ଦିଲ୍ଲୀ ଗୁରୁଗାଓ ଏକ୍ସପ୍ରେସୱେ

ଦିଲ୍ଲୀ ଗୁରୁଗାଓ ଏକ୍ସପ୍ରେସୱେ,  ଭାରତୀୟ ରାଜଧାନୀ ମହାନଗରକୁ ହରିୟାଣା ରାଜ୍ୟରେ ଥିବା ଏକ  ମୁଖ୍ୟ ବାଣିଜ୍ୟ ସହର  ଗୁରୁଗାଓ ସହ ସଂଯୁକ୍ତ କରୁଥିବା ଏକ 6ରୁ 8 ଲେନ[୨] ବିଶିଷ୍ଟ ଏକ୍ସପ୍ରେସୱେ । ଏହା ଭାରତୀୟ ଜାତୀୟ ରାଜପଥ ଉନ୍ନୟନ କର୍ତୁପକ୍ଷଙ୍କଦ୍ୱାରା ଯୋଜନା କରାଯାଇଥିବା " ସୁବର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପ "ର ଏକ ଅଂଶ । 1000 କୋଟି ଟଙ୍କା ଅର୍ଥ ବ୍ୟୟରେ ନିର୍ମିତ 47.7 କିଲୋମିଟର ବା 29.6 ମାଇଲର ଏହି ଏକ୍ସପ୍ରେସୱେ ଜାନୁଆରୀ 23 , 2008 ମସିହାରେ ଚଳାଚଳ ପାଇଁ ଉନ୍ମୁକ୍ତ କରାଯାଇଥିଲା ।ଏହାକୁ ଭାରତର  ଅନ୍ତଃ-ରାଜ୍ୟ  ରାସ୍ତା ସମୂହ ମଧ୍ୟରୁ ବ୍ୟସ୍ତତମ ରାସ୍ତା କୁହାଯାଇଥାଏ ଓ ଏହା ଦେଇ ଦୈନିକ 180,000 [୩]ଜାନ  ବାହନ ଚଳାଚଳ କରିଥାଏ । ଏହା ଦିଲ୍ଲୀର ଧଉଳା କୁଆଁ ଅଞ୍ଚଳରୁ ଆରମ୍ଭ ହେଇ ଗୁରୁଗାଓ ସହର ଉପକଣ୍ଠ ସେ ସମାପ୍ତ ହେଇଥାଏ । ଏହି ରାସ୍ତାରେ 11ଟି ଫ୍ଲାଇ ଓଭର ଓ ଓଭରପାସ ସମେତ ଏହା ସହ 47 କିଲୋମିଟରର ସ୍ଥାନୀୟ ତଥା କ୍ଷୀଣ ଗତି ବାହନ ପାଇଁ ରାସ୍ତା ମଧ୍ୟ ରହିଛି । 

ଦିଲ୍ଲୀ ଗୁରୁଗାଓ ଏକ୍ସପ୍ରେସୱେ
Route information
Length:27.7 km (୧୭.୨ mi)
History:Completed in 2008
Major junctions
West end:Gurgaon/Manesar
East end:Delhi
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

The 32-lane now adjunct toll gate at the Delhi-Gurgaon border was the largest in South Asia and the second largest in Asia.[୧]
Expressway also connects both cities with the airport[୧]

ଉଛ ଦୁର୍ଘଟଣା ହାର ସମ୍ପାଦନା

ଏହି ଏକ୍ସପ୍ରେସୱେ ଅତ୍ୟନ୍ତ ଦୁର୍ଘଟଣା ପ୍ରବଣ ହେଇଥିବାର ଦ୍ଖାଯାଇଛି । ସଂବାଦପତ୍ର ତଥ୍ୟ ଅନୁସାରେ 2008 ମସିହାରେ ଏହି ରାସ୍ତାରେ 115 ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିଲା ।[୪] ତାହା 2015 ଶୁଦ୍ଧା 30କୁ କମିଥିଲେ ମଧ୍ୟ ଦୁର୍ଘଟଣାର ସଂଖ୍ୟା 2015ରେ 628 ରହିଥିଲା । 2008 ମସିହାରୁ ଏହା ପ୍ରଚଳିତ ହେଲା ପରଠାରୁ ଅଦ୍ୟାବଧି 500 ଜଣ ଏହି ରାସ୍ତାରେ ଦୁର୍ଘଟଣାରେ ପ୍ରାଣ ହରେଇଛନ୍ତି । ତାହା ମଧ୍ୟରୁ ଅଧିକାଂଶ ଦୁଇ-ଛକ ବାହନ ଚାଳକ ହେଇଥିବା ଜଣାପଡେ । [୫]

ସମ୍ପୃକ୍ତ ଅଧିକାରୀ ଅନୁଷ୍ଠାନ ଗଣ ସମ୍ପାଦନା

  • ଦିଲ୍ଲୀ ଉନ୍ନୟନ କର୍ତୁପକ୍ଷ (DDA)
  • ହରିୟାଣା ନଗର ଉନ୍ନୟନ କର୍ତୁପକ୍ଷ (HUDA)
  • ଜାତୀୟ ରାଜପଥ ଉନ୍ନୟନ କର୍ତୁପକ୍ଷ (NHAI)
  • କେନ୍ଦ୍ରୀୟ ରାସ୍ତା ଗବେଷଣା ପ୍ରତିଷ୍ଠାନ (CRRI)

ଗ୍ୟାଲେରି ସମ୍ପାଦନା

See also ସମ୍ପାଦନା

ଆଧାର  ସମ୍ପାଦନା

  1. ୧.୦ ୧.୧ "Excess cars made tolling a taxing truth at first: Expressway builder". Express India. Archived from the original on 20 November 2008. Retrieved 2010-09-16.
  2. "DSC Limited : Creating Infra Wealth". dsclimited. Retrieved 2015-07-10.
  3. TNN, Jan 8, 2009, 03.35am IST (2009-01-08). "Easy entry for Visa card holders- Times of India". The Times of India. Archived from the original on 2011-09-17. Retrieved 2010-09-16.{{cite web}}: CS1 maint: multiple names: authors list (link) CS1 maint: numeric names: authors list (link)
  4. The number of deaths on the expressway have fallen from 115 in 2008 to 30 in 2015. Though the number of accidents have also declined, the figure still remains high with 628 accidents reported in 2015.http://www.hindustantimes.com/gurgaon/fewer-deaths-but-delhi-gurgaon-expressway-accidents-still-high/story-Ah4lg8Lorg8ysM6q00UL6O.html
  5. In the last eight years, 500 people have lost their lives on the highway and half of them are pedestrians and motorcyclists.

ବାହାର ଲିଙ୍କ  ସମ୍ପାଦନା