ନାଉରୁ ଏକ ଦ୍ୱୀପ ଦେଶ । ୧୯୬୮ ଜାନୁଆରୀ ୩୧ରେ ଅଷ୍ଟ୍ରେଲିଆ ଅଧୀନରୁ ନାଉରୁ ସ୍ୱାଧୀନତା ଲାଭ କରିଥିଲା । ହାୱାଇଠାରୁ ୨,୮୦୦ ମାଇଲ ଦୂର ପ୍ରଶାନ୍ତ ମହାସାଗରର ମଧ୍ୟଭାଗରେ ମାଇକ୍ରୋନେସିଆରେ ଏହି କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ଅବସ୍ଥିତ । ସରକାରୀ ଭାବେ ରିପବ୍ଳିକ ଅଫ ନାଉରୁ କଥିତ ହେଉଥିବା ବେଳେ ଏହା ପ୍ଲିଜାଣ୍ଟ ଆଇଲଣ୍ଡ ଭାବେ ମଧ୍ୟ ପରିଚିତ । ୨୧ ବର୍ଗକିଲୋମିଟରରେ ପରିବ୍ୟାପ୍ତ ନାଉରୁ ପୃଥିବୀର ସବୁଠାରୁ କ୍ଷୁଦ୍ର ରିପବ୍ଳିକ । ଭାଟିକାନ ସିଟି ପରେ ଏହା ସବୁଠାରୁ କମ ଜନବହୁଳ ରାଷ୍ଟ୍ର ଭାବେ ପରିଗଣିତ । ଏଠାରେ ମାଇକ୍ରୋନେସିଆ ଓ ପଲିନେସିଆର ଲୋକେ ବାସ କରନ୍ତି ।

ନାଉରୁ'ର ପତାକା
ନାଉରୁ'ର ଅବସ୍ଥିତି

ଇତିହାସ ସମ୍ପାଦନା

୧୯ଶ ଶତାବ୍ଦୀରେ ଏହି ଦ୍ୱୀପ ଜର୍ମାନୀ ସାମ୍ରାଜ୍ୟର ଅଂଶ ଭାବେ ପରିଗଣିତ ହେଉଥିଲା । ପ୍ରଥମ ବିଶ୍ୱଯୁଦ୍ଧ ପରେ ଏଠାରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ବ୍ରିଟେନ ବିଭିନ୍ନ ସମୟରେ ଶାସନ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନୀ ସେନା ଏହି ଦ୍ୱୀପ ଅଧିକାର କରିଥିଲା । ଯୁଦ୍ଧ ଶେଷ ହେବା ପରେ ଅଷ୍ଟ୍ରେଲିଆ ଏହାର ଶାସନ ଦାୟିତ୍ୱରେ ରହିଥିଲା ।

ଭୂଗୋଳ ସମ୍ପାଦନା

ଧର୍ମ ସମ୍ପାଦନା

ପ୍ରାଶାସନିକ ବିଭାଜନ ସମ୍ପାଦନା

ଭାଷା ସମ୍ପାଦନା

ଆଧାର ସମ୍ପାଦନା