ତାରକାସୁର, (Sanskrit: तारकासुर) ଏକ ପ୍ରବଳ ପରାକ୍ରମୀ ରାକ୍ଷସ ଥିଲା । ସେ ବଜ୍ରାନକଙ୍କ ପୁତ୍ର ଥିବା କଥା ହିନ୍ଦୁ ବିଶ୍ୱାସରେ ରହିଛି । ତାରକାସୁର ବାରମ୍ବାର ଦେବତାଗଣଙ୍କୁ ଯୁଦ୍ଧରେ ପରାସ୍ତ କରି ସ୍ୱର୍ଗକୁ ଧ୍ୱଂଶ ହେବାର ଅବସ୍ଥାକୁ ନେଇ ଆସିଥିଲା । ସେ ଘୋର ତପସ୍ୟା କରି ମହାଦେବ ଶିବଙ୍କଠାରୁ ବର ପ୍ରାପ୍ତ ହେଇଥିଲା ଯେ ସେ କେବଳ ମାତ୍ର ଶିବଙ୍କ ପୁତ୍ର ହାତରେ ମୃତ୍ୟୁ ବରଣ କରିପାରିବ ।  ଏଣେ ଶିବ ମହାଯୋଗୀ ହେଇଥିବାରୁ ବିବାହ କରିବାକୁ ମନ ବଳଉନଥିଲେ । ତେଣୁ ଦେବତାମାନେ କାମଦେବଙ୍କୁ ମନେଇ ଶିବଙ୍କ ମନରେ ପ୍ରେମଭାବ ଉଦ୍ରେକ କରେଇଲେ । କାମ ଦେବ ଶିବ ଧ୍ୟାନମଗ୍ନ ଅବସ୍ଥାରେ ଥିବା ସ୍ଥଳକୁ ଯାଇ ସେଠାରେ କୁତ୍ରିମ ବସନ୍ତର ଆଗମନ କରେଇ ଶିବଙ୍କ ଧ୍ୟାନ ଭଙ୍ଗ କରିବାରୁ ଶିବ ଉଠିପଡି ତାଙ୍କ କ୍ରୋଧିତ ନୟନର ଅଗ୍ନିର ରଶ୍ମିଦ୍ୱାରା କାମଦେବଙ୍କୁ  ଦଗ୍ଧ କରିଦେଲେ । ତେବେ ପାର୍ବତୀ ଶିବଙ୍କ ପ୍ରଥମ ପତ୍ନୀ ଥିଲେ ଓ ତାଙ୍କର ଔରସରୁ କାର୍ତ୍ତିକେୟଙ୍କ ସୃଷ୍ଟି ହେଇଥିଲା ।

ସାହିତ୍ୟିକ ଆଧାର ସମ୍ପାଦନା

ଏହି କାହାଣୀ ଉପରେ କାଳିଦାସଙ୍କ [୧] ମହାକାବ୍ୟ " କୁମାରସମ୍ଭବ " ( କାର୍ତ୍ତିକେୟଙ୍କ ଜନ୍ମ )ପର୍ଯ୍ୟବସିତ ହୋଇଛି । ବାସ୍ଫିଭୂତ ଆତ୍ମା ମୁକ୍ତ ବାବାରେ ବିଚରଣ କରୁଥିବା କଥନ ୧୬ ଶ ଶତାବ୍ଦୀର ବୈଷ୍ଣବମାନଙ୍କଦ୍ୱାରା ବିଶ୍ୱାସ କରାଯାଉଥିଲା । ସେମାନଙ୍କ ବିଶ୍ୱାସ ଯେ ତାହା ବାସୁଦେବ[୨] ଭାବରେ ପୁନଃ ଜନ୍ମ ଲାଭ କରିଥିଲା । ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ କବିତାରେ ତାହା ବିଷୟବସ୍ତୁ ହିସାବରେ ଥିଲା । 

ଆଧାର  ସମ୍ପାଦନା

  1. http://www.cse.iitk.ac.in/~amit/books/kalidasa-1929-kalidaser-granthabali-v2-v2.html
  2. Prabhupada, A.C.B.S. (1972). Kṛṣṇa, the Supreme Personality of Godhead.