ଡିମେନ୍ସିଆ ଉଇଥ ଲୁଇ ବଡିଜ

ଡିମେନ୍ସିଆ ଉଇଥ ଲୁଇ ବଡିଜ ବା ଡିବିଏଲ (ଇଂରାଜୀ ଭାଷାରେ Dementia with Lewy bodies ବା DLB) ଏକ ପ୍ରକାର ଡିମେନ୍ସିଆ ଯାହା ସମୟକ୍ରମେ ଖରାପ ଦିଗକୁ ଗତି କରେ ।[୧][୨] ସତର୍କତା କମ ବେଶୀ ହୁଏ, ଦୃଷ୍ଟିଭ୍ରମ ବା ହାଲୁସିନେସନ (seeing things that other people do not), ଚଳନ ସମସ୍ୟା, ଚାଲି ସମସ୍ୟା ଓ କଠୋରତା (rigidity) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୧] ନିଦ୍ରା ସମୟରେ ଅତ୍ୟଧିକ ଚଳନ (Excessive movement during sleep) ଓ ଅବସାଦ (depression) ଭଳି ଲକ୍ଷଣ ମଧ୍ୟ ସାଧାରଣତଃ ଦେଖାଯାଏ । [୩]

ଡିମେନ୍ସିଆ ଉଇଥ ଲୁଇ ବଡିଜ
ଇଂରାଜୀ ପ୍ରତିଶବ୍ଦ - Lewy body dementia (LBD), diffuse Lewy body disease, cortical Lewy body disease, senile dementia of Lewy type
ଅଣୁବୀକ୍ଷଣରେ microscopic ଲୁଇ ବଡିଜର Lewy bodies ଛବି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିNeurology
ଆଇସିଡ଼ି-୧୦G31.8
ଆଇସିଡ଼ି-୯-ସିଏମ୍331.82
ଓଏମ୍‌ଆଇଏମ୍127750
ରୋଗ ଡାଟାବେସ3800
ଇ-ମେଡ଼ିସିନneuro/91
MeSHD020961

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ଏହି ରୋଗୀମାନଙ୍କର କୌଣସି ପାରିବାରିକ ରୋଗ ଇତିହାସ ନ ଥାଏ । ଦେହର ନିଉରନରେ (neuron) ଆଲଫା-ସିନ୍ୟୁକ୍ଲିନ (alpha-synuclein) ପ୍ରୋଟିନ ବା ଲୁଇ ବଡି (Lewy bodies) ଜମିଯାଏ । ଏହି ରୋଗକୁ ନିଉରୋଡିଜେନେରେଟିଭ (neurodegenerative disorder) ରୋଗ ଶ୍ରେଣୀଭୁକ୍ତ କରାଯାଏ । [୧] ଲକ୍ଷଣ ଦେଖି ରୋଗ ସନ୍ଦେହ କରାଗଲା ପରେ ରକ୍ତ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ (medical imaging) କରାଯାଏ ଓ ଅନ୍ୟାନ୍ୟ ରୋଗ ସମ୍ଭାବନା ଦୂର କରାଯାଏ ।[୪] ଭେଦାତ୍ମକ ରୋଗ ନିର୍ଣ୍ଣୟରେ ପାର୍କିନ୍‌ସନ୍ ରୋଗଆଲଜିମର ରୋଗର ନାମ ଆସେ । [୧]

ଡିଏଲବି ରୋଗ ଆରୋଗ୍ୟସାଧ୍ୟ ନୁହେଁ । ଏଥିରେ ମାନସିକ, ସାଇକିଆଟ୍ରିକ ଓ ମୋଟୋର ଲକ୍ଷଣମାନଙ୍କର ଚିକିତ୍ସା କରାଯାଏ । ଡୋନେପେଜିଲ (donepezil) ଭଳି ଆସେଟିଲକଲିନଇସ୍ଟରେଜ (Acetylcholinesterase inhibitors) ଔଷଧ ଦେଲେ କିଛି ଉପଶମ ହୁଏ । ଲେଭୋଡୋପା (levodopa) ଔଷଧ ଦେଲେ କେତେକ ପେଶୀଜନିତ ଉନ୍ନତି ହୁଏ । ଆଣ୍ଟିସାଇକୋଟିକ (Antipsychotic) ଔଷଧ ସାଧାରଣତଃ ଦିଆଯାଏ ନାହିଁ, ସେମାନଙ୍କର ବିଷାକ୍ତ ଗୁଣ ଯୋଗୁ । [୧]

ଆଲଜିମର ରୋଗ ଓ ଭାସ୍କୁଲାର ଡିମେନ୍ସିଆ (vascular dementia) ରୋଗ ପରେ ଏହି ଡିଏଲବି ରୋଗ ତୃତୀୟ ସାଧାରଣ ଡିମେନ୍ସିଆ ରୋଗ । ସାଧାରଣତଃ ୫୦ ବର୍ଷ ବୟସ ପରେ ଏହି ରୋଗ ଆରମ୍ଭ ହୁଏ ।[୨] ୬୫ ବର୍ଷ ପରେ ମାତ୍ର ୦.୧% ରୋଗ ହୁଏ । [୫] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ ରୋଗ ହୁଏ । ରୋଗର ଆଧିକ୍ୟରେ ଅନ୍ୟ ଉପରେ ସମ୍ପୁର୍ଣ୍ଣ ନିର୍ଭରଶୀଳ ହେବାକୁ ପଡ଼େ ।[୨] ରୋଗ ନିର୍ଣ୍ଣୟ ହେବାପରେ ରୋଗୀର ଆୟୁଷ ପ୍ରାୟ ୮ ବର୍ଷ ଥାଏ ।[୧] ସନ ୧୯୧୨ରେ ଫ୍ରେଡେରିକ ଲୁଇ (Frederic Lewy) ଏହି ଲୁଇ ପ୍ରୋଟିନ ବିଷୟ ଆବିଷ୍କାର କରିଥିଲେ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "NINDS Dementia With Lewy Bodies Information Page". NINDS. 2 November 2015. Archived from the original on 9 August 2016. Retrieved 3 October 2016.
  2. ୨.୦ ୨.୧ ୨.୨ ୨.୩ "The Basics of Lewy Body Dementia". NIA. 29 July 2016. Retrieved 3 October 2016.
  3. "Common Symptoms". NIA. 29 July 2016. Archived from the original on 3 October 2016. Retrieved 3 October 2016.
  4. "Diagnosis". NIA. 29 Sept 2015. Retrieved 3 October 2016. {{cite web}}: Check date values in: |date= (help)
  5. Dickson, Dennis; Weller, Roy O. (2011). Neurodegeneration: The Molecular Pathology of Dementia and Movement Disorders (in ଇଂରାଜୀ) (2 ed.). John Wiley & Sons. p. 224. ISBN 9781444341232.