ଦିୱାନା ଦିୱାନୀ

୨୦୧୩ର ଓଡ଼ିଆ କଥାଚିତ୍ର

ଦିୱାନା ଦିୱାନୀ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରମୋଦ କୁମାର ସ୍ୱାଇଁ ଏବଂ ଶିବ ପ୍ରସାଦ ଦାସ ।[୨] ପ୍ରମୋଦ କୁମାର ସ୍ୱାଇଁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୩] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧][୪] ଅଶୋକ ପତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫] ସଙ୍ଗୀ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଦିୱାନା ଦିୱାନୀ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକପ୍ରମୋଦ କୁମାର ସ୍ୱାଇଁ, ଶିବ ପ୍ରସାଦ ଦାସ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଅଶୋକ ପତି
କାହାଣୀପ୍ରମୋଦ କୁମାର ସ୍ୱାଇଁ
କଳାକାରବାବୁଶାନ୍, ମଧୁମିତା ଚକ୍ରବର୍ତ୍ତୀ, ମିହିର ଦାସ, ମୀନକେତନ, ଦେବାଶିଷ ପାତ୍ର
ସଙ୍ଗୀତପ୍ରଶାନ୍ତ ପାଢ଼ୀ
ଚିତ୍ରଗ୍ରହଣସୀତାଂଶୁ ମହାପାତ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୨୪ ମାର୍ଚ୍ଚ ୨୦୧୩[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି ଏବଂ ମଧୁମିତା ଚକ୍ରବର୍ତ୍ତୀ ।[୩][୫] ମଧୁମିତା ଜଣେ ବଙ୍ଗାଳୀ ଅଭିନେତ୍ରୀ । ସେ ଏହି ଚଳଚ୍ଚିତ୍ର ଜରିଆରେ ପ୍ରଥମ କରି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ପୂର୍ବରୁ ସେ କୌଣସି ଚଳଚ୍ଚିତ୍ରରେ ଅଭିନୟ କରିନଥିଲେ ।[୬] ମିହିର ଦାସ, ମୀନ‌କେତନ[୭], ଦେବାଶିଷ ପାତ୍ର, ପିଣ୍ଟୁ ନନ୍ଦ, ରୁନୁ ପରିଜା, ପିଙ୍କି ପ୍ରଧାନ, ଜୀବନ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ ।[୨] ବାପୁ ଗୋସ୍ୱାମୀ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୫] ସଂଗ୍ରାମ ମହାନ୍ତି, ହ୍ୟୁମାନ ସାଗର, ନିବେଦିତା, ତାରିକ୍ ଅଜିଜ୍, ଜାଗୃତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ପଗଳ ପନ୍ଥୀ ଦିଲ୍" 
2."ତୁ ମୋ ସାରେ ଗା ମା" 
3."ଏ ଆଖି କୋଉ ପୁନ୍ୟ କରିଥିଲା" 
4."ଦିଲ୍ ଦିୱାନା ହେଇଗଲା" 
5."ଦିଲ୍ ଦିୱାନା ହେଇଗଲା (ଦୁଃଖ)" 
6."ଆରେ ତୋର ମୋର ଯୋଡ଼ି" 

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Deewana Deewani new oriya movie". Incredible Orissa. 16 September 2012. Retrieved 13 October 2017.
  2. ୨.୦ ୨.୧ "Deewana Deewani". www.NuaOdisha.com. Retrieved 13 October 2017.
  3. ୩.୦ ୩.୧ "Deewana Deewani Shooting Video". Incredible Orissa. 14 October 2012. Retrieved 13 October 2017.
  4. "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
  5. ୫.୦ ୫.୧ ୫.୨ "Deewana Deewani new Odia movie of Babushan". Odisha View. 7 March 2013. Retrieved 13 October 2017.
  6. "Madhumita new Oriya Actress". Incredible Orissa. 3 November 2012. Retrieved 13 October 2017.
  7. "Minaketan". UPCLOSED. Retrieved 13 October 2017.
  8. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  9. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  10. "ଆରପାରିରେ ଅଭିନେତା ମୀନକେତନ". Odisha News Agency. 1 July 2017. Archived from the original on 17 December 2017. Retrieved 13 October 2017.
  11. "ସଫଳ ଅଳକା". ପ୍ରମେୟ. 16 February 2022. p. 6. Archived from the original on 6 January 2023. Retrieved 6 January 2023.

ବାହାର ଆଧାର ସମ୍ପାଦନା