ଧୁମ୍ ୨

୨୦୦୬ର ହିନ୍ଦୀ କଥାଚିତ୍ର

ଧୁମ୍ ୨ ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଆକ୍ସନ ଥ୍ରିଲର୍ କଥାଚିତ୍ର । ଏହି କଥାଚିତ୍ରଟିର ୟଶ୍‌ରାଜ୍ ଫିଲ୍ମସ୍ ବ୍ୟାନନରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆଦିତ୍ୟ ଚୋପ୍ରା ଏବଂ ୟଶ୍ ଚୋପ୍ରା । ନିର୍ଦ୍ଦେଶକ ସଞ୍ଜୟ ଗାଧବୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ନିର୍ମାଣ ପାଇଁ ପାଖାପାଖି ୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି କଥାଚିତ୍ରଟିର ହିନ୍ଦୀ କଥାଚିତ୍ର ଧୁମ୍‌ ସିରିଜ୍‌ର ୨ୟ ଭାଗ ଥିଲା, ଯାହାର ପ୍ରଥମ କଥାଚିତ୍ର ୨୦୦୪ ମସିହାରେ ମୁକ୍ତିଲାଭ କରିଥିଲା । ପୂର୍ବ ଭାଗ ଭଳି ଏହି ଭାଗରେ ମଧ୍ୟ ଅଭିଶେକ ବଚ୍ଚନ ଏବଂ ଉଦୟ ଚୋପ୍ରା ଯଥାକ୍ରମେ ଜୟ ଦିକ୍ଷୀତ ଏବଂ ଅଲ୍ଲୀ ଖାନ୍ ନାମକ ପୋଲିସ ଅଫିସର ବନ୍ଧୁ ଭାବରେ କାର୍ଯ୍ୟ କରିଥିଲେ । ପୂର୍ବ ଭାଗର ଅଭିନେତ୍ରୀ ରିମି ସେନ୍ ମଧ୍ୟ ଅଭିଶେକ ବଚ୍ଚନଙ୍କର ପତ୍ନୀ ସୁଇଟ୍ଟି ଦିକ୍ଷୀତ ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ହ୍ରିତିକ୍ ରୋଶନ, ଅଭିଶେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ଉଦୟ ଚୋପ୍ରା ଏବଂ ବିପାଶ ବସୁ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଭାରତ, ଡର୍ବାନ ଏବଂ ରିଓ ଦେ ଜନେରିଓରେ ସୁଟିଂ କରାଯାଇଥିଲା, ଯାହାକି ବ୍ରାଜିଲ୍‌ରେ ସୁଟିଂ କରାଯାଇଥିବା ଏକ ବଡ଼ ଭାରତୀୟ ଫିଲ୍ମ ଥିଲା । ଏହି କଥାଚିତ୍ରଟିର ବିତରକ ଏବଂ ପ୍ରଯୋଜକ ୟଶ୍‌ରାଜ୍ ଫିଲ୍ମସ୍ ଏହାର ପ୍ରଚାର ପାଇଁ ପେପେ ଜିନ୍ସ ଏବଂ କୋକା-କୋଲା ଭଳି ବଡ଼ ବଡ଼ ସଂସ୍ଥା ସହ କର୍ଯ୍ୟ କରିଥିଲେ । ୨୦୦୬ ମସିହାର ନଭେମ୍ବର ମାସ ୨୪ ତାରିଖରେ ଏହି କଥାଚିତ୍ରଟିର ଭାରତରେ ମୁକ୍ତିଲାଭ କରିଥିଲା ଏବଂ ୧୮୦୦ରୁ ଅଧିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ଭାରତୀୟ କଥାଚିତ୍ର ଜଗତରେ ଏହା ଏକ ଇତିହାସ ସୃଷ୍ଟି କରିଥିଲା । ଏହି କଥାଚିତ୍ରଟି ଏକା ସାଙ୍ଗରେ ତାମିଲ ଏବଂ ତେଲୁଗୁ ଭାଷାରେ ଡବିଂ କରାଯାଇ ମୁକ୍ତିଲାଭ କରିଥିଲା । ଗାୟକ ବିଜୟ ପ୍ରକାଶ ତାମିଲ ଭାଷାର ଡବିଂରେ ଏସିପି ଜୟ ଦୀକ୍ଷିତର ସ୍ୱର ଦେଇଥିଲେ ।

ଧୁମ୍ ୨
ନିର୍ଦ୍ଦେଶକସଞ୍ଜୟ ଗାଧବୀ
ପ୍ରଯୋଜକଆଦିତ୍ୟ ଚୋପ୍ରା
ଚିତ୍ରନାଟ୍ୟବିଜୟ କ୍ରିଷ୍ଣା ଆଚାର୍ଯ୍ୟ
କାହାଣୀଆଦିତ୍ୟ ଚୋପ୍ରା
କଳାକାରହ୍ରିତିକ୍ ରୋଶନ୍
ଅଭିଶେକ ବଚ୍ଚନ
ଐଶ୍ୱର୍ଯ୍ୟା ରାୟ
ଉଦୟ ଚୋପ୍ରା
ବିପାଶା ବସୁ
ସଙ୍ଗୀତମୂଳ ଗୀତ:
ପ୍ରିତମ
ପ୍ରାଚ୍ଛଦ:
ସଲିମ୍-ସୁଲେମାନ
ଚିତ୍ରଗ୍ରହଣନୀରବ ଶାଃ
ବିକାଶ ଶିବରମଣ
ସମ୍ପାଦକରାମେଶ୍ୱର ଏସ୍. ଭଗତ
Production
company
ବିତରକୟଶ୍ ରାଜ୍ ଫିଲ୍ମସ୍
ମୁକ୍ତିଲାଭ ତାରିଖ
୨୪ ନଭେମ୍ବର ୨୦୦୬
କଥାଚିତ୍ରର ସମୟ
୧୫୨ ମିନିଟ୍[୧]
ଦେଶଭାରତ
ଭାଷାହିନ୍ଦୀ
ଖର୍ଚ୍ଚ୩୫ କୋଟି[୨]
ମୋଟ ଆୟ୧୫୧ କୋଟି[୩]

ଧୁମ୍ ୨ ମୁକ୍ତିଲାଭ ପରେ ଏହାକୁ ଉଭୟ ଦର୍ଶକ ଏବଂ ସମୀକ୍ଷକ ଭାବରେ ପସନ୍ଦ କରିଥିଲେ ଏବଂ ଏହି କଥାଚିତ୍ରଟି ଉଭୟ ପିଲା ଏବଂ ବୟସ୍କମାନଙ୍କଦ୍ୱାରା ଆଦୃତ ହୋଇଥିଲା । ଏହି କଥାଚିତ୍ରଟିର ୨୦୦୬ ମସିହାର ସର୍ବାଧିକ ଆୟ କରିଥିବା ହିନ୍ଦୀ କଥାଚିତ୍ର ଥିଲା । ଏବଂ ସେହି ବର୍ଷଯାଏଁ ମୁକ୍ତିଲାଭ କରିଥିବା ସମସ୍ତ ହିନ୍ଦୀ କଥାଚିତ୍ରଠାରୁ ଅଧିକ ଆୟ କରିଥିବା କଥାଚିତ୍ର ଥିଲା । ଏଥିସହିତ ବିଦେଶରେ ଅଧିକ ଆୟ କରିଥିବା ହିନ୍ଦୀ କଥାଚିତ୍ର ମଧ୍ୟରେ ଏହି କଥାଚିତ୍ରଟି ୭ମ ସ୍ଥାନରେ ଅଛି । ପାଖାପଖି ୧୫୦ କୋଟିର ଅଧିକ ଟଙ୍କା ଆୟ କରିବାପରେ ଧୁମ୍ ୨କୁ ଭାରତୀୟ ବକ୍ସ ଅଫିସରେ ବ୍ଲକବଷ୍ଟର ଘୋଷଣା କରାଯାଇଥିଲା । ପାଖାପାଖି ୮୩ ପ୍ରତିଶତ ସମୀକ୍ଷକମାନେ ଏହି କଥାଚିତ୍ରଟିକୁ ପ୍ରଶଂସା କରିଥିଲେ । ସମୀକ୍ଷକମାନେ ମୁଖ୍ୟତଃ ଧୁମ୍ ୨ରେ ଦେଖାଯାଇଥିବା ବିଦେଶୀ ସ୍ଥାନଗୁଡ଼ିକରେ ସୁଟିଂ କରାଯାଇଥିବା ଆକ୍ସନ ଦୃଶ୍ୟକୁ ଅଧିକ ପସନ୍ଦ କରିଥିଲେ । କିନ୍ତୁ ମୁମ୍ବାଇ ପୋଲିସ୍ ସିଟି ପୋଲିସ୍ କମିଶନର୍ ଏହି କଥାଚିତ୍ରରେ ଦୃଶ୍ୟମାନ କରାଯାଇଥିବା ମୋଟସାଇକେଲ ଡ୍ରାଇଭିଂ ଉପରେ ଆପତ୍ତି ଉଠାଇ ସେନ୍ସର ବୋର୍ଡ଼ ନିକଟରେ ଅଭିଯୋଗ କରିଥିଲେ । କଥାଚିତ୍ରରେ ଦୃଶ୍ୟମାନ କରାଯାଇଥିବା ମୋଟରସାଇକେଲର ସ୍ପିଡ୍‌କୁ ଦେଖି ଯୁବବର୍ଗ ଅଧିକ ଦୁର୍ଘଟଣା ଘଟାଇ ପାରନ୍ତି ବୋଲି ସେ ଆଶ ପ୍ରକାଟ କରିଥିଲେ । ଏହି ସିରିଜ୍‌ର ୩ୟ ଧୁମ୍ ୩, ୨୦୧୩ ମସିହାର ଡିସେମ୍ବର ମାସ ୨୦ ତାରିଖରେ ମୁକ୍ତିଲାଭ କରିଥିଲା, ଯାହାକି ଏବେ ପର୍ଯ୍ୟନ୍ତ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ମଧ୍ୟରେ ୫ମ ସର୍ବାଧିକ ଆୟକାରୀ କଥାଚିତ୍ର ।

ଗୀତ ଓ ସଙ୍ଗୀତ ସମ୍ପାଦନା

All music composed by ପ୍ରିତମ.

ଧୁମ ୨
କ୍ରମଗୀତଗାୟକ/ଗାୟିକା (ମାନେ)ସମୟ
1."କ୍ରେଜି କିୟାରେ"ସୁନିଧି ଚୌହାନ୦୪:୫୪
2."ଟଚ୍ ମି"କେକେ, ଅଲିଶା ଚିନାଇ୦୫:୧୭
3."ମାଇ ନେମ ଇଜ ଅଲି"ସୋନୁ ନିଗମ, ବିପାଶା ବାସୁ୦୪:୩୪
4."ଦିଲ ଲଗା ନା"ସୁଖବିର, ସୋହମ ଚକ୍ରବର୍ତ୍ତୀ, ଜୋଲି ମୁଖାର୍ଜୀ , ମହାଲକ୍ଷ୍ମୀ ଆୟାର, ସୁଜେନ ଡି'ମେଲୋ୦୫:୦୪
5."ଧୁମ ଏଗେନ"ଭିଶାଲ ଡଡଲାନି, ଡୋମିନିକ ସେରେଜୋ୦୫:୦୨
6."କ୍ରେଜି କିୟାରେ" (ରିମିକ୍ସ)ସୁନିଧି ଚୌହାନ୦୩:୫୭
Total length:୨୮:୫୦

ଆଧାର ସମ୍ପାଦନା

  1. "Dhoom:2". British Board of Film Classification. Archived from the original on 13 ମାର୍ଚ୍ଚ 2014. Retrieved 13 ମାର୍ଚ୍ଚ 2014.
  2. Sheikh, Aminah (24 ନଭେମ୍ବର 2006). "Dhoom 2 set to make big splash". Rediff.com. Archived from the original on 23 ସେପ୍ଟେମ୍ବର 2007. Retrieved 22 ଅଗଷ୍ଟ 2009.
  3. "Top Grossers All Formats Worldwide Gross". Box Office India. Retrieved 14 February 2019.

ବାହାର ଆଧାର ସମ୍ପାଦନା

  • Official website
  • ଇଣ୍ଟରନେଟ ମୁଭି ଡାଟାବେସରେ Dhoom 2
  • Dhoom 2 at Box Office Mojo
  • Dhoom 2 at Rotten Tomatoes
  • Dhoom 2 at the TCM Movie Database
  • Dhoom 2 at AllMovie
  • Dhoom 2 at Yahoo!
  • Dhoom 2 at Bollywood Hungama
  • Dhoom 2 at Rediff.com