାଗତିକ ସଙ୍ଗଠନ ରୂପେ ପରିଗଣିତ ହୋଇଥିଲା ।[୨] ତାହାପରେ, ଏହାର ଅଭିଯାନ ଓ ଗୋପନ ତଦନ୍ତରେ ଏହା ମୂଳ ଚାରୋଟି ବିଷୟ ଉପରେ ଧ୍ୟାନ ଦେଇଥାଏ—କାରଖାନା ଚାଷକୁ ବିରୋଧ, ଲୋମ ଚାଷ, ପଶୁ ପରଖ, ଓ ପଶୁମାନଙ୍କୁ ମନୋରଞ୍ଜନରେ ବ୍ୟବହାର—ଯଦିଓ ଏହା ମାଛଧରା, କ୍ଷତିକାରୀ ଭାବରେ ଚିହ୍ନିତ ପଶୁମରା, ଅଗଣାରେ ଶିକୁଳିରେ ବାନ୍ଧି କୁକୁର ପାଳିବା, କୁକୁଡ଼ା ଲଢ଼େଇ, କୁକୁର ଲଢ଼େଇ, ଓ ଷଣ୍ଢ ଲଢ଼େଇ ଆଦିକୁ ମଧ୍ୟ ବିରୋଧ କରିଥାଏ ।[୩]

ଟୀକା ସମ୍ପାଦନା

  1. For its focus, and that it says it's the largest AR group in the world, see "PETA's mission statement", PETA, accessed July 3, 2010.
  2. Schwartz, Jeffrey M. and Begley, Sharon. The Mind and the Brain: Neuroplasticity and the Power of Mental Force, Regan Books, 2002, p. 161ff.
    • Pacheco, Alex and Francione, Anna. The Silver Spring Monkeys, in Peter Singer (ed.) In Defense of Animals, Basil Blackwell 1985, pp. 135–147.
  3. "PETA's mission statement", PETA, accessed July 3, 2010.

ଆଗକୁ ପଢ଼ିବେ ସମ୍ପାଦନା

ବାହାର ଆଧାର ସମ୍ପାଦନା