ତଜୌଂଗଡାଇନ୍ ଉତ୍ସବ

ତଜୌଂଗଡାଇନ୍ ଉତ୍ସବ (ଇଂରାଜୀ ଭାଷାରେ Tazaungdaing Festival ଓ ବ୍ରହ୍ମଦେଶୀୟ ଭାଷାରେ တန်ဆောင်တိုင်ပွဲတော်) ବ୍ରହ୍ମଦେଶୀୟ ଚନ୍ଦ୍ର ପଞ୍ଜିକାର ଅଷ୍ଟମ ମାସ ତଜୌଂଗମୋନ ମାସର ପୂର୍ଣ୍ଣମୀ ଦିନ ପାଳିତ ହୁଏ । ଏହାକୁ ବ୍ରହ୍ମଦେଶରେ ଆଲୋକର ପର୍ବ କୁହନ୍ତି । ଏହି ପର୍ବ ବର୍ଷା ଋତୁର ସମାପ୍ତି ସୂଚୀତ କରେ ଓ ଏହିଦିନକୁ ଏକ ଜୀତୀୟ ଛୁଟି ରୂପେ ଘୋଷଣା କରାଯାଇଥାଏ ।[୨][୩] ଏହି ପର୍ବ ଦିନ କାଥିନା ଋତୁର ପରିସମାପ୍ତି ଘଟେ । କାଥିନା ଋତୁରେ ବୌଦ୍ଧ ସନ୍ୟାସୀମାନଙ୍କୁ ନୂତନ ବସ୍ତ୍ର ଓ ଉପହାର ଇତ୍ୟାଦି ପ୍ରଦାନ କରାଯାଇଥାଏ ।

ତଜୌଂଗଡାଇନ୍ ଉତ୍ସବ
တန်ဆောင်တိုင်ပွဲတော်
ତଞ୍ଜିରେ ହେଉଥିବା ତଜୌଂଗଡାଇନ୍ ଉତ୍ସବରେ ଉତ୍ତପ୍ତ ବାୟୁପୂର୍ଣ୍ଣ ବେଲୁନରେ ବିଭିନ୍ନ ବାଣ ଖଞ୍ଜାଯାଇ ଛଡ଼ାଯାଉଛି
ଅନ୍ୟ ନାମଆଲୋକର ପର୍ବ
ପାଳନକାରୀବ୍ରହ୍ମଦେଶର ଲୋକଙ୍କଦ୍ୱାରା ପାଳିତ
ପ୍ରକାରବୌଦ୍ଧ ଧାର୍ମିକ ପର୍ବ
ତାରିଖତଜୌଂଗମୋନ୍‍ର ପୂର୍ଣ୍ଣମୀ ଦିନ
୨୦୨୪ ତାରିଖdate missing (please add)
ସମ୍ପର୍କିତଲୋଏ କ୍ରଥୋଂଗ ଉତ୍ସବ (ଥାଇଲ୍ୟାଣ୍ଡ), ପୋୟା ଉତ୍ସବ (ଶ୍ରୀଲଙ୍କା), ବୋନ ଓମ୍ ତୌକ୍ ଉତ୍ସବ (କାମ୍ବୋଡ଼ିଆ)

ବ୍ରହ୍ମଦେଶରେ ବୌଦ୍ଧ ଧର୍ମର ଉତ୍ଥାନ ସମୟରୁ ଏହି ପର୍ବ ପାଳନ କରାଯାଉଥିବାର ସମ୍ଭାବନା ରହିଛି । ହିନ୍ଦୁ ଧର୍ମରେ ପାଳିତ କାର୍ତ୍ତିକ ପୂର୍ଣ୍ଣିମା ପର୍ବରୁ ଏହାର ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ ।[୪]

ଉତ୍ସବ ପାଳନ ସମ୍ପାଦନା

ଏହି ଅବସରରେ ବୌଦ୍ଧ ସନ୍ୟାସୀ ପରିଧାନ କରୁଥିବା ମଥୋ ଥିଂଗାନ (မသိုးသင်္ကန်း) ନାମକ ଏକ ସ୍ୱତନ୍ତ୍ର ପୀତ ବସ୍ତ୍ର ବୁଣିବାର ପ୍ରତିଯୋଗିତା ଆୟୋଜନ କରାଯାଏ । ରେଙ୍ଗୁନ୍‍ର ଶ୍ୱେଦାଗନ ପାଗୋଡ଼ାର ପ୍ରତିଯୋଗିତା ଉଲ୍ଲେଖଯୋଗ୍ୟ ।[୫] ଚତୁର୍ଦ୍ଦଶୀ ରାତିରୁ ନେଇ ପୂର୍ଣ୍ଣମୀ ରାତିର ପାହାନ୍ତା ପର୍ଯ୍ୟନ୍ତ କ୍ରମାଗତ ଦୁଇ ଦିନ ଏହି ବସ୍ତ୍ର ବୁଣା ପ୍ରତିଯୋଗିତା ଅନୁଷ୍ଠିତ ହୁଏ ।[୫] ଏହି ପରମ୍ପରା ବୁଦ୍ଧଙ୍କ ଜୀବନୀ କଥା ଉପରେ ପର୍ଯ୍ୟବସିତ । ଗୌତମ ବୁଦ୍ଧ ସାଂସାରିକ ଜୀବନ ପରିତ୍ୟାଗ କରିବା ବିଷୟ ଆସନ୍ନ ଜାଣି ତାଙ୍କ ମାତା ମାୟା ରାତି ସାରା ବସି ତାଙ୍କ ପାଇଁ ଏହି ପୀତ ବୌଦ୍ଧ ଭିକ୍ଷୁ ବସ୍ତ୍ର ବୁଣିଥିଲେ ।[୬] ବୁଦ୍ଧଙ୍କ ମାଉସୀ ଗୌତମୀ ଏହି ପ୍ରଥାକୁ ଅଧିକ ପ୍ରଚଳନ କରାଇଲେ ଓ ପ୍ରତି ବର୍ଷ ବସ୍ତ୍ର ବୁଣି ବୌଦ୍ଧ ଭିକ୍ଷୁଙ୍କୁ ଦାନ କରୁଥିଲେ ।[୫]

ବ୍ରହ୍ମଦେଶର ବହୁ ସ୍ଥାନରେ ଗରମ ପବନ ଭରା ବେଲୁନରେ ଆଲୋକ ଖଞ୍ଜା ଯାଇ ଆକାଶ ଦୀପ ପ୍ରସ୍ତୁତ କରାଯାଏ ଓ ପୂର୍ଣ୍ଣମୀ ଦିନ ଏମାନଙ୍କୁ ଛଡ଼ାଯାଏ । ଏହି ପାଳନ ଶୈଳୀ ଉତ୍ତର ଥାଇଲ୍ୟାଣ୍ଡରେ ପାଳିତ ଲୋଏ କ୍ରଥୋଂଗ ବା ୟି ପେଂଗ୍ ସହ ସମାନ । ଏହି ସବୁ ଆକାଶ ଦୀପ ତାୱତିଂଶ ଲୋକରେ ଥିବା ସୁଲାମଣି ଚୈତ୍ୟ ପାଇଁ ଟେକା ଯାଉଥିବା ବୌଦ୍ଧ ଧର୍ମ ବିଶ୍ୱାସ ରହିଛି । ସେହି ଲୋକରେ ବୁଦ୍ଧ ବାସ କରନ୍ତି ଓ ଏହି ସବୁ ଆକାଶ ଦୀପ ଦୁଷ୍ଟ ଆତ୍ମାମାନଙ୍କୁ ତଡ଼ିଦିଏ ବୋଲି ଲୋକଙ୍କ ଧାରଣା ରହିଛି । ସମଗ୍ର ବ୍ରହ୍ମଦେଶରେ ପାଳିତ ଏହି ଉତ୍ସବରେ ତଞ୍ଜି ନାମକ ସ୍ଥାନର ତଜୌଂଗଡାଇନ୍ ଉତ୍ସବ ଏକ ବିଶେଷ ସ୍ଥାନ ଗ୍ରହଣ କରିପାରିଛି । ସେଠାରେ ବେଲୁନ୍ ଉଡ଼ାଇବା ଓ ବାଣ ଫୁଟାଇବା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୁଏ । ୧୮୯୪ ମସିହାରେ ତୃତୀୟ ଆଂଗ୍ଲୋ-ବର୍ମା ଯୁଦ୍ଧ ପରେ ଉପର ବର୍ମାର ମିଳନ ପରେ ତଞ୍ଜିର ଗରମ ପବନ ଭରା ବେଲୁନ୍ ଉଡ଼ା ପ୍ରତିଯୋଗିତା ବ୍ରିଟିଶ୍‍ମାନେ ଆରମ୍ଭ କରାଇଥିଲେ ।[୭][୮][୯]

ପୁଣ୍ୟ ଅର୍ଜନ ପାଇଁ ଲୋକେ ଏହି ଉତ୍ସବ ସମୟରେ ଉପହାର ପ୍ରଦାନ, ଦାନ ଅର୍ପଣ, ପାରମ୍ପରିକ ଚତୁଦିଶା (စတုဒိသာ) ଭୋଜିର ଆୟୋଜନ ଆଦି କରିଥାନ୍ତି ।[୧୦] ବହୁ ଲୋକ ନିଜ ଘରକୁ ପରିବାରର ବୟସ୍କମାନଙ୍କ ନିକଟକୁ ଯାଇ ସେମାନଙ୍କ ଆଶୀର୍ବାଦ ଗ୍ରହଣ କରନ୍ତି ଓ ପାଗୋଡ଼ା ଦର୍ଶନ କରନ୍ତି । ବିଭିନ୍ନ ସଙ୍ଗୀତ ଓ ନାଟକ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଥାଏ । ୟମ ଯତ୍‍ଦ ପରି ପାରମ୍ପରିକ ନାଟକ ଥଦିଂଗ୍ୟୁତରୁ ନେଇ ତଜୌଂଗଡାଇନ୍ ସମୟ କାଳ ମଧ୍ୟରେ ପ୍ରଦର୍ଶିତ ହୁଏ ।[୧୧][୧୨]

ପ୍ରାକ୍-ଔପନିବେଶିକ ସମୟରେ ପୂର୍ଣ୍ଣିମା ଦିନ ବ୍ରହ୍ମଦେଶୀୟ ରାଜସଭାରେ ୧୫ ହିନ୍ଦୁ ଦେବାଦେବୀଙ୍କ ପୂଜା ଆୟୋଜିତ ହେଉଥିଲା ।[୧୩] କୃଷ୍ଣପକ୍ଷର ଅଷ୍ଟମୀ ଦିନ ରାଜାଙ୍କ ନିକଟକୁ ଏକ ଶୋଭାଯାତ୍ରା ବାହାରୁଥିଲା ଓ ଶେଷରେ ପ୍ୟାଥାଥ୍ (ସଂସ୍କୃତରେ ପ୍ରାସାଦ) ଢାଞ୍ଚାରେ ନିର୍ମିତ ୮ଟି ବାଉଁଶ କୁଟୀରରେ ଅଗ୍ନି ସଂଯୋଗ କରାଯାଉଥିଲା ।[୧୩]

ବ୍ରହ୍ମଦେଶୀୟ ସଂସ୍କୃତି ଅନୁସାରେ ତଜୌଂଗମୋନର ପୂର୍ଣ୍ଣିମା ଦିନ ବ୍ରହ୍ମଦେଶୀୟ ଘରମାନଙ୍କରେ ମେଜାଲି ଫୁ ଥୋକ୍ (မယ်ဇလီဖူးသုပ်) ନାମକ ଏକ ସ୍ୱତନ୍ତ୍ର ସାଲାଡ଼୍ ପ୍ରସ୍ତୁତ କରାଯାଏ । ଲୋକେ ସୁନାମକେଇ ଗଛର କଢ଼ ଏହି ସାଲାଡ଼ରେ ଓ ବିଭିନ୍ନ ସୁପ୍ ପାନୀୟରେ ଉପାଦାନ ଭାବେ ବ୍ୟବହାର କରନ୍ତି ।[୧୪] ଏହି ଦିନ ରାତିରେ ଯୁବକ-ଯୁବତୀମାନେ ନିଜ ପଡ଼ୋଶୀମାନଙ୍କ ଘରୁ ଚୋରାଇବା ବା ବିଭିନ୍ନ ଦୁଷ୍ଟାମୀ କରି ସେମାନଙ୍କୁ ହଇରାଣ କରିବାର ଏକ ପ୍ରଥା ମଧ୍ୟ ରହିଆସିଛି । ଏହି ପ୍ରଥାକୁ "କିମାନୋ ପ୍ୱେ" (ကျီးမနိုးပွဲ, ଅର୍ଥାତ୍ "କାଉମାନଙ୍କୁ ନିଦରୁ ଉଠାଅ ନାହିଁ") କୁହନ୍ତି ।[୬]

ଧାର୍ମିକ ପରମ୍ପରା ଓ ପ୍ରଥା ସମ୍ପାଦନା

  • ମାଡୌକ, ନ୍ୟାଉଂଗଲେବିନ୍ ଓ ପାଥୈନରେ ଲୋକେ ମି ମ୍ୟ ପ୍ୱେ (မီးမျှောပွဲ) ସହିତ ଏହି ପର୍ବ ପାଳନ କରନ୍ତି ।[୧୫][୧୬]
  • ଦାୱେଇରେ ଲୋକେ ୨୮ ବୁଦ୍ଧଙ୍କ ପାଇଁ ଏକ ଶୋଭାଯାତ୍ରାର ଅନୁଷ୍ଠାନ କରିଥାନ୍ତି ।[୧୭]
  • ମୱଲାମିନେ, କ୍ୟାଇଖାମି ଓ ମୋନ ପ୍ରଦେଶର ଅନ୍ୟ ଉପକୂଳସ୍ଥ ଅଞ୍ଚଳରେ ୱାମ୍ ଊ ମ୍ୟ ପ୍ୱେ ଆୟୋଜିତ ହୁଏ । ଏଥିରେ ଏକ ମାଟି ପାତ୍ରରେ ଫୁଲ, ଫଳ, ଦୀପ, ଧୂପକାଠି, ଶାକାହାରୀ ଖାଦ୍ୟ ପ୍ରଭୃତି ରଖି ପାହାନ୍ତା ସମୟରେ ଶିନ୍ ଉପଗୁତ୍ତଙ୍କୁ ଉତ୍ସର୍ଗ କରି ସମୁଦ୍ରରେ ଭସାଇ ଦିଆଯାଏ ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. https://anydayguide.com/calendar/2698
  2. Promotion of Buddhist tourism circuits in selected Asian countries. United Nations Publications. 2003. p. 38. ISBN 9789211203868.
  3. "Tazaungdine Lights and Kahtein Offerings". Modins.net. Archived from the original on 1 April 2012. Retrieved 1 April 2012.
  4. Khin Myo Chit. Flowers and Festivals Round the Burmese Year. p. 1982.
  5. ୫.୦ ୫.୧ ୫.୨ Nyein Ei Ei Htwe (9 November 2009). "Robe weaving competition not just for old folks". Myanmar Times. Archived from the original on 12 November 2009. Retrieved 1 April 2012.
  6. ୬.୦ ୬.୧ Spiro, Melford E. (1982). Buddhism and society: a great tradition and its Burmese vicissitudes. University of California Press. pp. 228–229. ISBN 9780520046726.
  7. Nandar Chann (May 2004). "Pa-O: The Forgotten People". The Irrawaddy. Archived from the original on 23 January 2011. Retrieved 1 April 2012.
  8. Nandar Chann (November 2004). "When the British Lit up the Burmese Sky". The Irrawaddy. Archived from the original on 23 January 2011. Retrieved 1 April 2012.
  9. Zaw Win Than (26 October 2009). "Fire balloons fill the sky over Taunggyi". Myanmar Times. Archived from the original on 1 January 2010. Retrieved 1 April 2012.
  10. Tin Moe Aung (28 November 2011). "Light festival inspires spirit of selfless giving". Myanmar Times. Archived from the original on 2 December 2011. Retrieved 1 April 2012.
  11. Shwe Gaung, Juliet (5 November 2007). "Festival month heats up". Myanmar Times. Archived from the original on 14 September 2012. Retrieved 1 April 2012.
  12. Thein, Cherry (22 November 2010). "Annual Pyapon Yama starts nine-day run". Myanmar Times. Archived from the original on 16 July 2011. Retrieved 1 April 2012.
  13. ୧୩.୦ ୧୩.୧ Hardiman, John Percy (1900). Gazetteer of Upper Burma and the Shan States. Vol. 2. Government of Burma.
  14. "The merry, marry months start in Myanmar". The Myanmar Times (in ଇଂରାଜୀ). Archived from the original on 2020-11-12. Retrieved 2018-11-02.
  15. "ခြိမ့်ခြိမ့်သဲ ဆင်နွှဲကြမည့် မဒေါက်တန်ဆောင်တိုင် မီးမျှောပွဲ". Myanmar News Agency.
  16. "ပုသိမ်မြို့ တန်ဆောင်တိုင် ကြတ္တိကာပွဲတော်နှင့် ဆီမီးတစ်သိန်းရေမျှောပွဲ-မြန်မာ့ရိုးရာ ဒုန်းလှေ၊ သမ္ဗန်ခတ်ပြိုင်ပွဲ ထည့်သွင်းကျင်းပမည်". Myanmar News Agency. 2015-11-15.
  17. "ထားဝယ်မြို့၌ (၁၀၄) ကြိမ်မြောက် တန်ဆောင်တိုင် ပွဲတော် နှစ်ကျိပ်ရှစ်ဆူ ဘုရားများ ဒေသစာရီ လှည့်လည်ပူဇော်ခံပွဲ ကျင်းပ". IPRD. 2013-11-13.