ଡାବଲପୁଆ ବା "ଗୁଚିତାଣ୍ଡୁ"[୧][୨][୩] ଭାରତର ଏକ ପାରମ୍ପାରିକ ଖେଳ ।[୪] ଏହା ମୁଖ୍ୟତଃ ଭାରତୀୟ ଉପମହାଦେଶରେ ଖେଳାଯାଉଥିଲେ ମଧ୍ୟ ପୃଥିବୀର ଅନ୍ୟ ବହୁ ଦେଶରେ ଏହି ଖେଳର ପ୍ରଚଳନ ଅଛି । ଏହି ଖେଳର ଅନେକ ଆଞ୍ଚଳିକ ନାମ ଓ ଭିନ୍ନଭିନ୍ନ ଖେଳନିୟମ ରହିଛି । ଓଡ଼ିଶାରେ ଏହା "ଗୁଲି ବାଡ଼ି", "ପିଲବାଡ଼ି" (ଫୁଲବାଣୀ‌), "ଗୁଟିଡାବୁଳ" (ବାଲେଶ୍ୱର) ଆଦି ନାମରେ ମଧ୍ୟ ପରିଚିତ । ଏହି ଖେଳର ଉତ୍ପତ୍ତି ଆନୁମାନିକ ୨୫୦୦ ବର୍ଷ ତଳେ ହୋଇଥିଲା ।[୫][୬] ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ୨୦୧୮ ମଇ ୨୭ ତାରିଖ ମନ କି ବାତ ବାର୍ତ୍ତାରେ ଏହି ଖେଳ ବିଷୟରେ ଉଲ୍ଲେଖ କରିଥିଲେ ।[୭]

ବାରାଣାସୀରେ ଗଙ୍ଗାନଦୀ କୂଳରେ ବାଳକମାନେ ଡାବଲପୁଆ ଖେଳୁଛନ୍ତି

ବିଧି ସମ୍ପାଦନା

 
ଦୁଇଟି ବାଳକ ଡାବଲପୁଆ ଖେଳୁଛନ୍ତି

ଗୋଟିଏ ଦୁଇପଟରୁ ଗୋଜିଆ ଛୋଟ କାଠି, ପୁଆ ଓ ଅନ୍ୟ ଏକ ଲମ୍ବା ବାଡ଼ି ବା ଡାବଲ ସହାୟତାରେ ଏହି ଖେଳ ଖେଳାଯାଏ ।[୮] ଗୋଟିଏ ପକ୍ଷର ଖେଳାଳି, ଛୋଟ ଗାତ ( ଗୁଚି ମଧ୍ୟ କୁହାଯାଏ ) ଉପରେ ପୁଆକୁ ରଖି, ଡାବଲ ସାହାଯ୍ୟରେ ତାକୁ ଦୂରକୁ ମାରିଦିଅନ୍ତି । ଅପରପକ୍ଷ ତାକୁ ତଳେ ପଡ଼ିବା ପୂର୍ବରୁ କ୍ୟାଚଧରିବାକୁ ଚେଷ୍ଟା କରନ୍ତି । ଯଦି ଧରିବାରେ ସଫଳ ହୁଅନ୍ତି, ତେବେ ମାରୁଥିବା ପକ୍ଷର ଖେଳ ପାଳି ସରେ ଓ ଅପରପକ୍ଷ ଖେଳ ଆରମ୍ଭ କରନ୍ତି । ଧରି ନପାରିଲେ, ମାରିଥିବା ଦଳ ଡାବଲ ସାହାଯ୍ୟରେ ପୁଆର ମୁନକୁ ବାଡ଼େଇଦିଅନ୍ତି, ତାହା ଉପରକୁ ଉଠିଯାଏ ଓ ଲମ୍ବା ବାଡ଼ିରେ ତାକୁ ଦୂରକୁ ମାରି ଦିଆଯାଏ । କାଠିଟି ଯେତେଦୂର ଯାଏ, ଅପରପକ୍ଷ ତାକୁ ସେଠୁ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ଆଣିଥାନ୍ତି ।

ଆଧାର ସମ୍ପାଦନା

  1. Debadatta Satpathy (26 February 2014). House of Bougainvillea and Other Stories. Partridge Publishing India. pp. 15–. ISBN 978-1-4828-1887-1.
  2. Orissa (India) (1966). Orissa District Gazetteers: Cuttack. Superintendent, Orissa Government Press.
  3. Biranchi Narayan Mishra (1991). Juvenile Delinquency and Justice System. Ashish Publishing House. ISBN 978-81-7024-430-1.
  4. Lalcrishna Anupchandra (9 September 2015). The Rise and Fall of the Great Mozambique and My Asian Compassion: The Forgotten. AuthorHouse. pp. 33–. ISBN 978-1-5049-3326-1.
  5. Steve Craig (2002), Sports and Games of the Ancients: (Sports and Games Through History), ISBN 978-0313316005, pages 63–65
  6. John Arlott (1975), The Oxford Companion to World Sports and Games
  7. ""ମନ୍ କି ବାତ୍"ର 44ତମ ସଂସ୍କରଣ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, 27.05.2018". www.narendramodi.in. www.narendramodi.in. Archived from the original on 6 January 2021. Retrieved 6 January 2021.
  8. Ahmed Sayeed (10 August 2019). You Must Win: The winner can create History. Prowess Publishing. pp. 324–. ISBN 978-1-5457-4730-8.

ବାହ୍ୟ ଲିଙ୍କ ସମ୍ପାଦନା