ଦସ୍ୟୁ ରତ୍ନାକର

୧୯୬୨ର ଓଡ଼ିଆ କଥାଚିତ୍ର

ଦସ୍ୟୁ ରତ୍ନାକର ୧୯୬୨ ମସିହାରେ[୧] ମୁକ୍ତିଲାଭ କରିଥିବା ଏକ ଆଂଶିକ ରଙ୍ଗୀନ [୨]ଓଡ଼ିଆ କଥାଚିତ୍ର । କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ପ୍ରଯୋଜନା ଓ ପ୍ରଭାତ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏଇଟି ଓଡ଼ିଆ କଥାଚିତ୍ର ଇତିହାସରେ ପ୍ରଥମ ଆଂଶିକ ରଙ୍ଗୀନ ଛବି । ଏଥିରେ ଶରତ ପୂଜାରୀ ନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ପ୍ରଶାନ୍ତ ନନ୍ଦ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।[୩][୪]

ଦସ୍ୟୁ ରତ୍ନାକର
ନିର୍ଦ୍ଦେଶକପ୍ରଭାତ ମୁଖାର୍ଜୀ
ପ୍ରଯୋଜକକୃଷ୍ଣଚନ୍ଦ୍ର ତ୍ରିପାଠୀ , ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନ (ପ୍ରାଇଭେଟ୍) ଲିମିଟେଡ
କଳାକାରଶରତ ପୂଜାରୀ, ପ୍ରଶାନ୍ତ ନନ୍ଦ, ଶାନ୍ତି
ସଙ୍ଗୀତବାଳକୃଷ୍ଣ ଦାଶ
ମୁକ୍ତିଲାଭ ତାରିଖ
୧୯୬୧
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୯୮ହଜାର

ଅଭିନୟରେ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘ଦସ୍ୟୁ ରତ୍ନାକର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ ସମ୍ପାଦନା

ବାଳକୃଷ୍ଣ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଗୀତ ଗୁଡ଼ିକର ସାରଣୀ [୫] ସମ୍ପାଦନା

କ୍ରମ ଗୀତ ଗୀତିକାର ଗାୟକ / ଗାୟିକା ଦୃଶ୍ୟବନ୍ଧ
ମାୟାଘେରା ମଧୁବନେ ଗୁରୁକୃଷ୍ଣ ଗୋସ୍ୱାମୀ ନିର୍ମଳା ମିଶ୍ର [୬]
ଛଳଛଳ ମେଘ ଆଜି ପ୍ରମୋଦ କୁମାର ପାଣିଗ୍ରାହୀ ସତୀନାଥ ମୁଖାର୍ଜୀ [୭]
ବନ୍ଦନ ହେ କାଳୀଚରଣ ପଟ୍ଟନାୟକ ନବ କୁମାର ମିଶ୍ରଉତ୍ପଳା ସେନ [୮]
ମାୟା ମାୟା ମାୟା କାଳୀଚରଣ ପଟ୍ଟନାୟକ ନବ କୁମାର ମିଶ୍ର [୯]
ରାମାୟଣ ପଦ କାଳୀଚରଣ ପଟ୍ଟନାୟକ ବାଳକୃଷ୍ଣ ଦାଶ
ଜୟ ରାମ ଜୟ କାଳୀଚରଣ ପଟ୍ଟନାୟକ ଶ୍ଯାମାମଣି ପଟ୍ଟନାୟକଉତ୍ପଳା ସେନ

ଆଧାର ସମ୍ପାଦନା

  1. "Odia Cinema". odishafrontpage.com. 2012. Retrieved 10 January 2013. Dashyu Ratnakar (1962)
  2. Newage Media & Publications Pvt. Ltd: ନଜର, ନିତିଦିନ[permanent dead link], accessdate: May 19, 2016
  3. "ଅତୀତରୁ". Dharitri E-Paper. Retrieved 5 May 2016.
  4. "ଅଭିନୟରେ କ'ଣ ପୂର୍ଣ୍ଣଛେଦ ପକାଇଛନ୍ତି ପ୍ରଶାନ୍ତ ନନ୍ଦ ?". sambad.in. 7 June 2018. Retrieved 10 June 2018.
  5. "Odia Movie Dasyu Ratnakara(1962) - YouTube". www.youtube.com. Retrieved 2023-11-26.
  6. Nirmala Mishra sings 'Mayaghera Madhubane.....' in Odia Movie 'Dasyu Ratnakara'(1962), retrieved 2023-11-26
  7. Satinath Mukherjee sings....Chhala Chhala Megha Aaji.... in Odia Movie Dasyu Ratnakara(1962), retrieved 2023-11-26
  8. Naba Kumar Mishra & Utpala Sen sings Bandana He..... in Odia Movie 'Dasyu Ratnakara'(1962), retrieved 2023-11-26
  9. Naba Kishore Mishra sings' Maya Maya Maya....... in Odia Movie Dasyu Ratnakara(1962), retrieved 2023-11-26

ବାହାର ଆଧାର ସମ୍ପାଦନା