ତୋକୁଗାୱା ଶୋଗୁନେତ

ତୋକୁଗାୱା ଶୋଗୁନେତ (徳川幕府, ତୋକୁଗାୱା ବାକୁଫୁ) ବା ଏହାର ବିଶେଷ ଜାପାନୀ ନାମ ଏଦୋ ଶୋଗୁନେତ (江戸幕府, ଏଦୋ ବାକୁଫୁ), ଏଦୋ ଯୁଗରେ ଜାପାନର ଏକ ସାମନ୍ତବାଦୀ ସୈନ୍ଯବାଦୀ ପ୍ରଶାସନ ଯାହା ୧୬୦୦ରୁ ୧୮୬୮ ମସିହା ପର୍ଯ୍ୟନ୍ତ ତିଷ୍ଠି ରହିପାରିଥିଲା ।[୬][୭][୬][୮]

ତୋକୁଗାୱା ଶୋଗୁନେତ

  • 徳川幕府
  • ତୋକୁଗାୱା ବାକୁଫୁ
୧୬୦୦–୧୮୬୮
Flag of ତୋକୁଗାୱା ଶୋଗୁନେତ
ମୁଦ୍ରା of ତୋକୁଗାୱା ଶୋଗୁନେତ
ଧ୍ୱଜା (ଊନବିଂଶ ଶତାବ୍ଦୀ) ମୁଦ୍ରା
Location of ତୋକୁଗାୱା ଶୋଗୁନେତ
ରାଜଧାନୀଏଦୋ, ମୁସାଶୀ ପ୍ରାନ୍ତ
(ଶୋଗୁନଙ୍କ ପ୍ରାସାଦ)
ହେଇଆଁ-କ୍ଯୋ
(ସମ୍ରାଟଙ୍କ ପ୍ରାସାଦ)
ସାଧାରଣ ଭାଷାପ୍ରାଥମିକ ଆଧୁନିକ ଜାପାନୀ ଭାଷା
ଧର୍ମ
ଶିଣ୍ଟୋବାଦ
ଶିନ୍ବୁତ୍ସୁ-ଶୁଗୋ
ଜାପାନୀ ବୌଦ୍ଧ ଧର୍ମ
Governmentସାମନ୍ତବାଦୀ[୧] ବଂଶାନୁକ୍ରମିକ[୨]
ସୈନିକ ଏକଛତ୍ରବାଦ[୩]
ସମ୍ରାଟ 
• ୧୬୦୦–୧୬୧୧ (ପ୍ରଥମ)
ଗୋୟୋଜେ[୪]
• ୧୮୬୭–୧୮୬୮ (ଶେଷ)
ସମ୍ରାଟ ମେଇଜୀ[୫]
ଶୋଗୁନ 
• ୧୬୦୦–୧୬୦୫ (ପ୍ରଥମ)
ତୋକୁଗାୱା ୟେଆସୁ
• ୧୮୬୬–୧୮୬୮ (ଶେଷ)
ତୋକୁଗାୱା ୟୋଶିନୋବୁ
ରୋଜୁ 
• ୧୬୦୦–୧୬୧୪ (ପ୍ରଥମ)
ଓକୁବୁ ତାଦାଚିକା
• ୧୮୬୮ (ଶେଷ)
ତାଚିବାନା ତାନେୟୁକି
Historical eraଏଦୋ ଯୁଗ
୨୧ ଅକ୍ଟୋବର ୧୬୦୦
୮ ନଭେମ୍ବର ୧୬୧୪
୧୬୩୫
୩୧ ମାର୍ଚ୍ଚ ୧୮୫୪
୨୯ ଜୁଲାଇ ୧୮୫୮
୩ ଜାନୁଆରୀ ୧୮୬୮
ମୁଦ୍ରାତାମ୍ର ମୋନ, ରୌପ୍ୟ ବୁ ଓ ଶୁ ଏବଂ ସ୍ୱର୍ଣ୍ଣ ରିଓ ଆଧାରିତ ତ୍ରୈଧାତବୀୟ ତୋକୁଗାୱା ମୁଦ୍ରିକରଣ ପ୍ରଣାଳୀ
Preceded by
Succeeded by
ଆଜୁଚି-ମୋମୋୟାମା ଯୁଗ
ତୋକୁଗାୱା ବଂଶ
ଜାପାନୀ ସାମ୍ରାଜ୍ଯ
Today part ofଜାପାନ

ସେଙ୍ଗୋକୁ ଯୁଗର ଆଶିକାଗା ଶୋଗୁନେତର ଅନ୍ତ ପରେ ଆରମ୍ଭ ହୋଇଥିବା ଗୃହଯୁଦ୍ଧ, ସେକିଗାହାରା ଲଢେଇରେ ସମାପ୍ତ ହୋଇଥିଲା । ଏହି ଲଢେଇରେ ବିଜୟଲାଭ କରିଥିବା ତୋକୁଗାୱା ୟେଆସୁଙ୍କଦ୍ୱାରା ତୋକୁଗାୱା ଶୋଗୁନେତ ସ୍ଥାପିତ ହୋଇଥିଲା । ୟେଆସୁଙ୍କ ଶୋଗୁନ ହେବାପରେ ତୋକୁଗାୱା ବଂଶର ଲୋକମାନେ ଏଦୋର (ଟୋକିୟୋର) ଏଦୋଭୁବନରେ ରହି ଶାସନ କରୁଥିଲେ । ଏଥିରେ ସାମୁରାଇ ବର୍ଗର ଦାଇମ୍ଯୋ ସ୍ୱାମୀମାନେ ତାଙ୍କର ସାହାଯ୍ୟ କରିଥିଲେ ।[୯][୧୦][୭] ତୋକୁଗାୱା ଶୋଗୁନେତ ଜାପାନୀ ସମାଜକୁ ଶ୍ରେଣୀ ଆଧାରିତ ସମାଜରେ ବିଭକ୍ତ କରିଥିଲେ ଏବଂ ସ୍ୱତନ୍ତ୍ରୀକରଣ ଯୋଜନା ଆଧାରରେ ବିଦେଶୀ ପ୍ରଭାବକୁ କମାଇବା ପାଇଁ ବିଦେଶୀ ଲୋକଙ୍କୁ ବିତାଡିତ କରିଥିଲେ । ତୋକୁଗାୱା ଶୋଗୁନମାନେ ଜାପାନକୁ ସାମନ୍ତବାଦୀ ଶାସନରେ ପରିଚାଳିତ କରୁଥିଲେ, ଯେଉଥିରେ ପ୍ରତ୍ଯେକ ଦାଇମ୍ଯୋ, ଏକ ହାନ୍ ଉପରେ ରାଜୁତି କରୁଥିଲେ । ତୋକୁଗାୱା ଶୋଗୁନେତର ଶାସନ କାଳରେ ଜାପାନରେ ଦ୍ରୁତ ଅର୍ଥନୈତିକ ଏବଂ ସାସ୍କୃତିକ ଅଭିବୃଦ୍ଧି ହୋଇଥିଲା ଯାହା ପରେ ବଣିକ ଗୋଷ୍ଠୀ ଏବଂ ଉକିୟୋ ସଂସ୍କୃତିର ଆରମ୍ଭ କଲା ।

ବାକୁମାତ୍ସୁ ଯୁଗରେ ("ଶୋଗୁନେତର ଶେଷ ଅଧିନିୟମ") ୧୮୫୩ ମସିହାରୁ ତୋକୁଗାୱା ଶୋଗୁନେତ ଦୁର୍ବଳ ହୋଇଯାଇଥିଲା । ମେଇଜୀ ପୁନରୁଦ୍ଧାରଣ ସମୟରେ ସାମ୍ରାଜ୍ୟ ସଭାର ସମର୍ଥକଙ୍କ ସହାୟତାରେ ଶୋଗୁନେତକୁ ତଡ଼ି ଦିଆଗଲା । ମେଇଜୀ ପ୍ରଶାସନଦ୍ୱାରା ଜାପାନୀ ସାମ୍ରାଜ୍ୟର ପୁନଃ ପ୍ରତିଷ୍ଠା ହେଲା ଏବଂ ତୋକୁଗାୱା ବିଶ୍ୱସ୍ତମାନେ ବୋଶିନ ଯୁଦ୍ଧରେ ଲଢିବା ଜାରି ରଖିଲେ । ଏହି ସଂଘର୍ଷ ୧୮୬୯ ଜୁନ ମାସର ହାକୋଦାତେ ଲଢେଇରେ ଏଜୋ ଗଣତନ୍ତ୍ରର ସମାପ୍ତି ପର୍ଯ୍ୟନ୍ତ ଚାଲି ରହିଥିଲା ।

ଇତିହାସ ସମ୍ପାଦନା

ସେଙ୍ଗୋକୁ ଯୁଗ (ଯୁଦ୍ଧରତ ରାଜ୍ଯ ଯୁଗ) ପରେ, ଓଦା ନୋବୁନାଗାଙ୍କଦ୍ୱାରା ଆଜୁଚି-ମୋମୋୟାମା ଯୁଗରେ କେନ୍ଦ୍ରୀୟ ପ୍ରଶାସନର ପୁନଃ ପ୍ରତିଷ୍ଠା ହୋଇସାରିଥିଲା । ୧୬୦୦ ଖ୍ରୀଷ୍ଟାବ୍ଦରେ ହୋଇଥିବା ସେକିଗାହାରା ଲଢେଇରେ କେନ୍ଦ୍ରୀୟ ପ୍ରଶାସନର ଭାର ତୋକୁଗାୱା ୟେଆସୁଙ୍କ ହାତରେ ପଡିଲା ।[୬] ୟେଆସୁଙ୍କ ବିରୋଧରେ ଲଢିଥିବା ଦାଇମ୍ଯୋମାନଙ୍କୁ ବହିସ୍କାର କରାଗଲା କିମ୍ବା ଶକ୍ତି କମାଇଦିଆଗଲା କିନ୍ତୁ ୟେଆସୁ ନିଜ ଶୋଗୁନେତରେ ଦାଇମ୍ଯୋ ଏବଂ ହାନ୍ ରଖିବା ପାଇଁ ଇଚ୍ଛୁକ ଥିଲେ ।[୧୧] ୟେଆସୁଙ୍କ ସମର୍ଥନ କରିଥିବା ଦାଇମ୍ଯୋମାନଙ୍କୁ ପୁରଷ୍କୃତ କରାଗଲା ଏବଂ ତାଙ୍କୁ ପୁରା ଦେଶରେ ସ୍ଥାନ ଦିଆଗଲା ।[୧୧]

ପୂର୍ବ ଶୋଗୁନେତ ବିପରୀତ, ତୋକୁଗାୱା ଯୁଗରେ ସମାଜରେ, ତୋୟୋତୋମି ହିଦେୟୋଶୀଙ୍କଦ୍ୱାରା ପ୍ରଚଳିତ ଶ୍ରେଣୀ ଆଧାରିତ ସମାଜ ଅଧିକ ସୁଦୃଢ଼ ହେଲା । ଏହି ଶ୍ରେଣୀଭିତ୍ତିକ ସମାଜରେ ଦାଇମ୍ଯୋମାନେ ସବା ଉପରେ ରହିଲେ, ତାଙ୍କର ତଳକୁ ସାମୁରାଇ ଯୋଦ୍ଧାକୁଳ ଏବଂ ଏହଙ୍କ ତଳେ କୃଷକ, କଳାକାର ଏବଂ ବ୍ଯବସାୟୀ ଆଦି ରହିଲେ । ଦେଶର କେତେକ ଅଞ୍ଚଳରେ, ବିଶେଷକରି କ୍ଷୁଦ୍ର ଅଞ୍ଚଳଗୁଡ଼ିକରେ ଦାଇମ୍ଯୋ ଏବଂ ସାମୁରାଇମାନଙ୍କ ମଧ୍ଯରେ କୌଣସି ପାର୍ଥକ୍ଯ ନ ଥାଇ ପାରେ । କିନ୍ତୁ, ଏହି ଅଭେଦ୍ୟ ସାମାଜିକ ବର୍ଗୀକରଣ କାଳାନ୍ତରରେ ଏକ ବିନାଶକାରୀ ଜ୍ୱାଳାକୁ ଜନ୍ମ ଦେଲା । ତଳ ଶ୍ରେଣୀର ଲୋକଙ୍କ ଉପରେ ଲଦିତ କରର ସାଂଖ୍ୟିକ ମୂଲ୍ଯ ଅପରିବର୍ତ୍ତିତ ଥିଲା ଯାହା ମୁଦ୍ରାସ୍ଫୀତି ଏବଂ ମୁଦ୍ରା ମୂଲ୍ଯରେ ପରିବର୍ତ୍ତନକୁ ଉପେକ୍ଷା କରି ସ୍ଥିର କରାଯାଇଥିଲା । ଫଳରେ ସାମୁରାଇ ଜମିଦାରଙ୍କଦ୍ୱାରା ସଂଗୃହୀତ କରର ମୂଲ୍ଯ କାଳାନ୍ତରରେ କମିବାକୁ ଲାଗିଲା । ଏହା ଯୋଗୁଁ ସାମନ୍ତଙ୍କ ମଧ୍ଯରେ ଅନେକବାର ବଚସା ମଧ୍ଯ ହେଉଥିଲା, ସଙ୍ଗକୁ ଛୋଟବଡ଼ ବିଦ୍ରୋହ ମଧ୍ଯ ଦେଖିବାକୁ ମିଳୁଥିଲା । କିନ୍ତୁ ବିଦେଶୀ ଶକ୍ତିର ଆଗମନ ପୂର୍ବରୁ କୌଣସି ଘଟଣାରେ ଏହି ନିର୍ଦ୍ଧାରିତ ପ୍ରଣାଳୀକୁ ଆହ୍ୱାନ ଦେବାରେ ସକ୍ଷମ ନଥିଲା ।[୧୨]

ଊନବିଂଶ ଶତାବ୍ଦୀର ମଧ୍ଯ ଭାଗରେ, ନାମମାତ୍ର ପଦବୀଧାରୀ ଜାପାନର ସମ୍ରାଟଙ୍କ ନେତୃତ୍ବରେ କେତେକ ଶକ୍ତିଶାଳୀ ଦାଇମ୍ଯୋଙ୍କ ଏକତ୍ରୀତ ହୋଇ ବୋଶିନ ଯୁଦ୍ଧରେ ତୋକୁଗାୱା ଶୋଗୁନେତକୁ ବିସ୍ଥାପିତ କରାଇବାରେ ସଫଳ ହେଲେ । ୧୮୬୮ ମସିହାରେ, ପଞ୍ଚଦଶ ଶୋଗୁନ ତୋକୁଗାୱା ୟୋଶିନୋବୁଙ୍କ ଇସ୍ତଫା ପରେ, ଶୋଗୁନେତର ଆଧିକାରିକ ଅନ୍ତ ହେଲା ଏବଂ ମେଇଜୀ ପୁନରୁଦ୍ଧାରଣ (王政復古; ଓସେଇ ଫୁକ୍କୋ) ଆରମ୍ଭ ହେଲା । ଜାପାନୀ ଇତିହାସରେ ଦୀର୍ଘ ୨୬୦ ବର୍ଷଧରି ତୋକୁଗାୱା ଶୋଗୁନେତ ଶାନ୍ତି ଓ ସ୍ଥିରତାରେ ଶାସନ କରିଥିଲା ।

ପ୍ରଶାସନ ସମ୍ପାଦନା

ଶୋଗୁନେତ ଓ ଅଧିରାଜ୍ଯ ସମ୍ପାଦନା

ଜାପାନର ଏଦୋଯୁଗରେ ବାକୁହାନ ତନ୍ତ୍ର (幕藩体制 ବାକୁହାନ ତାଇସେ) ବା ସଂଘୀୟ ବ୍ଯବସ୍ଥାରେ ଏହା ପ୍ରଶାସିତ ହେଉଥିଲା ।[୧୩] ବାକୁ ହେଉଛି ବାକୁଫୁର ସଂକ୍ଷିପ୍ତ ରୂପ, ଯାହାର ଅର୍ଥ "ସୈନ୍ଯବାଦୀ ପ୍ରଶାସନ" ବା ଶୋଗୁନେତହାନ୍ ବା ଅଧିରାଜ୍ଯଗୁଡ଼ିକ ଦାଇମ୍ଯୋଙ୍କଦ୍ୱାରା ଶାସିତ ହେଉଥିଲା ।[୧୩] ୧୬୦୩ରେ ୟେଆସୁଙ୍କ ଶୋଗୁନ ରୂପେ ନିଯୁକ୍ତି ପରେ, ବିଶେଷକରି ୧୬୧୫ରେ ତୋକୁଗାୱା ବଂଶର ଓସାକା ବିଜୟ ପରେ, ଶୋଗୁନଙ୍କ ଅଧିକାର ପ୍ରକାଶ କରିବା ପାଇଁ କେତେକ ନିୟମ ପ୍ରଣୟନ କରାଗଲା ।[୧୧] ଦାଇମ୍ଯୋଙ୍କ ସଂଖ୍ଯା ୨୭୦ରେ ସ୍ଥିର କରାଯାଇ ଥିଲା ।[୧୧]

ଆଧାର ସମ୍ପାଦନା

  1. Japan - The bakuhan system". Encyclopedia Britannica. Retrieved 2020-06-01.
  2. "Shogunate". britannica.com. Encyclopædia Britannica, Inc. Retrieved October 21, 2020. The shogunate was the hereditary military dictatorship of Japan (1192–1867).
  3. "Tokugawa period". britannica.com. Encyclopædia Britannica, Inc. Retrieved June 3, 2020.
  4. Emperor Go-Yōzei started reigning in 1586, after the abdication of Emperor Ōgimachi.
  5. Emperor Meiji reigned until his death in 1912.
  6. ୬.୦ ୬.୧ ୬.୨ Nussbaum, Louis-Frédéric. (2005). "Tokugawa-jidai" in Japan Encyclopedia, p. 978.
  7. ୭.୦ ୭.୧ Nussbaum, "Edo-jidai" at p. 167.
  8. Nussbaum, "Kinsei" at p. 525.
  9. Nussbaum, "Shogun" at pp. 878–879.
  10. Nussbaum, "Tokugawa" at p. 976.
  11. ୧୧.୦ ୧୧.୧ ୧୧.୨ ୧୧.୩ Hall (Editor), John Whitney (1988). The Cambridge history of Japan Vol. 4: Early Modern Japan. James L. McClain. Cambridge, UK: Cambridge University Press. ISBN 0-521-22352-0. OCLC 17483588. {{cite book}}: |last= has generic name (help)
  12. Paik, Christopher; Steele, Abbey; Tanaka, Seiki (2017). "Constraining the Samurai: Rebellion and Taxation in Early Modern Japan" (PDF). International Studies Quarterly. 61 (2): 352–370. doi:10.1093/isq/sqx008.
  13. ୧୩.୦ ୧୩.୧ "Japan - The bakuhan system". Encyclopedia Britannica (in ଇଂରାଜୀ). Retrieved 2020-06-01.