ପରଟା (ଉର୍ଦ୍ଦୁ: پراٹھا, ତାମିଲ: பராட்டா) ଭାରତୀୟ ରୁଟିର ବିଶିଷ୍ଟ ରୂପ ଅଟେ । ଏହା ଉତ୍ତର ଭାରତରେ ଯେତେ ଲୋକପ୍ରିୟ, ପାଖାପାଖି ଦକ୍ଷିଣ ଭାରତରେ ମଧ୍ୟ ସେତିକି ଲୋକପ୍ରିୟ ଅଟେ । ବାସ ଫରକ ଏତିକି ଯେ, ଉତ୍ତର ଭାରତରେ ଅଟାରେ ପରଟା ପ୍ରସ୍ତୁତ କରିଥାନ୍ତି ଏବଂ ଦକ୍ଷିଣରେ ମଇଦାରେ ପରଟା ପ୍ରସ୍ତୁତ କରିଥାନ୍ତି । ପ୍ରତିଦିନ ଉତ୍ତରୀ ଭାରତୀୟ ମହାଦ୍ୱୀପରେ ଲୋକମାନେ ସକାଳ ଭୋଜନରେ ପରଟା ହିଁ ଖାଇଥାନ୍ତି । ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଏହାକୁ ଲୋକପ୍ରିୟ ଖାଦ୍ୟରୂପେ ବ୍ୟବହାର କରାଯାଇଥାଏ। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହା ଟିକେ ତୈଳ ଯୁକ୍ତ ଥିବା କାରଣରୁ ସୀମିତ ମାତ୍ରାରେ ଉପଭୋଗ କରାଯାଇ ପାରେ ।

ପରଟା
ଆଳୁ ପରଟା
ଅନ୍ୟ ନାମParatha, parauntha, palata, farata, parontay, prontha
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଭାରତୀୟ ଉପ ମହାଦ୍ୱୀପ
ମୁଖ୍ୟ ଉପାଦାନଅଟା, ମଇଦା, ପାଣି, ଘିଅ, ବଟର
ପୁଦିନା ପରଟା

ପରଟା ପାଖାପାଖି ରୁଟି ପରି ତିଆରି କରାଯାଏ । ଫରକ କେବଳ ଏତିକି ଯେ, ରୋଟିକୁ ତାୱାରେ ସେକିବା ପରେ ପୁନଶ୍ଚ ଜାଲି ଉପରେ ରଖାଯାଇ କିଛି ସମୟ ଫୁଲେଇ ବାକୁ ଦିଆଯାଏ କିନ୍ତୁ ପରଟାକୁ କେବଳ ତାୱା ଉପରେ ଘିଅ କିମ୍ବା ତେଲ ଦେଇ ସେକାଯାଏ ।[୧] ପରଟା ଶବ୍ଦ ଉପରୀ+ଅବର୍ତରୁ ଆସିଛି । ଉପରୀମାନେ ଉପର ଏବଂ ଅବର୍ତ୍ତମାନେ ଚାରିପଟେ ବୁଲେଇବା । କେବଳ ତାୱାରେ ପ୍ରସ୍ତୁତ ରୁଟି କିମ୍ବା ପରଟାକୁ ସେକିବାର ବିଧିକୁ ଲକ୍ଷ ରଖାଯାଉ । ଏହାକୁ ସମତାପ ମିଳିବା ପାଇଁ ଏହାକୁ ଲଗାତାର ଉପର ପଟୁ ବୁଲେଇ-ଲେଉଟେଇ ସେକାଯାଏ । ଫୁଲକା ପରି ପରଟାର ଧାର ଫୁଲେନାହିଁ , କେବଳ ମଝି ପରସ୍ତ ଫୁଲିଥାଏ । ସିଧା ଶବ୍ଦରେ ପର୍ତ ଯୁକ୍ତ ଅଟାର ବ୍ୟଞ୍ଜନ= ପର୍ତ+ଅଟା = ପରଟା = ପରଠା ।[୨]

ଭାରତ ଏବଂ ବିଦେଶରେ ଏହି ଖାଦ୍ୟ ବହୁ ପ୍ରଚଳିତ । ଦକ୍ଷିଣ ଭାରତରେ କେରଳ ପରଟା ପ୍ରସିଦ୍ଧ ଅଟେ । ଏହାକୁ ସେଠାରେ ପ୍ରୋଟ୍ଟା କୁହାଯାଏ । ଏଥିରେ ଅତ୍ୟଧିକ ଚିକ୍କଣ ସହିତ ବହୁତ ପତ୍ର ରହିଥାଏ । ପରଟାକୁ ଭାରତୀୟ ଲୋକ ମାଲେସିଆ ଏବଂ ମାରିଶସ ପର୍ଯ୍ୟନ୍ତ ନେଇଯାଇଥିଲେ , ଯେଉଁଠାରେ ଏହାକୁ ଫରାଟା ଏବଂ ସିଙ୍ଗାପୁରରେ ରୁଟି କନାଈ କିମ୍ବା ରୁଟି ପ୍ରାଟା କୁହାଯାଏ । ମିଆଁମାରରେ ଏହାକୁ ପଲାତା କୁହାଯାଇଥାଏ ।

ହିନ୍ଦୁସ୍ତାନୀ ରୋଷେଇ ଘରେ ବହୁ ପ୍ରକାର ପରଟା ପ୍ରସ୍ତୁତ ହୋଇଥାଏ ।[୩] ସବୁଠାରୁ ସହଜ ସାଧା ପରଟା ହୋଇଥାଏ । ସାଧା ପରଟା ମଧ୍ୟ ବହୁପ୍ରକାର ହୋଇଥାଏ , ଯେପରି ଗୋଲ ପରଟା, ତ୍ରିକୋଣ ପରଟା, ଚତୁର୍ଭୁଜ ପରଟା ।[୪] ଏଥିରୁ ସର୍ବାଧିକ ଲୋକପ୍ରିୟ ଆଳୁ ପରଟା ଅଟେ । ବହୁ ଗୃହିଣୀ ବର୍ଷସାରା ମୌସମୀ ପରିବା ଏବଂ ଅନ୍ୟ ପଦାର୍ଥର ପରିବାରେ ଭରବା ପରଟା ତିଆରି କରିଥାନ୍ତି । ରୋଷେଇର ପ୍ରୟୋଗ ଧର୍ମିତାରେ ପରଟାର ବିବିଧତା ଲଗାତାର ବଢ଼ିବାରେ ଲାଗିଛି । ଏହିରୂପେ ପରଟାର ମୁଖ୍ୟ ପ୍ରକାର ଅଟେ :-

  • ସାଧା ପରଟା -
    • ଗୋଲ, ତ୍ରିକୋଣ, ଚତୁର୍ଭୁଜ
    • ଲଚ୍ଛା ପରଟା
    • ଲୁଣ, ଜୁଆଣିର ପରଟା
    • ଚିନି ପରଟା
    • ପୁଦିନା ପରଟା, ମେଥି, ପାଳକ ଆଦିକୁ ଅଟାରେ ମିଶାଇ ପ୍ରସ୍ତୁତ ପରଟା
  • ଭରବା ପରଟା
    • ଆଳୁ ପରଟା
    • ମୂଲି ପରଟା
    • କୋବି ପରଟା
    • ପିଆଜ ପରଟା
    • ମିଶାମିଶି ପାରିବା ପରଟା
    • ଛତୁ ପରଟା
    • ପନିର ପରଟା
    • ନବରତ୍ନ ପରଟା
  • ମାଂସାହାରୀ
    • କୀମା ପରଟା
    • ମୁଗଲାଇ ପରଟା
    • ଅଣ୍ଡା ପରଟା

ଦିଲ୍ଲୀର ଚାନ୍ଦିନୀ ଚୌକ କ୍ଷେତ୍ରରେ ମୁଗଲ କାଳରୁ ଆଜାଦି ପ୍ରାପ୍ତ ନାନାବାଇର ଏକ ବଜାର ଏବେ ପରଟା ଗଳି ନାମରେ ନାମରେ ପ୍ରଚଳିତ । ଏଠାରେ ବହୁ ପ୍ରକାର ପରଟା ଆଜି ପର୍ଯ୍ୟନ୍ତ ମିଳିଥାଏ । ମହାରାଷ୍ଟ୍ରରେ ଭରବା ପରଟାର ଏକ ଅନ୍ତରଣ ହେଉଛି ପୁରନ ପୋଲି । ଏହା ମିଠା ହୋଇଥାଏ ।

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. "ପରଟା ବନେଇବାର ବିଧି". Archived from the original on 2009-08-28. Retrieved 2017-06-19.
  2. ମୁଗଲାଇ କୁକ ବୁକ - ନୀରା ବର୍ମାଙ୍କ ଦ୍ୱାରା
  3. "ହିନ୍ଦୁସ୍ତାନୀ ରୋଷେଇ". Archived from the original on 2010-02-25. Retrieved 2017-06-19.
  4. "ପରଟା ସ୍ପେଶାଲ". Archived from the original on 2009-08-29. Retrieved 2017-06-19.

ବାହାର ଆଧାର ସମ୍ପାଦନା