ଧୋତି ଭାରତରେ ପ୍ରୁରୁଷମାନଙ୍କର ଏକ ପାରମ୍ପରିକ ପୋଷାକ ।ଏହାକୁ କେତେକ ସ୍ଥାନରେ ପଞ୍ଚା, ମର୍ଦନି ବା ଭେସ୍ଟି କୁହାଯାଏ । ଏହା ଚତୁର୍ଭୁଜ ଆକାରର ଏକ ସିଲେଇ ନ ହୋଇଥିବା ଏକ କନା, ୪,୫ ମିଟର (୧୫ ଫୁଟ) ଲମ୍ବା ଯାହାକୁ ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ଗୁଡ଼େଇ ପିନ୍ଧାଯାଏ ।
ଭାରତର ତାମିଲନାଡ଼ୁ, କେରଳ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର, ମଧ୍ୟ ପ୍ରଦେଶା, ଆସାମ, ପଶ୍ଚିମ ବଙ୍ଗ, ଓଡ଼ିଶା, କୋଙ୍କଣଗୋଆରେ ଅଧିକାଂଶ ଲୋକମାନେ ପିନ୍ଧନ୍ତି । ଉତ୍ତର ଗୁଜରାଟ ଓ ଦକ୍ଷିଣ ରାଜସ୍ଥାନରେ ପଞ୍ଚ (ଧୋତି) ସହ ଦେହକୁ ଘୋଢ଼େଇବାକୁ ଗୋଟିଏ ଛୋଟ କୁର୍ତ୍ତା ବା କେଡ଼ିଆ ପିନ୍ଧନ୍ତି । ବିହାରଶ୍ରୀଲଙ୍କାର କିଛି ସ୍ଥାନରେ କୁର୍ତ୍ତା ସହ ଧୋତି ପିନ୍ଧନ୍ତି ଯାହାକୁ ଧୋତି-କୁର୍ତ୍ତା କହନ୍ତି । ପଶ୍ଚିମ ବଙ୍ଗରେ ଧୋତି ସହ ପଞ୍ଜାବୀ ପିନ୍ଧନ୍ତି ଓ ତାହାକୁ ଧୋତି-ପଞ୍ଜାବୀ କହନ୍ତି । ତାମିଲନାଡ଼ୁରେ ଏହାକୁ ସତ୍ତାଇ(କୁର୍ତ୍ତା) ସହ ପିନ୍ଧନ୍ତି । ଆନ୍ଧ୍ର ପ୍ରଦେଶରେ ଚୋକ୍କା(କୁର୍ତ୍ତା) ବା ଜୁବ୍ୱା ସହ ଧୋତି ପିନ୍ଧନ୍ତି । ଆସାମରେ ଏହି ପୋଷାକ ଯୁଗଳକୁ ସୁରିୟା ପଞ୍ଜାବୀ କହନ୍ତି । ପାକିସ୍ଥାନର ପଞ୍ଜାବରେ ଏହା ଏକ ପାରମ୍ପରିକ ପୋଷାକ ।

ବିଭିନ୍ନ ଭାଷାରେ ନାମ ସମ୍ପାଦନା

ଧୋତି ନାମଟି ସଂସ୍କୃତ ଭାଷାର ଧଉତ ଶବ୍ଦରୁ ଆସିଛି ।

Language
or region
ଧୋତି Dhotī ଓଡ଼ିଆ
ધૉતિયુ Dhotiyu ଗୁଜରାଟି
চুৰিয়া Suriya ଆସାମୀ
ধুতি Dhuti ବେଙ୍ଗଲି
ಧೋತ್ರ
ಕಚ್ಚೆ ಪಂಚೆ
Dhotra
Kachche Panche
କନ୍ନଡ଼
Dhotar
Angostar
Aad-neschey
Pudve
କୋଙ୍କଣୀ
മുണ്ട് Mundu ମଲ‌ୟାଲମ
ధోతీ
పంచె
Dhoti
Pancha
ତେଲୁଗୁ
धोतर Dhotar a
Pancha
ମରାଠି
ਲ਼ਾਛ Laacha ପଞ୍ଜାବୀ
Mardaani ସହରୀ ଉତ୍ତର ପ୍ରଦେଶ, ବିହାର, ତେରାଇ
வேட்டி
வேஷ்டி
vEtti
vEshti
ତାମିଲ
a ମରାଠୀ ଭାଷାରେ, ଧୋତରପଞ୍ଚ (ବହୁବଚନ ପଞ୍ଚେ) ସମାନ ନୁହେଁ.
 ଧୋତିକୁ ଅଣ୍ଟାରେ ପିନ୍ଧାଯାଏ କିନ୍ତୁ ପଞ୍ଚ ଏକ ତଉଲିଆ ଭାବରେ ବ୍ୟବହାର କରାଯାଏ ।
 used as a towel after a bath or shower (compare below).

ବିଭିନ୍ନତା ଓ ଷ୍ଟାଇଲ ଧୋତିକୁ ତାମିଲନାଡୁରେ ଭେତ୍ତି (vaetti) ଓ କେରଳରେ ମୁଣ୍ଡୁ କହନ୍ତି । ଆନ୍ଧ୍ର ପ୍ରଦେଶରେ ଏହାକୁ ପଞ୍ଚ ଓ କର୍ଣାଟକରେ ପଞ୍ଚେ, ମହାରାଷ୍ଟ୍ରରେ ଧୋତର, ପଶ୍ଚିମ ବଙ୍ଗରେ ଧୁତି କହନ୍ତି । ସଂସ୍କୃତ ଭାଷାରେ ପାଞ୍ଚ ଓ ଧୁବତି (dhuvati) ଶବ୍ଦମାନଙ୍କର ଅର୍ଥ ସଂଖ୍ୟା ପାଞ୍ଚ । ଏହା ଧୋତିର ପାଞ୍ଚ ହାତ ଲମ୍ବକୁ ବା ଦକ୍ଷିଣ ଭାରତୀୟ ପଦ୍ଧତିରେ ଧୋତି ପିନ୍ଧିବାବେଳେ ତାହାର ପାଞ୍ଚଟି ଗଣ୍ଠିକୁ ଲକ୍ଷ କରି ଲେଖା ହୋଇପାରିଥାଏ ।
ସାଧାରଣତଃ ଧୋତିର ରଙ୍ଗ ଧଳା ବା କ୍ରିମ ରଙ୍ଗ ହୋଇଥାଏ । ଧର୍ମ ସମ୍ପର୍କୀୟ ଅନୁଷ୍ଠାନ ହେଉଥିଲେ ରଙ୍ଗୀନ ଧୋତି ପିନ୍ଧନ୍ତି । ପଶ୍ଚିମ ବଙ୍ଗରେ ବିବାହ ସମୟରେ ଧଳା ଧୋତି ବ୍ୟବହାର କରନ୍ତି । ପୁରୁଷମାନେ ଧଳା ବା ହଳଦୀ ରଙ୍ଗର ଧୋତି ବିବାହ ଓ ବ୍ରତ ସମୟରେ ପିନ୍ଧନ୍ତି । ରେଶମ ତିଆରି ଧୋତିକୁ ତାମିଲନାଡୁରେ ମଗତମ ଓ ଆନ୍ଧ୍ର ପ୍ରଦେଶରେ ପଟ୍ଟୁ ପଞ୍ଚ କହନ୍ତି । ମହାରାଷ୍ଟ୍ର ମନ୍ଦିରମାନଙ୍କରେ ପୂଜାରୀମାନେ ସିନ୍ଦୁର-ଲାଲ ରଙ୍ଗର ଧୋତି (sowlay) ପିନ୍ଧନ୍ତି । ରାଜା ମହାରାଜାମାନେ ଅତି ରଙ୍ଗୀନ ତଥା ସୁନା ଏମବ୍ରୟଡରୀ ହୋଇଥିବା ଧୋତି ପିନ୍ଧୁଥିଲେ । ରେଶମ ପଞ୍ଚ ସ୍ୱତନ୍ତ୍ର ଉତ୍ସବ ସମୟରେ ପିନ୍ଧୁଥିଲେ ଓ ଏହା ଅତି ଦାମିକା ଥିଲା ।
ଧୋତି ପିନ୍ଧାକୁ ଅସୁନ୍ଦର ମନେ କରାଯାଉଥିବା ଜାଣି ମଧ୍ୟ ସ୍ୱତନ୍ତ୍ର ଉତ୍ସବ ସମୟରେ ଧୋତି ପିନ୍ଧୁଥିବା ମହାତ୍ମା ଗାନ୍ଧି ଥରେ ଲଣ୍ଡନରେ ଜଣେ ସାଙ୍ଗଙ୍କୁ ଧୋତି ପିନ୍ଧିଥିବା ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲେ[୧] । ମହର୍ଷି ମହେଶ ଯୋଗୀ ଧଳା ରେଶମ ଧୋତି ପିନ୍ଧୁଥିଲେ[୨]

ପରମ୍ପରା ଓ ବ୍ୟବହାର ସମ୍ପାଦନା

ଆଧାର ସମ୍ପାଦନା

  1. Mahatma Gandhi was shocked when a friend wore a pancha in London
  2. Koppel, Lily (February 6, 2008). "Maharishi Mahesh Yogi, a Guide On the Beatles' Spiritual Path, Dies". New York Times. p. C.10.