ପଦ୍ମିନୀ ରାଉତ

ଓଡ଼ିଆ ଚେସ ଖେଳାଳି

ପଦ୍ମିନୀ ରାଉତ (ଜନ୍ମ: ୫ ଜାନୁଆରୀ ୧୯୯୪) ଜଣେ ଭାରତୀୟ ଚେସ ଖେଳାଳି । ସେ ଉଭୟ ଇଣ୍ଟରନେସନାଲ ମାଷ୍ଟର[୧] ଓ ମହିଳା ଗ୍ରାଣ୍ଡମାଷ୍ଟର ଉପାଧୀ ହାସଲ କରିଛନ୍ତି ।[୨] ୨୦୧୪ରୁ ୧୭ ପର୍ଯ୍ୟନ୍ତ ୪ ବର୍ଷ ଧରି ସେ ଭାରତୀୟ ମହିଳା ପ୍ରିମିୟର ଚାମ୍ପିୟନ[୩] ଓ ୨୦୧୮ରେ ଏସୀୟ ମହିଳା ଚାମ୍ପିୟନ ଥିଲେ । ୨୦୦୭ ମସିହାରେ ସେ ବିଜୁ ପଟ୍ଟନାୟକ ଖେଳ ସମ୍ମାନ ଓ ୨୦୦୯ରେ ଏକଲବ୍ୟ ପୁରସ୍କାର ହାସଲ କରିଥିଲେ ।[୪]

ପଦ୍ମିନୀ ରାଉତ
୨୦୦୯ ମସିହାରେ ପଦ୍ମିନୀ
ଦେଶ ଭାରତ
ଜନ୍ମ (1994-01-05) ୫ ଜାନୁଆରୀ ୧୯୯୪ (ବୟସ ୩୦)
ବଡ଼ମ୍ବା, ଓଡ଼ିଶା
ଉପାଧୀମହିଳା ଗ୍ରାଣ୍ଡମାଷ୍ଟର (୨୦୦୭)
ଫିଡେ ମାନ୍ୟତା୨୪୫୪(ଫିଡେ ବିଶ୍ୱ ମାନ୍ୟତା), ମାର୍ଚ୍ଚ ୨୦୧୫
ସର୍ବଶ୍ରେଷ୍ଠ ରେଟିଂ୨୩୯୨ ନଭେମ୍ବର ୨୦୧୧

ଚେସ ଖେଳାଳି ଜୀବନ ସମ୍ପାଦନା

୨୦୦୫ ମସିହାରେ ପଦ୍ମିନୀ ନାଗପୁରଠାରେ ୧୧ବର୍ଷରୁ କମ ସ୍ପର୍ଦ୍ଧାରେ ଜାତୀୟ ପ୍ରତିଯୋଗିତା ଜିତିଥିଲେ । ଏହାଥିଲା ତାଙ୍କର ପ୍ରଥମ ଜାତୀୟ ପ୍ରତିଯୋଗିତା ବିଜୟ । ୨୦୦୬ରେ ସେ ୧୩ବର୍ଷରୁ କମ ଜାତୀୟ ପ୍ରତିଯୋଗିତା ଓ ୧୨ବର୍ଷରୁ କମ ଏସୀୟ ପ୍ରତିଯୋଗିତା ଜିତିଥିଲେ ।[୫] ୨୦୦୮ରେ ସେ ୧୪ବର୍ଷରୁ କମ ସ୍ପର୍ଦ୍ଧାରେ ଉଭୟ ଏସୀୟ ପ୍ରତିଯୋଗିତା[୬] ଓ 'ବିଶ୍ୱ ଯୁବ ଚେସ ପ୍ରତିଯୋଗିତା' ଜିତିଥିଲେ । ୨୦୦୯ରେ ସେ ୨୦ବର୍ଷରୁ କମ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ ।[୭] ୨୦୧୦ରେ ସେ ୧୯ବର୍ଷରୁ କମ ଜାତୀୟ ଜୁନିୟର ମହିଳା ପ୍ରତିଯୋଗିତା ଜିତିଥିଲେ । ସେହିବର୍ଷ ସେ ଉଭୟ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତାରେ[୮] ଓ ବିଶ୍ୱ ଜୁନିୟର ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ ।[୯][୧୦]

ପଦ୍ମିନୀ, ଜାତୀୟ ମହିଳା ଚେସ ଚାମ୍ପିୟନସିପ ଲଗାତାର ୨୦୧୪, ୨୦୧୫, ୨୦୧୬ ଓ ୨୦୧୭ ୪ବର୍ଷ ଧରି ଜିତିଥିଲେ । ୨୦୧୫ରେ ସେ ରାଷ୍ଟ୍ରମଣ୍ଡଳ ମହିଳା ଚାମ୍ପିୟନସିପି ମଧ୍ୟ ଜିତିଥିଲେ ।.[୧୧] ୨୦୧୮ରେ ସେ ଏସୀୟ ମହିଳା ଚେସ ଚାମ୍ପିୟନସିପ ମଧ୍ୟ ଜିତିଥିଲେ ।[୧୨]

ଭାରତୀୟ ଜାତୀୟ ମହିଳା ଚେସ ଦଳ ତରଫରୁ ସେ "ମହିଳା ଚେସ ଅଲିମ୍ପିୟାଡ଼", "ୱାର୍ଲଡ଼ ଟିମ ଚେସ ଚାମ୍ପିୟନସିପ", "ୱିମେନସ ଏସୀୟା ଟିମ ଚାମ୍ପିୟନସିପ" ମଧ୍ୟ ଖେଳିଥିଲେ ।[୧୩]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ପଦ୍ମିନୀ ୧୯୯୪ ମସିହା ଜାନୁଆରୀ ୫ତାରିଖରେ ବଡ଼ମ୍ବାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଅଧ୍ୟାପକ ଅଶୋକ କୁମାର ରାଉତ ଓ ମାତା ସସ୍ମିତା ଧଳ । ସେ ତାଙ୍କ ପିତାଙ୍କ କଥାରେ ଅନୁପ୍ରାଣିତ ହୋଇ ୯ବର୍ଷ ବୟସରୁ ଚେସ ଖେଳିବା ଆରମ୍ଭ କରିଥିଲେ ।[୧୪] ସେ 'ଇଣ୍ଡିଆନ ଅଏଲ" କମ୍ପାନୀରେ କାର୍ଯ୍ୟ କରନ୍ତି । ଭାରତ ସରକାର ତାଙ୍କୁ ସ୍ୱଚ୍ଛ ଭାରତ ଆମ୍ବାସଡ଼ର ଭାବରେ ମଧ୍ୟ ମନୋନୀତ କରିଛନ୍ତି ।[୧୫] ୨୦୨୪ ମସିହାରେ ସେ ଜୟକିଶିନ ମନକାନୀଙ୍କୁ ବିବାହ କରିଥିଲେ ।[୧୬]

କୃତିତ୍ତ୍ୱ ସମ୍ପାଦନା

  • ଏସୀୟ ଯୁବ ଚେସ୍ ପ୍ରତିଯୋଗିତା ବିଜେତା (୨୦୦୫, ୨୦୦୬)
  • ୨୦୦୬: ଜାତୀୟ ୧୩ ବର୍ଷରୁ କମରେ ବିଜେତା
  • ୨୦୦୮: ଜାତୀୟ ୧୪ ବର୍ଷରୁ କମରେ ବିଜେତା ଓ ଏକଲବ୍ୟ ପୁରସ୍କାର ବିଜେତା
  • ୨୦୧୦: ଏସୀୟ ଯୁବ ୨୦ ବର୍ଷରୁ କମରେ ତୃତୀୟ ସ୍ଥାନ
  • ୨୦୧୦: ବିଶ୍ୱ ଜୁନିୟର ପ୍ରତିଯୋଗିତାରେ ତୃତୀୟ ସ୍ଥାନ
  • ୨୦୧୧ରେ ଏସୀୟ ବ୍ୟକ୍ତିଗତ ବାଳିକା ବିଭାଗରେ ତୃତୀୟ ସ୍ଥାନ

ଆଧାର ସମ୍ପାଦନା

  1. "Rout Padmini chess games and profile - Chess-DB.com". chess-db.com. Archived from the original on 2016-08-26. Retrieved 2019-11-22.
  2. Bhattacharya, Rimli (2018-01-31). "Did You know About Chess Grandmaster Padmini Rout?". Feminism In India (in ଆମେରିକୀୟ ଇଂରାଜୀ). Retrieved 2019-11-22.
  3. "The 'Indian Chess Queen' Padmini Rout turns 25 - ChessBase India". www.chessbase.in. Retrieved 2019-11-22.
  4. "Padmini Rout gets Ekalabya Award". timesofindia.indiatimes.com. times of india. Retrieved 9 January 2020.
  5. Personalities: Padmini Rout. Orisports.com
  6. Akbarinia, Arash (2008-07-24). "Asian Youth Championship in Teheran". ChessBase. Retrieved 22 February 2016.
  7. Asian Junior Girls Chess Championship 2009. chess-results.com.
  8. Asian Junior Girls Chess Championship 2010. chess-results.com.
  9. "Negi disappoints but Padmini wins bronze - Times of India". The Times of India. 2010-08-17. Retrieved 2019-11-01.
  10. World Junior Girls Championship 2010. chess-results.com.
  11. "Abhijeet Gupta wins Commonwealth Chess Championship". Delhi Chess Association. 2015-06-30. Archived from the original on 4 March 2016. Retrieved 22 February 2016.
  12. "17th Asian Continental Chess Championships (2nd Manny Pacquiao Cup)". chess-results.com. Retrieved 2019-08-08.
  13. "Asian Nations Cup: Team India bags four medals! – All India Chess Federation | Official Website". Retrieved 2019-08-08.
  14. "ଆର୍କାଇଭ୍ କପି". Archived from the original on 2011-07-26. Retrieved 2011-10-15. {{cite web}}: Cite has empty unknown parameter: |1= (help)
  15. "କ୍ରୀଡ଼ା ଓ କ୍ରୀଡ଼ାବିତ". No. ସମାଜ ରବିବାର ୦୫/୦୧/୨୦୨୦ ପୃଷ୍ଠା ୭. ସମାଜ. Retrieved 9 January 2020.
  16. (RM), Samaja Digital (28 January 2024). "ବାହାହେଲେ ଚେସ ତାରକା ପଦ୍ମିନୀ ରାଉତ". Samaja Live. Retrieved 30 January 2024.

ଅଧିକ ତଥ୍ୟ ସମ୍ପାଦନା