ଦୀପା ଶାହୀ , ଜଣେ ଭାରତୀୟ ଅଭିନେତ୍ରୀ ଓ ଫିଲ୍ମ ପ୍ରସ୍ତୁତକାରୀ। ୧୯୯୨ ମସିହାରେ ନିର୍ମିତ ହିନ୍ଦୀ ଫିଲ୍ମ " ମାୟା ମେମସାହେବ " ଫିଲ୍ମରେ ସେ ଅଭିନେତା ସାହରୁଖ ଖାନଙ୍କ ସହ ଅବିନୟ କରିଥିଲେ । ସେ ୨୦୧୧ ମସିହାରେ " ତେରେ ମୀରେ ଫେରେ " ନାମକ ହିନ୍ଦୀ ଫିଲ୍ମରେ ପ୍ରଥମ କରି ନିର୍ଦ୍ଦେଶନା ଦେଇଥିଲେ । .[୧]

ଦୀପା ଶାହୀ
Born (1962-11-30) ୩୦ ନଭେମ୍ବର ୧୯୬୨ (ବୟସ ୬୧)
Dehradun, India
Occupation(s)Film actress, Producer, director, script and story writer
Years active1984–present
SpouseKetan Mehta

ବ୍ୟକ୍ତିଗତ ଜୀବନୀ  ସମ୍ପାଦନା

ଦୀପା ଦେହେରାଡୁନଠାରେ ଏକ ସୈନିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ମିରଟଠାରେ ବାଲ୍ୟକାଳ ବିଥେଇ ଥିଲେ । .[୨] ତାଙ୍କ ପରିବାର ପରେ କାନାଡାକୁ ଯାଇ ବସବାସ କରିଥିଲେ ମଧ୍ୟ ସେ ଭାରତରେ ରହିଥିଲେ ।ତାଙ୍କର ଜଣେ ବଡ଼ ଭଉଣୀ ମାତ୍ର ୧୮ ବର୍ଷ ବୟସରେ ପରଲୋକ ଗମନ କରିଥିଲେ । .[୨] ଦୀପା ଇନ୍ଦ୍ରପ୍ରସ୍ଥ କଲେଜରେ ଶିକ୍ଷା ଲାଭ କରିଥିଲେ । [୩]  ପରେ ସେ ଦିଲ୍ଲୀ ସ୍କୁଲ ଅଫ ଇକୋନମିକ୍ସରୁ ସ୍ୱର୍ଣ୍ଣ ପଦକ ସହ ସୋସିୟଲଗି ବିଷୟରେ ଡିଗ୍ରୀ କରିଥିଲେ । .[୪][୫] ଫିଲ୍ମ ନିର୍ଦ୍ଦେଶିକା ହେବା ପାଇଁ ସେ ଜାତୀୟ ସ୍କୁଲ ଅଫ ଡ୍ରାମାରେ ଯୋଗଦାନ କରିଥିଲେ । .[୬] ଏହି  ସମୟରେ ସେ ଅଭିନୟ ପାଇଁ ଆମନ୍ତ୍ରଣ ପାଇ ଥିଲେ । ସେ କେତନ ମେହେଟାଙ୍କୁ ବିବାହ କରିଥିଲେ । .[୧] .[୪]

କାର୍ଯ୍ୟ କୃତି  ସମ୍ପାଦନା

ଫିଲ୍ମ  କୁ ଆସିବା ଆଗରୁ ସେ ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ୧୯୮୪ ମସିହାରେ ସେ ଗୋବିନ୍ଦ ନିହାଲାନିଙ୍କ ସହ " party"[୭] ନାମକ ଫିଲ୍ମ କରିଥିଲେ । ୧୯୮୫ ମସିହାରେ ସେ " ଆଘାତ " ନାମକ ଫିଲ୍ମ କରି ସଫଳତା ପାଇଥିଲେ । କିନ୍ତୁ ଅଭିନେତ୍ରୀ ଭାବରେ ତାଙ୍କର ଅଭିନୟ " ତାମସ " ନାମକ ଟେଲିଭିଜନ ସିନେମା , ଯେଉଁଥିରେ ସେ ଜଣେ ଦଳିତ  ପଞ୍ଜାବୀ ମହିଳା ଭାବରେ ଅବିନୟ କରିଥିଲେ , ତାହା ଖୁବ ପ୍ରଭାବଶାଳୀ ହେଇଥିଲା । 

କେତନ ମେହେଟାଙ୍କୁ ବିଭାହ କଳା ପରେ ଦୀପା " ହିରୋ ହିରାଳାଳ " , " ମାୟା ମେମସାହେବ " ଆଦି ଫିଲ୍ମରେ ଅଭିନୟ କରିଥିଲେ । ସେହି ସମୟରେ ସେ ଫିଲ୍ମମାନଙ୍କ ଚିତ୍ରନାଟ୍ୟ ମଧ୍ୟ ଲେଖୁଥିଲେ । ୧୯୯୧ ମସିହାରେ ସେ " ହମ" ନାମରେ ଏବଂ " ଏକ ଡାକ୍ତର କି ମୌତ " ନାମରେ ଦୁଇଟି ଫିଲ୍ମ କରିଥିଲେ । " ଆର ୟା ପାର " ତାଙ୍କ ଅଭିନୀତ ଶେଷ ଫିଲ୍ମ ଥିଲା ।[୮] ୨୦୦୫ ମସିହାରେ ସେ ସ୍ୱାମୀଙ୍କ ସହ ଫିଲ୍ମ ପ୍ରଯୋଜନା କରିଥିଲେ । 


ପୁରସ୍କାର - ସମ୍ପାଦନା

ଦୀପା ତାଙ୍କର ଫିଲ୍ମ " ହମ" ପାଇଁ ଫିଲ୍ମଫେୟାର ପୁରସ୍କାର ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବରେ ପାଇଥିଲେ । " ମାୟା ମେମସାହେବ " ପାଇଁ ତାଙ୍କୁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା । [୮]




ଫିଲ୍ମୋଗ୍ରାଫି  ସମ୍ପାଦନା

  • Manjhi - The Mountain Man (2015)
  • Tere Mere Phere (2011) (Director)
  • Mangal Pandey: The Rising .... (producer)
  • Daughters of This Century (2001)
  • Aar Ya Paar (1997)
  • Oh Darling! Yeh Hai India! (1995) (writer) (screenplay)
  • Bhookamp (1993)
  • Maya Memsaab (1992)
  • Siyasat (1992)
  • Hum (1991)
  • Ek Doctor Ki Maut (1991)
  • Trinetra (1991)
  • Dushman (1990)
  • Hero Hiralal (1988)
  • Tamas (1986)
  • Aghaat (1985)
  • Party (1984)

ଆଧାର  ସମ୍ପାଦନା

  1. ୧.୦ ୧.୧ "'Sense of humour is important in a marriage'". Hindustan Times. 2011-02-07. Archived from the original on 2014-12-16. Retrieved 2017-03-14.
  2. ୨.୦ ୨.୧ "Maya in control!". The Hindu. 2011-09-09.
  3. "DU has a lot on its ladies special platter". India Today. 2009-06-03.
  4. ୪.୦ ୪.୧ "Ketan Mehta: I must be the craziest man Deepa has met in her life". Times of India. 2014-10-28.
  5. "DEEPA SAHI". Whistler Film Festival. Archived from the original on 2015-12-22. Retrieved 2017-03-14.
  6. "I am too restless to be an actress: Deepa Sahi". Times of India. 2011-09-02.
  7. "I'm too restless to act: Actress-producer Deepa Sahi". Daily News and Analysis. 2011-09-28. {{cite news}}: More than one of |work= and |newspaper= specified (help)
  8. ୮.୦ ୮.୧ "Rare sighting: Maya Memsaab Deepa Sahi". NDTV. {{cite news}}: More than one of |work= and |newspaper= specified (help)

ବାହାର ଲିଙ୍କ  ସମ୍ପାଦନା