ତାନଭିନ ସୁଇଟି

ବଙ୍ଗଳାଦେଶର ଅଭିନେତ୍ରୀ

ତାନଭିନ ସୁଇଟି (ଜନ୍ମ: ୩୦ ଅଗଷ୍ଟ) [୨] ଜଣେ ବାଂଲାଦେଶୀ ଅଭିନେତ୍ରୀ ଏବଂ ମଡେଲ ।[୩] ସେ ମୁଖ୍ୟତଃ ବଙ୍ଗଳାଦେଶୀ ଦୂରଦର୍ଶନ, ମଞ୍ଚ ଏବଂ ଚଳଚ୍ଚିତ୍ର ଜଗତରେ ଅଭିନୟ କରିଥାନ୍ତି ।[୪] ୧୯୯୧ ମସିହାରେ ମଡେଲିଂ ଆରମ୍ଭ କରିଥିବା ସୁଇଟି ମେରାଜ ଫକିର ମା, ପେୟର୍ ଆୱାଜ ପାୱା ଜାୟେ, ସ୍ପୋର୍ଦ୍ଧା, ତୋମରାଇ, ଏଖୋନ କ୍ରିତଦାସ ଏବଂ ମୁକ୍ତି ଭଳି ମଞ୍ଚ ନାଟକରେ ଅଭିନୟ କରିବା ସହ ସୁନ୍ଦରି, ଛୋଟ ଛୋଟ ଢେଉ, ଜମିଲା, ଡାକନିର ବୋଉ, ହରଧନେର୍ ନାଟ୍-ଜମାଇ, ରୁପାଲି ନଦୀର ଢେଉ ଭଳି ଧରାବାହିକ ସମେତ ୨୦୦୫ ସୁଦ୍ଧା ଶହେରୁ ଅଧିକ ଦୂରଦର୍ଶନ ନାଟକରେ ଅଭିନୟ କରିଥିଲେ ।[୫]

ତାନଭିନ ସୁଇଟି
তানভিন সুইটি
୨୦୧୯ରେ ସୁଇଟି
Born୩୦ ଅଗଷ୍ଟ
Nationalityବଙ୍ଗଳାଦେଶୀ
Occupation(s)ଅଭିନେତ୍ରୀ
ମଡେଲ୍
ପ୍ରଯୋଜିକା
Spouseରିପନ୍

ପ୍ରାରମ୍ଭିକ ଜୀବନ ଏବଂ ବୃତ୍ତି ସମ୍ପାଦନା

ତାନ୍‌ଭିନ୍ ୧୯୯୧ ମସିହାରେ ମଡେଲିଂ କରିବା ଆରମ୍ଭ କରିଥିଲେ । ସେ ଅଫଜାଲ୍ ହୁସେନ୍‌ଙ୍କର ଡାଇମଣ୍ଡ ବ୍ରାଣ୍ଡ ପାଇଁ କର୍ଯ୍ୟ କରୁଥିଲେ ।[୬]

ଏହାପରେ ସୁଇଟି ମଞ୍ଚ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଥିଏଟର୍ ଗ୍ରୁପ୍ ନାମକ ଏକ ମଞ୍ଚ ନାଟକ ସଂସ୍ଥାରେ ଯୋଗ ଦେଇଥିଲେ ।[୭] ସେ "ମେରାଜ ଫକିର ମା", "ପେୟର୍ ଆୱାଜ ପାୱା ଜାୟେ", "ସ୍ପୋର୍ଦ୍ଧା", "ତୋମରାଇ", "ଏଖୋନ କ୍ରିତଦାସ" ଏବଂ " ମୁକ୍ତି" ସମେତ ଅନେକ ମଞ୍ଚ ନାଟକରେ ଅଭିନୟ କରିଥିଲେ।[୮]

ସେ "ଗୋଧୁଳି ଲଗନେ" ନାଟକ ଜରିଆରେ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୯] ସେ "ସୁନ୍ଦରି", "ଛୋଟ ଛୋଟ ଢେଉ", "ଜମିଲା", "ଡାକନିର ବୋଉ", "ହରଧନେର୍ ନାଟ୍-ଜମାଇ" ଏବଂ "ରୁପାଲି ନଦୀର ଢେଉ"ରେ ମଧ୍ୟ ଅଭିନୟ କରିଥିଲେ[୮]

୨୦୦୪ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତ ବା ଧଲିଉଡ୍‌ରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଥିଲା ରଙ୍ଗ୍ ନମ୍ବର । ମତିନ୍ ରହମାନ୍‌ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୨୫ ମାର୍ଚ୍ଚ ୨୦୦୪ରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ରିଆଜ୍, ତୁଷାର ଖାନ୍‌ଙ୍କ ଭଳି କଳାକାରଙ୍କ ସହ ଅଭିନୟ କରିଥିଲେ । ଏହାପରେ ୨୦୦୭ ମସିହାରେ ଆବୁ ସୟିଦଙ୍କ ନିର୍ଦ୍ଦେଶିତ ବାଂଲାଦେଶୀ ଫିଲ୍ମ ବଂଶୀରେ ସେ ଅଭିନୟ କରିଥିଲେ ।[୧୦] ମାମୁନୁଲ୍ ହକ୍‌ଙ୍କ ସହ ସେ ଏହି କଥାଚିତ୍ରରେ ଶୈଳ ଭୂମିକାରେ ଅଭିନୟ କରିଥିଲେ ।[୧୧] ୨୦୧୪ ମସିହାରେ ତାଙ୍କ ଅଭିନୀତ କ୍ଷୁଦ୍ର ଚଳଚ୍ଚିତ୍ର ଦ ସିଙ୍ଗିଙ୍ଗ୍ ଟିଚର୍ ମୁକ୍ତିଲାଭ କରିଥିଲା । ଇନ୍‌ଶ୍ରା ରୁସେଲ୍‌ଙ୍କ ନିର୍ଦ୍ଦେଶିତ ଏହି ୧୩ ମିନିଟ୍ ଅବଧିର କଥାଚିତ୍ରଟି ୧୯ ଡିସେମ୍ବର ୨୦୧୪ରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ ଶିରି ଭୂମିକା ନିଭେଇଥିବା ସୁଇଟି ତାହରିମ୍ ଚୌଧୁରୀ, ମକ୍‌ସୁଦ୍ ହକ୍, ଶତାବ୍ଦୀ ୱାଦୁଦ୍‌ଙ୍କ ସହ ଅଭିନୟ କରିଥିଲେ । ୨୦୧୯ ମସିହାରେ ସୁଇଟିଙ୍କ ଅଭିନୀତ କଥାଚିତ୍ର ଦ ଡିରେକ୍ଟର ମୁକ୍ତିଲାଭ କରିଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ କମରୁଜ୍ଜମନ କମୁ । ୨୦୧୯ ମସିହାର ଜୁନ ୫ ତାରିଖରେ ମୁକ୍ତିଲାଭ କରଥିବା ଏହି ବଙ୍ଗଳାଦେଶୀ କଥାଚିତ୍ରଟିରେ ସୁଇଟି ଫିରୋଜ ଚୌଧୁରୀ, ନଫିଜା ଜାହାଁ, କମରୁଜ୍ଜମନ କମୁ, ମୋଶରଫ୍ କରିମ, ସଫିସା ଚୌଧୁରୀ ଭଳି କଳାକାରଙ୍କ ସହ ଅଭିନୟ କରିଥିଲେ ।

ସୁଇଟି ଦୂରଦର୍ଶନରେ ନାଟକରେ ଅଭିନୟ କରିବା ସହିତ ଦୂରଦର୍ଶନ କାର୍ଯ୍ୟକ୍ରମର ପ୍ରଯୋଜିକା ଭାବରେ ମଧ୍ୟ କିଛି ଧାରାବାହିକ ପ୍ରସ୍ତୁତ କରିଛନ୍ତି । ତାଙ୍କ ପ୍ରଯୋଜନା ସଂସ୍ଥାର ନାମ ହେଉଛି ଶଙ୍ଖଚିଲ ।[୮]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ସୁଇଟି ରିପନ୍‌ଙ୍କୁ ବିବାହ କରିଛନ୍ତି ।[୧] ତାଙ୍କ ବାପାଙ୍କ ନାମ ଅବଦୁଲ୍ ମତଲିବ୍ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Sweety finds solace in hometown". The Daily Star. April 2, 2016. Retrieved February 21, 2017.
  2. Shah Alam Shazu (August 30, 2016). "Sweety's big day!". The Daily Star. Retrieved February 20, 2017.
  3. Rafi Hossain (May 23, 2015). "Sweety: Evergreen & Eternal". The Daily Star. Retrieved February 20, 2017.
  4. "Sweety returning to TV with 'Virus'". The Daily Star. November 11, 2014. Retrieved February 20, 2017.
  5. Novera Deepita (May 20, 2005). "Sweety: Making it big on the small screen". The Daily Star. Archived from the original on February 22, 2017. Retrieved February 20, 2017.
  6. "Delving deep into the world of acting". The Daily Star. September 29, 2008. Retrieved February 20, 2017.
  7. Rafi Hossain (January 18, 2014). "Vivacious Sweety". The Daily Star. Retrieved February 20, 2017.
  8. ୮.୦ ୮.୧ ୮.୨ Shah Alam Shazu (September 5, 2012). "Tanvin Sweety: Perfect takes". The Daily Star. Retrieved February 20, 2017.
  9. "Tanvin Sweety". The Daily Star (in ଇଂରାଜୀ). 2020-02-08. Retrieved 2020-03-06.
  10. Sadia Khalid (January 18, 2014). "Tanvin Sweety Gliding Through Time". The Daily Star. Retrieved February 20, 2017.
  11. "Abu Sayeed's film "Banshi" set to release soon". The Daily Star. November 2, 2007. Retrieved February 20, 2017.

ବାହାର ଆଧାର ସମ୍ପାଦନା