ଲୁଗା ବୁଣିବା ଯନ୍ତ୍ର ତନ୍ତ ନାମରେ ଜଣା । ତନ୍ତରେ ପ୍ରଥମେ ଲମ୍ବବାଗର ସୂତାମାନଙ୍କୁ ଟାଣି କରି ରଖାଯାଏ ଓ ପରେ ତହିଁ ମଧ୍ଯରେ ଚଉଡ଼ାବାଗର ସୂତାକୁ କାଣ୍ଡିଆଦ୍ୱାରା ଭରଣା କରାଯାଇ ଲୁଗା ବୁଣାଯାଏ ।

ତନ୍ତ

ତନ୍ତର ବିଭିନ୍ନ ଅଂଶ[୧] ସମ୍ପାଦନା

 
ମାକୁ
  • ବିଶ୍ୱକର୍ମା— ଲୁଗାକୁ ବୁଣୁଥିବା ବ୍ଯକ୍ତିର ଡାହାଣ ହାତ ପାଖରେ ଭୂମିରେ ପୋତା ଯାଇଥିବା ଗୋଟିଏ ଖୁଣ୍ଟି ବା ଖିଲ, ଯହିଁରେ ନରାଜର ଡାହାଣ ପାଖରେ ଥିବା ଖିଲରେ ଗୁଡ଼ିଆ ଦଉଡ଼ି ବନ୍ଧାଯାଏ
  • ମାକୁ, ମାଙ୍କୁ—ଯେଉଁ ନାବାକୃତି କାଠ ଖଣ୍ଡରେ ଭରଣି ସୂତାର କଣ୍ଡା ପଶି ଥାଏ ଓ ଯାହା ଟାଣୀ ସୂତାମାନଙ୍କ ଅନ୍ତରାଳ ଦେଇ ଆଡ଼ ବାଗରେ ମେଣ୍ଢୀଦ୍ୱାରା ଫିଙ୍ଗା ହେଉଥାଏ
  • କଣ୍ଡା—ଭରଣୀ ସୂତା ଗୁଡ଼ିଆ ହୋଇଥିବା ନଳୀ, ଯାହା ମାକୁ ମଧ୍ଯରେ ପଶି ଥାଏ
  • ପାନିଆ—ଯେଉଁ ସରୁ ବାଉଁଶକାଠିର ପାନିଆ ଭିତରେ ଟାଣୀ ସୂତା ଯୋଡ଼ା ଯୋଡ଼ା ହୋଇ ପିନ୍ଧାଇ ଦିଆଯାଏ
  • ଦକ୍ତି— ପାନିଆର ସରୁ ଖଡ଼ିକାର ଲମ୍ବା ଫର୍ମା
  • ବ; ବଅ; ବଅପାଟି—ଯେଉଁ ସୂତ୍ରମୟ ପାଶଯୁକ୍ତ ପାନିଆ ଭିତରେ ଟାଣୀ ସୂତା ଗୋଟି ଗୋଟି ହୋଇ ଗଳି ଥାଏ; (ଏହାର ସଂଖ୍ଯା ଦୁଇଟି)
  • ବଅପଟା—ଯେଉଁ ପଟାରେ ବଅ ବନ୍ଧାଯାଏ
  • ବଅକାଠି—ଯେଉଁ କାଠି ଦୁଇ ଖଣ୍ଡରେ ବଅର ପାନିଆ ସୂତାମାନ ଟଣା ହୋଇ ବନ୍ଧାଯାଏ
  • ନାଚୂଣୀ, ନାଚୂଣୀ ପକ୍ଷୀ—ନିକିତି ଦଣ୍ଡି ଆକାରର କାଠି, ଯାହାର ଦୁଇ ପ୍ରାନ୍ତରୁ ବଅ ଓହଳା ଯାଇଥାଏ
  • ଛିଟ୍କିଣି; ଛଟିକିଣି—ଯେଉଁ କାଠଖଣ୍ଡ ବା ବେଣ୍ଟକୁ ହାତରେ ମୁଠାଇ ଧରି ଡାହାଣ ବା ବାଆଁ ଆଢ଼କୁ ମାରିଲେ ଦଉଡ଼ିଦ୍ୱାରା ମେଣ୍ଢା ଚାଳିତ ହୁଏ
  • ଟାଣୀସୂତା—ବୁଣା ଲୁଗାର ଲମ୍ବ ସୂତା
  • ଭରଣୀସୂତା; ବୁଣାସୂତା—ଲୁଗାର ଆଡ଼ବାଗର ସୂତା
  • ଜୋ କାଠି —ଯେଉଁ କାଠିଦ୍ୱାରା ଲୁଗା ବୁଣା ହେଉଥିବା ସମଯରେ ଭରଣୀ ସୂତାର ଶେଷ ମୁଣ୍ଡକୁ ଟାଣୀ ସହିତ ଟାଣିକରି ରଖାଯାଏ
  • ତନ୍ତକାଠ, ନରାଜ, ନରାଳୁ, ନରୋଜ—ଯେଉଁ ମୋଟ ଗୋଲ ଦଣ୍ଡରେ ବୁଣିବାର ଟାଣୀ ସୂତା ଗୁଡ଼ିଆ ହୋଇଥାଏ
  • ତାଷଣ ବା ମୁଠା—ୟେଉଁ ବୁରୁସ ବା ମାର୍ଜନୀଦ୍ୱାରା ତନ୍ତିମାନେ ସୂତାକୁ ପରିଷ୍କାର କରନ୍ତି ବା ମାଜନ୍ତି
  • ଚାପଣା, ଟିପିଣୀଦଣ୍ଡା, ଚାପଣାକାଠି—ବଅକୁ ତଳକୁ ଉପରକୁ ଉଠାଇବା ପକାଇବା ପାଇଁ ନିମ୍ନସ୍ଥ ଯେଉଁ ଦଣ୍ଡ ଦୁଇଟିକୁ ଏକାଦିକ୍ରମେ ଗୋଡ଼ଦ୍ୱାରା ଟିପାଯାଏ
  • ଟିପିଣୀ ଦଉଡ଼ି— ୟେଉଁ ଦଉଡ଼ି ଟିପିଣୀଦଣ୍ଡା ଓ ବଅକୁ ସଂୟୁକ୍ତ କରିଥାଏ
  • ମତି— ଯେଉଁ 'X' ଆକାରର ବେତ ଦୁଇ ଖଣ୍ଡ ବୁଣା ଯାଉଥିବା ଲୁଗାର ଧଡ଼ିକୁ ଓସାରେଇ କରି ଟାଣି ଧରିଥାଏ
  • ନାଠୀ, ନଟେଇ— ଯେଉଁ କାଠିରେ ସୂତା ଗୁଡ଼ିଆ ହୋଇଥାଏ
  • ମେଣ୍ଢୀ—ମାକୁକୁ ଚଳାଇବାର ଦଉଡ଼ିଯୁକ୍ତ କାଷ୍ଠଖଣ୍ଡ (ଯାହା ଛିଟିକିଣିଦ୍ୱାରା ଚାଳିତ ହୁଏ)
  • ତୁଳିକାଠ—ୟେଉଁ ଗୋଲ ଦଣ୍ଡରେ ଲୁଗାର ବୁଣା ହୋଇଥିବା ଅଂଶ ଗୁଡ଼ିଆ ହୁଏ
  • ପଞ୍ଝା—ସେତରଞ୍ଜି ବୁଣିବା ବେଳେ ଭରଣୀ ସୂତାକୁ ପୂର୍ବବୁଣା ସୂତା ସଙ୍ଗେ ବସାଇ ଦେବାପାଇଁ ବ୍ଯବହୃତ ଅଙ୍ଗୁଳିୟୁକ୍ତ କରତଳ ଆକୃତିର କାଷ୍ଠଖଣ୍ଡ
  • ଲିସ୍, ଲିସ୍କାଠି—ଟାଣୀ ସୂତାର ଫାନ୍ଦ
  • ଡ୍ରମ୍—ଟାଣି ଓ ଭରଣୀ ସୂତା ଗୁଡ଼ିଆ ହୋଇ ରହିବାର ପିମ୍ପା ପରି ଗୋଲାକାର ନଟେଇ
  • ଡାଙ୍ଗିଆ —ଏହାଦ୍ୱାରା ବୁଣା ହେଉଥିବା ଲୁଗାର ଧଡିରେ କୁମ୍ଭ ବା ଛକ ବୁଣାଯାଏ ]

ଆଧାର ସମ୍ପାଦନା

  1. "Purnnachandra Ordia Bhashakosha". Retrieved 27 January 2016.[permanent dead link]